STORYMIRROR

Gitanjali Pujapanda

Inspirational

3  

Gitanjali Pujapanda

Inspirational

ଇ ଉନିକ-କିଛି ଅଲଗା

ଇ ଉନିକ-କିଛି ଅଲଗା

4 mins
207

ହଁ ହଁ ମୁଁ ସବୁ ଠୁ ଅଲଗା ମୋ ଭାଇ ଭଉଣୀ ମାନଙ୍କର ମଧ୍ୟରେ !!ସେଟା କଣ ମୋର ଦୋଷ ବୋଉ ଭଗବାନ ମତେ ଏମିତି ଗଢିଛନ୍ତି !!କାହିଁକି ଗଢିଛନ୍ତି ମୁଁ ତାଙ୍କୁ ବହୁତ ପ୍ରଶ୍ନ କରିଛି ହେଲେ ସେ ନିଶବ୍ଦ ,ଶବ୍ଦ ହୀନ ତୁ କହୁନୁ ବୋଉ ମୋର ଏଥିରେ ଦୋଷ କୋଉଠି ରହିଲା ପିଲାଟି ଦିନରୁ ମତେ ତୁ ଝିଅ ବେଶରେ ସଜେଇଲୁ ନିଜର ଇଛା ପୁରଣ କରିବା ପାଇଁ କିଏ କହିଲା ତତେ ମୁଁ ତ ପୁଅଟିଏ ହୋଇ ଜନ୍ମ ହେଇଥିଲି ।ତତେ ଝିଅ ଭଲ ବୋଲି ମତେ ତୁ କେତେ ଅପାର ପୁରୁଣା ଡ୍ରେସ ପିନ୍ଧେଇ ଫୋଟୋ ଉଠେଇଛୁ କହିଲୁ ।ଆଉ ଏବେ ଯେତେ ବେଳେ ମତେ ସେ ସବୁ ଭଲ ଲାଗୁଛି ତୁ ମତେ ସେ ସବୁ କରନା ବୋଲି ବାରଣ କରୁଛୁ ।ବଡ଼ ପିଲା ହେଲୁଣି ତୁ ବିଶ୍ୱ ସେ ସବୁ କରନା ଭଲ ଲାଗୁନି !!ମନ୍ଦିରରେ କିଏ ତତେ କଣ କହିଦେଲା ବୋଲି ଆଜି ତୁ ମୋ ଉପରେ ଗାଳି କଲୁ ହଁ ମୁଁ ଇଉନିକ ସମସ୍ତେଙ୍କ ଠାରୁ ଅଲଗା ହେଲେ ବୋଉ ମୁଁ ବି ଗୋଟେ ମଣିଷ ଭଳି ଖାଉଛି ପିଉଛି ବଂଚିଛି ଆଉ କାମ ବି କରୁଛି ଦୁଇ ପଇସା ବି ରୋଜଗାର କରୁଛି ।ଆଉ କଣ ଦରକାର ତତେ କିନ୍ତୁ ମୁଁ ମାନିବାକୁ ନାରାଜ ଯେ ମୁଁ ଗୋଟେ ପୁଅ ପିଲା ମୋର ସେ ଫିଲିଙ୍ଗ ଜମା ବି ଆସୁନି !!ମୋର ଲମ୍ବା ଚୁଟିକୁ ଦେଖି ତୁ ଚିଡୁଛୁ ମୁଁ କଣ କରିବି ମୋର ଝିଅ ହେବାକୁ ଇଛା ।ମୁଁ କୋଉ ଝିଅକୁ ଖରାପ ବ୍ୟବହାର ଦେଖାଏ ନାହିଁ ଭାଇ ପରି ହେଲେ ତୁ କଣ ସେ ସବୁ ବୁଝିବୁ ଭାଇର ସବୁ ଦୋଷ ମାଫ ସେ ତୋର ମରଦ ପୁଅ ଆଉ ସମସ୍ତେ ମତେ ମାଇଚିଆ ହିଞ୍ଜଡ଼ା ତଳେ କାଟୁଛନ୍ତି ବୋଲି ତତେ କଷ୍ଟ ହେଉଛି ତା ସହିତ ମୋ ଉପରେ ଆଉ ନିଜ ଉପରେ ରାଗ ମଧ୍ୟ ଆସୁଛି ମୁଁ ଜାଣିପାରୁଛି ହେଲେ ମତେ ଯେମିତି ଭଗବାନ ଗଢିଛନ୍ତି ମୁଁ କଣ କରିବି ମୋ ଦେହଟି ପୁଅ ପରି ହେଲେ କଣ ହେବ ମୋ ମନ ତ ଝିଅ ପରି ଚଞ୍ଚଳ ,ମୋମ ପରି ନରମ ଟିକେ କଥାରେ ନାକ କାନ୍ଦୁରି ଝିଅ ପରି ମୁଁ କାନ୍ଦି ପକାଏ ।ସେଥିପାଇଁ ମତେ ପାଖପଡ଼ୋଶୀ ହେଉ କି ଘର ଲୋକ ମାଇଚିଆ ଡାକନ୍ତି । ମୁଁ ଜାଣିଛି ତୋତେ ଏସବୁ ଶୁଣି କଷ୍ଟ ହେଉଛି !!ତତେ, ମତେ ଏମିତିରେ ଗ୍ରହଣ କରିବାକୁ ପଡିବ ବୋଉ ନ ହେଲେ ମତେ ଦୁନିଆ ରଖେଇ ଦେବନି ।ଯାହାର ଘର ଲୋକ ତାଙ୍କ ପିଲାଟିକୁ କାଖେଇ କୋଳେଇ ଏଡ଼େଟିରୁ ଏଡ଼େ କରିବା ପରେ ବି ତା ଉପରେ ବିକ୍ଷିପ୍ତ ପ୍ରଶ୍ନ ବାଣରେ ତା ଶରୀର ସହିତ ହୃଦୟକୁ କ୍ଷତବିକ୍ଷତ କରିବାକୁ ପ୍ରସ୍ତୁତ !!ବୋଉ ମଣିଷ ସବୁଠି ଜିତି ଯାଇ ପାରେ ମାତ୍ର ତା ନିଜ ଲୋକ ହିଁ ତାକୁ ହରେଇଦିଅନ୍ତି ଦୁନିଆ ଦାଣ୍ଡରେ ।

