Chinmaya Jena

Romance

4.6  

Chinmaya Jena

Romance

ତୁ ମୋ ଭ୍ୟାଲେଣ୍ଟାଇନ

ତୁ ମୋ ଭ୍ୟାଲେଣ୍ଟାଇନ

3 mins
291


ଅଭିଜିତ ଏକ ପ୍ରଖ୍ୟାତ ଚିତ୍ରକାର। ଛୁଆଟି ଦିନରୁ ଚିତ୍ର ଆଙ୍କିବାର ସଉକ ଓ ଚିତ୍ର ପ୍ରତି ତାର ଅହେତୁକ ଭଲ ପାଇବା ଦେଖି ତାର ପାଠ ପଢ଼ା ସଙ୍ଗେ ସଙ୍ଗେ ତାକୁ ଚିତ୍ର ଶିକ୍ଷା ବି ଦିଆଯାଇଥିଲା। ଆଉ ସେବେଠୁ ଅଭିଜିତ ଆଉ ରଙ୍ଗ ତୂଳୀ ଯେମିତି ହେଇଯାଇଥିଲେ ପରସ୍ପରର ପ୍ରେମିକ। ସ୍କୁଲ କଲେଜ ହେଉ କି ରାଜ୍ୟସ୍ତରୀୟ ବା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରେମକୁ ଆଙ୍କି ରଙ୍ଗରେ ତାକୁ ଜୀବନ୍ୟାସ ଦେଇ କିଣି ନେଉଥିଲା ଦର୍ଶକଙ୍କ ମନ। ଯିଏ ବି ସେ ବଡ଼ ଦେଇ ଯାଉଥିବ ଘଡ଼ିଏ ଠିଆ ହୋଇ ନିଶ୍ଚୟ ଅଭିଜିତର ଚିତ୍ରକୁ ଦେଖିବ। ଏହାରି ଭିତରେ ସେ ନିଜର କଲେଜ ଶିକ୍ଷା ବି ଶେଷ କରି ସାରିଥିଲା। ଖୁବ କାମ ବୟସରେ ସେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ନିଜ ଚିତ୍ରର ଜାଦୁଗରି ପାଇଁ। ଅଭିଜିତର ଜୀବନ କହିଲେ ସେ ଓ ତାର ସେହି canvas। ତାର ସକାଳର ଆରମ୍ଭ ଓ ରାତିର ଶେଷ ସେହି ଚିତ୍ରକଳା ଗ୍ରହଣରେ। ପେଶାରେ ଅଭିଜିତ ଉଦ୍ୟାନ କୃଷି ସ୍ନାତକ ଡିଗ୍ରୀ ହାସଲ କରିଛି କିନ୍ତୁ ତା ନିଶା ଚିତ୍ର ଆଙ୍କିବା ଆଉ ସେ ସେଇ ନିଶାର ସୌଦାଗର। ଚିତ୍ରର ପ୍ରଚାର ପ୍ରସାର ପାଇଁ ସେ ଏକ ଅନୁଷ୍ଠାନ ଖୋଲିଛି ଆଉ ସେଠି ସେ ତାଲିମ୍ ଦେଉଛି। ସେଦିନ ଥାଏ ପ୍ରେମର ଦିବସ valentine day ଏହି ଅବସରେ ପ୍ରେମକୁ ନେଇ ଏକ ଚିତ୍ରକଳା ପ୍ରତିଯୋଗିତା କରାଯାଇଥିଲା ଓ ସେଥିରେ ଅଭିଜିତକୁ ଶ୍ରେଷ୍ଠ ଚିତ୍ରକଳା ବାଛିବା ପାଇଁ ବିଚାରକ ହିସାବରେ ନିମନ୍ତ୍ରଣ କରାଯାଇଥିଲା। ଏହାରି ମଧ୍ୟରେ ସବୁ ପ୍ରତିଯୋଗୀ ଓ ଆୟୋଜକଙ୍କ ଅନୁରୋଧକ୍ରମେ ଅଭିଜିତକୁ ଏକ ଚିତ୍ର ଆଙ୍କିବାକୁ କୁହାଗଲା। ସେ ହାତରେ ରଙ୍ଗତୁଳୀ ଧରି canvas ଉପରେ ଆଙ୍କିବା ସମୟରେ ତାର ନଜର ପଡ଼ିଲା ଅନତି ଦୂରରେ ହାତରେ ଫୋନ ଧରି ଛିଡ଼ା ହୋଇଥିବା ଏକ ସୁନ୍ଦର ତରୁଣୀ ଉପରେ। ସେ ସେମିତି ଚାହିଁ ରହିଥିଲା ସେହି ଝିଅକୁ ଯେମିତି କେଉଁ ଭୋକିଲା ଲୋକକୁ ଆହାର ମିଳିଯାଇଛି। ଏହାରି ଭିତରେ ସେ ତା ନିଜ ଅଜାଣତରେ ଆଙ୍କି ଦେଇଥିଲା ସେଇ ଝିଅର ଛବିକୁ ଯିଏ ଥିଲା ତା ପାଇଁ ସମ୍ପୂର୍ଣ ଅଜଣା। ତାର ଛବି ଦେଖି ସେଠାରେ ଉପସ୍ଥିତ ସମସ୍ତେ କରତାଳିରେ ଅଭିଜିତର ଚିତ୍ରକୁ ଭୁରୀ ଭୁରୀ ପ୍ରଶଂସା କଲେ ଓ ସେମାନଙ୍କ କରତାଳିରେ ସେ ପ୍ରକୃତିସ୍ଥ ହେଲା ଓ ସେ ନିଜର ଛବିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ପୁଣି ଯେତେବେଳେ ସେ ଆଖି ବୁଲେଇନେଇ ସେହି ଝିଅକୁ ଦେଖିବାକୁ ଚାହେଁ ତ ସେ ସେଠିଆଉ ନଥିଲା। ଘରକୁ ଆସି ନିଜ ରୁମକୁ ଯାଇ ସେ ଝିଅର ଚିତ୍ର ଆଙ୍କିବାକୁ ଲାଗିଲା କିନ୍ତୁ କେଉଁଠି ନା କେଉଁଠି କିଛି ଉଣା ରହିଥିଲା ସେ କାଗଜ ଉପରେ କାଗଜ ଫାଡ଼ି ଚାଲିଥିଲା କିନ୍ତୁ ସଫଳ ହେଇପରିଲାନି। ସେ ଯେଉଁଠି କି ଯାଉଥିଲା ସେଠି ସେ ସେହି ଗୋଟିଏ ମୁହଁକୁ ଖୋଜି ଚାଲିଥିଲା କିନ୍ତୁ ପାଉନ ଥିଲା। ଏହାରି ଭିତରେ ଏକ ବର୍ଷ ବିତି ସାରିଥାଏ ଓ ପୁନଶ୍ଚ ତାକୁ ସେହି ପ୍ରତିଯୋଗିତାକୁ ବିଚାରକ ହିସାବରେ ଆମନ୍ତ୍ରଣ କରାଯାଇଥାଏ। ବିଧାତାର ଚମତ୍କାର ସେଠି ଆଉ ଥରେ ତାର ଦେଖା ହୁଏ ସେହି ଝିଅ ସହ। ଏଥର କିନ୍ତୁ ଅଭିଜିତ ନା ଚିତ୍ର ଅଙ୍କିଲା ନା ଡେରି କଲା ସିଧାଯାଇ ପହଂଚିଲା ସେ ଝିଅ ପାଖରେ ଆଉ ଯାଇ ନିଜର ପରିଚୟ ଦେଲା। ପ୍ରଥମେ ସେ ଝିଅ କିଛି ସମୟ ଚୁପ୍ ରହିଲା ଅଭିଜିତ ଆଉ ଥରେ ପଚାରିବାରୁ ସେ ନିଜର ପରିଚୟ ଦେଲା ଯେ ତା ନାଁ ପୂଜା ସେ ଏକ ଅନାଥ ଆଶ୍ରମରେ ରୁହେ, ଜନ୍ମରୁ ମାବାପା ଛେଉଣ୍ଡ ଆଉ ସେ ଏକ ଅନାଥ ଆଶ୍ରମରେ ବଢ଼ିଛି। ସେଠି ରହି ସେ କଲେଜରେ ପାଠ ପଢ଼ା ଶେଷ କରି ସେହି ଅନାଥ ଆଶ୍ରମରେ ପିଲାଙ୍କର ସେବା କରୁଛି। କିନ୍ତୁ ଛୁଆଟି ବେଳୁ ତାର ଚିତ୍ର କଳା ପ୍ରତି ଅହେତୁକ ଦୁର୍ବଳତା କିନ୍ତୁ କେବେ ତାକୁ ଶିଖିବାକୁ ସୁଯୋଗ ମିଳିନି ଆଉ ଯେଉଁଠି ବି କିଛି ଚିତ୍ର କଳା ପ୍ରତିଯୋଗୀ ହୁଏ ସେଠିକି ସେ ଦେଖିବା ପାଇଁ ଧାଇଅସେ ଆଉ ଆଜି ବେ ସେ ଏଠି ଚିତ୍ର କଳା ଦେଖିବାକୁ ଆସିଥିଲା। ଏହା ଶୁଣି ଅଭିଜିତ ମନରେ ଏକ ଉଦାର ଭାବ ଜାଗ୍ରତ ହେଲା ଓ ସେ ତାକୁ ଚିତ୍ର ଆଙ୍କିବା ସିଖେଇବ ବୋଲି କଥା ଦେଲା ଓ ତାକୁ ପ୍ରଦର୍ଶିତ ଚିତ୍ର ସବୁ ବୁଲେଇ ଦେଖେଇଲା। ତା ପର ଦିନ ଅଭିଜିତ ସକାଳୁ ବାହାରିଗଲା ପୂଜା ରହୁଥିବା ଅନାଥ ଆଶ୍ରମକୁ ଆଉ ସେଠି ଆଶ୍ରମର ମୁଖ୍ୟଙ୍କ ସହ କଥା ହୋଇ ପ୍ରତିଦିନ ଆଶ୍ରମକୁ ଆସି ପିଲା ମାନଙ୍କୁ ଚିତ୍ରକଳା ଶିଖେଇବ ବୋଲି କହିଲା। ଏହା ପରେ ପ୍ରତିଦିନ ଅଭିଜିତ ସେଠାକୁ ଯାଏ ଓ ଚିତ୍ରକଳା ସିଖାଏ ଏହାରି ଭିତରେ ଧୀରେ ଧୀରେ ସେ ପୂଜାକୁ ନିଜ ମନର canvas ରେ ଆଙ୍କିସାରିଥିଲା। ଆଉ ଠିକ ତା ଭଳି ପୂଜା ବି। ଏମିତି ଏକ ବର୍ଷ ବିତିଗଲା ପରେ ଅଭିଜିତ ନିଜ ମନର କଥାକୁ ପୂଜା ଆଗରେ ପ୍ରକାଶ କଲା ଆଉ ପୂଜା ଲାଜେଇ ଯାଇ ସହମତି ଜଣାଇଲା। ପୂଜାଠାରୁ ସହମତି ପାଇସାରିବା ପରେ ଅଭିଜିତ ଘରେ ନିଜ ପ୍ରେମ କାହାଣୀ ପ୍ରକାଶ କଲା ନିଜ ପରିବାର ଲୋକଙ୍କ ସମ୍ମୁଖରେ। ଆଉ ଘର ଲୋକ ହସି ହସି ସହମତି ଜଣାଇ valentine day re ଦୁହିଁଙ୍କର ବିବାହ କରି ଦେଲେ।


Rate this content
Log in

Similar oriya story from Romance