STORYMIRROR

Trilochan Karjee

Inspirational

3  

Trilochan Karjee

Inspirational

ବିବାଦର ଅନ୍ୟ ନାମ

ବିବାଦର ଅନ୍ୟ ନାମ

1 min
456

ଜୀବନ ଗପ-୧ (ଷ୍ଟିଭ୍ ସ୍ମିଥ)


ଷ୍ଟିଭ୍ ସ୍ମିଥ ବିବାଦର ଅନ୍ୟ ନାମ। ବଲ ଟାମ୍ପରିଂ ପରି ବିବାଦରେ ପଶି ଏକ ବର୍ଷ ବାସନ୍ଦ ହେବା ପରେ ପୁଣି କ୍ରିକେଟ ଜୀବନ ଆରମ୍ଭ କରିଛନ୍ତି।  ଜୀବନରେ ଭାଙ୍ଗି ଯାଇଥିବା ସେଇ ସମୟରେ,କେମିତି ଲାଗିଥିଲା ତାଙ୍କୁ,ସତରେ କେତେ କଷ୍ଟ ସହିବାକୁ ପଡିଛି। କାହା ଆଗରେ ମୁହଁ ଦେଖେଇ ପାରୁନଥିଲେ ଅପମାନ ହେବାର ଖବର ଚାରିଆଡ଼େ ଭାଇରାଲ ହେଲା। ଯୋଉଠି ଗଲେ ମିଡିଆ ରିପୋର୍ଟର ହଇରାଣ କଲେ। ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ବର୍ଷ ବାସନ୍ଦ କରାଯିବା ତାଙ୍କ ଖେଳ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। 


 ଆଉ ଆଜି ଇଂଲଣ୍ଡ ବିପକ୍ଷ ଆସେସ୍ ଟେଷ୍ଟରେ ଗୋଟିଏ ପରେ ଗୋଟିଏ ଶତକ ମାରି ଚାଲିଛନ୍ତି। ଏକ ବର୍ଷ ପରେ ଦୁଇ ତିନୋଟି ମ୍ୟାଚ୍ ଖେଳି ଟେଷ୍ଟ ରାଙ୍କିକ୍ ରେ ଏକ ନମ୍ବର ହେବା ସମସ୍ତଙ୍କୁ ଚକିତ କରିଦେଇଛି।

ଏଇତ ଜୀବନ ପୁଣି ନୂଆ କରି ଗଢି ତୋଳି ଆଗକୁ ଯିବା । ଜଣେ ଭଲ ଖେଳାଳି ତାର ବେଷ୍ଟ କେବେ ଛାଡି ପାରିବନି ଏବଂ ସେ ଆଜି ନିଜକୁ ପ୍ରମାଣିତ କରି ଦେଖେଇ ଦେଇଛନ୍ତି । 

ଯେଉଁ ମାନେ ଘୃଣା କରୁଥିଲେ ଆଜି ସେମାନେ ତାରିଫ୍ କରୁଛନ୍ତି। ବାଃ ବାଃ କଣ ଖେଳୁଛି ବା ସ୍ମିଥି, ସମସ୍ତଙ୍କ ପାଟି ଆପେ ଆପେ ବାହାରି ଆସିବାଟା ବାଧ୍ୟ କରିବ। 

ସ୍ୟାଲୁଟ୍ କରୁଛି ତୁମ ଧୈର୍ଯ୍ୟ ଏବଂ ନିଷ୍ଠାପରକୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational