The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Trilochan Karjee

Romance

4.8  

Trilochan Karjee

Romance

ସୁଶାଦ୍ରୀ କିଏ?

ସୁଶାଦ୍ରୀ କିଏ?

2 mins
596


ମୋ କଲେଜ ପଢିଲା ବେଳେର ସାଙ୍ଗ ସୁଶାନ୍ତ। ମୋ ସହିତ ଯୁକ୍ତ ତିନିର ତୃତୀୟ ବର୍ଷରେ ଅତି ଘନିଷ୍ଠ ବନ୍ଧୁ ହୋଇ ଯାଇଥିଲୁ। ତାର ଗଣିତ ବିଭାଗ ମୋର ରସାୟନ ବିଜ୍ଞାନ ବିଭାଗର ଛାତ୍ର ଥିଲୁ। 


       ସାହିତ୍ୟକୁ ଭଲ ପାଇବା ହିଁ ଆମ ବନ୍ଧୁତା ସ୍ଥାପନ କରିବାର ମୂଳ କାରଣ ଥିଲା। ସେତେବେଳେ ସେ ମାୟାଧର ମାନସିଂହଙ୍କ ବଡ ପ୍ରଶଂସକ। କଥାରେ କଥାରେ ହେମଶସ୍ୟ,ଧୂପର କବିତା ଅତି ଚମତ୍କାର ଭାବରେ ଆବୃତ୍ତି କରି ଦେଉଥିଲା। ମୋତେ ଏତେ ମନୋମୁଗ୍ଧ କରିଦେଉଥିଲା। 


ଅନେକ ସମୟରେ ଆମେ ଓଡ଼ିଆ ସାହିତ୍ୟ କବି ମାନଙ୍କ ଓ ତାଙ୍କ କାବ୍ୟ ଉପରେ ଆଲୋଚନା କରୁଥିଲୁ। ମୋ ଠାରୁ ତାର ଜ୍ଞାନ କୌଶଳ ଅଧିକ ଥାଏ। ଅବଶ୍ୟ ମୁଁ କିଛି ପଚାରିଲେ ସେ ସାଙ୍ଗେ ସାଙ୍ଗେ ଉତ୍ତର ଦେଇ ଦେଉଥିଲା। 


       ଦିନେ ତାର ବ୍ୟାଗ ଖୋଲି ତାର ଡାଏରୀ ଟି ପଢିଲି। କାହାର ବ୍ୟକ୍ତିଗତ ଡାଏରୀ ପଢିବା ଭଲ ନୁହେଁ ଜାଣି ବି ସାଙ୍ଗଟା ବୋଲି  ଖୋଲିଲି। ଡାଏରୀର ପ୍ରଥମ ପୃଷ୍ଠାରେ ସୁଶାଦ୍ରୀ ବୋଲି ବଡ ବଡ ଅକ୍ଷରରେ ଜେଲ୍ କଲମରେ ଲେଖିଛି। 


ମୋତେ ବଢିଆ ଲାଗିଲା। ସେଥିରେ ଅନେକ କବିତା ରଚନା କରିଛି। କିନ୍ତୁ ମୋତେ ଗୋଟିଏ କଥା ବୁଝି ପାରୁନଥାଏ। 

ସବୁ କବିତାର ଆରମ୍ଭରେ ସୁଶାଦ୍ରୀ ବୋଲି ଲେଖିବାକୁ ପଛଘୁଞ୍ଚା ଦେଇନି। ଏ ବିଷୟରେ କିଛି ଅନୁସନ୍ଧାନ କରିବା ପାଇଁ ମୋତେ ଇଛା ହେଲା। 


   ମୁଁ ଜାଣିଥାଏ ସେ ଆମ କ୍ଲାସରେ ଅନ୍ୟ ଡିପାର୍ଟମେଣ୍ଟ ର ଝିଅକୁ ଭଲ ପାଉଥାଏ। ତା ନାମ ହିମାଦ୍ରୀ। ଦେଖିବାକୁ ମୋଟୀ ଆଉ ଗୋରୀ। ଆମ ସାଙ୍ଗମାନେ ତାକୁ ପୋଟଳ ବୋଲି ଚିଡାଉ। ସେ ଏକଥାକୁ ଶୁଣି ବହୁତ ହସେ। 


