STORYMIRROR

Chinmaya Jena

Romance

3  

Chinmaya Jena

Romance

ଅପେକ୍ଷା ହିଁ ପ୍ରେମ

ଅପେକ୍ଷା ହିଁ ପ୍ରେମ

3 mins
256

କୋଲନୀରେ ହଠାତ୍ ଏକ ଜିନିଷ ବୋଝେଇ ଟ୍ରକ ଆସି ଅଟକିଲା ଆଉ ତା ପଛେ ପଛେ ଏକ କାର ଆସି ରହିଲା। ସେହି କାରରୁ ଜଣେ ବୟସ୍କ ଲୋକ ଓହ୍ଲେଇ ରାକେଶ ପାଖକୁ ଆସି ଏକ ଘରର ଠିକଣା ପଚାରିଲା ଆଉ ରାକେଶ ସଙ୍ଗେ ସଙ୍ଗେ ଅନ୍ୟମନସ୍କ ହୋଇ ଠିକଣା କହିଦେଇ କ୍ରିକେଟ ଖେଳରେ ଲାଗିଗଲା। ସନ୍ଧ୍ୟା ବେଳକୁ ଯେତେବେଳେ ସେ ଘରକୁ ଫେରୁଥିଲା ସେତେବେଳେ ସେ ଦେଖିଲା କି ସେହି ଝିଅଟି ତାଙ୍କ ଘର ପାଖ ଅନ୍ୟ ଏକ କୋଠାରେ ଭଡ଼ାରେ ରହିବାକୁ ଆସିଛନ୍ତି। ଏମିତି କିଛି ଦିନ ଗଡି ଚାଲିଲା ଦିନେ ସନ୍ଧ୍ୟାରେ ଯେତେବଳେ ଘରକୁ ଫେରି ଦେଖିଲା କି ଘରେ କିଛି କୁଣିଆ ଆସିଛନ୍ତି। ରାକେଶକୁ ଦେଖି ତା ବୋଉ ସେମାନଙ୍କ ସହ ତାକୁ ପରିଚିତ କଲା। ଏହାରି ଭିତରେ ରାକେଶର ନଜର ପଡିଲା ସୋଫର ଏକ କଣରେ ବସିଥିବା ସୁନ୍ଦର ତରୁଣୀ ଉପରେ ଆଉ ଯେମିତି ତା ଆଖି ଦୁଇଟି ଏକ ସ୍ବର୍ଗୀୟ ମନୋରମ ଦୃଶ୍ୟ ଦେଖିଛି ସେମିତି ଚାହିଁ ରହିଥିଲା। ବୋଉ ଆସି କହିଲା ଭିତରକୁ ଯାଇ ଧୋଇ ହୋଇ ଆସେ ମୁଁ ଚା ଆଣିଦେଉଛି। ରାକେଶ ନଜର ହଟେଇ ଭିତରକୁ ଚାଲି ଗଲା। ସେଦିନ ରାତିରେ ରାକେଶ ସେହି ଝିଅକୁ ନେଇ ସ୍ୱପ୍ନର ରାଜ୍ୟତୋଳି ସାରିଥିଲା ଆଉ ମନେ ମନେ ପ୍ରଥମ ଦେଖାରେ ଭଲ ପାଇଁ ବସିଥିଲା। ଦିନେ ଏକ ଚିଠି ଆସିଲା ଯେ ରାକେଶର ବିଦେଶରେ ଚାକିରୀ ହେଇଯାଇଛି ତାକୁ ଶୀଘ୍ର ଯାଇ ଚାକିରୀରେ ଯୋଗ ଦେବାକୁ ହେବ। ପରଦିନ ସକାଳୁ ଉଠି ବ୍ୟାଗ୍ ସଜାଡି ଯିବା ପାଇଁ ପ୍ରସ୍ତୁତ ହେଉଛି ଠିକ୍ ସେହି ସମୟରେ ମାମା ଆସିଥିଲା କିଛି କାମରେ। ବାସ୍ କିଛି ମୁହୂର୍ତ୍ତର କଥାବାର୍ତ୍ତାରେ ଲାଗୁଥିଲା ଯେମିତିକି ଦୁହେଁ ଦୁହିଁଙ୍କୁ କେଜାଣି କେଉଁ ପୂର୍ବ ଜନ୍ମ ଜନ୍ମର ସମ୍ପର୍କରେ ବନ୍ଧା। ମନେ ମନେ ରାକେଶ ଭାବୁଥାଏ ମାମାକୁ କହିଦେବକି ପୁଣି ଭାବୁଥାଏ କାଳେ ସେ ଖରାପ ଭାବିବ। ଏମିତି ଭାବୁ ଭାବୁ ରାକେଶର ଯିବାର ସମୟ ଆସିଗଲା ଆଉ ସେ ବସ ଷ୍ଟାଣ୍ଡ ଚାଲିଗଲା। ସ୍ୱଳ୍ପ ସମୟର ସାକ୍ଷାତରେ ଯେମିତି ସେ ପୁରା ଜୀବନର ଆନନ୍ଦ ଓ ସ୍ମୃତିକୁ ସାଉଁଟି ନେଇଥିଲା। ତାପରେ ଯାଇ ସେ କର୍ମକ୍ଷେତ୍ରରେ ଯୋଗ ଦେଲା ଓ କାର୍ଯ୍ୟର