Satyabati Swain

Romance Tragedy

3  

Satyabati Swain

Romance Tragedy

ସ୍ପର୍ଶ

ସ୍ପର୍ଶ

6 mins
505


ପିଲା ମାନେ କ୍ଲାସରେ ସବୁବେଳେ ଲେଖୁଥିଲେ କଲ୍ଲୋଲ ପ୍ଲସ୍ ଉର୍ମି।


ଆମେ କ୍ଲାସକୁ ଗଲେ ହୋ ହୋ ହୋଇ ହସିଉଠୁଥିଲେ ସବୁ ପିଲା।


ମୁଁ କଲ୍ଲୋଲକୁ ପଚାରିଥିଲି ଏଇ ପ୍ଲସ୍ ଟା କ'ଣ କି କାକୁ!!।କଲ୍ଲୋଲ ଡାକ ନାଆଁ କାକୁ।


ସେ ମୁହଁ ନେଫେଡେଇ କହୁଥିଲା କେ.. ଜା .. ଣି।


ସ୍କୁଲ ୱାସ୍ ରୁମ,ପ୍ରାଚୀର ସବୁଠି ଲେଖାଥିଲା କଲ୍ଲୋଲ ପ୍ଲସ୍ ଊର୍ମି।


ପାଞ୍ଚ ବର୍ଷ ବୟସର ମଗଜ ମୋର ବୁଝିଥିଲା ପ୍ଲସ୍ ମାନେ ଆଡିସନ୍। ଏଇ ଯେମିତି ଟୁ ପ୍ଲସ୍ ଥ୍ରୀ ଇଜି କଲ୍ଟୁ ଫାଇବ୍।


କିନ୍ତୁ କେଉଁଠି ଲେଖା ନଥିଲା କଲ୍ଲୋଲ ପ୍ଲସ୍ ଉର୍ମି କେତେ।ମୋର ଜାଣିବାର ଥିଲା କାକୁ ଓ ମୋର ପ୍ଲସ୍ ହେଲେ କେତେ ହେବ।


କାକୁ ମୋର ବେଷ୍ଟ ଫ୍ରେଣ୍ଡ ଥିଲା। ମୁଁ ବି ତା'ର। ଗୋଟିଏ କଲୋନୀରେ ଆମ ଘର। ଗୋଟିଏ ସ୍କୁଲ ବସ୍ ରେ ଯିବା ଆସିବା କରୁ। କାକୁ ମୋ ଠାରୁ ବର୍ଷେ ବଡ଼। ତା ମାମି ସେ ଭଲ ପଢିବି ବୋଲି ତା ରିଅଲ ବୟସର ଗୋଟିଏ ବର୍ଷ କମାଇ ନାଁ ଲେଖିଥିଲେ। କୋର୍ଟ ଆଫିଡେଭିଡ କରି ବାର୍ଥ ସାର୍ଟିଫିକେଟ ବି ଆଣିଥିଲେ।ଆମେ କ୍ଲାସ୍ ରେ ସାଙ୍ଗ ହୋଇ ବସୁ,ଟିଫିନ୍ ଶେୟାର କରି ଖାଉ,ସାଙ୍ଗ ହୋଇ ଖେଳୁ ବି।ଆହୁରି ମଧ୍ୟ ଆମ ଘରେ ଗୋଟିଏ ଟିଉସନ ସାର୍ ଆମକୁ ପଢ଼ାନ୍ତି।ଏଣୁ ଦିନର ଚବିଶି ଘଣ୍ଟାରୁ ଆମେ ଅଧିକାଂଶ ସମୟ ପ୍ରାୟତଃ ସାଙ୍ଗ ହୋଇ କଟାଉ।


