Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Laxman Kumar Behera

Tragedy


3  

Laxman Kumar Behera

Tragedy


ପାଠୁଆ ଦାଦନ

ପାଠୁଆ ଦାଦନ

5 mins 445 5 mins 445


        ସାରା ଭାରତରେ ଶିକ୍ଷା କ୍ଷେତ୍ରରେ ପୁଣି ଥରେ ଆମେ ପଛୁଆ ହେଇଗଲେ ପରା ନିତ୍ଯା ଭାଇ ।


        - କିଏ କହିଲା ?


        - ଖବରକାଗଜରେ ବାହାରିଛି ।


        - ବାହାରୁ, ତା' ବୋଲି ଏ କଥାରେ ମୁଁ କଦାପି ଏକମତ ନୁହେଁ ।


        - ଗାଆଁରେ ଲୋକମାନେ ବି ଏଇ କଥା କହୁଛନ୍ତି ଯେ ।


        - ଯିଏ କହୁଛି ତା'କୁ ପଚାରିବୁ ତ, ଯେଉଁ ରାଜ୍ୟ ଶିକ୍ଷା କ୍ଷେତ୍ରରେ ଆଗୁଆ ସେଇଠି କ'ଣ ପାନ କି ଚା' ବିକୁଥିବା ଲୋକ ପି• ଏଚ୍• ଡି• । ଅନ୍ଯ ଘରେ ହଳିଆ ରହୁଥିବା ଲୋକ କ'ଣ ଏମ୍• ବି• ଏ• ? ସାଇକେଲ୍ ସଜାଉ ଥିବା କି ନଦୀରୁ ମାଛ ମାରୁଥିବା ଲୋକ କ'ଣ ସ୍ନାତକୋତ୍ତର ? ଆରେ ଆମ ଗାଆଁ ଲୋକେ ଜାଣି ନାହାଁନ୍ତି ଆମର ଓଡିଶାରେ ଏତେ ପାଠୁଆ ଅଛନ୍ତି ଯେ, କୌଣସି ଠାରେ ସାମାନ୍ଯ ପିଅନ୍ ଚାକିରି ଟିଏ ବାହାରିଲେ ଶହ ଶହ ଡିଗ୍ରୀଧାରୀଙ୍କ ଲମ୍ବା ଧାଡି ଲାଗେ । ଏଠି ପରା ପ୍ରାଥମିକ ବିଦ୍ଯାଳୟର ଶିକ୍ଷକଙ୍କ ଯୋଗ୍ଯତା ପି•ଜି•, ବିଇଡି, ଡକ୍ଟରେଟ୍ କିମ୍ବା ତଦୁର୍ଦ୍ଧ । ଅନ୍ଯ ରାଜ୍ଯରୁ କ'ଣ ଆମ ରାଜ୍ଯକୁ କେହି ଚାକିରି ପାଇଁ ଆସି ଏଠି କେବେ ଚାକିରି ପାଇ ଯିବାର ତୁ ଜାଣିଛୁ ? ନୁହେଁ ନା ? ହେଲେ; ଆମ ରାଜ୍ଯରୁ ତାଙ୍କ ରାଜ୍ଯକୁ ଶହ ଶହ ଡିଗ୍ରୀଧାରୀ, ଡାକ୍ତର, ସଫ୍ଟୱେର ଇଂଜିନିୟର୍ ଦାଦନ ଖଟି ବାକୁ ଯାଉଛନ୍ତି । ତୁ ତ ଜାଣିଛୁ, ଦାମୋଦର କକାର ପୁଅ ସୁବ୍ରତ ଦାଦନ ଖଟିବାକୁ ଯାଇଛି କି ନାହିଁ ? କହ ! 


         - ହଁ, ଯାଇଛି ।


         - କହତ ସିଏ କେତେ ପାଠ ପଢିଛି ?


         - ସେ ତ ଭୁବନେଶ୍ବରରେ ପଢୁଥିଲା । ଏବେ କେରଳ ରେ ଚାକିରୀ ପାଇଛି । ଲକ୍ଷେ ଉପରେ ଦରମା । 


         - ଦରମା କଥା ଛାଡ୍ । ଶ୍ରେଣୀରେ ତା'ର ରୋଲ୍ ନମ୍ବର କେତେ ଥିଲା କହ ? 


         - ଚାର୍ ରେ ଥିଲା । 


         - ତୋର୍ ରୋଲ୍ ନମ୍ବର କେତେ ଥିଲା ?


