STORYMIRROR

Gitanjali Pujapanda

Tragedy Classics

3  

Gitanjali Pujapanda

Tragedy Classics

ପ୍ରତିଶୃତି

ପ୍ରତିଶୃତି

2 mins
147

ଆଲୋ ସୁକାନ୍ତି ତୋ ପୁଅ ଫେରୁଛି ...ଲୋ ରାଧା ବୋଉ ସୁକାନ୍ତିକୁ ଆସି ହଲେଇ ଦେଇ କହିଲା ଆଲୋ ସଙ୍ଗାତ ତୋ ପୁଅ ଫେରୁଛି ,ଏ ଗାଁ ମାଟିକୁ ଦୀର୍ଘ ବାରବର୍ଷ ପରେ ,ଶୁଣୁଛୁଟି...ସୁକାନ୍ତି ଷାଠିଏ ବର୍ଷର ବିଧବା । ଏକୁଟିଆ ଏଆ ଦୁଆରେ ତା ଦୁଆରେ ମୂଲଲାଗି ପୁଅକୁ ଡାକ୍ତର କରିବ ବୋଲି ଭଲ ଶିକ୍ଷା ଦେବା ପାଇଁ ନିଜ ରକ୍ତକୁ ପାଣି କରି ବୁହାଇଛି । ମରଦ ତାର ମେଲେରିଆରେ ପୁଅ ସାତ ବର୍ଷ ହେଲା ବେଳେ ତାକୁ ଛାଡି ଆରପାରିରେ । ଦୁଃଖ ଯନ୍ତ୍ରଣା କୋହକୁ ପିଇ ପୁଅକୁ ମଣିଷ କରିଛି ସେ ଆଉ କିଛି ଆଶା ନାହିଁ । ବାପ ମଲା ସେଜରେ ପୁଅ କହିଲା ,ମାଆ ମୋ ବାକୁ କି ରୋଗ ହେଲା ଦିନ ଚାରିଟା ବି ଗଲାଣି ସେ ଆମକୁ ଛାଡି ଚାଲିଗଲା ।ଏ ଗାଁରେ କଣ ଡାକ୍ତର ନାହାନ୍ତି କି କବିରାଜ ନାହାନ୍ତି ମୋ ବାକୁ ବଞ୍ଚେଇବା ପାଇଁ ସେ ପଟେ ଶୁଣୁ ଶୁଣୁ ହରି କକା ବି ଆଉ ନାହାନ୍ତି ।ଗାଁ ମଶାଣିରେ ଚିତାର ସୁଅ ଛୁଟୁଥାଏ ।କି ଅଚିହ୍ନା ରୋଗ କେଜାଣି ଆସିଥାଏ ରକ୍ଷାସ ପରି ହାତ ଚୁଡ଼ି ମଥାର ସିନ୍ଦୁର ସହିତ କେତେ ପିଲାକୁ ମା ଛେଉଣ୍ଡ କରିଦେଉଥାଏ ଆହା !! ଲୋ ସଙ୍ଗାତ ସେ ବେଳେ ଆଉ ଭାବେନି ଭାବିଲେ ଦୁଃଖର ପାହାଡ଼ ଛାତିରେ ଲଦିହେଇଯାଉଛି ରାଧା ବୋଉ ଆଖିରୁ ଲୁହ ପୋଛୁ ପୋଛୁ କହିଲା ।ଆଉ ଭୁବନ ପରା ଡାକ୍ତର ହେଲା , ପିଲା ବେଳେ କହୁଥିଲା, ରାଧାକୁ ତା କନିଆ କରିବ ! ସହରରେ ପଢିଲା ପିଲା ରାଧା ଆମର ଗାଁ କନିଆ  ସିଙ୍ଘାଣି ନାକୀ ।ସେ ବି ଭୁବନକୁ ତା ମନରେ ରଖିଛି ଆଜି ପର୍ଯ୍ୟନ୍ତ କଣ ହବ କେଜାଣି ତା ଭାଗ୍ୟ ତୋ ପରି ଶାଶୁ ଦଶ ଗାଁ ବୁଲି ଆଇଲେ ମିଳିବନି ଲୋ ସଙ୍ଗାତ ।ତୁ ତ ତାକୁ ତୋ ବୋହୁ ନୁହେଁ ଝିଅ ଭାବି ଦେଇଛୁ ।ହେଲେ ଭୁବନ କଣ ତାକୁ ଗ୍ରହଣ କରିବ ଭୁବନର ବାପା ଆଉ ରାଧାର ବାପା ଦେଇ ଥିବା ପ୍ରତିଶ୍ରୁତିକୁ କଣ ସେ ପୂରଣ କରିବ ।କହି କାନ୍ଦି ପକେଇଲେ ରାଧା ବୋଉ।

