Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Laxman Kumar Behera

Romance


4.4  

Laxman Kumar Behera

Romance


ସଂଘର୍ଷ : ଧାରା, ଧରା ଓ ରାଧା

ସଂଘର୍ଷ : ଧାରା, ଧରା ଓ ରାଧା

9 mins 701 9 mins 701


          ଆମ ପଞ୍ଚାୟତର କୋଟିପତି ଠିକାଦାର ମହର୍ଷି ର ଏକମାତ୍ର ଅଲିଅଳି କନ୍ଯା ସୁନୈନାର ବାହାଘର ସୁଦୂର କେନ୍ଦ୍ରାପଡା ଜିଲ୍ଲାର ସଂମ୍ଭ୍ରାନ୍ତ ଘରର ପୁଅ ସ୍ମରଣ ସହିତ ଠିକ୍ ହୋଇଥାଏ । ଭାରତୀୟ ପ୍ରଶାସନିକ ସେବାର ସେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ । ଏପଟେ ମୋର ଦୁଇଜଣ ସହପାଠୀ ସୁନୈନା ଆଉ ଋତୁରାଜ୍ ପରସ୍ପରକୁ ପିଲାଦିନୁ ଭଲ ପାଉଥିଲେ । ସୁନୈନା ସହ ଧରିପଳା ଯାଇ ପ୍ରେମ ବିବାହ କରିବା ପାଇଁ ଋତୁରାଜ୍ ସେଦିନ ମୋ ପାଖକୁ ଆସିଥାଏ କିଛି ଭଲ ସନ୍ଦେଶ ପାଇବା ଆଶାରେ । ହେଲେ, ମୁଁ ସେଦିନ ତା'କୁ ସଫା ସଫା ବୁଝାଇ କହିଲି, ଭାଇ ତୋର ଅନ୍ତରାତ୍ମା ଯାହା କହୁଛି ତୁ ତାହା କର, ମୋତେ ସେ ଭିତରେ ଜମାରୁ ପସାନି କି ଫସାନି । ତୋ ଭଳି ମୁଁ ମଧ୍ୟ ଗରିବ ଘରର ପିଲା । ସେମାନେ ଲକ୍ଷ ଲକ୍ଷ ଟଙ୍କାର ମାଲିକ୍ । ସେମାନଙ୍କ ଇଜ୍ଜତ୍ ରେ ଆଞ୍ଚ୍ ଆସିଲେ ଆମକୁ ଛାଡିବେ ଟି ? ବଡଘର ଝିଅକୁ ପଟେଇବା କଥା ଭୁଲି ଯା' । ଏଥିରେ ତୋର୍ ବି ଲାଭ ଆଉ ମୋର ବି । ତା' ବାପା ବି ତତେ କେବେ ପସନ୍ଦ କରିବାର ମୁଁ ଜାଣିନି । କେମିତି ହେଲେ ପସନ୍ଦ କରିବେ କହତ ! ଖାଲି ଭଲ ପାଠ ପଢିଲେ କିଏ କ'ଣ କେବେ ପସନ୍ଦ କରେ ? ଭଲ ଚାକିରି ଟିଏ ନ ପାଇଲା ଯାଏଁ କୌଣସି ବାପ କେବେ କ'ଣ ତା' ଝିଅକୁ ଆମ ଭଳି ବେକାରୀ ହାତରେ ଦେଇ ଦେବ ? ବାହା ଦେଲେ ବି ଆମେ ପୋଷିବା କେମିତି ? ରୋଜଗାର ପନ୍ଥା ବୋଲି ତ କିଛି ନାହିଁ । ମାନୁଛି ଆମେ ଭଲ ପାଠ ପଢୁଛନ୍ତି, ଭବିଷ୍ୟତରେ ଭଲ ଚାକିରି ବି ପାଇବା, ହେଲେ; ବର୍ତ୍ତମାନ କୌଣସି ଚାକିରି ତ ପାଇ ନାହାଁନ୍ତି ନା ! ସ୍ନାତକ ତ ଏବେ ମାସେ ହେଲା ସରିଛି । ଦେଖ୍ ଭାଇ ସୁନୈନା କୁ ଭୁଲି ଯା' । ପ୍ରେମରେ ତ୍ଯାଗ ହିଁ ଆନନ୍ଦ । ତୋର ଏକମାତ୍ର ସାହାରା ରୋଗିଣା ମାଆର ମୁହଁ ଟିକେ ଦେଖ୍ । ତୋତେ କେଡେ କଷ୍ଟରେ ପାଠ ପଢାଇଛନ୍ତି । ଚାକିରିଟିଏ ପାଇଲେ ସେ ଅନେକ ଖୁସି ହେବେ । ଆଉ ତୁ ଯଦି ଏବେ ସୁନୈନା କୁ ଧରି ଘର ଛାଡି କୁଆଡେ ପଳାଉ ତୋର ମାଆର ଅବସ୍ଥା କଣ ହେବ କହତ ? ସମୟ ଅନୁସାରେ ଆମେ ଠିକ୍ କର୍ମ କରୁଛନ୍ତି । ସମୟକୁ ଅପେକ୍ଷା କରିବାକୁ ପଡିବ । କପାଳ ଲିଖନ କେ କରିବ ଆନ, ତୋ ଭାଗ୍ଯରେ ଯାହା ଅଛି ତାହା ହିଁ ହେବ । ମୋତେ ତ ସ୍ପଷ୍ଟ ଦିଶୁଛି ତୁ ସୁନୈନା କୁ କେବେବି ବିବାହ କରି ପାରିବୁନି ।


