ଅକୁହା ପ୍ରେମ
ଅକୁହା ପ୍ରେମ
ଆଲୋକ ଓ ଅର୍ପିତା ଛୁଆ ବେଳର ଦୁଇ ସାଙ୍ଗ। ଗୋଟେ ଛୋଟ ଗାଁର ମୁକ୍ତ ଆକାଶ ତଳେ ଖେଳି ବୁଲୁଥିବା ଦୁଇ ସ୍ଵାଧୀନ ବିହଙ୍ଗ। ଛୁଆ ବେଳେ ଏକା ସହ ସାଙ୍ଗ ହୋଇ ଖେଳିବା ବାଲିଘର ଗଢ଼ିବା ବୁଲିବାଠୁ ଆରମ୍ଭ କରି ଏକା ସହ ପାଠ ପଢ଼ି ବଢ଼ି ଥିଲେ। ଦୁହେଁ ଯେମିତି ଜଣକ ପାଇଁ ଆଉ ଜଣେ ଅସମ୍ପୂର୍ଣ୍ଣ। ଘଡ଼ିଏ ନ ଦେଖିଲେ ଯେମିତି ଦୁହିଁଙ୍କୁ ଗୋଟିଏ ଯୁଗ ଭଳି ଲାଗେ। ଏହାରି ଭିତରେ ଦୁହିଁଙ୍କର ସ୍କୁଲ ପଢ଼ାସାରି ଗାଁ ପାଖ ସହରରେ କଲେଜ ରେ ଯୋଗ ଦେଇଥାନ୍ତି। ଦୁହିଁଙ୍କ ବୟସ ବଢିବା ସହ ବନ୍ଧୁତା ଆହୁରି ଘନିଷ୍ଠ ହୋଇ ଯାଇଥାଏ। ଆଉ କେତେ ବେଳେ ସେହି ବନ୍ଧୁତା ଦୁହିଁଙ୍କ ଭିତରେ ଏକ ଅଜଣା ସମ୍ପର୍କ ଗଢି ଦେଇଥାଏ ସେମାନେ ମଧ୍ୟ ଅଜଣା। ଆଉ ଏହାରି ଭିତରେ କଲେଜ ବାର୍ଷିକ ଉତ୍ସବ ପାଳନ ପାଇଁ କଲେଜ ସଜେଇ ହେଉଥାଏ। ଅଜୟର ସାଙ୍ଗମାନେ କଲେଜରେ ଏକ ନାଟକ ପରିବେଷଣ କରିବାକୁ ଅଜୟକୁ ପ୍ରସ୍ତାବ ଦେଲେ। ଆଉ ବି ସ୍କୁଲରେ ସେ ନାଚ ଗୀତ ଆଉ ଅଭିନୟରେ ଭାଗ ନେଇ ଅନେକ ପୁରସ୍କାର ଜିତିଛି ତେଣୁ ସେ ବି ସାଙ୍ଗେ ସାଙ୍ଗେ ରାଜି ହୋଇଗଲା। ନାଟକର କାହାଣୀ ଲେଖିବା କାମ ଦିଆଗଲା ରାଜୁକୁ ଆଉ ସପ୍ତାହେ ଭିତରେ ନାଟକର କାହାଣୀ ଲେଖା ସରିଗଲା। ଏବେ କାମ ରହିଲା ନାଟକ ପାଇଁ ଅଭିନେତା ବାଛିବା ଆଉ ନାଟକ ପାଇଁ ପ୍ରସ୍ତୁତି ହେବା ବାକି ରହିଲା। ସମସ୍ତଙ୍କର ଇଚ୍ଛା ଅନୁସାରେ ଅଜୟ ନାୟକ ଅଭିନୟ କରିବାକୁ ବଛାଗଲା ଆଉ ତା ସହିତ ଅନ୍ୟ ସମସ୍ତ କଳାକାର ବି ଚୟନ ହେଇଗଲା। ଏବେ ପ୍ରକୁତ ଅସୁବିଧା କିଏ ନାୟିକା ଅଭିନୟ କରିବ। ଆଉ ବହୁତ୍ ଚିନ୍ତା କଲା ପରେ ସମସ୍ତେ ଯାଇ ଅର୍ପିତା ପାଖରେ ପହଞ୍ଚି ତାକୁ ନାୟିକା ହେବା ପାଇଁ ଅନୁରୋଧ କଲେ ଆରମ୍ଭରୁ ସେ ଡର ଲାଗୁଛି ଆସେନାହିଁ କହି ମନା କରୁଥିଲା ପରେ ଯାଇ ଅଜୟ କହିବାରୁ ସେ ରାଜି ହେଲା। ନାଟକର ପ୍ରସ୍ତୁତି କାମ ଆରମ୍ଭ ହୋଇଗଲା ଓ ଦେଖୁ ଦେଖୁ ବାର୍ଷିକ ଉତ୍ସବ ଦିନ ଆସିଗଲା। ଏବେ ପାଳି ପଡ଼ିଲା ନାଟକ ପରିବେଷଣ କରିବା ପାଇଁ। ବହୁତ ସୁନ୍ଦର ଭାବରେ ନାଟକ ଚାଲିଥାଏ ଆଉ ଅଜୟ ଅର୍ପିତା ମଧ୍ୟରେ ଏକ ରୋମାଣ
