ତୁ ମୋ ଜୀବନସାଥି
ତୁ ମୋ ଜୀବନସାଥି
ସୁଗନ୍ଧା ର କାଫେ କଫି ରେ ଦେଖା ହୁଏ ଏକ ସୋମ୍ୟ ସୁଦର୍ଶନ ଏକ ଦମ gentle man ମଳୟ ସହ ।ମଳୟ ଦେଖିବାକୁଯେମିତି ସୁନ୍ଦର ହାବ ଭାବ ରେ ସେମିତି ଭଲ ।ସୁଗନ୍ଧା ଗୋଟେ ନଜର ରେ ତାକୁ ନିଜ ମନ ର ମଣିଷ ମାନି ନିଏ ।କିଛି ତା ବିଷୟ ରେ ନଜାଣି ସେ କେମିତି କେଜାଣି ତା ରୂପ ରଙ୍ଗ ରେ ମଳୟ ପ୍ରତି ଆକୃଷ୍ଟ ହେଇ ଯାଏ ।ହେଲେ ମଳୟ ତାକୁ ନ ଦେଖିଲା ପରି ରହି ଯାଏ ।ଦୁହେଁ ଦୁହିଁ କୁ ଗୋଟେ ସାଙ୍ଗ ର ବାହା ଘର ରେ ଭେଟି ଥିଲେ ।ଦୀର୍ଘ ବର୍ଷକ ପରେ ହଠାତ କାଫେ କଫି ରେ ଭେଟା ଭେଟି । ସୁଗନ୍ଧା ସାଙ୍ଗ ମାନଙ୍କ ସହ ସେ ଦିନ ଯାଇଥିଲା କଫି ପିଇବାକୁ ।
.....ସେ କେବେ ବି ଭାବି ନଥିଲା ମଳୟ ସହିତ ତାର ଏମିତି ଦେଖା ହବ ବୋଲି।ଯେଉଁ ମଳୟ କୁ ସେ ତାର ମନ ମନ୍ଦିର ରେ ବସେଇ ଥିଲା ।ଆଜି ସେ କାହିଁକି??? ତା କୁ ଦୃଷ୍ଟି ଦେଉନଥିଲେ!!!କଫି ପିଉ ପିଉ ଭାବିଲା ମଳୟ କୁ ପଛ ପଟୁ ଧରି ନେବ ଆଉ ତାଙ୍କ ଗାଲ ରେ ଏକ ଶକ୍ତ ଚାପୁଡ଼ା ବସାଇବ ଆଉ ପଚାରିବ ତାକୁ ଏକୁଟିଆ ଛାଡିକି କୁଆଡେ ନ କହି ଚାଲି ଯାଇଥିଲେ କାହିଁକି??ହେଲେ ପ୍ରେମ ରେ ତ ରାଗ ଅନୁରାଗ ଥାଏ ତା"ପରେ ମଳୟ ଙ୍କୁ କ୍ଷମା ମାଗିବେ ଆଉ ଜୋରେ ଜାବୁଡ଼ିଧରି ତାଙ୍କ ଗାଲ ରେ ଏକ ପ୍ରୀତି ରେ ଚୁମ୍ବନ ଅଙ୍କିଦେବ ।ସୁଗନ୍ଧା ମନ ପବନ ରେ ଡେଣାଟେ ଲଗେଇ ଉଡ଼ି ଯିବାକୁ ଚାହୁଁ ଥିଲା ମଳୟ ସହ ହେଲେ କଣ ପାଇଁ ମଳୟ ତା ସହିତ ଆଉ ଦେଖାହେଇ ନ ଥିଲା ସେଦିନ।ନ ଦେଖିଲେ ନାହିଁ କିନ୍ତୁ ସୁଗନ୍ଧା ଧରେ ଧୀର ଆଗକୁ ବଢିଲା ମଳୟ ପାଖ କୁ ଯାଇ!!ଓଃ hello କଣ ବାବୁ ଭୁଲି ଗଲ କି ମତେ !!!