         - ( ଋତୁରାଜ୍ ଟିକିଏ ରାଗି ଯାଇ କହିଲା ) ତୁ ସେମିତି କାହିଁକି କହୁଛୁ ? ଆମ ଦୁହିଁଙ୍କୁ ମିଶେଇବା ବଦଳରେ ବିବାହ ହେଇ ପାରିବନି ବୋଲି ଶୁଣଉଛୁ । 


         - ( ମୁଁ କହିଲି ) ଆରେ ଭାଇ ମୋତେ ରାଗୁଛୁ କାହିଁକି ? ଯଉଟା ସତ ମୁଁ ତାହା ତ କହୁଛି । ମାନୁଛି ତମେ ଦୁହେଁ ଏକା ଜାତିର । ତତେ ସୁନୈନା ପ୍ରେମ ବି କରୁଛି । ହେଲେ; ତାଙ୍କର ପରିବାର ଆଉ ତମ ପରିବାର ଭିତରେ ତାଳେତିଳେ ଅନ୍ତର ଅଛି କି ନାହିଁ, କହ ? ମୁଁ କେବଳ ଏତିକି ଜାଣିଛି ଯେ, ପ୍ରେମରେ ସଂଘର୍ଷ କରିବାକୁ ପଡିଥାଏ ଶେଷ ପର୍ଯ୍ଯନ୍ତ । ସଂଘର୍ଷର ଧାରା ନିୟମିତ ଓ ନିରନ୍ତର ଭାବେ ଧରାରେ ବଜାୟ ରଖି ପାରିଲେ ରାଧା ମିଳିବା ଅତି ସହଜ ହୋଇ ପଡେ । ଆପଣାର ତଥା ହୃଦୟର ପରମପୂଜ୍ଯା ଦେବୀ ରାଧାକୁ ବିନା ସଂଘର୍ଷରେ ପାଇବା କ'ଣ ଏତେ ସହଜ ? ଜମା ସହଜ ନୁହେଁ । ଏ ଧରା ସେଇ ମାନଙ୍କୁ ତାଙ୍କର ରାଧା ପାଇବାକୁ ଦେଇଥାଏ ଯେଉଁମାନେ ରାଧାକୁ ନୁହେଁ ସମୟକୁ ରାଧା ଭାବି ପ୍ରେମ କରିଥାନ୍ତି । ଯେଉଁମାନେ ଏ ଧରାକୁ ନିଜର ସମସ୍ତ ପ୍ରେମ ତଥା ନିଜର ଆତ୍ମବିଶ୍ବାସ, ସମସ୍ତ ଜ୍ଞାନ, ସମସ୍ତ ଶକ୍ତିସାମର୍ଥ୍ଯ, ପୂଣ୍ଯ - ଧର୍ମ ନିୟମିତ ଧାରାରେ ଉତ୍ସର୍ଗ କରି ଚାଲିଥାନ୍ତି ସେମାନଙ୍କୁ ଏ ଧରା ଆଉ ସମୟ ନିଜର ପ୍ରିୟ ଦେବୀ ରାଧାକୁ ସମର୍ପି ଥାନ୍ତି । କାରଣ ସମୟ ଆଉ ଧରା ତାଙ୍କର ବିଶ୍ବାସ ଥାଏ ଯେ, ଯିଏ ଆମକୁ ବିଶ୍ବାସ ଆଉ ପ୍ରେମ କଲା ଆମ ରାଧା ତା' ଠାରେ ହିଁ ଖୁସିରେ ରହି ପାରିବ ଅନନ୍ତ ସମୟ ଯାଏଁ । ନଚେତ୍ ଆମ ରାଧା ଯୁଗ ଯୁଗ ଧରି ଦୁଃଖ ପାଇବ ।


