Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Chinmaya Jena

Drama Romance

4.4  

Chinmaya Jena

Drama Romance

ପ୍ରେମ ମୋ ଶାଶ୍ୱତ

ପ୍ରେମ ମୋ ଶାଶ୍ୱତ

5 mins
148


କାର୍ତ୍ତିକ ସିଧା ସାଧା ସରଳ କଲେଜ ପଢୁଆ ପିଲାଟେ ସେ ନିଜକୁ ଓ ନିଜ କାମକୁ ଭଲ ପାଉଥିବା ମଣିଷ। ତା ପାଖରେ କେବେ ଅଲଗା କିଛି ଭାବିବାକୁ ସମୟ ହିଁ ନ ଥାଏ ନିଜ ପାଠ ପଢ଼ା ଘର ଓ ସାଙ୍ଗ ସାଥି ଛଡା ଅନ୍ୟ କିଛି ନ ଥାଏ ତାର। ଯଦି ତାକୁ କିଏ ପ୍ରେମ କଥା ପଚାରୁଥିଲା ସେ ହସିଦେଇ କୁହେ ସେ ଏ ପ୍ରେମ ଫ୍ରେମ କିଛି ଜାଣିନି ତାର କାମ ଭଲ ତା ସେ ଭଲ। କିନ୍ତୁ ସେ ବା କଣ ଜାଣିବ ପ୍ରେମର ମାନେ ବିନା ସଂଜ୍ଞାରେ ନିହିତ କେତେବେଳେ କାହାକୁ ହୁଏ ସେ ନିଜେ ବି ଜାଣି ପାରେନି। ଏଇ ପ୍ରେମର ବସନ୍ତ କେବେ ନିଜ ମଳୟ ପବନରେ ଉଡେଇ ନେଇ ବିହଂଗର କିଚିରୀମିଚିରି ଶବ୍ଦ ଭଳି ତା ହୃଦୟର ସ୍ପନ୍ଦନରେ ରୋମାଣ୍ଟିକ ଗୀତ ଗାଇଯାଏ। ସେହିଭଳି କାର୍ତିକର ହୃଦୟର ଘଣ୍ଟାରେ ସ୍ପନ୍ଦନର ଟିକ୍ ଟିକ ଶବ୍ଦ ପ୍ରେମର ଗୀତ ଗାଇଯାଇଥିଲା।ଗାଁରେ ସାଙ୍ଗମାନଙ୍କ ସହିତ ହସି ଖେଳି ନିଜ ପାଠ ପଢା ଓ କାମରେ ମତଲବ ରଖୁଥିବା କାର୍ତ୍ତିକ ଦିନେ ପ୍ରେମର ଡଙ୍ଗାରେ ନାବିକ ସାଜି ସାରିଥିଲା ସେ କଥା ସେ ନିଜେ ବି ଜାଣି ପାରିନଥିଲା। ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ତା ମୋବାଇଲକୁ ଏକ ମିସ୍ କଲ୍ ଆସିଥିଲା ଭାବିଲା କେହି ସମ୍ପର୍କୀୟ ହୋଇଥିବେ ଘରକୁ ଯାଇ କଥା ହେବ। ଖେଳି ସାରି ଘରକୁ ଯାଇ ଫୋନ ରଖିଦେଇ ଯାଇ ହାତ ଗୋଡ଼ ଧୋଇ କଣ ଟିକେ ଖାଇଦେଇ ପଢ଼ିବା ପାଇଁ ବସିଗଲା ଓ ଏହାରି ଭିତରେ କଲ୍ କରିବାକୁ ଭୁଲି ଯାଇଥିଲା।