Chinmaya Jena

Inspirational Others

4.0  

Chinmaya Jena

Inspirational Others

ଅଖି ତୃତୀୟା

ଅଖି ତୃତୀୟା

4 mins
588


ରାତି ପାହିଲେ ଅକ୍ଷୟ ତୃତୀୟା ଗାଁ କୁ ଫେରି ମୁଠି ଧାନ ଅନୁକୂଳ କରିବାର ଅଛି ତେଣୁ ଅଫିସରୁ ବାହାରି ତରବର ହୋଇ ଦୌଡ଼ି ଯାଇ ବସ୍ ଧରିଲା ମନୋଜ। ବସ୍ ବହୁତ ଗହଳି ଥିଲା ମନୋଜ ଠେଲି ପେଲି ହେଇ ଯାଇକି ଗୋଟେ ସିଟ୍ ପାଖରେ ଛିଡ଼ା ହେଲା। ମନୋଜର ଘର ଭଦ୍ରକ ପାଠ ପଢ଼ା ସରିବାପରେ ଭୁବନଶ୍ବରରେ ରହିକି ଚାକିରୀ କରୁଛି ଆଉ କେବେ କିଛି ପୂଜା ପାର୍ବଣ ହେଲେ ଘରକୁ ଯାଏଁ। ଗାଡ଼ି ବସଷ୍ଟାଣ୍ଡ ଛାଡ଼ି ରସୁଲଗଡ଼ ପାର କରି କଟକ ଅଭିମୁଖେ ଯାତ୍ରା କରୁଥାଏ। ସେଇ ଗହଳିରେ ମନୋଜ ଅଣନିଶ୍ୱାସୀ ହୋଇଯାଇଥାଏ। ସନ୍ଧ୍ୟା ସମୟ ଗାଡ଼ିର ଭିତରେ ଗୋଟେ ଛୋଟ ଲାଇଟ୍ ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ ମନୋଜ ସେ ଲାଇଟକୁ ଚାହିଁ କଣ ଗୋଟେ ଭାବୁଥାଏ। ସିଟ୍ ଉପରେ ବସିଥିବା ଜଣେ ବୃଦ୍ଧ ଯାତ୍ରୀ ଫୋନରେ କଥା ହେଇ କହୁଥାନ୍ତି ଅକ୍ଷୟ ତୃତୀୟା କାଲି କେମିତି କଣ କରିବି ଆଉ ତ ବଳ ପାଉନି ଚାଷ କରିବାକୁ ଏମିତି ବହୁତ୍ କିଛି। ଏଇସବୁ ମନୋଜ କାନରେ ପଡ଼ିଲାପରେ ସେ ସେହି ବୃଦ୍ଧ ଲୋକଟିକୁ ଚାହିଁ ରହିଥିଲା। ଏହାରି ଭିତରେ ତାର ମନେ ପଡ଼ିଗଲା ଛୋଟ ବେଳର ସେଇ ଅକ୍ଷୟ ତୃତୀୟା କଥା। ଯେତେବେଳେ ସେ ଛୋଟ ଥିଲା ଗାଁରେ ଅକ୍ଷୟ ତୃତୀୟା ପାଇଁ ଚାଷୀକୁଳ କେମିତି ଚାହିଁ ରହିଥିଲି ଖାଲି ସେତିକି ନୁହଁ ରଥଯାତ୍ରା ପାଇଁ ପୁଣି କାମ ଆରମ୍ଭ ହେବ ବହୁତ୍ କିଛି।