ମୁଁ ଏବେ ହାରି ଯାଉଛି ତୋ ସେହ୍ନ ମତେ କିନ୍ତୁ ହାରିବା ଶିଖେଇ ନି ମାତ୍ର ମୁଁ କଣ କରିବି କିଛି ବି ବୁଝିବା ମୋ ପକ୍ଷରେ ସମ୍ଭବ ନୁହେଁ ତେଣୁ ମୁଁ ଆଜି ଘର ଛାଡ଼ି ଯାଉଛି ନିଜକୁ ଖୋଜିବା ପାଇଁ ନିଜ ଅସ୍ତିତ୍ବକୁ ଖୋଜିବା ପାଇଁ ମୁଁ ପ୍ରକୃତରେ କିଏ ମୋ ଜୀବନର ଲକ୍ଷ୍ୟ କଣ ମୋର କଣ ଜୀବନ ଜିଇଁବାର ଅଧିକାର ନାହିଁ!!ପିଲା ଠୁ ବଡ଼ ହେଲି ପରିବାରକୁ ନେଇ ଜୀବନ ବଞ୍ଚିବାର ସ୍ୱପ୍ନ ଦେଖିଲି ସମସ୍ତେ ମୋର ମୋର କହି ସେହ୍ନର ବର୍ଷା କଲେ ମାତ୍ର ଏବେ କଣ ହେଲା ସମସ୍ତେ ମତେ ଦୁରେଇ ଦେବାକୁ ନିଷ୍ପତ୍ତି ନେବା ଆଉ ଉପର ଦେଖେଇ ହୋଇ ସେହ୍ନର କଥା କହିବା ମୁଁ ବେଶୀ ବୁଝି ସାରିଛି ମୋ ଜୀବନରେ ଆଉ ନିଜର ବୋଲି କେହି ଆତ୍ମ୍ୟସ୍ୱଜନ ନାହାନ୍ତି କେବଳ ସେହି ଅନାଥ ପିଲାମାନେ ଅଛନ୍ତି ।ମୁଁ କୁଆଡେ ଭିନ୍ନ ସମସ୍ତେଙ୍କ ଠାରୁ ଅଲଗା କାହିଁ ସେମାନଙ୍କୁ ତ ଲାଗୁନି କାରଣ ସେମାନେ ଛୋଟ ପିଲା ତାଙ୍କ ମନ ଖାଲି ସେହ୍ନ ଖୋଜେ ଯାହା ଠାରୁ ସେହ୍ନ ପାଇବେ ସେମାନେ ତାକୁ ସେହ୍ନ ଦେବେ , ତୁ ପରା କହିଥିଲୁ ପିଲା ମାନଙ୍କର ଦେହରେ ଭଗବାନ ଅଛନ୍ତି ବୋଲି ଆଉ ମୁଁ ବଡ଼ ହୋଇଗଲି ବୋଲି ମୋ ଦେହରୁ କଣ ଭଗବାନ ଚାଲିଗଲେ ଭାଇକୁ ସେହ୍ନ ଦେଲାବେଳେ ବଳେଇ ବଳେଇ ଖୋଆଇଲା ବେଳେ ତୋ କଣ ମୋ କଥା ମନେ ପଡୁନି !!ମୁଁ ଘର ଛାଡ଼ି ଆସିଲା ବେଳେ ବହୁତ ଥର ଭାବିଛି ତୋ କଥା ଭାଇ ବାପା ଆଉ ସୁନାନାକୀ ଭଉଣୀ କଥା ମାତ୍ର ସବୁ ବେଳେ ଘର ଲୋକଙ୍କର ତାତ୍ସଲ୍ୟର ଶିକାର ହେବାକୁ ପଡିଛି ଆଉ ମୁଁ ତମ ମାନଙ୍କର ବ୍ୟବହାର ମୋ ପାଇଁ ଅତିସହ୍ୟ ହୋଇଯାଇଛି !!ହଁ ମୁଁ ଜଣେ ଇଉନିକ ପାର୍ଶନ ମୋ ଜୀବନରେ ସବୁ କିଛି ଅଲଗା ମତେ ସମସ୍ତେ ଅଲଗା ବ୍ୟବହାର ଦେଖନ୍ତି ମୋ ପରି ସବୁ ବ୍ୟକ୍ତି ବିଶେଷଙ୍କୁ !!