          ଏ ସଂସାରରେ ଏହା ତ ସତ୍ଯ ଯେ' ଆକର୍ଷଣ କରେ ସେ ହିଁ କୃଷ୍ଣ ଆଉ ଯେ' ଆକର୍ଷିତ ହୁଏ ସେ ରାଧା । ତୁମେ ଦୁହେଁ ତ ପରସ୍ପର ଆଡକୁ ଆକର୍ଷିତ । ଏହା ତ ଆନନ୍ଦର କଥା । ସୁପ୍ତ ପ୍ରାଣକୁ ଯେ' ଜୀବିତ କରି ଚଳଚଞ୍ଚଳ କରିପାରେ ସେ ହିଁ ପ୍ରେମ । ଆଉ ପ୍ରେମମୟ ଜୀବନ ଭିତରେ ନିରବରେ ନିରନ୍ତରେ ନିଜକୁ ସମସ୍ତଙ୍କ ଆଗରେ ଭଲ ବୋଲି ପରିଚୟ ସୃଷ୍ଟି କରିବା ହିଁ ସଂଘର୍ଷ । ବିବାହ କେବେ ପ୍ରେମର ଅନ୍ତ ନୁହେଁ । ବିବାହ ପରେ ବି ତୁମେ ଦୁହେଁ ପରସ୍ପରକୁ ଭଲ ପାଇ ପାରିବ । ଏହା ମୁଁ ଜାଣିଛି ଜୀବନରେ ଅନେକ ବାଧା ଆସିଲେ ମଧ୍ଯ ହୃଦୟର ରାଧା ପାଇଁ ଏ ହୃଦୟ କେବେ ଭଲ ପାଇବାରେ ତିଳେ ବି ଊଣା କରେ ନାହିଁ । କାରଣ ପ୍ରେମ ଶାଶ୍ବତ, ପବିତ୍ର, ଚିରନ୍ତନ ସତ୍ଯ, ଅମର ଓ ଅମୃତର ଗନ୍ତାଘର । 


          ସଂସାରରେ ନିଜକୁ ଭଲ ମଣିଷଟିଏ କରି ଗଢିବା ଅତି କଠିନ କାର୍ଯ୍ଯ । ସଂସାର ଜଞ୍ଜାଳ ଭିତରେ ପରୋପକାର ନକଲେ କ'ଣ ସହଜରେ ଆମକୁ କିଏ ଭଲ ମଣିଷ ବୋଲି କହିବ ? କେବେ ନୁହେଁ । ତା' ଅର୍ଥ ପ୍ରଥମେ ପରିବାର ଠାରେ ନିଜକୁ ସଂପୂର୍ଣ୍ଣ ଭାବେ ସମର୍ପିତ କରିବାକୁ ପଡିବ । ଭଲ କର୍ମ କରି, ରୋଜଗାର କରି ପରିବାରକୁ ପୋଷିବାର ଭାର ନିଜକୁ ହିଁ ଉଠେଇବାକୁ ପଡିବ । ଯେବେ ନିଜ ପରିବାର ତୁମକୁ ଭଲ ମଣିଷ ବୋଲି ଚିନ୍ତା କରିବ ସେବେ ଏ ସୃଷ୍ଟି ତୁମକୁ ଭଲ ବୋଲି ସ୍ବୀକାର କରିବ । ନଚେତ୍ ଏ ଧରାରେ ତୁମକୁ କେହି ମଧ୍ୟ ଭଲ ବୋଲି ସ୍ବୀକାର କରି ପାରିବେ ନାହିଁ । 