ମନୋଜର ଜନ୍ମ ଏକ ଚାଷୀ ପରିବାରରେ ପୂର୍ବପୁରୁଷଙ୍କ କାଳରୁ ଚାଷ କାମ ହେଇ ଆସୁଛି ଆଉ ଏ ସବୁ ଦେଖି ତ କଟିଛି ତା ପିଲା ଦିନ। ଜେଜେ ଆଉ ବାପାଙ୍କ ସହ ମିଶି ସେ ବିଲକୁ ଯାଇଛି ବିଲ ହୁଡ଼ାରେ ବସି ଭାତ ଖାଇଛି ଏମିତି ଅନେକ କିଛି ସ୍ମୃତି। ଜେଜେ ଆର ପାରିକୁ ଗଲା ପରେ ବାପା ଚାଷ କାମ ସବୁ ଦେଖୁଥିଲେ। ସ୍କୁଲ୍ ଆଉ କଲେଜ ପଢ଼ିବା ସମୟରେ ମନୋଜ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରୁଥିଲା। ବିଲ ହଳ କରିବା, ମଞ୍ଜି ବୁଣିବା, ଧାନ ରୁଇଁବା କାମଠୁ ଆରମ୍ଭ କରି ପାଣି ମଡ଼ା, ସାର ପକା ଧାନ କଟା ଅମଳ ସବୁ କରିଛି ସେ। ବାପାଙ୍କ ସହ ମିଶି ମାଟିକୁ ଭଲ ଭାବରେ ଚିହ୍ନି ନେଇଛି ସେ। ଥରେ ସେ ବାପାଙ୍କ ସହ ମୁଠି ଅନୁକୂଳ ପାଇଁ ଯିବାକୁ ଜିଦ୍ କରିବାରୁ ବାପା ତାକୁ ନେଇଥିଲେ। ସେଦିନ ପ୍ରଥମ ଥର ସେ ଗୋଟେ ଚାଷୀ ପୁଅ ହିସାବରେ ସଜେଇ ହୋଇ ଯାଇଥିଲା।ସକାଳୁ ଉଠି ଗାଧୁଆ ପାଧୁଆ ସାରି ଯିବାକୁ ଚାହିଁ ବସିଥିଲା। ବାପା ଆସି ତାକୁ ଗୋଟେ ଧୋତିକୁ ଭାଙ୍ଗି ପିନ୍ଧେଇ ଦେଲେ ଆଉ ମୁଣ୍ଡରେ ଗାମୁଛା ଭିଡ଼ି ଚାଷୀ ଭଳି ସଜେଇଦେଲେ। ତାକୁ ଲାଗୁଥିଲା ଯେମିତି ସେ ଆଜି କୋଉ ଏକ ଗଡ ବିଜୟ କରିବାକୁ ବାହାରିଛି। ଆଉ ମାଟି ସହ ଲଢେଇ କରି ସେଥିରୁ ସୁନା ଫଳେଇବା କୌଣସି ଗଡ ବିଜୟଠୁ ବି କମ୍ ନୁହେଁ। ଗୋଟେ ଟୋକେଇରେ ଫୁଲ ଧୂପ ଦୀପ ସିନ୍ଦୂର ଚନ୍ଦନ ଭୋଗ ନଡ଼ିଆ ଫୁଲ ଆଉ କିଛି ଧାନ ସଜେଇ ରଖି ଲଗ୍ନ ନିର୍ଘଣ୍ଟ ଅନୁସାରେ ବାହାରିଲେ। ବାପା ମୁଣ୍ଡରେ ଟୋକେଇ ମୁଡେଇଲେ ଆଉ କାନ୍ଧରେ ଲଙ୍ଗଳ ଏବଂ ମନୋଜକୁ କୋଦାଳ ଦେଲେ ଧରିବାକୁ ଆଉ ବାହାରି ଗଲେ ମାଟି ମାକୁ ପୂଜା କରିବାକୁ। ଯେତେବେଳେ ସେ ଗାଁ ରାସ୍ତାରେ ଯାଉଥାଏ ନିଜକୁ ବହୁତ୍ ଗର୍ବ ଅନୁଭବ କରୁଥିଲା ଆଉ ଯିଏ ବି ଦେଖୁଥିଲେ ତାକୁ କୁନି ଚାଷୀ କୁନି ଚାଷୀ ବୋଲି କହିଲି ଡାକୁଥିଲେ ଆଉ ସେ ବି ଗର୍ବରେ ହସିକି ଚାଲୁଥିଲା। ବାପାଙ୍କ ସହ ଯାଇ ଗାଁ ମୁଣ୍ଡରେ ଥିବା ବିଲରେ ପହଞ୍ଚିଲା। ସବୁ ଜିନିଷ ରଖିଦେଇ ବାପା ଢାଳ ନେଇ ଯାଇକି ପାଖ କେନାଲରୁ ପାଣି ଆଣିକି ଆସିଲେ ଆଉ ବିଲର ଗୋଟେ ମୁଣ୍ଡରେ ପାଣି ଢାଳି ସେଠି ଫୁଲ ଧୂପ ଦୀପ ସିନ୍ଦୂର ଚନ୍ଦନ ଦେଇ ନଡ଼ିଆ ବାଡେଇ ଭୋଗ କଲେ ଆଉ ମାଟି ମାକୁ ମୁଣ୍ଡିଆ ମାରିଲେ। ତାପରେ ଉଠିକି ଲଙ୍ଗଳ ଧରି ବିଲରେ ଗୋଟେ ସିଆର ଟାଣି କୋଦାଳରେ ହଣିକି ନେଇଥିବା ବିହନରୁ ମୁଠାଏ ବିଞ୍ଚି ମାଟି ଖୋଡେଇ ଦେଲେ। ତା ପରେ ଆଉ ଥରେ ମୁଣ୍ଡିଆ ମାରି ଭଲ ଅମଳ ପାଇଁ ପ୍ରାଥନା କରି ଟୋକେଇ ମୁଣ୍ଡେଇ ଲଙ୍ଗଳ ଧରି ଚଳିଲେ।