ଗୋଟିଏ କଥାରେ କିନ୍ତୁ ଦୁହେଁ ମରା ମରି ହେଉ।ମୋ ଟେଡି କୁ ସେ ଭାରି ଭଲ ପାଏ।ମୁଁ କିନ୍ତୁ ମୋ ଛଡ଼ା ମୋ ଟେଡିକୁ କେହି ଭଲ ପାଉ ତ ଦୂର କଥା ଛୁଇଁବାକୁ ଦେବାକୁ ବି ଦିଏନି।ସେ କିନ୍ତୁ ଆମ ଘରକୁ ଆସିଲା ମାନେ ମୋ ଟେଡି ସଙ୍ଗେ ଲାଗିବ।ତା କାନ ମୋଡିବ।ତା ପେଟକୁ ମୁଥି ମାରିବ।ଯାହା ମୋ ପାଇଁ ଏକବାର ଅସହ୍ୟ।ତାର ଏପରି କାର୍ଯ୍ୟ କଳାପ ଦେଖି ମୁଁ ଚଣ୍ଡି ହୋଇଯାଏ।କାହିଁକି ମୋ ଟେଡିକୁ ମାରିଲୁ କହି ନଦି ପକାଏ ।ସେ ଦଉଡ଼ି ଯାଇ ମୋ ମାମି ପଛ ଆଡେ ଲୁଚି କହିବ ଏ ...ଏ ଟେଡି ନା ଫେଡ଼ି।ତୋ ଟେଡିକୁ ଦେଖିବୁ ଦିନେ କୁଆଡେ ନେଇ ଛାଡି ଦେଇ ଆସିବି।

      ମୁଁ ମୁହଁ ଫୁଲାଇ କାନ୍ଦେ।ସତରେ ଲୁହ ମୋ ଆଖିରୁ ବୋହି ଆସେ।ମୋ ଆଖି ଲୁହ କାକୁ ଆଦୌ ଦେଖି ପାରେନି।ଦଉଡ଼ି ଆସି କୁହେ ମାରେ ମୋତେ ତୋର ଯେତେ ଇଛା;ହେଲେ ତୁ କାନ୍ଦେନା।ସରି କହି କାନ ଧରି ସେ ବସ୍ ଉଠ୍ ହୁଏ।ତା ଛାମୁ ଦାନ୍ତ ଦିଟା ପଡ଼ିଥାଏ।ସେ କାନ ଧରି ବାସ୍ ଉଠ୍ ହୋଇ ଶୁଖିଲା ମୁହଁ କଲେ ମୋତେ ଭାରି ହସ ଲାଗେ।ମୁଁ ଗେହ୍ଲେଇ ହୋଇ କୁହେ ଆଉ ମାରିବୁ ନି ନା ମୋ ଟେଡିକୁ?

      ତାପରେ ଆମେ ପୁଣି ଏକାଠି ହୋଇ ଯାଉ।ଖେଳୁ ମଜା କରୁ।ମୋତେ କାକୁ ଆଦୌ ଲାଗେନି ସେ ଗୋଟେ ବଏ ବୋଲି।ମୋତେ ଲାଗେ ବନ୍ଧୁତାର ବଏ ଗାର୍ଲ କ'ଣ?ସାଙ୍ଗ ତ ସାଙ୍ଗ।


ମାମି କୁହନ୍ତି ୟୁ ଆର ଏ ଗାର୍ଲ।ବି କନ୍ସସ୍।

  

ଗାର୍ଲ!!!ସୋ ହ୍ଵାଟ୍?? ଫ୍ରେଣ୍ଡ ଇଜ୍ ଫ୍ରେଣ୍ଡ।ନୋ ବଏ ନୋ ଗାର୍ଲ।


ମାମି କୁହେ ମାଇଁ ସୁଇଟ ବେବି।ମାମି କଥା ମାନନ୍ତି।


ଓକେ।କିନ୍ତୁ କାକୁ କୁ ଛାଡି ।


ଦିନେ କାକୁ ଦୌଡୁଥିଲା ଏଇଟି ହଣ୍ଡ୍ରେଡ୍ ମିଟର ରେସ୍ ରେ ପ୍ରତିଯୋଗୀ ଭାବେ।ଓଃ କି ଦୌଡା!!ବିଜୁଳି ଗତିକୁ ଯେମିତି ପ୍ରାପ୍ତ ହୋଇଥିଲା।ମାତ୍ର ଆଠ ମିନିଟିରେ ଟଚ୍ କଲା ସେ ଫିନିଷିଙ୍ଗ ଲାଇନ୍।