           ହଁ, କଷ୍ଟ ସହିବାକୁ ପଡ଼ିପାରେ ! ନିଜ ପରିବାର ଠାରୁ ଗାଳି ବି ଶୁଣିବାକୁ ପଡିପାରେ । ହେଲେ ଶେଷରେ ପରୋପକାର ଭାବନାରେ ତୁମେ ଏମିତି ଭାବେ ଡୁବି ଯାଇ ଥିବ ଯେ, ଏ ସଂସାରର ସମସ୍ତ ଜୀବ ତୁମର କୁଟୁମ୍ବ ହେଇ ଯାଇଥିବେ । ତୁମେ ସୁନୈନା କୁ ଯେତିକି ପ୍ରେମ କରୁଛ ସେମିତି ପ୍ରେମ ସାରା ସଂସାରକୁ ଥରୁଟିଏ କରିକି ଦେଖ ! ଦେଖିବ ତୁମେ ପରମାର୍ଥୀ ସାଜି ପରମ ସୁଖ ଅନୁଭବ କରିବ ।


         ଏ ସାରା ବସୁନ୍ଧରା ସେତେବେଳେ ତୁମକୁ ପରମ ମିତ୍ର ବୋଲି ସ୍ବୀକାର କରିବ ଯେବେ ତୁମେ ସମସ୍ତଙ୍କ ମନରେ, ପ୍ରାଣରେ ମିଶିପାରିବ । ହୃଦୟରେ ମନେ ପଡିବ । ଏଇ ମନେ ପଡିବା ପାଇଁ କଠୋର କାର୍ଯ୍ଯ ତ ତୁମକୁ କରିବାକୁ ପଡିବ । ସେଇ କଠିନ କାର୍ଯ୍ଯ ଟି ହେଲା ପରୋପକାର । ନିଃସ୍ବାର୍ଥରେ, ବିନା ଦ୍ବନ୍ଦରେ, ବିନା ଆଶାରେ, ପ୍ରେମ ସହକାରେ, ଅହିଂସା ଓ ସତ୍ଯରେ ଯେବେ ଅନ୍ଯର ଉପକାର କରିବ ସେବେ ଏ ଜଗତ ତୁମକୁ ଆପଣାର ପ୍ରିୟ ସହଚର ସଖା ଭାବେ ସ୍ବୀକାର କରିବ ।


        ଯେଉଁଦିନ ସଂସାରର ସମସ୍ତେ ମୁଁ ତତେ କହୁଥିବା ଏ କଥାଟିକୁ ହୃଦୟଙ୍ଗମ କରିବେ ସେବେ ଏ ଧରା ଶାନ୍ତିର ଧରା ହେଇଯିବ । ନଚେତ୍ ଶାନ୍ତିର ପ୍ରଚାର ପ୍ରସାର ବାର୍ତ୍ତା ସିନା ଆମେ ପରସ୍ପରକୁ ଶୁଣାଉଁ ଥିବା ହେଲେ ଅଶାନ୍ତିରେ ଜୀବନ ନିର୍ବାହ କରୁଥିବା ମୃତ୍ୟୁଲୋକରେ, ଲେସମାତ୍ର ଜାଣି ପାରୁ ନଥିବା । 


        ଏ ଧରାରେ କିଏ ସଂଘର୍ଷ କରୁନି ? ସୁନୈନା ଯାହାକୁ ବିବାହ କରିବ ସିଏ ନା ତୁ ନା ମୁଁ । ଆମେ ସମସ୍ତେ ଜୀବନ ଜୀଇଁବା ପାଇଁ ହେଉ, କୌଣସି ବସ୍ତୁକୁ ପ୍ରାପ୍ତ ହେବା ପାଇଁ ହେଉ ଅବା କାହାକୁ ଜୀବନ ବାଟରେ ନିଜର କରିବା ପାଇଁ ହେଉ ପ୍ରତି ମୂହୁର୍ତ୍ତରେ ସଂଘର୍ଷ କରୁଛନ୍ତି । ବିନା ସଂଘର୍ଷରେ କେହି ଜଣେ ବି ବଞ୍ଚିବାର ନାମ ତୁମେ ନେଇ ପାରିବ କି ତୁମ ଓଠରେ ? କେବେବି ନେଇ ପାରିବ ନାହଁ । କାରଣ ଏ ସଂସାରରେ ଧନୀ ବ୍ଯବସାୟୀ ଠାରୁ ଗରିବ ଭୀକିରି ପର୍ଯ୍ଯନ୍ତ, ରାଜା ଠାରୁ ପ୍ରଜା ପର୍ଯ୍ଯନ୍ତ, ଶାସକ ଠାରୁ ଶାସିତ ପର୍ଯ୍ଯନ୍ତ ସମସ୍ତେ ସଂଘର୍ଷ କରୁଛନ୍ତି । ଅହରହ ଗୋଟିଏ କ୍ଷଣ ବି ସେମାନେ ବିନା ସଂଘର୍ଷରେ ଜୀଇଁ ପାରୁ ନାହାଁନ୍ତି । ସଂଘର୍ଷର ସ୍ବାଦ ଶେଷରେ ବିଶାଳ ହିଁ ହୋଇଥାଏ । ସଂଘର୍ଷମୟ ଜୀବନ ଦୁଃଖ ଭରା ହୋଇପାରେ, ହେଲେ; ସଂଘର୍ଷର ଅନ୍ତରେ ଯେଉଁ ସୁଖ ମିଳେ ତାହାର ଅନୁଭବ, ସୁଖ, ଶାନ୍ତି ଅନନ୍ତ ହିଁ ଅନନ୍ତ ହୋଇଥାଏ । ଯେ, ସଂଘର୍ଷ କରିନାହିଁ ସେ କେବେବି ଏ ଶୀଖର ଛୁଇଁ ପାରି ନାହିଁ । ତେଣୁ ସ୍ଥିର ରହି ହିଂସା ଓ ଅସତ୍ଯର ସାହାରା ନ ନେଇ ପ୍ରେମୀ ସାଜି ସଠିକ୍ ମାର୍ଗରେ ସଂଘର୍ଷ କଲେ ଶେଷ ପରିଣତି ଶାନ୍ତି ଆଉ ସୁଖର ହୋଇଥାଏ । 


