STORYMIRROR

Trilochan Karjee

Abstract

3  

Trilochan Karjee

Abstract

ମୂଲ୍ୟବାନଖାଦ୍ୟ

ମୂଲ୍ୟବାନଖାଦ୍ୟ

2 mins
575


ଥରେ ଜଣେ ଯୁବକ ଦୁନିଆର ସବୁଠୁ ମୂଲ୍ୟବାନ ଖାଦ୍ୟ ଖାଇବା ପାଇଁ ଇଛା ପ୍ରକାଶ କଲା। ଯେତେ ଟଙ୍କା ଖର୍ଛ ହେଉ ପଛେ ସେ ଖାଇବା ପାଇଁ ତା ମନରେ ଏକ ପ୍ରକାରର ଜିଦ୍ ଥିଲା।


ସତରେ , ସବୁଠୁ ମୂଲ୍ୟବାନ ଖାଦ୍ୟ କେତେ ସ୍ବାଦିଷ୍ଟ ହୋଇଥିବ ଏବଂ ଆକାରରେ କେତେ ବଡ ହୋଇଥିବ ଏମିତି ଖାଲି ଦିନରାତି ଭାବୁଥାଏ।


ଅନେକ ବଡ ବଡ ହୋଟେଲ ଓ ରେଷ୍ଟୁରାଣ୍ଟ ବୁଲିଲା। ହେଲେ ସବୁଠି ନିରାଶା ହେଲା। କୋଉଠି ବି ସବୁଠୁ ମୂଲ୍ୟବାନ ଖାଦ୍ୟ ପାଇଲା ନାହିଁ।


ସମସ୍ତଙ୍କଠୁ ପାଇଲା ସେଇ ଗୋଟିଏ ଉତ୍ତର, ଏତେ ମୂଲ୍ୟବାନ ଖାଦ୍ୟ ବା ଆମେ କୋଉଠି ପାଇବୁ।

ତଥାପି ଯୁବକ ଜଣକ ମୂଲ୍ୟବାନ ଖାଦ୍ୟ ଖାଇବା ନିଶା ଛାଡି ନଥାଏ।ସେ ଦିନକୁ ଗୋଟେ ପରେ ଗୋଟେ ସହର ଯାଉଥିଲା।


ଦିନେ ଜଣେ ଭଦ୍ର ଲୋକ ତାର ଏଭଳି ବୁଲୁଥିବାର କାରଣ ପଚାରିଲେ।

 ଯୁବକ ଜଣକ ତାର ମନ କଥା ସବୁ ଖୋଲି କହିଲା । 

ଲୋକଟି ତାର କଥା ସବୁ ଶୁଣି ହସିଲେ ଏବଂ କହିଲେ ଏ କଥା ମୋତେ କେବେଠୁ କହିଥିଲେ ମୁଁ ଜଣାଇଦିଅନ୍ତି।

ଏବେ ତୁ କେତେ ହଇରାଣ ହେଲୁଣି।


ତାହେଲେ ମୋତେ ସେ ଖାଦ୍ଯ କୋଉଠି ମିଳିବ ମୋତେ ଠିକଣା ମିଳିବ ଜଣାଇ ଦିଅନ୍ତୁ ।


ଏ ଆମ ସହରର ସେ ଆର ଗଳି ଯିବା ରାସ୍ତାରେ ବିରାଟ ଗୋଲଡ ଜୁଏଲାରୀ ଅଛି ସେଠି ମିଳିବ।


ସତ କହଛନ୍ତି,ମୁଁ ତୁଛାଟାରେ ଏତେ ସହର ବୁଲିଲିଣି।

ହଁ ସତ କହୁଛି।


ଧନ୍ୟବାଦ,ସାର ତେବେ ଆଜି ହିଁ ଯିବି।


ଲୋକଟି କହିଥିବା ଠିକଣାରେ ଯାଇ ପହଞ୍ଚିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଏଠାରେ ଖାଇବା ଜିନିଷ ମିଳେନି କାରଣ ଏଇଟା ଗୋଟେ ସୁନା ଦୋକାନ। ଏଇଟି ସୁନାଗହଣା ହିଁ କିଣି ପାରିବେ।


ଯୁବକ ଜଣକ ମନେ ମନେ ଲୋକଟି ଉପରେ ରାଗ ଆସିଲା।

ମୋତେ ଭକୁଆ ବନେଇ ଦେଲା ବୋଲି ଭାବିଲା।


ତା ପରଦିନ ସେ ଲୋକ ସହ ଦେଖାହେଲା।

କି ଲୋକ ହେଇଛ ହୋ, ତମେମୋତେ ଠକିଦେଲ।


ନା ନା ମୁଁ ଠକିନି ଠିକ୍ ଠିକଣା ଦେଇଛି।


ତେବେ ସୁନା ଦୋକାନକୁ ଯାଇ ମୁଁ ସୁନା ଖାଇବି।


ଆଛା,ତୁମେ ଆଗରୁ କଣ ଖାଇବା ପାଇଁ ପାଇଁ ଖୋଜୁଥିଲ।


ସବୁଠୁ ମୂଲ୍ୟବାନ ଖାଦ୍ୟ।


ତେବେ ତୁମେ ପାଇଗଲ।ସେଇଟା ହିଁ ସବୁଠୁ ମୂଲ୍ୟବାନ ଖାଦ୍ୟ।


ଆରେ,ସୁନା କେମିତି ଖାଦ୍ୟ ହେଲା ଯେ!


ସୁନା ଖାଦ୍ୟ ନୁହଁ,ତେବେ ଶୁଣ ଏ ମଣିଷ ତା ପଛରେ ଏତେ ଏତେ ଟଙ୍କା ଖର୍ଛ କରି କିଣୁଛି ସେଇଟା ପୁଣି ନିଜର ଶରୀରର ସୁନ୍ଦରତା ବଢାଇବା ପାଇଁ। ପୁଣି ଶହେକି ଦୁଇ ଶହ ନୁହଁ କୋଟି କୋଟି ଏ ଶରୀର ପାଇଁ ଖର୍ଛ କରୁଛି। ଏଇଟା କଣ ମୂଲ୍ୟବାନ ଖାଦ୍ୟ ନୁହଁ ହେଲେ ସେ ଏଇଟାକୁ ଖାଇପାରୁନାହିଁ।ଏ ଖାଦ୍ୟରେ ମଣିଷର ପେଟ ପୂରେ ନାହିଁ । କେବଳ ନାମକୁ ଏ ମୂଲ୍ୟବାନ ଖାଦ୍ୟ କିନ୍ତୁ ସ୍ବାଦହୀନ ଅଟେ।


ଏଥର ଯୁବକ ଜଣକ ସବୁ କଥା ବୁଝିଲା ଏବଂ ଆଉ ସେ ମୂଲ୍ୟବାନ ଖାଦ୍ୟ ଖାଇବା ପଛରେ ପଡିଲା ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract