STORYMIRROR

Trilochan Karjee

Others

3  

Trilochan Karjee

Others

ବିଜିନେସ୍

ବିଜିନେସ୍

1 min
330

ସେଦିନ ପ୍ରବଳ ବର୍ଷା ହେଲା। 


ମୁଁ କାମ କରୁଥିବା ହୋଟେଲରେ ଆଉ ଏତେ ସଂଖ୍ୟାରେ ଗେଷ୍ଟ ଖାଇବା ପାଇଁ ଆସିଲେ ନାହିଁ। ସେଇ ସମୟରେ ମ୍ୟାନେଜରଙ୍କୁ ମୁଁ ପଚାରିଲି-ସାର, ଆଜିର ବିଜିନେସ୍ ପୁରା ମାନ୍ଦା ହୋଇଗଲା। 


ମୋ କଥା ଶୁଣି ସେ ପାଟି କରି କହିଲା - ତୁ କଣ ଜାଣିଛୁ ବିଜିନେସ୍ ମାନେ? 


ମୁଁ କହିଲି- ଭଲ ସେଲ୍ ହେଲେ ବିଜିନେସ୍ ଲାଭ ହେବ। 


ନା ତୁ ଭଲରେ ଜାଣିନୁ, ଯଦି ଗେଷ୍ଟ ଆମ ହୋଟେଲକୁ ଖାଇବା ପାଇଁ ନ ଆସିଲେ। ଆମେ କଣ ତାଙ୍କ ପାଖକୁ ଯିବାକୁ ପଡିବ। ସେଥିରେ କଣ ଗଲା ଆମର ବିଜିନେସ୍ ମାଇଣ୍ଡ ଖଟାଇବାକୁ ପଡିବ। 

ଏଥର ତାଙ୍କ କଥା ମୋ ମନକୁ ପାଇଲା।


ମୋର ମନେ ପଡ଼ିଲା ହୋଟେଲରୁ ଯୋମାଟ ଆଉ ସ୍ବିଗ୍ ର ପାର୍ସଲ ଏହି ହୋଟେଲରୁ ସବୁବେଳେ ଯାଏ। 


ସେତେବେଳେକୁ ସୁପରଭାଇଜର ଆସି ମୋତେ ହୋମ ଡେଲିଭେରି ପାଇଁ କ୍ୟାରି ବ୍ୟାଗରେ ଥିବା ଖାଦ୍ୟ ମୋ ହାତକୁ ବଢାଇଦେଲା। 


ମୁଁ ବିଚରା ଯିବାକୁ ବାଧ୍ୟ କାରଣ ବିଜିନେସ୍ ମାନ୍ଦା ହୋଇଯିବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