କାବା ହୋଇଗଲେ କୋଚ୍।


ତାପରଠାରୁ କାକୁ କି ଦୌଡ଼ ପାଇଁ ସ୍ପେସାଲ ଟ୍ରେନିଂ ଦିଆଗଲା।


କାକୁ ଷ୍ଟାର ହୋଇଗଲା।


ମୋ ସଙ୍ଗେ ସାଙ୍ଗ ହେବ ପାଇଁ ତା ହାତରେ ସମୟ ନଥିଲା।ବେଳେବେଳେ ମାସ ମାସ ଧରି ସେ ବାହାର ଷ୍ଟେଟ ଦୌଡ଼ିବାକୁ ଯାଉଥିଲା।ତା କୋଚ୍ ତାକୁ ଟିକିଏ ବି ଫୁରୁସତ୍ ଦେଉ ନଥିଲେ ଅଭ୍ୟାସରୁ ନିର୍ବୁତ୍ତ ହେବାକୁ।କାକୁ ଦେଶ ବାହାରେ ଖେଳିଲା।ଟ୍ରଫି,ମେଡାଲ ନିଜ ପାଇଁ ଆଣିବା ସହ ଦେଶର ଗୌରବ ହୋଇଗଲା।


ମୋ କାକୁ ମୋଠାରୁ ଢେର ଦୂରକୁ ଚାଲିଗଲା।ମୁଁ ଏକା ହୋଇଗଲି।ପୁରା ଚୁପ୍ ଚାପ୍।ନୂଆ ଗୋଟେ ଉର୍ମି।ଟେଡି ଆଉ ମୁଁ।ମୁଁ ଆଉ ଟେଡି।ଖୁବ କଥା ହେଉ।


ଟେଡି କାକୁ ମୋତେ ଭୁଲିଗଲା କି?


ଟେଡି କାକୁର ମୁଁ ମନେ ପଡୁଥିବି?


ଟେଡିରେ କାକୁ ବିନା ସ୍କୁଲ,କ୍ଲାସ୍,ଟିଉସନ,ପାଠ ପଢା କିଛି ଭଲ ଲାଗୁନି।


ଟେଡି କାକୁକୁ କହିବୁ ମୁଁ ତାକୁ ବହୁତ ମନେ ପକାଉଛି।


କହିବୁ ନା......


ଟେଡି ମୁଣ୍ଡ ହଲାଏ।ଆଖି ମିଟି ମିଟି କରେ।ବହି ଖୋଲା ଥିବ ଟେଡିକୁ ଧରି ମୁଁ ଶୋଇପଡେ଼।


ମାମି ମୋତେ ବେଡ୍କୁ ଟେକି ନେଇ ଶୁଆଇ ଦିଅନ୍ତି।ମାମି ବୁଝିନ୍ତି ମୁଁ କାକୁ କୁ ଝୁରୁଛି।


ମାମି କୁହନ୍ତି ତୋ ସାଙ୍ଗ ଦେଶ,ବିଦେଶରେ ନାଁ କମାଉଛି।ଦେଖୁନୁ ସବୁ ପେପର,ମେଗାଜିନ୍ ରେ ତା ଫୋଟୋ ବାହାରୁଛି।


ବିସ୍ମୟ ବାଳକ କଲ୍ଲୋଲ ହେମ୍ବ୍ରମ ମାତ୍ର ଆଠ ବର୍ଷ ବୟସରେ ରେକର୍ଡ ପରେ ରେକର୍ଡ କରି ଦେଶର ସର୍ବ କନିଷ୍ଠ ଦୌଡ଼ ବିସ୍ମୟ ଟାଇଟିଲ ଜିତିବାର ପ୍ରଥମ ଭାରତୀୟ ବାଳକ।

      ବର୍ଷେ ଥରେ ଅଧେ ସେ ତାଙ୍କ ଘରକୁ ଆସେ।ଘରକୁ ଆସିଲା ମାତ୍ରେ ଆମ ଘରକୁ ଆସେ।କିନ୍ତୁ ଯିଏ ଆସେ ସେ ମୋ କାକୁ ନୁହେଁ।ଯେ ଆସେ ଦୌଡ ବିସ୍ମୟ ବାଳକ କଲ୍ଲୋଲ ହେମ୍ବ୍ରମ।ମୋ ସଙ୍ଗେ ଆଗ ପରି ଲାଗେନି।ମୋ ଟେଡି କାନ ଟାଣେନି।ତା ପେଟକୁ ମୁଥି ମାରେନି।ମାରିବ କଣ ସେ ଟେଡି ଆଡକୁ ଅନାଏନି ବି।


ମୋତେ ଲାଗେ କାକୁ ଯେପରି ବହୁତ ବଡ଼ ହୋଇ ଯାଇଛି।ସେ ଆଠ ବର୍ଷର ମୋ ସାଙ୍ଗ ନୁହେଁ ଅଠର କି ଅଡେଇଶି ବର୍ଷ ଯୁବକ ଯେମିତି ମୋ ବିଗ୍ ବ୍ରୋ ଯିଏ କକେଜର ପଢେ ତା ପରି ଲାଗେ।


ସତ କହିବାକୁ ଗଲେ କାକୁ ଆଉ ମୋ ସାଙ୍ଗ ଲାଗେନି ମାମା କହିଲା ପରି ବଏ ଲାଗେ।


କାକୁ ବଏ!!!


ମୁଁ ଗାର୍ଲ!!!


କାକୁ ମୁଁ ହୋଇଯାଉ ଦୁଇଟି ପାରାଲାଲ ଲାଇନ୍।


ସେ ଆସେ ମୋ ପାଇଁ ଟେଡି ଆଣେ।ନେ ତୋ ଟେଡ଼ିଠାରୁ ଖୁବ ଦାମୀ,ବହୁତ ଗୁଡ଼େ ନୂଆ ସିଷ୍ଟମ ଅଛି।ତୋତେ ହାଲୋ,ହାଏ,ଗୁଡ଼ ମର୍ନିଙ୍ଗ,ଗୁଡ଼ ନାଇଟ କହିବ।ଗୀତ ଶୁଣାଇଁବ,ନାଚିବ ବି।ମୋତେ ଦେଲା ବେଳେ ସେହ୍ନ କମ୍ ବଡ଼ିମା,ଗର୍ବ ଅଧିକ ତା ଆଖିରେ ମୁଁ ପଢି ପାରେ।


ମୁଁ ଖାଲି ତାକୁ ଅନାଇଁ ରୁହେ।ତା ଷ୍ଟାଇଲ୍,ତା ଟକିଙ୍ଗ୍ କୁ  ଆଁ କରି ଚାହେଁ।


 ମୋ କାକୁ କୁ କଲ୍ଲୋଲ ଭିତରେ ଅଣ୍ଡାଳେ।କିନ୍ତୁ କାକୁ କାହିଁ!! ସେ ତ ଫୁର କି ଉଡ଼ି ଯାଇଛି ମୋ ବନ୍ଧୁତା ଆକାଶ ଛାଡି ଅନ୍ୟ ଏକ ଆକାଶ କୋଳକୁ।


ମୁଁ ଦ୍ଵିବିଧାରେ ପଡେ।ଭଲ ସୁନା ପିଲା କାକୁକୁ ଏମିତି କରିଦେଲା କିଏ!!!


ଏଣୁ ମୁଁ ଭଲ ପଢୁଥିଲେ ବି ଜାଣି ଜାଣି ଆଉ ଭଲ ପଢିଲିନି।ଛିଃ ଏ ଭଲ ଗୁଡା କାକୁ ନୁହଁନ୍ତି କଲ୍ଲୋଲ ହୋଇ ଯାଉଛନ୍ତି।ମୁଁ କିନ୍ତୁ ଉର୍ମି ହି ରହିବି,ତରଙ୍ଗ କି ଢେଉ ହେବିନି।