           ସ୍ବାଧୀନତା ପାଇବା ପାଇଁ ଏ ଜାତି, ଏ ଦେଶ କ'ଣ ସଂଘର୍ଷ କରିନି ? ଅନେକ କରିଛି । ସଂଘର୍ଷ କଲା ବୋଲି ତ ସ୍ବାଧୀନତାର ଅସଲ ସ୍ବାଦ ତାଙ୍କର ପର ପୀଢି ଆଜି ଭୋଗ କରୁଛି । ଆମ୍ଭେମାନେ ଭୋଗ କରୁଛନ୍ତି । ସେଦିନ ଯଦି ଆମ ଦେଶର ମହାପୁରୁଷଗଣ ନିଜର ସମସ୍ତ ସାମର୍ଥ୍ଯ ଲଗାଇ ଇଂରେଜ ମାନଙ୍କ ସହ ଅହିଂସାର ସଂଘର୍ଷ କରି ନଥାନ୍ତେ, ଦେଶ ହିତରେ ଆପଣାର ବହୁମୂଲ୍ଯ ଜୀବନ ଉତ୍ସର୍ଗ କରି ନଥାନ୍ତେ, ଆମେ କ'ଣ ସ୍ବାଧୀନ ହୋଇ ପାରି ଥାନ୍ତେ ? କେବେବି ସ୍ବାଧୀନତାର ପରମ ସ୍ବାଦ ଚାଖି ପାରି ନଥାନ୍ତେ ।


           ଧରାରେ ଜୀଇଁବା ପାଇଁ ପ୍ରତିଟି ଦେଶର, ପ୍ରତିଟି ରାଜ୍ଯର, ପ୍ରତିଟି ଜିଲ୍ଲାର, ପ୍ରତିଟି ଗାଆଁ ର ପ୍ରତିଟି ଲୋକ କ'ଣ ଆଜି ଅହରହ ସଂଘର୍ଷ କରୁନାହାଁନ୍ତି ? ସେମାନେ ସମସ୍ତେ ସଂଘର୍ଷ କରୁଛନ୍ତି । ଶୋଇଥିବା ଲୋକ ବି ମଶାଠାରୁ ରକ୍ଷା ପାଇବା ପାଇଁ ଏଠି ସଂଘର୍ଷ କରେ ଆଉ ଚେଇଁଥିବା ଲୋକଙ୍କ କଥା ଛାଡ୍ ।