        ଯେତେ ଦିନକୁ ଦିନ ତାଙ୍କର ପ୍ରେମ କାହାଣୀ ଆଗକୁ ବଢେ ସେତେ ମୋର ସେ ନାମର ସସପେନ୍ସ ବଢେ। ତେବେ ଏ ସୁଶାଦ୍ରୀ ଟା କିଏ ହୋଇଥିବ।ମୁଁ ଜାଣି ପାରେ ନାହିଁ। ତାକୁ କେବେ ଖୋଲି କହିପାରେ ନାହିଁ, କାଳେ ସେ ଖରାପ ଭାବିବ ବୋଲି ଚିନ୍ତା କରେ। 


     ଦିନେ ସେ ହିମାଦ୍ରୀ ସହିତ ଫୋନରେ କଥା ହେଉ ହେଉ ସୁଶାଦ୍ରୀର ରହସ୍ୟ ସମ୍ପର୍କରେ ମୁଁ ଜାଣିବାକୁ ପାଇଲି। ଏତେ ବିଚିତ୍ର କଥାଟେ ଜାଣିକି ନହସି ରହି ପାରନ୍ତି କେମିତି? 


ସଂନ୍ଧ୍ଯା ସମୟରେ ମୁଁ ତାକୁ ନଜାଣିଲା ପରି କହିଲି -ଆବେ,ମାଆ ନଥାଇ ଝିଅ ନାମ ସୁଶାଦ୍ରୀ ରଖି ଦେଉଛୁ? ଏଇଟା ତୋର ବାପା ପଣିଆ, ଆଉ ଝିଅ ନାମ କଣ ଏମିତି ଅଜବ ପ୍ରକାରର ବାଛିଛୁ। 


     ସେତେବେଳେ ସେ ମୋତେ ଗଣିତର ଫର୍ମୁଲା ବୁଝେଇଲା ପରି ଖାତାଟେ କଲମ ବାହାର କଲା। 

ପ୍ରଥମେ କଲମଟେ ଧରି ସେ ଖାତା ଉପରେ ଲେଖିଲା ---

ସୁଶାନ୍ତ + ହିମାଦ୍ରୀ =ସୁଶାଦ୍ରୀ 

       ପ୍ରଥମରେ ମୋ ନାମରୁ ନ୍ତ କଟିଲା ଏବଂ ନାମରେ ହିମା କଟିଗଲା ।ଏଥର ନାମ ଦୁଇଟିକୁ ଯୋଡିଲା ବେଳକୁ ସୁଶାଦ୍ରୀ ଆସିଗଲା। 


ପୁଣି ମୋତେ ସରଳ ଭାଷାରେ ବୁଝାଇ କହିଲା -ଆମେ ଦୁହେଁ ବିବାହ ପରେ ଆମ ଆଗାମୀ ଝିଅଟେ ହେଲେ ତା ନାମ ସୁଶାଦ୍ରୀ ରଖିବୁ। ତା କଥା ଶୁଣି ମୁଁ ହସି ହସି ବେଦମ୍ ହୋଇଗଲି। 


      ମୁଁ କହିଲି -ସାଙ୍ଗରେ ତୋର ଏତେ ବୁଦ୍ଧି କୋଉଠି ରଖିଛୁ ବେ। ମୋତେ ଟିକିଏ ଦେଲେ ପାଣି ପରି ଗୋଳାଇ ପିଇ ଦେଇଥାନ୍ତି। 

ସେତେବେଳେକୁ ଖାଇବା ପାଇଁ ବେଲ୍ ବାଜିଗଲା। ଆମେ ଖାଇବା ପାଇଁ ଡାଇନିଂ ଆଡେ ମୁହାଁଇଲୁ।



Rate this content
Log in

More oriya story from Trilochan Karjee

Similar oriya story from Romance