ରାତିରେ ଖାଇ ସାରି ଶୋଇବାକୁ ଯିବା ସମୟରେ ମୋବାଇଲ୍ ଧରି ଫେସବୁକ ଦେଖୁଥିବା ସମୟରେ ଆଉ ଏକ ମିସ୍ କଲ୍ ଆସିଲା। ସେ କଲ କରିବାରୁ ଆରପଟ ଏକ ଝିଅର ସ୍ୱର ଶୁଭିଲା। କିଏ ପଚାରିବାରୁ କିଛି କହିଲାନି ତେଣୁ କାର୍ତ୍ତିକ ଫୋନ କାଟିଦେଲା ଓ ଶୋଇପଡ଼ିଲା। ସକାଳୁ ଉଠି ଦେଖିଲା ଫୋନକୁ ଆଉ ଦୁଇଟି ମିସ୍ କଲ୍ ଆସିଛି ଆଉ ଏକ ମେସେଜ ଆସିଛି ମୁଁ ତୁମକୁ ଖରାବେଳେ କଲ୍ କରିବି ଶୁଭ ରାତ୍ରୀ।କାର୍ତ୍ତିକ ଖରାବେଳେ ଶୋଇକି ଭାବୁଥିଲା ବୋଧେ କୋଉ ସାଙ୍ଗ ହେଇଥିବ ଝିଅ ସ୍ଵରରେ ମଜା କରିବାକୁ କଲ୍ କରୁଛି ହଠାତ୍ ସେଇ ନମ୍ବରରୁ ଫୋନ ଆସିଲା ଆଉ ସେପଟୁ ଶୁଭିଲା sorry ତମକୁ ହଇରାଣ କରୁଥିବାରୁ। ମୋ ନା ରାନୀ ମୁଁ ତୁମ କଲେଜରେ ତୁମ କ୍ଲାସରେ ପଢେ ଏଠି ହଷ୍ଟେଲରେ ରହି ପଢୁଛି ଘର ଭୁବନେଶ୍ୱର। ଆମେ ସାଙ୍ଗ ହେଇ ପାରିବା? କାର୍ତ୍ତିକ କିଛି ସମୟ ନିରବ ରହି ହଁ କହିଲା ଆଉ ଦୁହେଁ ସବୁଦିନ ରାତିରେ ଫୋନରେ କଥା ହୁଅନ୍ତି ମେସେଜ କରନ୍ତି। ଏମିତି ଦିନ ଗଡ଼ି ଚାଲିଲା ଆଉ କାର୍ତ୍ତିକ ମନରେ ରାନୀ ପାଇଁ ପ୍ରେମ ଘଣ୍ଟି ବାଜିସାରିଥିଲା। ଦୁହେଁ ଠିକ୍ କଲେ ଦେଖା ହେବା ପାଇଁ। ଏହାରି ଭିତରେ କଲେଜ ବାର୍ଷିକ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଗଲା ତା ସେମାନେ ସେ ଦିନ ଦେଖା ହେବା ପାଇଁ ନିଷ୍ପତି ନେଲେ। ଶେଷରେ ଦିନ ଆସି ପହଁଚିଲା ଦୁହେଁ ବି ବହୁତ୍ ଉତ୍ସାହିତ ଥାନ୍ତି ପ୍ରଥମ ଥର ପାଇଁ ଦେଖା ହେବ ଦୁହିଁଙ୍କର। କାର୍ତ୍ତିକ ମାନେ ମାନେ ଆଜି ରାନୀ ଆଗରେ ନିଜର ଭାବନା ପ୍ରକାଶ କରିବାକୁ ଭାବି ଭାବି କଲେଜ ଯିବା ଆଗରୁ ଏକ ଫୁଲ ଦୋକାନରୁ ଏକ ଲାଲ୍ ଗୋଲାପ ଫୁଲ କିଣି ଚାଲିଲା। କଲେଜ ଗେଟ୍ ପାଖରେ ପହଞ୍ଚି ରାନୀକୁ ଫୋନ କରି ଡାକିଲା ଆଉ ସେଠି ଗାଡ଼ି ଷ୍ଟାଣ୍ଡ ପାଖେ ଅପେକ୍ଷା କଲା।ଏପଟେ କାର୍ତ୍ତିକ ଛାତିର ସ୍ପନ୍ଦନ ବଢ଼ି ଚାଲିଥାଏ ଆଉ ସେପଟେ ରାନୀ ବି ଫୁଲେଇ ହେଇ ଡେରି କରୁଥଏ ଆସିବାକୁ। ପ୍ରତୀକ୍ଷା ଯେତିକି ବଢୁଥଏ କାର୍ତ୍ତିକ ଛାତିର ସ୍ପନ୍ଦନ ସେତିକି ବଢ଼ିଥାଏ ଆଉ ତା ମନରେ ଗୋଟେ ଭୟ ବି ଆସୁଥାଏ ରାନୀର ପ୍ରତିକ୍ରିୟା କଣ ରହିବ। ଏହାରି ଭିତରେ ସବୁ ଅପେକ୍ଷାର ଅନ୍ତ ହେଲା ଓ ରାନୀ ଆସି ପହଁଚିଲା। ସେଠୁ ଦୁହେଁ ଦୁହିଁଙ୍କୁ ଅଭିବାଦନ ଜଣେଇ ମୁହଁ ତଳକୁ ପୋତି ଠିଆ ହୋଇ ଥାନ୍ତି। କାର୍ତ୍ତିକ ନିଜର ନିରବତା ଭାଙ୍ଗି ରାନୀ ହାତକୁ ଗୋଲାପ ଫୁଲ ବଢେଇ ଦେଇ ତାକୁ ଆଇ ଲଭ ୟୁ ବୋଲି କହିଲା। ରାନୀ ଚୁପ୍ ହୋଇ ଠିଆ ହୋଇ ରହିଥାଏ ଆଉ ଏପଟେ କାର୍ତ୍ତିକର ମନରେ ଡର ଜାଗ୍ରତ ହେଉଥାଏ ତାର ଏ କାମ ପାଇଁ ଦୁହିଁଙ୍କର ବନ୍ଧୁତା ଆଉ ଭାଙ୍ଗି ଯିବନି ତ ଆଉ ରାନୀ ବି ମାନେ ମାନେ ଖୁସି ହେଇଥାଏ କାରଣ ସେ ବି କାର୍ତ୍ତିକକୁ ଭଲ ପାଉଥାଏ।କିଛି ସମୟ ପରେ ରାନୀ ସ୍ମିତ ହାସ୍ୟ ଦେଇ କାର୍ତ୍ତିକ ହାତରୁ ଫୁଲ ନେଇ ଆଇ ଲଭ ୟୁ ବୋଲି କହିଲା। ପରେ ଦୁହେଁ କଲେଜ ଉତ୍ସବ ସରିବା ପରେ ଘରକୁ ଯାଇ ଫୋନରେ କଥା ହେଲେ। ଏମିତି ଦୁହିଁଙ୍କର ପ୍ରେମର ଗାଡି ଆଗକୁ ବଢ଼ୁଥାଏ।କିଛି ଦିନ ପରେ ଦୁହିଁଙ୍କର ପରୀକ୍ଷା ସମୟ ଆସିଗଲା ଆଉ ପରୀକ୍ଷା ସରିବା ପରେ ରାନୀ ଭୁବନେଶ୍ୱର ଚାଲିଗଲା। ସେଠିକି ଯିବା ପରେ ଦୁହେଁ ଆଗ ଭଳି ଆଉ କଥା ହେଇ ପାରିଲେନି। ଏପଟେ କାର୍ତ୍ତିକ ରାନୀ କଥା ଭାବି ଭାବି ଦୁଃଖରେ ଥାଏ ଆଉ ସେପଟେ ରାନୀ ବି। ଏହାରି ଭିତରେ ରାନୀର ଘର ଲୋକ କାର୍ତ୍ତିକ କଥା ଜାଣି ସାରିଥିଲେ ଓ ତା ପାଇ ବାହାଘର ଠିକ୍ କରି ସାରିଥିଲେ ଆଉ ତାର ମୋବୋଇଲ ବି ତାଠୁ ନେଇ ଯାଇଥିଲେ ତାର ବାହାରକୁ ଯିବା ସାଙ୍ଗ ସାଥିମାନଙ୍କ ସହ ଦେଖା କରିବା ବି ବନ୍ଦ କରିଦେଇଥିଲେ।