           ଏ ଧରାରେ ଯିଏ ଯେତିକି ସଂଘର୍ଷ କରିବ ସେ ସେତିକି ଶାନ୍ତିରେ ବଞ୍ଚି ରହି ପାରିବ । କାରଣ ବିନା ସଂଘର୍ଷରେ ଶାନ୍ତି ନାହିଁ କି ବିନା ଶାନ୍ତିରେ ଧରାରେ ଜୀବନ ନାହିଁ । ଏ ଧରାରେ ନିଜର ଜୀବନର ଧାରା ବଞ୍ଚେଇ ରଖିବାକୁ ହେଲେ ଶାନ୍ତିର ପୃଥିବୀ ରଚନା କରିବାକୁ ହେବ । ଶାନ୍ତିର ବାର୍ତ୍ତା ପ୍ରଚାର ପ୍ରସାର କରିବାକୁ ହେବ । ତା' ପାଇଁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡିପାରେ । ଦୁଃଖ ଯନ୍ତ୍ରଣା ଭୋଗ କରିବାକୁ ପଡିପାରେ, ହେଲେ; ଶାନ୍ତି ପାଇଁ ହିଂସା ନୁହେଁ ଅହିଂସାର ପଥ ବାଛିବାକୁ ହେବ । ମିଥ୍ଯା ନୁହେଁ ସତ୍ଯ ସହ ମିତ୍ରତାର ହାତ ବଢାଇବାକୁ ହେବ । ମନରୁ ଲୋଭ ଆଉ ମୋହକୁ ତ୍ଯାଗ କରି ଦୟାଳୁ ହେବାକୁ ହେବ । 


          ପୀଡାକୁ ସମସ୍ତେ ଭୟ କରନ୍ତି । ହେଲେ; ସଂଘର୍ଷ କରୁଥିବା ମନୁଷ୍ୟ କେବେ ପୀଡାକୁ ଭୟ କରେ ନାହିଁ । ସେ ତା' ସହ ସାମ୍ନା କରେ । ସଂଘର୍ଷ ସେତେବେଳ ପର୍ଯ୍ଯନ୍ତ କରୁଥାଏ ଯେ' ପର୍ଯ୍ଯନ୍ତ ପୀଡାରୂପି ଭୟ ଠାରୁ ସେ ସଂପୂର୍ଣ୍ଣ ରୂପେ ମୁକ୍ତ ହୋଇପାରି ନାହିଁ । 


         ମିଥ୍ଯାକୁ ଆଶ୍ରୟ କରି ଜୀବନ ଜୀଉଁଥିବା ଲୋକ କେବେବି ସଂଘର୍ଷରେ ଭାଗ ନେଇ ପାରେନି । ମିଥ୍ଯା ହିଁ ତା' ପାଇଁ ପ୍ରଥମ ତଥା ଅନ୍ତିମ ସ୍ବାଦ । ସେ ଏ ପୃଥିବୀରୁ ଅସଲ ତଥା ଦିବ୍ଯ ସ୍ବାଦ ଚାଖିବାରୁ ବଞ୍ଚିତ ହୋଇଥାଏ ।


           ଏ ଜୀବନଟା ସଂଘର୍ଷରେ ପୂର୍ଣ୍ଣ । ଧରାରେ ଜନ୍ମଠାରୁ ମୃତ୍ଯୁ ପର୍ଯ୍ଯନ୍ତ ପ୍ରତିଟି ମୁହୂର୍ତ୍ତରେ ସଂଘର୍ଷ କରିବାକୁ ପଡିଥାଏ । କେବେ ରୋଗ ଆଉ ମୃତ୍ୟୁ ଶେଯରେ ବଞ୍ଚିବା ପାଇଁ ସଂଘର୍ଷ ତ କେବେ ହତ୍ଯା - ଚୋରୀ - ବଳାତ୍କାର ଭଳି ଜଘନ୍ଯ ଅପରାଧ ପୂର୍ଣ୍ଣ ସତ୍ଯକୁ ଲୁଚାଇବା ପାଇଁ ସଂଘର୍ଷ, କେବେ ବିଦେଶରେ ଦାଦନ ସାଜି ଟଙ୍କା ରୋଜଗାର କରିବା ପାଇଁ ତ କେବେ ସୁଦୂରରେ ଟିଉସନ୍ କରି ପାଠ ପଢିବା ଖର୍ଚ୍ଚ ଉଠାଇବା ପାଇଁ, କେବେ ପେଟକୁ ଗଣ୍ଡେ ମନଭରି ଖାଇବା ପାଇଁ ତ କେବେ ଦୁନିଆରେ ଶାନ୍ତିରେ ଟିକେ ବଞ୍ଚିବା ପାଇଁ । ସଂଘର୍ଷ ତ ଅନବରତ କରିବାକୁ ପଡୁଛି । ବିନା ସଂଘର୍ଷରେ ଧରାରେ ବଞ୍ଚିବା ଭାରି କଷ୍ଟକର ହୋଇ ପଡୁଛି ।


