STORYMIRROR

Gitanjali Pujapanda

Abstract

4  

Gitanjali Pujapanda

Abstract

ଜୀବନ ଯମୁନା ରେ ଜୁଆର ଉଠେରେ

ଜୀବନ ଯମୁନା ରେ ଜୁଆର ଉଠେରେ

5 mins
257


ନଈ ଭଳି ଜୀବନ ଯେ ଅଙ୍କା ବଙ୍କା କେତେ ବେଳେ

ଆସେ ଜୁଆର କେତେବେଳେ ପଡ଼ିଯାଏ ଭଟ୍ଟା । ଦୁଃଖ ପରେ ସୁଖ ପୁଣି ସୁଖ ପରେ ଦୁଃଖ ଏତେ ଜୀବନ ରପ୍ରତିବିମ୍ବ ରେ ଦୁର୍ଶ୍ୱମାନ ରଙ୍ଗ । ପାହାଡ଼ ପର୍ବତ କୁ ଚିରି ଯେପରି ନଇ ଆସେ ବହି, ସାଗର ରେ ମିଶିବା ପାଇଁ ଆଉ ମିଶି ନ ପାରିଲେ ହୋଇଯାଏ ସେ ସୁପ୍ତ, ସେମିତି ଜୀବନ ରୂପୀ ଯମୁନାରେ ବେଳେବେଳେ ଜୁଆର ଉଠି ତାକୁ ଅସ୍ତବ୍ୟସ୍ତ କରି ପକାଏ।

ସକାଳୁ ସକାଳୁ ରେଡିଓ ରେ ଏଫ.ଏମ ବାଜୁ ଥାଏ । କଟକ ସେଣ୍ଟର ର ସମୟ ସାଢ଼େ ନଅ ଟା ଗୀତ ଗୀତିକା ର ସୁନ୍ଦର ଉପସ୍ଥାପନା ସହ ବହୁତ ସୁନ୍ଦର ଗୀତ ଗୁଡିକ ଦିଏ , ଶ୍ରଦ୍ଧା କୁ ସେ ସବୁ ଆଜି ମଧ୍ୟ ଶୁଣିବାକୁ ଭଲ ଲାଗେ, ଜୀବନ ଯମୁନା ରେ ଜୁଆର ଉଠେରେ । ଗୀତ ଟି ଶୁଣୁ ଶୁଣୁ ଗୁଣୁ ଗୁଣୁ ହୋଇ ଗାଇବାକୁ ଲାଗିଲା ଶ୍ରଦ୍ଧା ବେଶି ବେସୁର ନୁହେଁ ହେଲେ ଚଳନିଅ ବେଳେ ବେଳେ ଗୀତ ଗୁଣଗୁଣ ହୋଇ ଗାଇ କାମ କରିବାକୁ ଭଲ ପାଏ । କଣ ବା ଜୀବନ ରେ ଆଉ ଅଛି ,ପାଠ ପଢା ରେ ଡୋରି କେବେ ଠାରୁ ବନ୍ଧା ବୋଉ କୁ ସମୟ ପାଇଲେ କିଛି ସାହାଯ୍ୟ କରି ଦିଏ, ବୋଉ ତାର ଟେଲେରିଂ କରନ୍ତି । ଘରେ ସେମିତି କିଛି ବି ବଡ଼ ଦେଖାଇ ହେବାର ଜିନିଷ ନାହିଁ ଆଉ ଯାହା ଅଛି ସବୁ ଭଙ୍ଗା ଭାଙ୍ଗି ଗାଁ ର ଭିଟା ମାଟି ଛାଡି ସହର କୁ ଆସିଥିଲେ ସେମାନେ ବୋଲେ ବୋଉ ସେ ଆଉ ତାର ଛୋଟ ଭଉଣୀ ମିନୁ ବାପା ନାହାନ୍ତି ଦୁଇ ବର୍ଷ ହେଇଥିଲା ସାନ ଭଉଣୀ କୁ ଛାତି କଟିଲା ଡାକ୍ତର ଖାନା ଯାଉ ଯାଉ ଅଧା ବାଟ ରେ ସଫା ଗୋଟେଏ ବୋଲି ପୁଅମରିଗଲା ଶୁଣି ଜେଜେ ବି ଆରପରି ରେ ପାଞ୍ଚ ଏକର ସମ୍ପତି ବାବା ଙ୍କର ଦଦେଇ ପୁଅ ମାନେ ସବୁ ଗୁଣ୍ଡା ଲଗେଇ ବୋଉ ଠାରୁ ଦସ୍ତଖତ ନେଇ ସେସବୁ କୁ ହଡ଼ପ କରି ନେଲେ।ବାବା ଥିଲା ବେଳେ କାହିଁରେ କଣ ଲୋକ ଲାଗିଥିଲେ ଘରେ ବୋଉ ଗୋଟିଏ ବୋଲି ବୋହୁ ଜେଜେବାପା ଙ୍କର ବାପା ଭାରି ଗେଲବସର ହେଲେ ବାପା ମଲା ପରେ ବୋଉ ଜୀବନ ରେ ଆଉ ଆମ ଜୀବନ ରେ ସତେ ରେ ଜୁଆର ଉଠି ଥିଲା ଯେ ଆଜି ପ୍ରାଯନ୍ତ ଶାନ୍ତ ହୋଇନି, ଗାଁ ରେ ବୋଉ ର ବଡ଼ ଶାଶୂର ଙ୍କର ପୁଅ ମାନେ ବୋଉ କୁ ଆଉ ଗାଁ ରେ ବାସ ଦେଲେନି ଆମର ସବୁ ସମ୍ପତି କୁ ନିଜ ନାଁ ରେ କରି ସେମାନେ ଲୋକ ଲଗେଇ ଆମ ମାନଙ୍କୁ ଗାଁ ରୁ ତାଡି ଦେଲେ ଆଉ ବୋଉ ଆମକୁ ନେଇ ମାମୁଁ ଘର କୁ ଚାଲି ଆସିଲା । ସେଠାରେ ମାଇଁ ର ପ୍ରକୋପ କାହିଁ ରେ କଣ ??ଅଜା କେବେ ଠାରୁ ନାହାନ୍ତି, ମାନେ ସ୍ୱର୍ଗବାସୀ ହେଇଗଲେଣି ଆଉ ଆଇବି ବେଶୀ ଦିନ ନୁହେଁ ନାନା ପ୍ରକାର ରୋଗ ରେ ସେ ଗ୍ରସ୍ତ,,ଘରେ ମାମୁଁ ମାଇଁ ତାଙ୍କ ଗୋଟେ ପୁଅରାକେଶ ଆଉ ଗୋଟେ ଝିଅ କୁସୁମ।

ମାଇଁ ଟିକେ କଳିହୁଡ଼ି ଆଉ ମାମୁଁ ଗୋଟେ ହୀରା କହିଲେ ଚଳିବ ଦୁଇ ଭାଇ ଭଉଣୀ ସେତେବେଳର ସମୟ ରେ ଦୁଇ ଟି ପିଲା କେମିତି ଜନ୍ମ କଲେ, ପଡିଶା ଘର ର ଭଡାଟିଆ ଭାଇନା ଆଇ କୁ ସବୁ ବେଳେ ପଚାରନ୍ତି ଆଉ ଆଇ ହସି ହସି କୁହେ, କଣ ହେବ ପିଲା ଏତେ ଅଜା ତ ସେକାଳ ରେ ବିଏ ପାସ ତେଣୁ ଟିକେ ସ୍ତ୍ରୀ ମାନଙ୍କର ପ୍ରତି ଉର୍ଣ୍ଣତ ଚିନ୍ତାଧାରା ତାଙ୍କର ।