ବହୁତ୍ କଷ୍ଟରେ ରାନୀ କାର୍ତ୍ତିକ ପାଖକୁ ତା ବାହାଘର ଖବର ପଠେଇଲା। ଏହା ଶୁଣି କାର୍ତ୍ତିକ ପୁରା ଆଶ୍ଚର୍ଯ୍ୟ ହୋଇ ଭାଙ୍ଗି ପଡିଲା। ସ୍ଥିରକଲା ସେ ଯାଇ ରାନୀ ଘର ଲୋକଙ୍କୁ ବୁଝାଇବ ଆଉ ଦୁହିଁଙ୍କ ବାହାଘର କଥା କହିବ। ଆଉ ତା ପର ଦିନ ସକାଳୁ ବାହାରିଲା ଭୁବନେଶ୍ୱର। ସେଠି ପହଞ୍ଚି ରାନୀ ଘରକୁ ଗଲା। ବହୁତ୍ ବୁଝାଇବାକୁ ଚେଷ୍ଟା କଲା ଆଉ ରାନୀ ବି ବହୁତ୍ ନେହୁରା ହେଲା ତା ପରିବାର ଲୋକଙ୍କ ଆଗରେ କିନ୍ତୁ କିଛି ଫାଇଦା ହେଲାନି। ସେଠୁ କାର୍ତ୍ତିକ କାନ୍ଦି କାନ୍ଦି ଗାଁ କୁ ଫେରି ଆସିଲା ଆଉ ଦୁଃଖରେ ତା ସମୟ ଯାଉଥାଏ। ସବୁବେଳେ ରାନୀ ରାନୀ ହେଉଥାଏ। ଏମିତି କିଛି ଦିନ ପରେ ଭୁବନେଶ୍ଵରରେ ଗୋଟେ କମ୍ପାନୀରେ ତାର ଚାକିରୀ ପାଇଁ ଚିଠି ଆସିଲା ତା ମନରେ ଏକ ଆଶା ଜାଗି ଉଠିଲା ଯେ ରାନୀ ସହ ଦେଖା ହେବ ବୋଲି ତେଣୁ ସେ ଯାଇକି ଚାକିରୀରେ ଯୋଗ ଦେଲା। ପ୍ରତିଦିନ ସେ ରାନୀକୁ ହିଁ ଖୋଜୁଥାଏ ମାନେ ମାନେ। ଦିନେ ଏକ ସ୍ବେଛାସେବୀ ସଂସ୍ଥାର ଜଣେ ଅଧିକାରୀ ଆସିଥାନ୍ତି କାର୍ତ୍ତିକର ଅଫିସକୁ donation ପାଇଁ। ହଠାତ୍ କାର୍ତ୍ତିକର ନଜର ପଡିଲା ଜଣେ ମହିଳାଙ୍କ ଉପରେ ଆଉ ତାଙ୍କୁ ଦେଖି ସେ ଚମକି ଗଲା କାରଣ ସେ ମହିଳା ଜଣକ ଆଉ କେହି ନିଜେ ବରଂ ତା ରାନୀ। ଦୁହେଁ ଅଫିସ କ୍ୟାଣ୍ଟିନରେ ଯାଇକି ବସିକି କଥା ହେଲେ। ଦୁହେଁ ଦୁହିଁଙ୍କର ହାଲଚାଲ ବୁଝିଲେ।