         ପୃଥିବୀରେ ଏମିତି କେହି ଜଣେ ବି ଜୀବ ନାହାଁନ୍ତି ଯେ, ବାସ ପାଇଁ ହେଉ ଅବା ଶ୍ବାସ ପାଇଁ, ଖାଦ୍ଯ ପାଇଁ ହେଉ ଅବା ହୃଦୟକୁ ଜିତିବା ପାଇଁ ସଂଘର୍ଷ କରୁ ନାହାଁନ୍ତି । ସଂଘର୍ଷ କଲେ ଯାଇ ହିଁ ଶାନ୍ତି ମିଳୁଛି । ନଚେତ୍ ଶାନ୍ତିର ଧରାରେ ଅଶାନ୍ତିର ସ୍ବାଦ ଚାଖିବାକୁ ପଡୁଛି । 


         ଏ ସଂସାରରେ ଆପଣାର ହେଉ ଅବା ଅନ୍ଯ କାହାର ମନକୁ ଜିତିବା ପାଇଁ ତଥା ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ସଂଘର୍ଷର ପଥ ଦେଇ ଯିବାକୁ ହୋଇଥାଏ । ସଂଘର୍ଷର ମୂଲ୍ଯ ଯେ ବୁଝିପାରେ ସେ ସଂଘର୍ଷର ପ୍ରତିଟି ସ୍ବାଦକୁ ନିରବରେ ନିରନ୍ତରେ ଚାଖିଥାଏ । ଆଉ ଯେ ବୁଝିପାରେ ନାହିଁ ସେ ସଂସାରଟାକୁ ଦୁଃଖର ସ୍ଥଳୀ ଭାବି ନିରବରେ ଆଉ ନିରନ୍ତରେ କାନ୍ଦିଥାଏ । 


     ହୃଦୟକୁ ବିଶାଳ କରିବାକୁ ହେବ । ସାରା ବସୁଧାକୁ ନିଜର ଭାବିବାକୁ ହେବ । ମନରେ - ପ୍ରାଣରେ - ବଚନରେ ସତ୍ଯ, ପ୍ରେମ, ଅହିଂସା ଧର୍ମ ପାଳନ କରିବାକୁ ହେବ । ତା' ହେଲେ ସଂଘର୍ଷମୟ ଜୀବନରେ ନିଶ୍ଚିତ ଏ ଧରାରେ ଅମୃତ ପାଇ ଶାନ୍ତିରେ ବଞ୍ଚି ହେବ । 


      ଅନନ୍ତ କାଳରୁ ଆଜିଯାଏଁ ମନୁଷ୍ୟ ସଂଘର୍ଷ କରି ହିଁ ଜଗତରେ ଆଧୁନିକତାରେ ଜୀଇଁ ପାରିଛି । ନୂତନତାର ପରମ ସ୍ବାଦ ଚାଖି ପାରିଛି । ପୂର୍ବର ଚଳଣୀ ଆଜି ଆଉ ନାହିଁ । ସେ ସଂପୂର୍ଣ୍ଣ ରୂପେ ବଦଳି ଗଲାଣି । ସୁଖ ଓ ଭୋଗ ବିଳାସର ଜୀବନ ସେ ଜୀଇଁବାରେ ମଗ୍ନ । ତଥାପି ମଧ୍ୟ ତା'କୁ ପ୍ରତିଟି ମୁହୂର୍ତ୍ତରେ ଆଜି ସଂଘର୍ଷ କରିବାକୁ ପଡୁଛି ।


         ଆଗକାଳରେ ରାଜା ମହାରାଜାମାନେ ରାଜ୍ଯ ଜୟ ଆଶାରେ ପରସ୍ପର ପ୍ରତି ଦ୍ବନ୍ଦ କରୁଥିଲେ । ସଂଘର୍ଷ କରୁଥିଲେ କେବଳ ଶାନ୍ତି ପାଇଁ, ନିଜକୁ ସଂସାରର ସର୍ବଶ୍ରେଷ୍ଠ ପରାକ୍ରମୀ - ବୀର - ସାହସୀ ଯୋଦ୍ଧା ଭାବେ ପରିଚିତ କରାଇବା ପାଇଁ, ହେଲେ; ହିଂସାର ଦ୍ବନ୍ଦ କ'ଣ ସ୍ଥାୟୀ ହେଇ ପାରିଲା ? ନା, ସେ ରାଜା ମହାରାଜା ମାନେ ଯେଉଁ ସଂଘର୍ଷ ରକ୍ତପାତରେ କରୁଥିଲେ ସେମାନେ ଯୁଗଯୁଗ ଧରି ଧରାରେ ଜୀବିତ ରହି ପାରିଲେ । ଇତିହାସ ସେଇ ମାନଙ୍କୁ ଆଜି ମନେ ରଖିଲା ଯେଉଁମାନେ ଲୋକଙ୍କ ମଙ୍ଗଳ ପାଇଁ ସଂଘର୍ଷ କଲେ, ନିଜକୁ ଅନ୍ଯର ରକ୍ଷକ ଆଉ ସେବକ ସଜାଇ ପାରିଲେ । 