ବାବା ଚିଲେଇ କହିଲେ ମାମିଙ୍କୁ,କ'ଣ ହେଉଛି?ଦେଖିଲଣି ଉର୍ମି କେତେ ବ୍ୟାଡ ରେଜେଲଟ୍ କରିଛି??ତା ପ୍ରିନ୍ସପାଲ ଡକାଇ ମୋତେ ତାଗିଦ କରିଛନ୍ତି।ଏମିତି ପୁଣି ରେଜେଲଟ୍ କଲେ,ସ୍କୁଲରୁ ବାହାର କରିଦେବେ।ତାଙ୍କ ସ୍କୁଲର କୌଣସି ପିଲା ଖରାପ ରେଜେଲଟ୍ ଲଗାତାର ତିନି ଥର କଲେ ସେ ପିଲାକୁ ବାଧ୍ୟତା ମୂଳକ ଟିସି ଦିଆଯାଏ।ଭାବିଛ!ଟିସି ଦେଇଦେଲେ କଣ ହେବ!!କୌଣସି ସ୍କୁଲ ଆଡ୍ମିଶନ କରିବନି।ବୁଝିଲ ତ....


 ଆରେ ଝିଅକୁ ଟିକେ ଆଖିରେ ରଖ।କ୍ଲାସରେ ଟପ୍ କରୁଥିବା ପିଲା ଆଜି କ୍ଲାସର ସବୁଠୁ କମ୍ ନମ୍ବର ରଖିଥିବା ପିଲା!!!ଆଶ୍ଚର୍ଯ୍ୟ ଲାଗୁନି!!!


ମାମି କ'ଣ ଭାବିଲା କେଜାଣି ମୋ ସ୍କୁଲ ସହ ରହିବା ଘର ବି ଚେଞ୍ଜ୍ କରିଦେଲା।ନୂଆ ପରିବେଶ ନୂଆ ସାଙ୍ଗ,ଶିକ୍ଷକ ପାଇଁ ଆସ୍ତେ ଆସ୍ତେ ମୁଁ ନୂଆ ଗୋଟେ ଉର୍ମି ହୋଇଗଲି।ଆଗଠାରୁ ଯଥେଷ୍ଟ ଭଲ।କାକୁ ଭାବନା ଉପରେ ବହଳେ ଧୂଳି ଜମି ଗଲା।


ମୁଁ ସାତରୁ ସତର ବର୍ଷରେ ପହଞ୍ଚିଗଲି।ସୁଶ୍ରୀ,ସ୍ମାର୍ଟ ଓ ମେଧାବୀ ଛାତ୍ରୀ।ମୁଁ ଏବେ ମୋ ମାମି କହିବା ମୁତାବକ ଗାର୍ଲ ଗାର୍ଲ ଫିଲ୍ କରୁଥିଲି।


ଗାର୍ଲ!!!ନିଜକୁ ଡ୍ରେସିଂ ଟେବୁଲରେ ନିରେଖି ଦେଖୁଥିଲି,କେଉଁ କେଉଁ ଜାଗାରେ ମୁଁ ଗାର୍ଲ।ହସ ଲାଗୁଥିଲା ଓ ଏଇ ପାଇଁ ମୁଁ ଗାର୍ଲ.....


ବାବା ୟୁନିଅନ୍ ବ୍ୟାଙ୍କ ମ୍ୟାନେଜର୍।ବିହାରରୁ ପାଟନାକୁ ଟ୍ରାନ୍ସଫର୍ ହୋଇଗଲା।ସେଠି ମୁଁ ଜୁଲୋଜି ଅନର୍ସ ନେଇ ପଢ଼ୁଥିବା ବେଳେ ମେଡିକାଲ୍ ପାଇଗଲି।ନାସିକିରେ ମୋ ଆଡମିଶନ୍ ନେଲି।ତାପରେ ଏମ୍ସରେ ପିଜି ଓ ସେଇଠି ପୋଷ୍ଟିଂଗ ହେଲା ହାର୍ଟ ସର୍ଜରିଆନ ଭାବେ।


ପ୍ରତିଦିନ ହଜାର ହଜାର ପେସେଣ୍ଟଙ୍କ ହାର୍ଟ ଅପେରେସନ୍ ହୁଏ।ନୂଆ ମୁଁ ଜଷ୍ଟ ପ୍ରଫେସରଙ୍କୁ ଆସିଷ୍ଟ କରେ।ଏମିତି କିଛି ଦିନ ପରେ ମୋତେ ଆସିଷ୍ଟ କଲେ ପ୍ରଫେସର ଅପେରେସନ୍ ରେ।