କାର୍ତ୍ତିକ ରାନୀକୁ ତା ସ୍ଵାମୀଙ୍କ ବିଷୟରେ ପଚାରିଲା। ରାନୀ କିଛି ସମୟ ନିରବ ରହି କହିଲା ସେ ବିବାହ କରିନି। କାର୍ତ୍ତିକ ସେ ଦିନ ତା ଘରୁ ଚାଲିଗଲା ପରେ ସେ ଘର ଛାଡ଼ି ଚାଲିଗଲା ଓ ଏକ ସ୍ବେଛାସେବୀ ସଂସ୍ଥାରେ ଯୋଗ ଦେଲା ତାରା ପରିବାର ସହ କିଛି ସମ୍ପର୍କ ନାହିଁ ଏବଂ ଆଉ କାହାକୁ ବାହା ହେବ ପାଇଁ ଚିନ୍ତା ବି କରିନି, ରାନୀ ଚାଲିଗଲା ନିଜ କାମରେ ଓ କାର୍ତ୍ତିକ ବି। ଦିନେ କାର୍ତ୍ତିକ ନିଜ ପରିବାର ଲୋକଙ୍କୁ ନେଇ ରାନୀର ଘରେ ପହଞ୍ଚିଲା ଓ ବିବାହର ପ୍ରସ୍ତାବ ଦେଲା। ଏ କଥା ଶୁଣି ରାନୀର ଘର ଲୋକ କାନ୍ଦି କାନ୍ଦି ସବୁ କଥା କହିଲେ କେମିତି ରାନୀ ସେ ଦିନ କାର୍ତ୍ତିକ ସେଠି ଚାଲିଯିବା ପରେ ଝଗଡ଼ା କରି ଘର ଛାଡ଼ି ଚାଲିଗଲା ତା ପରେ କେବେ ଘରକୁ ଆସିନି। ସେଠି କାର୍ତ୍ତିକ ରାନୀ ବିଷୟରେ ସୂଚନା ଦେଇ ସେ ଏଠି ଭୁବନେଶ୍ଵରରେ କାମ କରୁଛି ବୋଲି କହିଲା। ରାନୀର ଘର ଲୋକ ଖୁସି ହୋଇ ରାନୀକୁ ଦେଖିବାକୁ କାର୍ତ୍ତିକକୁ ନିବେଦନ କଲେ ଓ ଏ ବାହାଘରରେ ସେମାନେ ରାଜି ବୋଲି ନିଜ ମତ ଜଣାଈଲେ। ଏହାପରେ କାର୍ତ୍ତିକ ରାନୀକୁ ନିଜ ପରିବାର ଲୋକ ଓ ତା ନିଜ ପରିବାର ଲୋକଙ୍କ ସହ ଦେଖା କରେଇ ବାହାଘର ପ୍ରସ୍ତାବ ରଖିଲା। ଦୁହେଁ ଏବେ ବାହା ହୋଇ ସୁଖୀ ଜୀବନ ବିତାଉଛନ୍ତି। ଏ ଥିଲା କାର୍ତ୍ତିକ ରାନୀର ପ୍ରେମ କାହାଣୀ। ଦୁହିଁଙ୍କର ଶାଶ୍ବତ ପ୍ରେମ ହିଁ ଦିନେ ସେମାନଙ୍କୁ ଏକାଠି କରେଇଲା। କୁହା ଯାଏ ପ୍ରେମ ଶାଶ୍ବତ ସୁନ୍ଦର ଚିର ବସନ୍ତ ସେ ଅବାଟରୁ ବାଟକୁ ଆଣେ ଦୁନିଆର ସବୁ କଷ୍ଟ ଦୁଃଖ ଅସୁବିଧା ସହ ଲଢ଼ିବାକୁ ସାହସ ଦିଏ। ଠିକ୍ ଯେମିତି ଏ ଦୁହିଙ୍କ ପରି।


Rate this content
Log in

More oriya story from Chinmaya Jena

Similar oriya story from Drama