          ସୁନୈନାକୁ ତୁ ଜୀବନ ବାଟରେ ବିବାହ କରି ନିଜର କରି ନ ପାରୁ, ହେଲେ; ତା' ଠାରୁ ରୂପବତୀ ଆଉ ଗୁଣବତୀ ଝିଅଟିଏ ତୁ ପାଇବୁ ନାହିଁ, ଏହା ତ ଅସମ୍ଭବ କଥା । ମୋ ମନ କହୁଛି ଆମେ ବି ଭବିଷ୍ୟତରେ ଭଲ ଚାକିରି ପାଇ ଭଲ ମଣିଷ ହେଇଯିବା । ସୁନୈନା ର ବାପା କ'ଣ ପୂର୍ବରୁ ଧନୀ ଥିଲେ ? ନୁହେଁ ନା ! ଏ ସଂସାରରେ ସଂଘର୍ଷ କଲେ ଆମେ ବି ତା' ବାପା ଭଳି ଧନୀ ହେଇ ପାରିବା, ସମୟ ସ୍ରୋତରେ । ସେ ସମୟକୁ ଆମକୁ ଅପେକ୍ଷା କରିବାକୁ ହେବ । ସଂଘର୍ଷ କରିବାକୁ ହେବ, ହେଲେ; କେବେ ଅସତ୍ଯରେ ନୁହେଁ, ପାପରେ ନୁହେଁ, ଅଧର୍ମରେ ନୁହେଁ କି କୌଣସି ରକ୍ତପାତରେ ନୁହେଁ । ତେବେ ଏ ପୂଣ୍ଯଲୋକରେ ଅତୁଳ ସୁଖ ସାଉଁଣ୍ଟି ପାରିବା । ନିଜର ସୁଖ ଲାଭ ପାଇଁ ଅନ୍ଯକୁ ବଳି ଦେବା, ଅନ୍ଧବିଶ୍ବାସର ମୋହ ମାୟା ଜାଲରେ ପଡି ବର୍ବର ନିଚ୍ଚ ଜାତି ଭାବି ଘୃଣା କରିବା, ତା'ହେଲେ ତ ଆମେ ଏ ଧରାରେ ଜୀବନ ତମାମ୍ ସଂଘର୍ଷ କରି ଚାଲିଥିବା, ହେଲେ; କେବେ ସଂଘର୍ଷର ଅସଲ ସ୍ବାଦ ଚାଖି ପାରିବା ନାହିଁ ।


           ମୋ କଥା ଶୁଣି ଋତୁରାଜ୍ କହିଲା, ପ୍ରେମର ଦେବୀ ରାଧାକୁ ପାଇବାକୁ ହେଲେ ମୋତେ ଆହୁରି ସଂଘର୍ଷ କରିବାକୁ ପଡିବ ତା' ହେଲେ । ତୁ କହୁଥିବା କଥା ସବୁ ବୁଝିଗଲି ସାଙ୍ଗ । ତୁ ଆଜି ମୋର ଆଖି ଖୋଲି ଦେଲୁ । ନହେଲେ ତ ମୁଁ ନା କେବେ ମୋ ପରିବାରର ହେଇ ପାରିଥାନ୍ତି ନା ସୁନୈନାର । ଅଞ୍ଚଳବାସୀ ମୋତେ ଛିଛି କରି କେଡେ ବେକାର ଆଉ ଚରିତ୍ରହୀନ ପିଲାଟା ବୋଲି କହି ଥାନ୍ତେ । 


(ମୁଁ କହିଲି) ହଉ ହଉ ଚାଲ୍ ଏବେ ଚାକିରି ଖୋଜିବା ।


  


Rate this content
Log in

More oriya story from Laxman Kumar Behera

Similar oriya story from Romance