ଆଜିକୁ ବର୍ଷକ ତଳେ ମୁଁ ଘର ଛାଡ଼ି ଆସିଥିଲି, ବହୁତ ଥର ଭାବିଛି ତତେ ମୋ ମନ କଥା କହିବି ବୋଲି ମାଆ ତ ସବୁ ପିଲାକୁ ତାର ସମାନ ଦେଖେ ମାତ୍ର ତୁ ଏମିତି କେମିତି ସମାଜ ଆଗରେ ନିଜ ପିଲାକୁ ନିଜର କହିବାକୁ କେହି ଆଗକୁ ଆସିଲେନି ମତେ କେହି ନିଜର ଭାବିଲେନି ଯେତେ ବେଳେ ବାହାର ଲୋକ ମତେ ମାଇଚିଆ କି ହିଞ୍ଜଡ଼ା ସମ୍ବୋଧନ କରୁଥିଲେ ସମସ୍ତେ ଚୁପ ରହି ତାମସା ଦେଖିଲ !!ମାତ୍ର ଏବେ ମୁଁ ଜଣେ ପ୍ରତିଷ୍ଠିତ ଆଇଏସ !! ପିଲା ଦିନରୁ ତ ପାଠପଢା ଭଲ ଥିଲା ସେହି ମୋର ସହାରା ହୋଇଛି , ଆଉ ମୁଁ ଆଜି ଜଣେ ସଫଳ ବ୍ୟକ୍ତିତ୍ୱ ହୋଇ ପାରିଛି ଭାଇକୁ ନେଇ ତୁ ଭଲରେ ଥା କହି ସେଦିନର ବିଶ୍ଵଜିତ ଆଜି ବିଶ୍ଵଜିତା ହୋଇ ସାରିଛି ଆଜି ମୋର ଜନ୍ମଦିନ ସେଥିପାଇଁ ମନ୍ଦିରକୁ ଆସିଥିଲି ତୋର ମନେ ଅଛି କି ନାହିଁ ମୁଁ ଜାଣି ନି ସେ କଥା !!ନିଜ ବୋଉ ସଂଗେ କଥା ହେଉ ହେଉ ଦଳେ ଛୋଟପିଲା ଆସି ବିଶ୍ଵଜିତା ଆଣ୍ଟି ଚାଲ ମଙ୍ଗଳ ଆଳତି ହେଉଛି ମାଆଙ୍କର ପାଖରେ ଦେଖିବା ଆଉ ଲଡୁ ସମସ୍ତଙ୍କୁ ଦେବା ,ଆଜି ପରା ତମ ହାପି ବିର୍ଥଡେ !!ବିଶ୍ଵଜିତଙ୍କର ଆଖିରୁ ଆନନ୍ଦ ଆଶ୍ରୁ ବୋହି ଯାଉଥିଲା !!ନିଜ ବୋଉ ଠାରୁ ଦୂରକୁ ଯାଉଥିଲେ ପୁଣି ସେ ସେହି ଏକ ପରମ ତୃପ୍ତିର ହସ ନେଇ ଯାହା ତାଙ୍କ ସଫଳ ଜୀବନକୁ ଇଉନିକ କରୁଥିଲା ।ସମାଜରୁ ଘରୁ ପୃଥକ ଆଉ ଗୋଟେ ସୁନ୍ଦର ପୃଥିବୀ ଗଢିବା ପାଇଁ ଯେଉଁଠି ଭେଦ ଭାବ ନ ଥିବ ,ଥିବ ଖାଲି ସମାନତା ସେହ୍ନ ପ୍ରେମର ।



Rate this content
Log in

Similar oriya story from Inspirational