ଏମିତି ଦିନ ପରେ ଦିନ ଗଡ଼ି ଚାଲେ, ଘର ର ସମସ୍ତ କାମ କରିବା ସହ ଶ୍ରଦ୍ଧା ମାଆଙ୍କୁ ମଧ୍ୟ ସାହାଯ୍ୟ କରେ ତାଙ୍କ ସିଲେଇ କାମ ରେ ଆଇ ତାର କୁହନ୍ତି ମୋ ଶ୍ରଦ୍ଧା ଯାହା ଘର କୁ ଯିବ ସୁନା କରି ଦେବ ଘର ଟିକୁ ଭାରି ଭଲ ଝିଅ ଟିଏ ହେଲେ ଆଜିକାଲି କା ଯୁଗ ରେ କିଏ ବିନା ଯୌତୁକ ରେ ବିବାହ କରିବ ଦିନ ରାତି ମାଇଁ ଦେଖେଇ ସେଖେଇ କୁହନ୍ତି, ହଁ ତମ ନାତୁଣୀ ତ ଭାରି ସୁନ୍ଦରୀ ବିନା ଯୌତୁକ ରେ କିଏ ବାହା ହେଇ ନେଇଯିବ ଆମରି ବେକ ରେ ଶେଷ କୁ ବନ୍ଧା ହେବ ଯେମିତି ମାଆ ଆସି ବନ୍ଧା ହେଇଛନ୍ତି । କି ଭାଗ୍ୟ କେଜାଣି ମୋର ଜୀବନ ରେ ଟିକେ ଶାନ୍ତି ନାହିଁ , ଶ୍ରଦ୍ଧା ଏସବୁ ଶୁଣି ମନ ଦୁଃଖ କଲେ ମଧ୍ୟ ମନେ ଦୁଃଖ ଆଣେନି କାରଣ ମାଇଁ କଥା କୁ ଧରି ବସି କାନ୍ଦିଲେ ବୋଉ ପଚାରିବେ ତାର କାହିଁକି??ମନ ଦୁଃଖ ହେଇଛି ତାର କିଛି ନ କହି ତା କାମ ରେ ଲାଗିଯାଏ ।ଘର ର ଯାବତୀୟ କାମ କରିବା ସହ ପାଠ ପଢିବାକୁ ମଧ୍ୟ ଯାଏ ଆଉ ଥରେ ପାଠପଢା ର ଡୋରି ମାମୁଁ ତାର ଖୋଲିଲେ ବୋଉ ତାର ଯେତେ ମନା କଲେ ସେ ଶୁଣିଲେନି । ଏବେ ସିଏ ଭଲ ପାଠ ପଢିବା ସହ କିଛି ପିଲା କୁ ଟ୍ୟୁସନ କରିବା ପାଇଁ ଲୁଚି ଲୁଚି ବସ୍ତି ଅଂଚଳ କୁ ଯାଉଛି ସେଠାରେ ଆସିବା ଡେରି ହେଇଗଲେ ମାଇଁ ଙ୍କର କାହିଁ ରେ କଣ ପାଟି ମୁଁ ଏଠି ଅଛି କାମ କରିବାକୁ ସମସ୍ତେ ଯେ ଯୁଆଡେ ଚାଲିଗଲେ ଆଉ ମତେ ଘର ର ଚକେରାଣୀ ଭାବିଛନ୍ତି ଶ୍ରଦ୍ଧା ର ମାମୁଁ ଏସବୁ ଜଣନ୍ତି ହେଲେ ସ୍ତ୍ରୀ କୁ କିଛି କୁହନ୍ତି ନାହିଁ, କହିଲେ ଘରେ ଅଶାନ୍ତି ର ବାତାବରଣ କାଳେ ସୃଷ୍ଟି ହେବ।

ଶ୍ରଦ୍ଧା କୁ ବୁଝନ୍ତି କୁହନ୍ତି ତୁ କିଛି ଦେହ କୁ ନେଏ ନାମ । ଏ ସବୁ ପାଇଁ ମୁଁ ଅଛି ତୋ ପାଖ ରେ ତୁ ଖାଲି ମତେ ଭଲ ପାଠ ପଢି ଆ ପି ଏସ ହୋଇ ଦେଖେଇ ଦେ ଆପେ ଆପେ ଏ ଦୁନିଆଁ ତୋ ସାମ୍ନା ରେ ମୁହଁ ପୋତିକି ଛିଡା ହେବ ଶ୍ରଦ୍ଧା କୁ ତା ମାମୁଁଙ୍କ ଠାରୁ ମୋରାଲି ସପୋଟ ମିଳେ ସେ ଦିନ ରାତି ପରିଶ୍ରମ କରେ ।

