Chinmaya Jena

Inspirational

2.7  

Chinmaya Jena

Inspirational

ଏକବିଂଶ ଶତାବ୍ଦୀର ସ୍ଵାଧୀନତା

ଏକବିଂଶ ଶତାବ୍ଦୀର ସ୍ଵାଧୀନତା

5 mins
237


ବହୁ ପୁରାତନ ଏ ମାଟି ବହୁ ପୁରୁଣା ତାର ଇତିହାସ । ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠାରେ ନିଜକୁ ଆଙ୍କି ସାରିଛି ଏ ଓଡ଼ିଶା ମାଟି । ନା କେବଳ କଳା ସାହିତ୍ୟ ବା ତାର ସଂସ୍କୃତି ବରଂ ନିଜର ବୀରତ୍ୱର ରକ୍ତ ଟୀକାରେ ରଖିଯାଇଛି ନିଜର ଟେକ । ଭାରତର ସ୍ଵାଧୀନତା ଇତିହାସରେ ଏକ ପ୍ରମୁଖ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ । କେତେ ମହାରଥୀ କେତେ ବୀରଙ୍କୁ ଜନ୍ମ ଦେଇଛି ଏ 

ମାଟି । ଜୟୀ ରାଜଗୁରୁ, ସୁବାଷ ଚନ୍ଦ୍ର ବୋଷଙ୍କ ଠାରୁ ଆରମ୍ଭ କରି ବାଜି ରାଉତ ଭଳି ଅନେକ ବୀର ସାହସୀ ପୁଅର ମାଟି ଏ । ଏଇ ମାଟି ଦିନେ ଚଣ୍ଡାଶୋକକୁ ଧର୍ମାଶୋକରେ ବଦଳେଇଦେଇଥିଲା । ଭାରତମାତାକୁ ଇଂରେଜ ସରକାରଙ୍କ ହାତରୁ ମୁକ୍ତ କରିବା ପାଇଁ ପ୍ରଥମେ ଆରମ୍ଭ ହୋଇଥିଲା ପ୍ରତିବାଦର ସ୍ୱର ଯାହା ଆଜି ପାଇକ ବିଦ୍ରୋହ ନାମରେ ଜଣା । ସେହି ଭଳି ବାଲେଶ୍ଵରର ଇରମ୍ ଆଜିବି ଜୀବନ୍ତ କରି ରଖିଛି ସେଇ ବୀର ସାହସୀ ଯୋଦ୍ଧା ମାନଙ୍କର ବଳିଦାନ । ଏହି ପୁଣ୍ୟ ମାଟିରେ ଜନ୍ମ ହୋଇ ଗର୍ବିତ ହେବ ନିଶ୍ଚିନ୍ତ । ପରନ୍ତୁ, ଆଜିର ଏହି ଏକବିଂଶ ଶତାବ୍ଦୀରେ ଯୁବ ସମାଜ ଭୁଲି ଯାଇଛନ୍ତି ସେଇ ବୀର ଗାଥା । ଭୁଲି ଯାଉଛନ୍ତି ସେହି ବଳିଦାନ ଓ ତ୍ୟାଗର ଭାରତ, ସ୍ୱାଧୀନ ଭାରତ । ଆଜି ସ୍ଵାଧୀନତା ନାମରେ ଲୋକ ଦେଖାଣିଆ ପତାକା ଉତ୍ତୋଳନ ହେଉଛି ଆଉ କେତେ ପଦ ଭାଷଣରେ ସୀମିତ ହେଉଛି । ଯଦି ବାସ୍ତବରେ ଦେଖିବା ସତରେ କଣ ଆମେ ଆଜି ପ୍ରକୃତ ସ୍ୱାଧୀନ । ସ୍ୱାଧୀନତାର ପ୍ରକୃତ ସ୍ୱାଦ କଣ ଆମେ ପାଇଛେ । ଆଜି ଏଇଟା ଆମ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ହୋଇ ରହି ଯାଇଛି । ଯେବେ ରାତିଅଧରେ ନିଜକୁ ନିଜେ ପ୍ରଶ୍ନ କରେ ସ୍ଵାଧୀନତା ପାଇଁ କେଜାଣି କାହିଁକି ଏକ ଅଜଣା ଲାଜରେ ନିଜ ମୁଣ୍ଡ ତଳକୁ ହୋଇଯାଏ । ଆଜି ଆମ ପିଲାଛୁଆ ସ୍ୱାଧୀନତାର ଅର୍ଥ ପଚାରିଲେ ଆମେ କେବଳ ସେଇ ୧୯୪୭ ଅଗଷ୍ଟ ୧୫ କଥା ହିଁ କହି ଥାଉ । କେବେ ଆମେ ଚେଷ୍ଟା କରିଛେ ସେଇ ୧୯୪୭ ଅଗଷ୍ଟ ୧୫ ତାରିଖର ମାହାତ୍ମ୍ୟ କଣ ରହିଛି ତା ପଛର ଇତିହାସ, ଏ ମାଟି କେତେ ଦେଇଛି ବଳିଦାନ । ନା ଏ ସବୁକୁ ଆମ ପିଲାଙ୍କୁ କହିବାକୁ ଆମେ ଇଚ୍ଛା କରୁନେ । ଆଜିର ଏ ସ୍ଵାଧୀନତା ଭିତରେ ଆମର ପରାଧିନତା ପାଇଁ ଅବଶ୍ୟ ଆମେ ନିଜେ ହିଁ ଦାୟୀ । ଆମେ ନିଜର ସଉକ ପାଇଁ ଏକ ନିରୀହ ଜୀବକୁ ନିଜର ଦାସ ବନାଉ ମୁକ୍ତ ଆକାଶର ଦିଗବଳୟରେ ଉଡିବୁଲୁଥିବା ବିହଂଗକୁ ପଞ୍ଜୁରୀରେ ବନ୍ଦୀ କରୁ । ଏଥି ଆମର ଅଧୀନସ୍ଥ ଯେପରି ଆମର ଦାସ ଅଟେ । ମାନବିକତା ବୋଲି ଶବ୍ଦ ଆଜି ଧୀରେ ଧୀରେ ଲୋପ ପାଇବାକୁ ବସିଛି । ଆଜି ବଳିଦାନର ଅର୍ଥ ନିଜର ଖୁସି ପାଇଁ ଅନ୍ୟକୁ ହତ୍ୟା କରିବା । ଆଉ ନିଜକୁ ଦେଶପ୍ରେମୀ ଦେଖେଇ ବର୍ଷକୁ ଦୁଇଥର ପତାକା ଉତ୍ତୋଳନ କରି କେଇ ପଦ ଭାଷଣରେ ନିଜର ଆଧିପତ୍ୟ ଜାହିର କରୁଛେ । ଯଦି ଆମେ ଇତିହାସର ପୃଷ୍ଠାକୁ ତନ୍ନ ତନ୍ନ କରି ଦେଖିବା ନିଶ୍ଚିନ୍ତ ରୂପେ ଆମକୁ ଆମ ପରାଧିନତା ଓ ଇଂରେଜ୍ ମାନଙ୍କର ଅଧୀନ ହେବାର ମୁଖ୍ୟ କାରଣର ଜ୍ୱଳନ୍ତ ଦୃଷ୍ଟାନ୍ତ ମିଳିବ । ଏଇ ପରାଧୀନର ଅନ୍ଧାରରେ ଘନେଇ ଯାଇଥିବା ସ୍ୱାଧୀନତାର ସ୍ୱାଦ ଚାଖିବାକୁ ରାଜୁର କୁନି ମନରେ ଏକ ଆବେଗ ସୃଷ୍ଟି କରିଥିଲା । ସେଦିନ ଥାଏ ଅଗଷ୍ଟ ୧୫ ତାରିଖ ଗାଁ ସ୍କୁଲରେ ସ୍ୱାଧୀନତା ଦିବସରେ ପତାକା ଉତ୍ତଳନ ହେବ । ମୁଖ୍ୟଅତିଥି ଭାଷଣ ଦେବେ ଶେଷରେ ସେଉବୁନ୍ଦିଆ ବଣ୍ଟାହେବ । ଏଥିପାଇଁ ସବୁ ପିଲା ସକାଳୁ ଉଠି ନିତ୍ୟକର୍ମ ସାରି ସ୍କୁଲ ପୋଷାକ ପିନ୍ଧି ଯିବାକୁ ପ୍ରସ୍ତୁତ । ରାଜୁର ସାଙ୍ଗ କୁନା ଆସି ଯିବା ପାଇଁ ଡାକ ଛାଡିଲା । ତା ପରେ ଦୁହେଁ ସାଙ୍ଗହୋଇ ଚାଲିଲେ ସ୍କୁଲ । ସେଠାରେ ପହଞ୍ଚି ପ୍ରଧାନଶିକ୍ଷକଙ୍କ ସହ ମିଶି ସବୁ ପ୍ରସ୍ତୁତିରେ ଲାଗି ପଡିଲେ । କାମ ସାରି ସମସ୍ତେ ଅତିଥିଙ୍କୁ ପାଇଁ ଅପେକ୍ଷା କରିଥଲେ । କିଛି ସମୟ ପରେ ସେ ନିଜର କିଛି ସହଯୋଗୀଙ୍କ ସହ ଆସି ପହଁଚିଲେ । ପତାକା ଉତ୍ତୋଳନ ସାରି ଏକ ଦୀର୍ଘ ଭାଷଣ ଦେବା ଆରମ୍ଭ କରି ଦେଲେ । କେତେ ବେଳେ ସେ ସ୍କୁଲ ପାଇଁ ନୂଆ ଶ୍ରେଣୀ ଗୃହ ତିଆରି କଥା କହୁଥିଲେ ତ କେତେ ବେଳେ ସ୍କୁଲର ଖେଳ ପଡିଆ ତିଆରି । ଏମିତି ଭିତରେ ସେ ନିଜର ଭାଷଣ ଶେଷ କରି ସାରି ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କଲେ । ଶେଷରେ ସବୁଥର ଭଳି ସେଉ ବୁନ୍ଦିଆ ଖାଇ ସବୁ ଘରକୁ ଚାଲିଲେ । ଏ ସବୁ ଭିତରେ କିନ୍ତୁ ରାଜୁର ମନ ଆଉ କିଛି ଭାବୁଥିଲା । ତା ମନରେ କାଲି ରାତିରୁ ଉଙ୍କି ମାରିଥିବା ସେଇ ଗୋଟିଏ ପ୍ରଶ୍ନ ସ୍ୱାଧୀନତାର ଅର୍ଥ କଣ ଯେମିତି ତାକୁ ଅନ୍ୟମନସ୍କ କରି ପକାଉଥିଲା । ରାଜୁ ଯେତିକି ଯେତିକି ବଡ଼ ହେଉଥାଏ ତାର ସେଇ ପ୍ରଶ୍ନ ତାକୁ ସେତିକି ସେତିକି ଆନ୍ଦୋଳିତ କରୁଥାଏ । ଏହାରି ଭିତରେ ସେ ସ୍କୁଲ ଶିକ୍ଷା ଶେଷ କରି କଲେଜରେ ପଢ଼ିବା ପାଇଁ ସହରକୁ ଗଲା । ସେ ତ ଗାଁରେ ବଢ଼ିଛି ପଢ଼ିଛି ସହରର ବାସ୍ନା ଯେମିତି ତାଠୁ ବହୁତ ଦୂରରେ ଥିଲା । ନୂଆ ନୂଆ ସହର ଆସିଛି ଆଉ ସବୁ କିଛି ଅଲଗା ଲାଗୁଛି ତାକୁ ଯେମିତି କି ଚାଲି ଚଳଣି, କଥାବାର୍ତ୍ତା, ସାଙ୍ଗସାଥୀ, ଖାଇବା ପିଇବା ଠାରୁ ଆରମ୍ଭ ପୋଷାକ ପରିଧାନ କରି ସବୁ କିଛି । ତାକୁ ଲାଗୁଥାଏ ଯେମିିକି କି ସେ କୋଉ ଅଲଗା ଗ୍ରହକୁ ଆସିଯାଇଛି । ତଥାପି ଏହାରି ଭିତରେ ସେ ନିର୍ବାଚନ ହେବ ସେଥି ପାଇଁ କଲେଜର ବାତାବରଣ ପୁରା ଗରମ ଥାଏ । ଯିଏ ଯୋଉଠି ଗ୍ରୁପ୍ ହୋଇ ଠିଆ ହୋଇ ନିଜ ପାଇଁ ଭୋଟ ମାଗୁଥନ୍ତି ତ କିଏ ବୁଝାଉ ଥାନ୍ତି ଏମିତି ସବୁ ଚାଲିଥାଏ । ଏହାରି ଭିତରେ କଲେଜକୁ ଜଣେ ରାଜନେତା ଆସିଥିଲେ କଲେଜ ନିର୍ବାଚନ ଆଗରୁ ନିଜ ଦଳର ପ୍ରାର୍ଥୀ ପାଇଁ ଭୋଟ ମଗିବେ ଆଉ ଭାଷଣ ଦେବେ । କଲେଜ ଖେଳ ପଡ଼ିଆରେ ବଡ଼ ଟେଣ୍ଟ ଲାଗିଥାଏ । ବହୁତ୍ ଜୋରେ ମାଇକ ବାଜୁଥାଏ । ଆଶାଇ ପ୍ରାଥିମାନେ କଲେଜ ପିଲା ମାନଙ୍କୁ ଡାକି ଡାକି ନେଇକି ବସାଉଥାନ୍ତି କେତେ କଣ ପ୍ରତିଶ୍ରୁତି ଦେଉଥାନ୍ତି କଲେଜ ପାଇଁ ଏଇଟା କରିଦେବୁ ସେଇଟା କରିଦେବୁ ଏମିତି ନାନା କଥା । କିଛି ସମୟପରେ ରାଜନେତା ନିଜର ସହଯୋଗୀଙ୍କ ସହ ଆସି ମଞ୍ଚରେ ଉପସ୍ଥିତ ହେଲେ । ଏ ସବୁ କଥାକୁ ରାଜୁ କିଛି ବୁଝି ପାରୁନଥିଲା କିନ୍ତୁ ସେ ମଂଚର ଗୋଟିଏ କଣରେ ବସିକି ସବୁକୁ ଦେଖୁଥିଲା । ତାକୁ ଲାଗୁଥିଲା ଯେମିତି କି ଏଇଟା ସାଧାରଣ ନିର୍ବାଚନ ବୋଲି । ରାଜନେତା ନିଜର ଭାଷଣ ଦେବା ଆରମ୍ଭ କଲେ । ନିଜ ଭାଷଣରେ କଲେଜରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ବି ଦେଉଥାନ୍ତି । ନିଜ ଭାଷଣରେ ସେ ଏକ ବକ୍ତବ୍ୟ ରଖିଲେ ଯେ ଆମେ ନିର୍ବାଚନ ଜିତିଲେ କଲେଜକୁ ଗୁଣ୍ଡାରାଜିରୁ ମୁକ୍ତ କରେଇବୁ, ସ୍ଵାଧୀନତା ପୂର୍ବର ଏଇ କଲେଜର ସବୁ ପ୍ରକାର ଉନ୍ନତି କରିବୁ, ସବୁ ସୁବିଧା ସୁଯୋଗ ଯୋଗେଇ ଦେବୁ, କଲେଜର ସବୁ ପିଲାଙ୍କୁ ଚାକିରୀ ଯୋଗେଇ ଦେବୁ ଏମିତି ଅନେକ କିଛି । ଏଇ ଭାଷଣ ଶୁଣି ପିଲା ମାନେ ବି ଖୁସିରେ ତାଳି ମାରୁଥାନ୍ତି । ଏ ସବୁ କଥା ଯେମିତି ରାଜୁର ବୁଝିବା ଦକ୍ଷତାର ବାହାରେ ଭଳି ଲାଗୁଥାଏ ତାକୁ ସେ ବି କିଛି ନ ବୁଝି ନ ଶୁଝି ପିଲାଙ୍କ ସହ ବି ତାଳି ମାରୁଥାଏ ପରନ୍ତୁ ମନରେ ତାକୁ ତାର ସେଇ ପୁରୁଣା ପ୍ରଶ୍ନ ଉଙ୍କି ମାରୁଥାଏ ଏଇଟା କଣ ଆମ ସ୍ଵାଧୀନତା, ଏମିତି କାହା ଭାଷଣରେ ପ୍ରଭାବିତ ହୋଇ ତାକୁ ସମର୍ଥନ ଦେଇ ଦେବା । ଯଦି ଏକ ଶିକ୍ଷାନୁଷ୍ଠାନରେ ଏମିତି ପରିସ୍ଥିତି ତେବେ ସମଗ୍ର ଭାରତର ଜନତାଙ୍କର ପରିସ୍ଥିତି କଣ । ଯଦି ଏଥି ଶିକ୍ଷିତ ବର୍ଗ କାହାର କଥାରେ ଏତେ ଜଲ୍ଦୀ ପ୍ରଭାବିତ ହୋଇ ନିଜସ୍ୱ ମତକୁ ସାବ୍ୟସ୍ତ କରିବାରେ ବିଫଳ ତେବେ ସେଇ ମଫସଲି ଅପାଠୁଆ ଲୋକଟିଏ କେମିତି ନିଜର ମତକୁ ସଠିକ୍ ରୂପେ ସାବ୍ୟସ୍ତ କରିପାରିବ । ଏଇ ପ୍ରଶ୍ନର ବୁଢିଆଣୀ ଜାଲରେ ଯେମିତି ସେ ଛନ୍ଦି ହେଲାପରି ଲାଗିଲା । ସେ ନିଜକୁ ନିଜେ ପ୍ରଶ୍ନ କରି ଚାଲିଲା କଣ ଏ ସ୍ଵାଧୀନତା । କଣ ଆମର କଳା ସଂସ୍କୃତି, କଣ ପାଇଁ ଆମେ ପରାଧୀନ ଥିଲେ, ଯଦି ଆମେ ଏକ ରାଷ୍ଟ୍ର ଭାବେ ଗଣା ଯାଉଥିଲେ ତେବେ କଣ ପାଇଁ ଆମକୁ ଆଉ ଥରେ ସ୍ଵାଧୀନ ହେବାକୁ ପଡ଼ିଲା । ତାକୁ ସ୍କୁଲରେ ସାର୍ ପଢେଇ ଥିବା ଇତିହାସର ପ୍ରତିଟି ପୃଷ୍ଠା ଜଳ ଜଳ ଦେଖା ଗଲା । ସେ ନିଜକୁ ପ୍ରଶ୍ନ କଲା ଯେଉଁଟା ସେ ଏ ସହରରେ ଦେଖୁଛି ସେଇଟା ଆମର କଳା ସଂସ୍କୃତି ନା ଯାହା ସେ ତାର ଗାଁରେ ଦେଖେ ସେଇଟା? କଣ ପାଇଁ ଏତେ ଭେଦ ଭାବ ରହିଛି ଚାଲି ଚଳଣି କଥାବାର୍ତ୍ତା ପୋଷାକ ପରିଧାନ ଇତ୍ୟାଦିରେ? କଣ ପାଇଁ ଆଜି ଜଣେ ଗାଁର ଲୋକ ସହରରେ ଉପେକ୍ଷିତ? ସତରେ କଣ ଆମେ ସ୍ଵାଧୀନ? ଏଇଟା କଣ ରକ୍ତର ବଳିଦାନରେ ମିଳିଥିବା ସ୍ଵାଧୀନତା । ଯୋଉଠି ଇଂରେଜ୍ ମାନେ ଆମକୁ ଶହ ବର୍ଷ ଧରି ଶାସନ କରି ଆମକୁ ଶୋଷଣ କରୁଥିଲେ ଆଜି ଆମେ ସେଇ ଇଂରେଜ ମାନଙ୍କର ପ୍ରତିଟି ଜିନିଷକୁ ପାଳନ କରୁଛେ । ଆଜି ବି ସେଇ ପୁରୁଣା ଐତିହ ସଂସ୍କୃତି ନିଜକୁ କେଉଁ ଏକ କଣରେ ପାଉଛି । 

        ଏ ପ୍ରଶ୍ନ ଖାଲି ରାଜୁର ନୁହେଁ ଏଇଟା ସମଗ୍ର ଓଡ଼ିଶା ଓ ସମଗ୍ର ଭାରତ ବର୍ଷର ନାଗରିକଙ୍କ ପାଇଁ । ସତରେ କଣ ଆମେ ସ୍ଵାଧୀନ? ଏଇ କଣ ଆମ ବୀର ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନର ମୂଲ୍ୟ? ନିଜକୁ ବାହାସ୍ପୋଟ ମାରି ସ୍ଵାଧୀନ ଭାରତର ନାଗରିକ କହିଦେଲେ କଣ ସତରେ ଆମେ ସ୍ଵାଧୀନ ହୋଇଯାଇଛନ୍ତି । ଏଇଟା କଣ ଏକବିଂଶ ଶତାବ୍ଦୀର ସ୍ଵାଧୀନତା? 

          *************************



Rate this content
Log in

Similar oriya story from Inspirational