ଚମତ୍କାର କହିଲେ ବେଷ୍ଟ୍ ସର୍ଜରିଆନ୍ ମୋ ହାତର କମାଲ୍ ଦେଖି।


ବହୁତ ଡିମାଣ୍ଡ ଥିଲା ମୋ ହାତର।ଦେଶ ବିଦେଶର ନାମୀ ଦାମୀ ବ୍ୟକ୍ତି ଆସିଲେ ମୋ ଦ୍ୱାରା ଅପେରେସନ୍ ହେଉ ବୋଲି ଇଛାଟିଏ ରଖି।


ଆସ୍ତେ ଆସ୍ତେ ଗାର୍ଲ ଗାର୍ଲ ଭାଵ ମୋ ଭିତରୁ କୁଆଡେ ଉଭେଇ ଗଲା।ମୋତେ ଲାଗିଲା ମୋ ଭିତରେ ହାର୍ଟ ଟି ହିଁ ନଥିଲା।ମୁଁ ବିନା ରୋଗରେ ଅପରେସନ କରିଦେଇଥିଲି ସତେକି ମୋ ନିଜ ହାର୍ଟ.........


ବାବା ରିଟାୟର୍ଡ କରିଥିଲେ ସେତେବେଳେକୁ।ମାମି ବୟସ୍କା ଲାଗୁଥିଲେ।ମୋ ବ୍ରୋ ସେଟେଲ୍ ହୋଇଯାଇଥିଲା ଆମେରିକାରେ।ମୋତେ ବି ଡାକୁଥିଲା ସେଠିକୁ।କିନ୍ତୁ ମୋ ଦେଶରେ ମୋର ଆବଶ୍ୟକତା ଥିଲା ବେଳେ ଅର୍ଥ ଲୋଭରେ ସେଠିକି ଯିବାର ଦୁଃସ୍ଥ ମାନସିକତା ମୋର ନଥିଲା।


ବୟସ କଣ୍ଟା ଟିକ୍ ଟିକ୍ ହୋଇ କେତେବେଳେ ପହଞ୍ଚି ଯାଇଥିଲା ତେତିଶ ବର୍ଷ ପାଖେ।ମାମା ବ୍ୟସ୍ତ ହେଉଥିଲା ବାହାଘର ବୟସ ଗଡି ଯାଉଛି କାଳେ।


ମୁଁ ଗାର୍ଲ ନଥିଲି।କେବଳ ହୃଦୟ କାଟିବା ଯୋଡିବା ମେସିନ ଟିଏ ପାଲଟି ଯାଇଥିଲି।ମ୍ୟାରେଜ କରିବା ସ୍ପୃହା ହିଁ ନଥିଲା।


ପିଲା ବଡ଼ ହୋଇଗଲେ ପୁଣି ସ୍ୱାବଲମ୍ବୀ ହେଲେ ବାବା ମାମୀଙ୍କ କାଟତି ଆଉ ଚଲେନି ବୁଝି ଯାଇଥିଲେ ମୋ ପ୍ୟାରେଣ୍ଟସ୍।


ହାର୍ଟ କାଟି କାଟି ମୁଁ ହାର୍ଟ ଥିବା ରୋବଟିକ ରକ୍ତ ମାଂସର ମଣିଷ ପାଲଟି ଗଲି।'ଅର୍ଣ୍ଣବ' ମୋ ସହ ପାଠୀ ଗାଇନୋଲୋଜିଷ୍ଟି ମୋତେ ନିଜର କରିବା ପାଇଁ ଖୁବ ଚେଷ୍ଟା କରୁଥିଲା।ମୁଁ କିନ୍ତୁ ରୋବୋଟ ଭଲ ପାଇବା ଆସିବ କେଉଁଠୁ??