"ଆରେ ସୁଗନ୍ଧା ମୋର ନଜର ନ ଥିଲା ବୁଝିଲ ତମେ ଜମା ବଦଳିନ ହେଲେ ମଳୟ ତମେ ବଦଳି ଗଲାଣି ଏତେ ଦିନ କୁଆଡେ ଯାଇଥିଲା ।ମୁଁ ତୁମକୁ ବହୁତ ଅପେକ୍ଷା କରିଥିଲି ଆଜି ତମେ ମିଳିଚ କହି ମଳୟ ଉପରେ ଲୋଟି ଗଲେ ସୁଗନ୍ଧା ମାଡମ ଆଉ ମଳୟ ନିଜ କୁ କାବୁ ନ କରିପାରି ଜୋର ରେ ଜାବୁଡି ଧରିଥିଲା ସେ ଦିନ ସୁଗନ୍ଧା କୁ ଆଉ କହି ଥିଲା ମୁଁ ଦୁଃଖିତ ସୁଗନ୍ଧା ମତେ କ୍ଷମା କରିବ ।ମୁଁ ତୁମ କୁ ନ ଜଣାଇ ସେ ଦିନ ଚାଲି ଯାଇଥିଲି ।ସୁଗନ୍ଧା ନିଜ କୁ ସମ୍ଭାଳୁ ସମ୍ଭାଳୁ କହିଲେ କଣ ପାଇଁ ମଳୟ ତମେ କଣ ଜାଣିନ ମୁଁ ତୁମ ଛାଡ ଆଉ କାହାକୁ ଚାହେଁ ନି !!!ତୁମ କୁ ନେଇ ମୋର ଜୀବନ ତୁମ ବିନା ମୁଁ ବଞ୍ଚିବା ଛାଡ଼ିଦେଇଥିଲି କାହିଁକି ??କେଜାଣି ମୋ ମନ ତୁମ କୁ ହିଁ ଝୁରେ ତୁମ କୁ ହିଁ ଖୋଜେ ମନ ର ଡେଣା ମେଲି ତୁମ ସହିତ ଉଡିବାକୁ ଚାହିଁ ମୁଁ ଆଜିବି ତୁମ କୁ ମୋ ମନ ମନ୍ଦିର ରେ ଦେବତା ବୋଲି ଭାବିଛି ହେଲେ ତୁମେ ସବୁ ଜାଣିବି ଅଜଣା ମତେ ଦେଖି ମଧ୍ୟ ମୋ ସହିତ କଥା ହେବା ପାଇଁ ତମର ଏତେ ସଂକୋଚ କାହିଁକି??କୁହ ମଳୟ କୁହ ତୁମେ ପଚାରିବା ମୋର ଅଧିକାର ଅଛି ଆଉ ତୁମେ କହିବ ତାର କାରଣ ତୁମ ଇତ୍ତର ର ଅପେକ୍ଷା ରେ ଦୀର୍ଘ ତିନିବର୍ଷ ମୋ ଜୀବନ କୁ ମୁଁ ସେଠି ସ୍ଥିର ହୋଇ ରହିଯାଇଛି ନା ମୁଁ ଆଗକୁ ବଢିପାରୁଛି ନା ପଛକୁ ଫେରିପାରୁଛି।
ମଳୟ ସୁଗନ୍ଧା ର ହାତ କୁ ଜୋର ରେ ଜାବୁଡି ଧରି ମତେ କ୍ଷମା କରିଦେବ ଦୟା କରି ମୁଁ ତୁମ କୁ ବହୁତ ଭଲ ପାଏ ହେଲେ କାଳେ ତମେ ମତେ ଭୁଲି ଯାଇଥିବ ସେଥିପାଇଁ ତୁମକୁ ଡିଷ୍ଟର୍ବ ମୁଁ କରିବାକୁ ଚାହିଁନି ବୋଲି ମୁଁ ତୁମ କୁ କିଛି କହି ନ ଥିଲେ ।