STORYMIRROR

Trilochan Karjee

Others

3  

Trilochan Karjee

Others

ଦାଢି

ଦାଢି

1 min
341

କେତେ ଥର କହିଲିଣି ଆସିଲା ବେଳକୁ ଦାଢିକୁ ଭଲରେ ସେଭିଂ ହୋଇ ଆସିବୁ।ଏମିତି ସବୁବେଳେ ଆମ ଫୁଡ ବିଭାଗର ସୁପରଭାଇଜର ତାଗିଦ୍ କରି କହନ୍ତି।

ମୋର ତାଙ୍କ ଉପରେ ରାଗ ଲାଗୁଥାଏ। କଣ ଏହି ହୋଟେଲ କେଜାଣି ଦାଢି ଭାଇ ଏତେ ନିୟମ ରଖିଛନ୍ତି। ମୋର ସବୁବେଳେ ଖାମ ଖିଆଲ ଥାଏ। ସେଭିଂ ହେବାକୁ ସମୟ କାହିଁ?

ବେଳେବେଳେ ଡ୍ୟୁଟି ଅଧାରୁ ସୁପରଭାଇଜର ସେଭିଂ ପାଇଁ ପଠାନ୍ତି। ଜବ ଛାଡି ଚାଲିଯିବାକୁ ଇଛା ହୁଏ।


ଦିନକର ଘଟଣା...


ଜଣେ କଷ୍ଟମର ଖାଦ୍ୟରେ ବାଳ ବାହାରିଲା। ସେ ଖାଇବା ପାଇଁ ମନା କରିଦେଲା ଏମିତିକି ଟଙ୍କା ବି ଦେବାକୁ ମନା କରିଦେଲା। ଯେତେ ବୁଝେଇ ଆଉ ଥରେ ଖାଇବା ଦେବା କହିବାରୁ ରାଜି ନହୋଇ ଚାଲିଗଲା। ଯେହେତୁ ମୁଁ ଖାଦ୍ୟ ପରୁଷୁଥିଲି ବୋହେ ସୁଧିଲା।

ସେ ଚାଲିଗଲା ପରେ ମୁଁ ମୋ ମୁହଁକୁ ଦର୍ପଣ ସାମନାରେ ଯାଇ ଦେଖେତ ଦାଢି ପୁରା ବଢିଯାଇଛି। ବହୁତ ଦିନ ହେଲା ସେଭିଂ କରନଥିଲି।

ସେତେବେଳେ କୁ ସୁପରଭାଇଜର ଙ୍କ ଦାଢି ସେଭିଂ କଥା କାହିଁକି ବାରାମ୍ବାର ମନ ଭିତରେ ବ୍ୟାଘାତ ସୃଷ୍ଟି କରୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