ଭଉଣୀ କୁ ମଧ୍ୟ ପାଠପଢାଏ, ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ସେ ତା ମାମୁଁ କହିଥିବା ଲକ୍ଷ୍ୟସ୍ଥଳ ପହଞ୍ଚି ବା ପାଇଁ ଦିନ ରାତି ଏକ କରି ଦିଏ । ହେଲେ ବେଳେବେଳେ ଭାଗ୍ୟ ଏମିତି ଭୟଙ୍କର ହୋଇ ଉଠେ, ଯେମିତି ଏକ ଭୟଙ୍କର ଜୁଆର ଉଠିଲେ ତା ଆଖପାଖ ଯେମିତି ଅସ୍ତବ୍ୟସ୍ତ ହୋଇଯାଏ  ସେମିତି ଜୁଆର ଦିନେ ଉଠିଥିଲା ଶ୍ରଦ୍ଧା ର ଜୀବନ ରେ ଯାହାକୁ ସିଏ ଅତି ଭଲ ପାଉଥିଲା ,ତା ମାମୁଁ ଆଉ ଏ ଦୁନିଆଁ ରେ ନ ଥିଲେ ,ଏକ ସିଭିୟର ଦୁଃଖଦ ଦୁର୍ଘଟଣା ତାଙ୍କୁ ଟାଣି ନେଇ ଥିଲା ମୃତ୍ୟୁ ର ସେଜ କୁ ଆଉ ସାହାରା ର ଆଉ ଗୋଟେ ହାତ ମଧ୍ୟ ଛାଡେଇ ନେଲା ଜୀବନ ରୁ ,,।ଘରେ କାହିଁ ରେ କଣ ଦୁଃଖ ର ସମୟ ସେ ସବୁ କୁ ସହ୍ୟ ନ କରିପାରି ଆଇ ତାର ଆରପୁର କୁ ଚାଲି ଗଲେ ଆଉ ମାଇଁ ଙ୍କର ପ୍ରକାପ ଆହୁରି ବଢ଼ି ବା କୁ ଲାଗିଲା, ବୋଉ କୁ ତାର ଅଶୁଭ କହି ଘରୁ ତାଡି ଦେଲେ, ନାନୀ ତୁମର ପରିବାର ଏକ ଅଶୁଭ ପରିବାର ନିଜ ଘର କୁ ତ ଉଜାଡ଼ିଲ ଆଉ ଏ ଠିକି ଆସିକି ମୋର ଘର କୁ ବି ଭାଙ୍ଗି ଦେଲ । ତୁମ ଭାଇ ତୁମ କୁ ବରଦାସ୍ତ କରୁ ଥିଲେ ,ମୁଁ କରି ପାରିବିନି ଯେତେ ଶୀଘ୍ର ତୁମେ ମୋ ଘରୁ ଚାଲି ଯିବ ତୁମ ପାଇଁ ଆଉ ମୋ ପାଇଁ ଭଲ କହି ଦୁମ ଦୁମ ହୋଇ ଚାଲି ଯାଉଥିବା ବେଳେ ବୋଉ କୁ ଲାଗୁଥିଲା ସତରେ ସେ ଏକ ଅଲେକ୍ଷଣି। ଆଉ ବୋଉ ଏସବୁ ଶୁଣି ଥକ କରିବସି ପଡିଲା ଆଉ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ସେଦିନ ରାତି ରେ ହେଲେ ଶ୍ରଦ୍ଧା ତାକୁ ବୁଝେଇ ସାନ୍ତ୍ୱନା ଦେବା ପରେ ସେମାନେ ସେ ଘର କୁ ଛାଡି ବସ୍ତି କୁ ଚାଲିଆସିଥିଲେ । ସେଠାରେ ରହିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥିଲା ତା ପରିବାର କୁ ହେଲେ ଶ୍ରଦ୍ଧା ପଢିଥିବା ପାଠ କାମ ରେ ଆସିଲା । ସେ ସେଠାରେ ଆଗୁଆ ଟିଉସନ କରୁଥିବା ପିଲାମାନେ ତାକୁ ସହଯୋଗ ର ହାତ ବଢାଇଲେ ଧୀରେ ଧୀରେ ତା ଜୀବନ ର ଜୁଆର ର ଭଟ୍ଟା ପଡିବାକୁ ଲାଗିଲା ବୋଉ ତାର ପର ଘରେ ବାସନ ମଜୁଥିଲେ ଆଉ ସିଲେଇ କରି ଘର ଚଳାଉ ଥିଲେ ।