ଗୋଟେ କର୍ଣ୍ଣର ଟେବୁଲ ରେ ଦୁହେଁ ଦୁହିଁ କର ବାହୁ ବନ୍ଧନ ରେ ଆବଦ୍ଧ ଥିଲେ ନା ଦୁନିଆଁ ର ଚିନ୍ତା ନା ଲୋକ ହସା ର ଚିନ୍ତା ।ମନ ରେ ପ୍ରେମ ର ଫୁଲ ଫୁଟି ସାରିଥିଲା ପ୍ରା ୟ ବର୍ଷ କ ରେ ପୁରୁଣା ପ୍ରେମ ତାଙ୍କର ଜାଗ୍ରତ ହୋଇ ଉଠିଥିଲା । ମଳୟ ସୁଗନ୍ଧା କୁ ସୁଗନ୍ଧା ମଳୟ କୁ ଚାହିଁ ରହି ଥିଲେ, ସବୁ ସମୟ ଯେମିତି ସ୍ଥିର ହେଇ ଯାଇଥିଲା ତାଙ୍କ ପାଇଁ।
ମଳୟ ତମେ କୁଆଡେ ଯାଇଥିଲ ସତ କହିବ ।ମୁଁ ଭାରତୀୟ ନୈସେନା ରେ ସର୍ଭିସ ପାଇ ସରିଛି ସୁଗନ୍ଧା ,ବହୁତ ଶୀଘ୍ର ସେଦିନ ଯିବାକୁ ପଡିଥିଲା ମତେ ।ତମ କୁ ଆଉ ଜଣେଇ ପାରିଲିନି
ସେଠି ଟ୍ରେନିଂ ଶେଷ କରି ଏବେ ଫେରୁଛି ।ସାଗର ର ଵିସ୍ତୃଣ୍ଣ ଜଳରାଶି ରେ ତମ ମୁହଁ ଖୋଜିଛି ବହୁତ ଥର ,, ହେଲେ ପାଇନି ମୁଁ ନୀଳ ଆକାଶ ଆଉ ନୀଳ ସାଗର ର କୂଳେ କୂଳେ ତୁମ ସ୍ପର୍ଶ କୁ ଅନୁଭବ କରିଛି ହେଲେ ତୁମ କୁ ନ ପାଇ ମୁଁ ଦୁଃଖରେ ଭାବିନେଲି ତୁମ ମତେ ଅପେକ୍ଷା ନ କରି ଆଉ କାହା ହାତ ଧରି ନେଲ ବୋଲି
ଚିଠି ଲେଖିଲା ବେଳେ ମୁଁ ଭାବି ଅଧିକା ଆଉ ଲେଖେ କମ ମତେ ଦୟା କରି କ୍ଷମା କରିଦିଅ ।ଚିଠି ଲେଖିଲି ହେଲେ ତାକୁ କାଗଜ଼ ଡ଼ଙ୍ଗା କରି ଭସେଇ ଦେଇ ଥିଲି କାରଣ ମୁଁ ଜାଣିଥିଲି ତୁମେ ସେ ଦିନ ମୋ ବାହୁ ବନ୍ଧନ ରେ ଶ୍ୱେତା କୁ ଦେଖି ରାଗି ଯାଇଥିଲ ।
ଶ୍ୱେତାମତେ ଭାଇ କରିଥିଲା ତାର ।କାଳେ ତମେ ରାଗି ଥିବ ଭାବି ମୁଁ ଚାଲିଗଲି ।