ସୁକାନ୍ତି ଚୁଲି ଭିତରୁ ପାଉଁଶ ବାହାର କରୁ କରୁ କହିଲେ ତୁ ଆଉ ମନ ଖରାପ କରନା ବିନା କାରଣରେ ସଙ୍ଗାତ ପିଲା ବେଳର ବାପା ମାଆଙ୍କର ଦେଇଥିବା ପ୍ରତଶ୍ରୁତିକୁ ଏଯୁଗର ପିଲା କଣ ମାନୁଚନ୍ତି ହେଲେ ମୋର ମୋ ପିଲା ଉପରେ ବିଶ୍ୱାସ ଅଛି ସେ ମୋ ତୁଣ୍ଡ ରଖିବ ଗାଁ ଆଗରେ ।ହଉ ଦେଖାଯାଉ ,ଏତେ ଦିନ ହେବ ତ ଗୋଟେ ଚିଠି କି ଟେଲିଗ୍ରାମ କି ଗାଁ ସାହୁକର ଦୋକାନରେ ଫୋନ ଟିକେ କଲାନି ମତେ କାହିଁକି ଲାଗୁନି ସେ ଆସିବ ବୋଲି । ବିଶ୍ୱାସ ମୂଳରେ ଭଗବାନ ବିଶ୍ଵାସ ଅଛି ତ ସବୁ ଅଛି ନ ହେଲେ କିଛି ନାହିଁ ।ହଉ ହଉ ମୁଁ ଯାଉଛି ତେଣେ ବହୁତ କମ ପଡିଛି ରାଧାଟା ମୋର ଏକୁଟିଆ କଣ କରୁଥିବ କେଜାଣି କହି ଚାଲିଗଲା।

ସୁକାନ୍ତି ପାଉଁଶ ନେଇ ଅଇଁଠା ବାସନ ଦିଟା ମାଜୁ ମାଜୁ ନିଜ ମନକୁ ପଚାରିଲେ ,ବାର ବର୍ଷ ପରେ ପୁଅ କଣ ତାଙ୍କ ଦେଇ ଥିବା ପ୍ରତିଶ୍ରୁତି ମନେ ରଖିଥିବ।ଯଦି ନ ରଖିଥିବ ସେ କଣ କରିବେ ଆଉ ରାଧା ମନ ରେ ଥିବା ଆଶାକୁ ସେ କିପରି ସାମ୍ନା କରିବେ ଆମେ ପିଲାମାନଙ୍କ ଭବିଷ୍ୟତ ପାଇଁ ସାଥି ବାଛିବା ତାଙ୍କ ଶୈଶଵ ବେଳରୁ ଯାହା ତାଙ୍କ ମନରୁ ଧୀରେ ଧୀରେ ପୋଛି ହେଇଯାଏ ବଡ଼ ହେଉ ହେଉ ଦୁନିଆ ଜଞ୍ଜାଳର ପାଦ ଦେଉ କିମ୍ବା ନିଜ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉ ହେଉ ଯଦି ଆଉ କେହି ମିଳିଯାନ୍ତି ତା" ହେଲେ ଏ ପ୍ରତିଶ୍ରୁତିର ମାନେ ଆଉ କଣ ହେଇପାରେ।ଭୁବନର ହସ ହସ ମୁହଁ ଆଉ ରାଧା ଦୁଃଖୀ ମୁହଁ ଯଦି ସେ ପ୍ରତିଶ୍ରୁତିଟି ଭାଙ୍ଗିଯାଏ ମନେ ମନେ ଭାବି ହେ ଭଗବାନ ଏବେ ତୁ ଭରସା ,ଆମେ ନିଜେ ନିଜେ ହାତରେ ନିଜେକୁଢ଼ାଡି ଧରି ହାଣିବା ପରେ ଶେଷକୁ ଭଗବାନଙ୍କର ଶରଣ ଯିବା।



Rate this content
Log in

Similar oriya story from Tragedy