ସଉକ୍
ସଉକ୍


କିରେ କଣ ଏମିତି ଖୁସୁରୁ ଫୁସୁରୁହେଉଛୁ।
ଇସାରା କରୁଛୁ ମୋତେ ....ଡାକୁଛୁ!!
ଯା... ଯା ....ଏବେ ତୋ ପାଖକୁ ଯିବାକୁ ମୋର ବେଳ ନାହିଁ।
କ.. ଅଁ ..ଣ ଏମିତି ଅନାଉଛୁ??
ଡାଲି ବସେଇଛି ପୋଡିଯିବ ରେ।ମୋ ପାଖେ ଏବେ ସମୟ ନାହିଁ,ତୋ ଇସାରା ପଢିବାକୁ।ପ୍ଲିଜ଼ ଯା ନା।
ଯିବୁ ନାହିଁ ତ....ବଦମାସ।ରହ ଦେଖୁଛି ତୋ ମଜା।
ଏ ହେ ମୁଁ ଜାଣିଛି ମୁଁ ଆଖି ମାରିବି,ତୁମେ ଆସିବ ହିଁ ଆସିବ।
ହେଉ ଅନ୍ତର୍ଯ୍ୟାମୀ ତୁମେ ତ ସବୁ ଜାଣିଛ,କେତେ କାମ ମୋର।ଯା ଧନ ଅମାନିଆଁ ହଅନା।ମୋ କାମ ସାରି ଗଲେ ତୋ କଥା ବୁଝିବି।
ଉଁହୁଁ........
ସେ ମୋତେ ଉସ୍କେଇଲା।ତାର ସମ୍ମୋହନ ଏଡାଇ ହୋଇ ପାରେନା।
ସବୁ କାମ ପଛକୁ ପକାଇ ଦଉଡ଼ି ଆସିଲି।କୋମଳ ସ୍ପର୍ଶ ଦେଇ ଧଇଁଲି ତାକୁ ।ସେ ମୋ ହାତକୁ କିସ୍ ଟିଏ ଦେଲା।ମୋତେ ଚାହିଁ ହସିଲା।ମୋ ଭିତରେ ହେଉଥିବା ଭାବନାକୁ ସେ ଉତ୍ତାରିବାକୁ ଚାହୁଁଥିଲା।ମୁଁ ଅଣାୟତ୍ତ ହେଲି।ତାକୁ ନିବିଡ଼ ଭାବେ ଧରିଲି।ସବୁ ଖୋଲି ଦେଲି ତା ପାଖେ ମୋ ପୁଞ୍ଜିଭୁତ ହୃଦୟ ସାଇତା ଫର୍ଦ୍ଦ।କିଛି ଖୁସିର,କିଛି ଦୁଃଖର,କିଛି ବ୍ୟଥା ବେଦନାର ,ପ୍ରେମ ଅପ୍ରେମର ,ପ୍ରାପ୍ତି ଅପ୍ରାପ୍ତିର,ବା ଅସହାୟତାର କରୁଣ ଆର୍ତ୍ତନାଦ।ସେ ଗାରେଇ ଚାଲିଲା ତ ଚାଲିଲା ଭାବନା ନ ଅଟକିବା ପର୍ଯ୍ୟନ୍ତ।ମୁଁ ତା ପ୍ରେମରେ ମୋ ସତ୍ତା ହଜାଇ ଉଡୁଥିଲି କାହିଁ କୁଆଡେ।ମନର ଆଖିରେ ଦେଖୁଥିଲି ପ୍ରେମିକାର ଅସହ୍ୟ ଛଟପଟ ପଣ,ପ୍ରେମିକର ଉଚ୍ଚାଟ ଅନ୍ତର୍ଦ୍ୱନ୍ଦ,ବୃଦ୍ଧାଶ୍ରମ ମା ବାପାର କୋଟର ଗତ ଆଖି ଲୁହ,ଅନାଥ ପିଲାଟିର କରୁଣ କ୍ରନ୍ଦନ,ଅସହାୟ କୋମଳ ମତି କୈଶୋରର ଜିଜ୍ଞାସା,କ୍ଷତାକ୍ତ ଶୈଶବର ସ୍ୱର,ଯୌବନର ଉଦାମତା,ନାସା ସର୍ବେକ୍ଷଣ,ମହା
କାଶର ଜୟଯାତ୍ରା,ଉଦଭ୍ରାନ୍ତ ଯୁବକର ଲୋମ ହର୍ଷଣ କାରୀ କାହାଣୀ,ନା ବାଳିକା ଦୁଷ୍କର୍ମ ପିଡିତାର ଅବ୍ୟକ୍ତ ଯନ୍ତ୍ରଣା,ନବଵଧୁର ପୋଡ଼ା ଘାରୁ ଝରୁଥିବା ପୋଷ ପୋଷ ପାଣି,ଏମିତି ଆହୁରି ଅନେକ ଆତ୍ମଦହନ,ଆତ୍ମ
ହତ୍ୟା,ଆତ୍ମବିଶ୍ଲେଷଣ,ସମାଜ ଓ ସାମାଜିକତା ର ଯୁଗ ଯନ୍ତ୍ରଣା।
ମୁଁ ଯେ ପର୍ଯ୍ୟନ୍ତ ଥକି ନ ପଡିଛି ସେ ପର୍ଯ୍ୟନ୍ତ ସେ ମୋତେ ଜଗଡି ଧରିଥିବ।କ୍ଲା