ନା ମଳୟ ମୋ ପ୍ରେମ ଏତେ ଦୁର୍ବଳ ନୁହେଁ, ଯେ ତୁମ ଉପରେ ମୁଁ ସନ୍ଦେହ କରିବି ।ତୁମେ ମୋ ଜୀବନ ସାଥି ଥିଲ ଆଉ ମଲା ଯାଏ ରହିଥିବ ।ଆହୁରି ନିବିଡ଼ ଆଲିଙ୍ଗନ ରେ ଦୁହେଁ ବାନ୍ଧି ହୋଇଗଲେ ।ଆଉ କେତେ ଦିନ ଏମିତି ଆମେ ଦୁଇ ଜଣ ରହିଥିବା ।ତମେ ମତେ ତୁମ ଜୀବନ ସାଥି କରି ନିଅ ମଳୟ ।ହଁ ,ଆମେ ଜନ୍ମ ଜନ୍ମ ର ସାଥି ଖାଲି ମଂଗଳ ସୂତ୍ର ଆଉ ସିନ୍ଦୁର ।ଟିକେ ପିନ୍ଧେଇ ଦିଅ ମଳୟ ମତେ ।ମୁଁ ତୁମର କେବଳ ତୁମର ହେଇକି ରହିବାକୁ ଚାହିଁ।ସୁଗନ୍ଧା ର ନିଦ ଟି ହଠାତ ଭାଙ୍ଗି ଗଲା ଘଣ୍ଟାକୁ ଦେଖିଲା ସେ ସାଢ଼େ ପାଞ୍ଚଟା ।ପାହାନ୍ତିଆ ସ୍ବପ୍ନ ବେଳେ ବେଳେ ସତ ହେଇଯାଏ ସେ ଜାଣିଚି।ସେ ମଳୟ କୁ ବାହା ହବା କୁ ଚାହିଁ ସେ ତାର ସତେ ରେ ସେ ,ସ୍ବପ୍ନ କଣ ପୁରଣ ହବ।
ସେ ଅପେକ୍ଷା ଆଜିବି କରିଛି ଦୀର୍ଘ 4 ବର୍ଷ ପରେ ଫୋନ ଟେ ବାଜିଲା କିଏ କହୁଚ ମଳୟ ।ହଁ ମୁଁ ସୁଗନ୍ଧା ତୁମ ସୁଗନ୍ଧା ।କ'ଣ ପହଁନ୍ତି ସ୍ବପ୍ନ ସତ ହବ ସେ ସାଜିବ ମଳୟ ର ଜୀବନ ସାଥି
ଆଜି ପ୍ରାୟ ଚାରି ବର୍ଷ ପରେ ତାର ସ୍ବପ୍ନ ସତ ହୋଇଛି ସେ ସାଜିଛି ଜୀବନ ସାଥି ତା ପ୍ରେମିକ ମଳୟ ର ଦୁହେଁ ଏବେ ଦୁହିଁଙ୍କ ର ମନ ପବନ ଡେଣା ଆଜି ଉଡ଼ିବୁଲେବା କୁ, ସେ ପ୍ରେମ ରାଇଜ ର ମାଟି ରେ ପ୍ରେମ ର ବର୍ଷ ରେ ଭିଜି ଭଜି ଓଦା ହୁଅନ୍ତି ଦୁଇ ପ୍ରେମି ଆଜି ଜୀବନ ସାଥି ଆଜି ଦୁଇ ଜଣ ଙ୍କର।ପ୍ରତୀକ୍ଷା ର ଅନ୍ତ ଘଟେ ପହଁନ୍ତି ସ୍ବପ୍ନ ଟି ସତ ହୁଏ।ଦୁଇ ଜଣ ଗାଇ ଉଠାନ୍ତି
ପ୍ରେମ ର ନାହିଁ ଅନ୍ତ ନାହିଁ ଆରମ୍ଭ
ପ୍ରେମ ହେଲା ଅନୁରାଗ ମନ ର
ଅନୁଭୂତି ଜୀବନର ପ୍ରେମ ର ଦେବତା
ପାଖେ ଶରଧା ର ପୁଷ୍ପାଞ୍ଜଳି ତ
କେତେବେଳେ ପ୍ରେମିକ ପାଖରେ
ପ୍ରେମିକାର ର ଅଳି ଆଉ କେତେ ବେଳେ
ହୁ ଏ ସୈନିକ ପାଖ ରେ ଦେଶ ପାଇଁ ଆତ୍ମବଳୀ
ନାରୀ ପାଖେ ରେ ହୁଏ ସେନେହ ମମତା ର ମାଳି
ସେ ମାଳି ପିନ୍ଧି ଏ ପୃଥିବୀ ହୋଇଯାଏ ସ୍ବର୍ଗୀୟ ସ୍ଥଳୀ