୍ଟିକ ସିନ ଆସିଲା। ସେଇ ଅଭିନୟରେ ଦୁହେଁ ପୁରା ନିମଗ୍ନ ହୋଇଯାଇଥିଲେ ଓ ବହୁତ୍ ସୁନ୍ଦର ଭାବରେ କରିଥିଲେ। ସେହି ସମୟରେ କେଜାଣି କାହିଁକି ଅଜୟକୁ ଏକ ଅଜଣା ଅନୁଭବ ହୋଇଥିଲା ତାକୁ ଲାଗୁଥିଲା ଏଇଟା ନାଟକ ନୁହେଁ ତା ଜୀବନର ବାସ୍ତବ କ୍ଷେତ୍ରରେ ସେ ଅର୍ପିତା ସହ ଏକ ସୁନ୍ଦର ରାଇଜରେ ଘୁରି ବୁଲିଛି। ଏହାପରେ ଉତ୍ସବ ସାରି ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। ସେଦିନ ରାତିରେ ଅଜୟ ଶୋଇବାକୁ ଯେତେ ଚେଷ୍ଟା କଲେବି ସେ ସେହି ମୁହୂର୍ତ୍ତକୁ ଭୁଲି ପାରୁନଥିଲା ତା ଆଖିଆଗରେ ଖାଲି ଅର୍ପିତା ର ମୁହଁ ଦେଖା ଯାଉଥିଲା। ଏମିତି କିଛି ଦିନ ଗଡି ଚାଲିଲା ଆଉ ଅଜୟର ରାତିର ନିଦ ସେମିତି ଅର୍ପିତାର ମୁହଁ ଚୋରେଇ ନେଇଥିଲା ଆଉ ଏଇ ସବୁରୁ ଅଜୟ ଭଲରେ ଜାଣି ଦେଇଥିଲା ଯେ ଏଇଟା ପ୍ରେମ ଛଡା ଆଉ କିଛି ନୁହେଁ ଆଉ ସେ ମନସ୍ଥ କରିସାରିଥିଲା ଯେ ସେ ତା ମନରେ ଉଙ୍କି ମାରିଥିବା ଅର୍ପିତା ପାଇଁ ତାର ପ୍ରେମକୁ କହିବ ବୋଲି ଚାହୁଁ ଚାହୁଁ କଲେଜ ପରୀକ୍ଷା ଆସିଗଲା ତ୍ ସେ ପଢ଼ାରେ ବ୍ୟସ୍ତ ହୋଇଗଲା। ପରୀକ୍ଷା ସରି ଫଳାଫଳ ବାହାରିଲା। ଉଚ୍ଚ ଶିକ୍ଷା ପାଇଁ ଅଜୟ ଗାଁ ଛାଡି ସୁଦୂର ସହରକୁ ଚାଲିଗଲା ଆଉ ତାର ଅର୍ପିତା ସହ ଦେଖା ବି ହୋଇପରିଲାନି। ସେଠି ତାର ପାଠ ପଢ଼ା ସାରି ଚାକିରୀରେ ଯୋଗ ଦେଇଥାଏ। ପ୍ରଥମ ଚାକିରୀ ତେଣୁ କାମ ଅଧିକକୁ ଛୁଟି କମ୍ ଥିଲା। ରଜରେ ସେ ଗାଁକୁ ଆସିଥାଏ। ଗାଁ ରେ ସମସ୍ତେ ଖୁସି ଯେ ତାଙ୍କ ଗାଁ ପୁଅ ସହରରେ ଚାକିରି କରୁଛି। ଏତେ ଦିନ ପରେ ଗାଁକୁ ଆସିଥାଏ ଅଜୟ ଯେତିକି ଖୁସି ଥାଏ ତା ମନରେ ସେମିତି ଏକ ଅଜଣା ଅନ୍ୱେଷଣ ଚାଲିଥାଏ। ସେ ମନେ ମନେ ଅର୍ପିତାକୁ ବହୁତ୍ ଖୋଜୁଥାଏ ଆଉ ସେ ଜାଣିବାକୁ ପାଇଲା ଯେ ତାର ସହରରେ ରହିବା ସମୟରେ ଅର୍ପିତା ବାହାଘର ଆଉ କୋଉଠି ହୋଇଯାଇଥିଲା। ବାସ୍ ଏଇଟା ଶୁଣି ଅଜୟ ପାଦତଳୁ ଯେମିତି ମାଟି ଖସିଗଲା। ଅଜୟ ଯେତେ ବି ଅଶ୍ରୁର ଧାରା ବୋହି ଚାଲିଥିଲେ ବି ତା ମନର ଦୁଃଖକୁ ସେଇଟା ଧୋଇ ପାରିନଥିଲା। ତା ଜୀବନର ପ୍ରଥମ ଓ ଶେଷ ପ୍ରେମ ଏକ ଅକୁହା ପ୍ରେମ କାହାଣୀ ହୋଇ ରହିଯାଇଥିଲା।