ନ୍ତ,ଅବସନ୍ନ ହୋଇଗଲେ ସେ ଆପେ ଧୀରେ କି ମୋ ପାଖୁ ଚାଲିଯାଏ,ପୁଣି ଆସିବାର ପ୍ରତିଶ୍ରୁତି ସହ।
ପିଲାଦିନେ ସବୁ ବେଳେ ପଡୁଥିଲା- ସରଳ ଭାଷାରେ ବୁଝାଇ ଲେଖ "ଅସି ଠାରୁ ମସିର ବଳ ଅଧିକ"।ସେତେବେଳେ କଣ ବୁଝିଥିଲି କଣ ଲେଖୁଥିଲି ମନେ ନାହିଁ;କିନ୍ତୁ ଏତିକି ମନେ ଅଛି ମୋତେ ଉସକାଉଥିବା ମସି ଅର୍ଥାତ କଲମ ବଳ ନିଶ୍ଚିତ ଅଧିକ।ଗୋଟେ ଅସି ବା ଖଣ୍ଡାରେ ଚୋଟ ପକାଇଲେ ଥରକେ ଗୋଟିଏ ଜୀବନ ଯିବ।ମାତ୍ର ଏ ଯେଉଁ ଛୋଟିଆ ଯେ ପକେଟ ଭିତରେ ନିଜ ଅସ୍ତିତ୍ୱ ହଜାଏ ଥରକେ କୋଟି କୋଟି ଲୋକଙ୍କ ଭାଗ୍ୟ ବଦଳାଇ ପାରେ ନତୁବା କ୍ଷଣକେ ଗୋଟିଏ ଦସ୍ତଖତରେ ପୃଥିବୀ ଓଲଟ ପାଲଟ ହୋଇପାରେ।
ଦେଶର ମୁଖ୍ୟ ନାୟକଙ୍କର ଗୋଟେ ଫାଇଲ ଦସ୍ତଖତରେ ଝୁଲୁଥାଏ କୋଟି କୋଟି ଜନତାଙ୍କ ଭାଗ୍ୟ,ଭବିଷ୍ୟତ ,ଜୀବିକା , ଜୀଇଁବା ଓ ଖୁସି ତଥା ଦେଶର ଉନ୍ନତି ବା ଅବନତି।ଅସାଧୁ ବ୍ୟକ୍ତିର ଗୋଟିଏ ଦସ୍ତଖତ ନେଇ ପାରେ କୋଟି କୋଟି ଜୀବନ।ବଡ଼ ହେଲା ପରେ ବୁଝିଲି ସତରେ ଅସି ଠାରୁ ମସିର ତାକତ ନିଶ୍ଚିନ୍ତ ବେଶୀ।
ଏଇ ମସି ବା କଲମ ମୋର ଜଣେ ଜବରଦସ୍ତ ପ୍ରେମିକ।କେତେ ମନୋଦଶାକୁ ସେ ମୋର କାଗଜ ଉପରେ ଉତ୍ତାରେ!!!ପିଲାଦିନେ ଛାତ୍ର ଜୀବନରେ କଲମ ଟି ବହୁତ ଭଲ ସାଙ୍ଗ ଆମର।ପଢିବା ,ପଢେଇବା,
ଲେଖିବା ବ୍ୟକ୍ତିଙ୍କର କଲମ ଟି ଅତି ଉତ୍ତମ ବନ୍ଧୁ।ମଣିଷ ମନ ଭାଵ ସେ ପରୀକ୍ଷା ହଲ ହେଉ କି ଦୋକାନ ହିସାବ ବା ଗପ,ପ୍ରବନ୍ଧ,କବିତା ଲେଖିବା ବିନା କଲମରେ ସମ୍ଭବ କି?ଯେତେ ଡିଜିଟାଲ ଇ ଯୁଗ ହେଉନା କାହିଁକି କଲମ ଆବଶ୍ୟକତା ଆଗେ ନିଶ୍ଚିନ୍ତ।
ମୁଁ ତ ଭାରି ସଉକି କଲମ କିଣାରେ।ଭଳିକି ଭଳି କଲମ କିଣିବା ମୋର ଗୋଟେ ପିଲାଦିନ ଅଭ୍ୟାସ।ଘରକୁ ଯେ କେହି ବନ୍ଧୁ ଆସିଲେ ଟଙ୍କା ଯାଚନ୍ତି।ମୁଁ କିନ୍ତୁ ଲୋଭ କରେ ତାଙ୍କ ପକେଟରେ ଥିବା ପେନ୍ ଟି ଉପରେ।ଟଙ୍କା ନେବାକୁ ଅତି ବାଧ୍ୟ କଲେ ବିନା ଶବ୍ଦରେ କଲମ ଟି ଟାଣେ।ମା କୁହନ୍ତି "କ୍ରିଷ୍ଣା କେବଳ ପେନ୍ ଟି ନେବ।ତା ବ୍ୟତିରେକ ଯେତେ ଯାହା ଦେଲେବି ନେବନି।" ବନ୍ଧୁ ଆଶ୍ଚର୍ଯ୍ୟ ହୁଅନ୍ତି ଆଉ କୁହନ୍ତି କ୍ରିଷ୍ଣା ର ଅଦ୍ଭୁତ ଚ ଏ ସ୍।ହଁ ମୋର ଅତି ପ୍ରିୟତମ ବସ୍ତୁ ମୋ ଜୀବନରେ ଗୋଟେ କଲମ।କଲମରେ! ମୁଁ ତୋତେ ଆତ୍ମାରୁ ଭଲ ପାଏ।କ୍ରିଷ୍ଣା ସବୁଦିନେ ତୋର।