ମନୋଜ ବାପାଙ୍କର ଏ ସବୁ କାମକୁ ନିରିଖି ଦେଖୁଥାଏ। ସେ କୋଦାଳ କାନ୍ଧରେ ପକେଇ ଚାଲିଲା ବାପାଙ୍କ ସହ ଘରକୁ। ଏମିତି ସେ ବାପାଙ୍କ ସହ ଗାଁରେ ଥିବା ସମୟରେ କେତେ ଆଖି ତୃତୀୟାରେ ମୁଠି ଅନୁକୂଳ ପାଇଁ ଯାଇଛି ମାଟି ମାକୁ ବହୁତ୍ ପୂଜା କରିଛି। ଭୁବନେଶ୍ୱର ଆସିବା ପରଠାରୁ ଆଉ ସେ ସୁଯୋଗ ପାଇନି ସେ। ଗଲା ବର୍ଷ ବର୍ଷା ଦିନେ ବିଲ ହୁଡାରୁ ଗୋଡ଼ ଖସି ବାପାଙ୍କର ଗୋଟେ ପାଖ ପକ୍ଷାଘାତ ହୋଇଯାଇଛି ତେଣୁ ସେ ଏବେ ଆଉ ଚାଷ କାମ କରିପାରୁ ନାହାନ୍ତି। ଏବେ ଆଉ ଚାଷ ବି ହେଉନି ଭାଗ ଦେଇଦେଉଛନ୍ତି। କିନ୍ତୁ ପରମ୍ପରା ଅନୁଯାୟୀ ମୁଠି ଅନୁକୂଳ କରିବାକୁ ପଡ଼ିବ ତେଣୁ ସେ ଅଫିସରୁ ଛୁଟି ନେଇ ଘରକୁ ଯାଉଛି। ରାତି ୧୦ଟାରେ ଘରେ ପହଞ୍ଚିଲା ଯାଇ ଧୁଆ ଧୋଇ ହୋଇ ଆସି ଖାଇ ବସିଲା। ଖାଇସାରି ଯାଇ ବାପାଙ୍କ ପାଖରେ ବସି କାଲି ମୁଠି ଅନୁକୂଳ କଥା ହୋଇ ଅନୁକୂଳ ଲଗ୍ନ ନିର୍ଘଣ୍ଟ ସମୟ ବୁଝି ଶୋଇବାକୁ ଗଲା। ତା ପରଦିନ ସକାଳୁ ଉଠି ନିଜର ସବୁ ନିତ୍ୟକର୍ମ ସାରି ବୋଉକୁ ଧୋତି ମାଗିଲା। ଧୋତି ପିନ୍ଧିବା ସମୟରେ ମଝିରେ ମଝିରେ ଖସି ଯାଉଥାଏ କାରଣ ବହୁତ୍ ଦିନ ହେବ ସେ ଆଉ ଧୋତି ପିନ୍ଧିନି କଷ୍ଟେ ମଷ୍ଟେ ଧୋତୀକୁ ପିନ୍ଧି ମୁଣ୍ଡରେ ଗାମୁଛା ଭିଡ଼ି ନିଜକୁ ଚାଷୀ ହିସାବରେ ସଜେଇ ଦେଲା। ସେତେବେଳେ ତାକୁ ଲାଗୁଥିଲା ସେ ଭୁବନେଶ୍ୱରର କୋଉ ଅଫିସର ସାର ନୁହଁ ସେ ଜଣେ ଚସା ଯାହାର କୂଳ ବେଉସା ଚାଷ କରିବା। ସବୁ ଜିନିଷ ସଜେଇ ଦେଇ ବାହାରିଲା ବିଲ ମୁଣ୍ଡକୁ ସେଠି ଯାଇ ବିଲ ମୁଣ୍ଡରେ ପହଞ୍ଚି ସବୁ ଜିନିଷ ରଖି ଦେଇ ପାଣି ଆଣି ପୂଜା କଲା।ପୂଜା କରିସାରି ମୁଣ୍ଡିଆ ମାରିବା ବେଳେ କାହିଁକି କେଜାଣି ତା ଆଖିରୁ ଦୁଇଟୋପା ଲୁହ ଝରି ପଡ଼ିଲା। ଲଙ୍ଗଳ ମୁନରେ ସିଆରା କରି ବିହନ ବୁଣି ଘରକୁ ଫେରିବା ପାଇଁ ବାହାରିଲା। ସେହି ସମୟରେ କେଜାଣି କଣ ହେଲା ସେ ସବୁ ଜିନିଷ ରଖି ଦେଇ ବିଲ ମୁଣ୍ଡରେ ବସି ପଡ଼ିଲା ଆଉ ତା ଆଖିର ଅମାନିଆ ଲୁହ ଝରି ପଡ଼ିଲା। ବୋଧେ ଏଇ ଲୁହ ସେଇ ଚାଷୀ ଆଉ ମାଟି ମା ସମ୍ପର୍କର ଯୋଉଠି ସେ ଗୋଚର ଭୂଇଁରୁ ବି ସୁନା ଫଳେଇପାରେ। ଯେମିତି ତାକୁ ଲାଗୁଥିଲା ଏଇ ମାଟି ମା ତାକୁ ଝୁରୁଛି ତାକୁ ହାତ ଠାରି ଡାକୁଛି ତୁ ଫେରିଆ ମୋର କୋଳକୁ। ତାପରେ ମନୋଜ ଉଠି ଘରକୁ ଗଲା ଆଉ ପହଞ୍ଚି ନିଷ୍ପତି ନେଲା ପ୍ରତି ବର୍ଷ ସେ ଛୁଟି ନେଇ ଆସି ଚାଷ କରିବା ଆଉ ଭାଗ ଦେବ ନାହିଁ। କାରଣ 

          ଚାଷୀର ଦରଦ ମାଟିମା ବୁଝେ

          ମାଟିର ଦରଦ ଚାଷୀ

ଦୁହିଁଙ୍କ ସମ୍ପର୍କ ଏ ଦୁନିଆର ପେଟକୁ ଦାନା ଦେବାରେ ଉତ୍ସର୍ଗକୃତ। କିନ୍ତୁ ବିଡ଼ମ୍ବନାର କଥା ଯେ ଯିଏ ଆମ ପେଟକୁ ଦାନା ଯୋଗାଉଛି ସେଇ ଚାଷୀକୁଳ ଆଜି ଉପେକ୍ଷିତ ଯୋଉ ଧରାରେ ସୁନା ଫଳିବା କଥା ଆଜି ସେଠି ଶିଳ୍ପକାରଖାନ। ଆଜି ଋଣଭାର ଆଉ ଭୋକ ଉପାସ ଅର୍ଥାଭାବରୁ ଚାଷୀ ଆତ୍ମହତ୍ୟା କରୁଛି। ସରକାରଙ୍କ ବହୁ ଯୋଜନା ଭୂତ ଖାଉଛି। 


Rate this content
Log in

Similar oriya story from Inspirational