ଦିନେ ମୋ ସହ ଏକ ଅଭାବନୀୟ ଘଟଣା ଘଟିଲା।କେଉଁ ଜଣେ ଲବ୍ଧ ପ୍ରତିଷ୍ଠ ବ୍ୟକ୍ତିଙ୍କ ହାର୍ଟ ଅପେରେସନ ପାଇଁ ସାରା ଏମ୍ସ ଧାଁ ଦୌଡ଼ କରୁଥିଲା ଯେପରି।ମିଷ୍ଟର ଜେ ପି ଦତ୍ତ ଦ ବେଷ୍ଟ ସର୍ଜରିଆନ ମୋତେ ଡକାଇଲେ ତାଙ୍କ ସାତ ଜଣିଆଁ ଅପେରେସନ ଟିମ୍ ରେ ରହିବାକୁ।ବହୁ ବଡ଼ ବଡ଼ ଡାକ୍ତରଙ୍କ ସହ ମୋତେ କାମ କରିବାର ସୁଯୋଗ ପାଇଁ ମୁଁ ଖୁବ ଉତ୍ସାହିତ ଥିଲି।


ସବୁ ରେଡି।କେବଳ ହିଷ୍ଟ୍ରି ସେ ବ୍ୟକ୍ତିଙ୍କ ପଢିବା ପରେ ଆମେ ସାତ ଜଣ କିଛି ଆଲୋଚନା କରିବୁ।ଗୋଟେ ଚ୍ୟାଲେଞ୍ଜ ଥିଲା ଆମ ଡାକ୍ତରୀ ବିଦ୍ୟା ପାଇଁ ଥିଲା।ତାପରେ କ'ଣ କେମିତି କେତେବେଳେ କରାଯିବ ନିଷ୍ପତ୍ତି ହେବ।ସଫଳତା ନିଶ୍ଚିନ୍ତ ହେଉ ଏ ଆଶାଟି ମଧ୍ୟ ଆମ ସାତ ଜଣ ଡାକ୍ତରଙ୍କ ମଧ୍ୟରେ ସୃଷ୍ଟି ହେଉଥାଏ।ସମସ୍ତେ ସେ ରୋଗୀଙ୍କର ହିଷ୍ଟ୍ରି ମୋ ଦଳ ପଢି ସାରିବା ପରେ ମୋ ପାଳି ପଡିଲା।


ଓ ମାଇଁ ଗଡ୍!ମୁଁ ଚମିକ ପଡିଲି।କାହା ହିଷ୍ଟ୍ରି ପଢୁଛି ମୁଁ!!!

କଲ୍ଲୋଲ ହେମ୍ବ୍ରମ ମୋ କାକୁ,ବିସ୍ମୟ ଦୌଡ଼ ବାଳକର!!ଯେ ଏସିଆନ ଗେମରେ ସାତ ଥର ଦୌଡ଼ ପ୍ରତିଯୋଗୀ

ତାରେ ଗୋଲଡ୍ ମେଡାଲ ଆଣି ଦେଇଛି ଭାରତକୁ!!!

ହେ ଭଗବାନ!ମୋ ସ୍ମୃତିରୁ ବିସ୍ମରି ଯାଇଥିବା ମୋ କାକୁ ଇଏ।ମୁଁ ଥରିବାକୁ ଲାଗିଲି।କାକୁ ରେ! ତୋତେ ଏମିତି ଭେଟିବି ମୁଁ ଜାଣି ନଥିଲି।


ଧୀରେ ଧୀରେ ମୁଁ ପେସେଣ୍ଟ ପାଖକୁ ଗଲି।କାକୁ ଏହା ଭିତରେ ଏତେ ଲମ୍ଭା ଏତେ ସୁନ୍ଦର ଯୁବକ ହୋଇ ଯାଇଛି!!ଆଖି ବୁଜି ପଡିଛି।ଲାଗୁଛି ସତେକି ଶୋଇଛି।ଏଇ ଉଠିବ ଆଉ କହିବ ଉର୍ମି ନେ କେତେ ବଡ଼ ଟେଡି ତୋ ପାଇଁ ଆଣିଛି।ଏଇଟା ଏମିତି ସେମିତି ଟେଡି ନୁହେଁମ!!ଓଃ କାକୁ....