ବ୍ୟସ୍ତତା ଭିତରେ ବି ସେ ମାମାକୁ ସବୁବେଳେ ବସି ଭାବୁଥାଏ ରାତିରେ ନିତି ମନର କାଗଜରେ ମନର ମାନସୀକୁ ନିତି ଆଙ୍କୁଥାଏ। ଏପଟେ ମଧ୍ୟ ମାମାର ସେହି ଦଶା ସେ ବି ରାକେଶକୁ ନିଜର ମନ ଦେଇସାରିଥିଲା ସେ ବି ନିତି ନିଜ ମାନମାନସରେ ରାକେଶକୁ ଆଙ୍କୁଥାଏ। ଚାଂହୁ ଚାଂହୁ ଏ ଭିତରେ ୨ ବର୍ଷ ବିଟିଯାଇଥିଲା। ରାକେଶ ଛୁଟି ନେଇ ଗାଁକୁ ଆସିଥାଏ। ଦିନେ ସନ୍ଧ୍ୟାବେଳେ ସେ ସ୍ଥିର କଲା ମାମାକୁ ଦେଖା କରିବ ବୋଲି ଆଉ ସାହସ କରି ତାଙ୍କ ଘରକୁ ଯିବାକୁ ମନସ୍ଥ କଲା। ସମୟ ଯେତିକି ଯେତିକି ପାଖେଇ ଆସୁଥିଲା ରାକେଶର ଛାତିର ସ୍ପନ୍ଦନ ସେତିକି ସେତିକି ବଢିଚାଲିଥାଏ। ସୂର୍ଯ୍ୟ ଅସ୍ତ ହୋଇ ଆସିଲେ ଆଉ ରାକେଶ ମନରେ ସାହସ ଜୁଟେଇ ମାମାର ଘରକୁ ଗଲା। ଘର ସାମ୍ନାରେ ପହଂଚି କୋଲିଂ ବେଲ ମାରିଲା ଆଉ କିଛି ସମୟ ପରେ ମାମା ଆସିକି କବାଟ ଖୋଲିଲା ଓ ରାକେଶକୁ ଭିତରକୁ ଡାକିଲା ଓ ସୋଫାରେ ବସେଇ ଚା ବନେଇବାକୁ ଭିତରକୁ ଚାଲିଗଲା ଏବଂ କିଛି ସମୟ ପରେ ହାତରେ ଚା କପ ଧରିକି ଆସିଲା। ରାକେଶ ହାତକୁ ଚା କପ ଧରେଇଦେଇ ସେ ଗୋଟେ ଚୌକି ନେଇ ବସିଲା। ମାମାର ଘର ଲୋକେ ସେହି ସମୟରେ ବଜାରକୁ ଯାଇଥିଲେ। ଦୁହେଁ ବସିକି ବହୁତ କଥା ହେଲେ ରାକେଶ ନିଜର ଚାକିରୀ କଥା କହିଲା ମାମା ନିଜର ପାଠ ପଢା କଥା କହି ଚାଲିଥାଏ। କଥାବାର୍ତ୍ତା ଭିତରେ ରାକେଶ ସାହସ କରି ନିଜର ମନ କଥା ମାମାକୁ କହିଲା ଆଉ ଏ କଥା ଶୁଣି ମାମା ବହୁତ ଆନନ୍ଦିତ ହୋଇ ସେ ବି ନିଜର ମନର କଥା ପ୍ରକାଶ କରିଦେଲ। ସେହି ସମୟରେ ଦୁଂହିକ ମନରେ ଓ ମୁଖରେ ଆନନ୍ଦ କହିଲେ ନ ସରେ। ଯେତେବେଳ ବହୁ ପ୍ରତୀକ୍ଷିତ ଦୁଇ ମନର ପ୍ରେମୀ ଦୁହେଁ ଦୁହିଁଙ୍କୁ ପାଖରେ ପାଇଁ ଯେତିକି ଉତ୍ଫୁଲିତ ହୋଇ ଉଠିଥିଲେ ଲାଗୁଥିଲା ଯେମିତି ରାଧାକୃଷ୍ଣ ମିଳନ ବୋଲି। ଦୁହେଁ ନିଜ ନିଜର ଫୋନ ନମ୍ବର ନେଇ ରାକେଶ ଯିବାପାଇଁ ବାହାରିଲା। ରାତିରେ ଦୁହେଁ ଫୋନରେ ବହୁତ କଥା ହେଲେ। କିଛି ଦିନ ଗଡି ଚାଲିଲା ରାକେଶ ନିଜ ଘରେ ମାମା କଥା କହିଲା ଓ ଦୁହିଁଙ୍କର ଅପେକ୍ଷାର ପ୍ରେମରେ ସୁଖଦ ଅଧ୍ୟାୟ ଆରମ୍ଭ ହେଲା ଓ ଦୁହିଁଙ୍କର ବାହାଘର ହେଲା। ଏବେ ଦୁହେଁ ହସ ଖୁସିରେ ଜୀବନ ଅତିବାହିତ କରୁଛନ୍ତି।


Rate this content
Log in

Similar oriya story from Romance