ଗୋଟେ ଏନଜିଓ ର ସହାୟତା ନେଇ ଶ୍ରଦ୍ଧା ପାଠ ପଢା ରେ ଆଗକୁ ବଢ଼ିଲା ବହୁତ ଘାତ ପ୍ରତିଘାତକୁ ସାମ୍ନା କରି ନିଜକୁ ଆଇ ପିଏସ କରି ନିଜ ଜୀବନ ର ନୌକା କୁ ମଝି ଦାରିଆ ରୁ ଆଣି କୂଳ ରେ ଲଗେଇଲା । ଆଉ ଜୀବନ ର ସବୁ କଷ୍ଟ କୁ ପଛେରେ ପକାଇ ତା ର ଆଉ ତା ମାମୁଁ ଙ୍କର ସ୍ବପ୍ନ କୁ ସାକାର କଲା ସେ । ଆଇ ପି ଏସ ହୋଇ ବୋଉ କୁ ଆଉ ଭଉଣୀକୁ ନୂଆ ଉନ୍ନତ ଜୀବନ ଦେବା ପାଇଁ ବହୁତ କଠିନ ପରିଶ୍ରମ କରିଥିଲା ସେ, ଖାଇବା ଟେବୁଲ ଉପରେ ବସି ଭାବୁଛି ବୋଉ ତାର କହିଲେ , କଣ ଭାବୁଛୁ , ଗୋଟେ ଭଲ ପ୍ରସ୍ତାବ ତୋ ପାଇଁ ଆସିଛି ,,କଣ କହିବି ପୁଅ ଟି ର ମାଆ ମନ୍ଦିର ରେ ତତେ କାଲି ଦେଖି ଥିଲେ ଆଜି ଆମ ଘର କୁ ତାଙ୍କ ପୁଅ ପାଇଁ ପ୍ରସ୍ତାବ ପଠେଇଛନ୍ତି । ପୁଅ ଟି ତାଙ୍କର ଓ ଏସ ଅଫିସର ତୁ ତାଙ୍କର ପୁରା ପସନ୍ଦ ଆଉ ବାହାଘର ବିନା ଯୌତୁକ ରେ କରିବେ, ତୁ କହିବୁ ଯଦି ଆଗକୁ ଯିବା । ଶ୍ରଦ୍ଧା ବୋଉ କୁ ଏକ ସ୍ମିତହାସ୍ୟ ଦେଉଥିଲା ଆଉ ଭାବୁ ଥିଲା ଜୀବନ କେବେ ସ୍ଥିର ନୁହେଁ ଏଠି ସବୁ ବେଳେ ଜୁଆର ଭଟ୍ଟା ର ଖେଳ । ସେତେବେଳେ ରେଡ଼ିଓ ରୁ ଭାସି ଆସୁଥିଲା ଜୀବନ ଯମୁନାର ଜୁଆର ଉଠେରେ ଯାହା ସେ ପିଲା ଦିନ ରେ ଗୁଣଗୁଣ ହୋଇ ଗାଇବାକୁ ପସନ୍ଦ କରେ । ହେଲେ ନା ସେ ପିଲାଦିନ ଅଛି ନା ସେ ଗାଇବାର ମୁଡ ଖାଲି ଅଛି ଯାହା ଜୀବନ ର ସତ୍ୟତା ଯାହା ସେ ଗୀତ ରୁ ଭାସି ଆସୁଥିଲା ।



Rate this content
Log in

Similar oriya story from Abstract