କାକୁ ଦୌଡୁ ଦୌଡୁ ପଡିଗଲା।ତାପରେ କୋମାକୁ ଚାଲି ଯାଇଛି।ପରୀକ୍ଷା କରି ଦେଖା ଯାଇଛି,ତାକୁ ଗୋଟେ ସିଭିୟର ଷ୍ଟ୍ରୋକ ହୋଇଛି।ହାର୍ଟକୁ ଠିକ୍ ରେ ବ୍ଲଡ଼ ପାସ୍ କରୁନି।ପିଲା ଦିନୁ ଅତ୍ୟଧିକ ଦୌଡ଼ ତାର କାଳ ହୋଇଛି।ଭାରତର କଲ୍ଲୋଲ ଗୋଟେ ଗର୍ବ,ଗୌରବ।ସେଥିପାଇଁ ଭାରତ ସରକାର ବେଶୀ ତତ୍ପର ଏ ବିସ୍ମୟ ଦୌଡ଼ ବ୍ୟକ୍ତି ପାଇଁ।ଟିକେ ଭୁଲ୍ ହେଲେ ତ୍ରାହି ନାହିଁ।


ଦ ୟଙ୍ଗ ଆଣ୍ଡ ମୋଷ୍ଟ ଏନର୍ଜଟିକ୍ ସର୍ଜରିଆନ ଡ଼ଃ ଉର୍ମିଙ୍କୁ ପ୍ରଥମ ଥର ଅପରେସନ୍ ଥିଏଟରରେ ଟିକେ ଭୟ ଲାଗିଲା।କେତେ ହାର୍ଟ କାଟିଛି କାଇଁ ଏମିତି ଫିଲିଙ୍ଗସ୍ ଆସି ନଥିଲା!!ଆଜି କାହିଁକି!!!ନିଜକୁ ଦୃଢ଼ କଲା ଇମୋସନକୁ ଅକ୍ତିଆରରେ ରଖି।ପେସେଣ୍ଟ କାକୁ ମଥାରେ ଅପରେସନ ପୂର୍ବରୁ ନିଜ ଆଙ୍ଗୁଠିରେ ଲେଖିଲା ଡ଼ଃ ଉର୍ମି "କାକୁ ପ୍ଲସ୍ ଊର୍ମି"।ଆଶ୍ଚର୍ଯ୍ୟ ଟିକେ ଧକ୍ ଧକ୍ ହୋଇଉଠିଲା ପେସେଣ୍ଟର୍ ହୃଦ।


ସାତ ଜଣ ଡାକ୍ତରଙ୍କ ମୁହଁରେ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ।ଉର୍ମି ଯେତେ ଥର ପେସେଣ୍ଟ ମଥା ସ୍ପର୍ଶ କରୁଥାଏ,ସେତେଥର ପେସେଣ୍ଟ ହାର୍ଟ ଉଠୁଥାଏ ପଡୁଥାଏ।ଯେ ପି ଦତ୍ତା କହିଲେ ମୁଁ କ'ଣ କହୁଥିଲି ଡ଼ଃ ଉର୍ମି ୟୁ ଆର ଏ ମ୍ୟାଜିସିଆନ୍।ୟୁ ହାଵ ଏ ମ୍ୟାଜିକ୍ ହ୍ୟାଣ୍ଡ୍।ନୋ ଡାଉଟ୍ ଆମେ ସଫଳ ହେଵା ଏ ଅପେରେସନ୍ ରେ।


ଡ଼ଃ ଉର୍ମି ଜଷ୍ଟ ଟିକେ ସ୍ମାଇଲ୍ ଦେଲେ।ପାଞ୍ଚ ଘଣ୍ଟାର ଅପେରେସନ୍ ପରେ ସାତ ଜଣ ଡକ୍ଟର ହସି ହସି ଅପରେସନ୍ ଥିଏଟରରୁ ବାହାରି ଆସୁଥିଲେ।


 ଏବଂ କହିଲେ ଅପରେସନ ସକ୍ସେସ।









Rate this content
Log in

Similar oriya story from Romance