         - ଦଶମ ଯାଏଁ ମୋର୍ ପ୍ରଥମ ରୋଲ୍ ନମ୍ବର ଥିଲା । କଲେଜ୍ ରେ ବି ମୁଁ ତା' ଠାରୁ ଅଧିକ ନମ୍ବର ରଖିଥିଲି । 


         - ଏବେ ବୁଝିଲୁ ତ । ଓଡିଶାରେ ଭଲ ପଢୁଥିବା ପିଲା ଓଡିଶାରେ ହିଁ ଭଲ ଚାକିରି ପାଇଥାଏ । ଆଉ ଯିଏ ଭଲ ପଢେ ନାହିଁ ସେ ଗୁଜୁରାଟ, କେରଳ, ତାମିଲନାଡୁ, ବିହାର, ହାଇଦ୍ରାବାଦ୍ ତଥା ବିଦେଶକୁ ଯାଇ ବିଭିନ୍ନ କୋମ୍ପାନୀରେ ଦାଦନ - ସଫ୍ଟୱେର ଇଞ୍ଜିନିୟର୍ ଭାବେ ଖଟିଥାଏ । 


         - ତା' ଅର୍ଥ ତୁ କହୁଛୁ ଆମେ ଶିକ୍ଷା କ୍ଷେତ୍ରରେ ଆଗୁଆ ଅଛନ୍ତି ?


         - ହଁ, ଆମେ ଆଗୁଆ ଅଛନ୍ତି । ତୁ ତ ଭଲଭାବରେ ଜାଣିଛୁ ଆମ ଗାଆଁକୁ ସୁବ୍ରତ କେବେ ଆସିଲେ ଓଡିଆ କହେନି ସେ ହିନ୍ଦୀ କି ଇଂରାଜୀ ରେ କହି ଦେଲେ ଗାଆଁ ଲୋକେ ତା'କୁ ପ୍ରଶଂସାରେ ପୋତି ପକାନ୍ତି । ସେ ବିଜ୍ଞ ଲୋକ ବୋଲି କୁହନ୍ତି । ହେଲେ, କହତ ତୁ ଶିକ୍ଷକ ଅଛୁ । ପୁଣି ପିଲାଙ୍କୁ ଭଲ ପଢାଉଛୁ । ତତେ କେବେ ଆମ ଗାଆଁର କେହି ବି କହିଛନ୍ତି କି ତୁ ଜ୍ଞାନୀ ବୋଲି ? ତୁ ଓଡିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ ସହ ଅନେକ ଆଞ୍ଚଳିକ ଭାଷା ତଥା ସାଦ୍ରୀ, ସମ୍ବଲପୁରୀ ଭଳି ଅନେକ ଭାଷା କହୁଛୁ । ମୁଁ ଭଲଭାବେ ଜାଣିଛି ତୁ ଭଲ ଗଣିତ କଷୁ, ବିଜ୍ଞାନ, ଇତିହାସ, ଭୂଗୋଳ ••• ପ୍ରାୟ ସବୁ ବିଷୟରେ ତୁ ବିଜ୍ଞ । 


         - ତୁ ଠିକ୍ କହୁଛୁ ଭାଇ । କେହି ବି ଜ୍ଞାନୀ ବୋଲି ସ୍ବୀକାର କରନ୍ତିନି ।


         - ଛାଡ୍ ସେକଥା । ଆମକୁ କିଏ ଜ୍ଞାନୀ ବୋଲି ସ୍ବୀକାର କରୁ ବା ନକରୁ ଆମେ ଆମର କର୍ମ ରେ ଠିକ୍ ଥିଲେ ହେଲା । ତୁ ସମୟକୁ ଅପେକ୍ଷା କର । ଦିନେ ଦେଖିବୁ ଗାଆଁ ଲୋକଙ୍କର ଏ ଭ୍ରମ ନିଶ୍ଚିତ ଦୂର ହେଇ ଯାଇଥିବ । ସେଦିନ ଲୋକେ ସୁବ୍ରତକୁ ନୁହେଁ ତତେ ଭଲ ବୋଲି ଖୋଲାଖୋଲି ସ୍ବୀକାର କରୁଥିବେ । କାହାରି ମନରେ ନା ଶଙ୍କା ଥିବ ନା ସନ୍ଦେହ । ଭଲଟା ସବୁବେଳେ ଆଉ ସବୁଦିନେ ଭଲ । ଭଲର ସମକକ୍ଷ ଖରାପ କେବେବି ହେଇ ପାରିବ ନାହିଁ । ପାଠୁଆ ଦାଦନ ମାନଙ୍କ ଅପେକ୍ଷା ଆମେ ବହୁତ ଖୁସିରେ ଅଛନ୍ତି ଭାଇ । ଯିଏ ଆମକୁ ଜନ୍ମ ଦେଇ ପାଳି ପୋଷି ବଡ କରି ସଂସାର ଦେଖାଇଲେ, ସେମାନଙ୍କୁ ତ ଅନ୍ତତଃ ସଂଜ ସକାଳେ ଦେଖି ପାରୁଛନ୍ତି, କଥା ହେଇ ଭଲମନ୍ଦ ପଚାରି ପାରୁଛନ୍ତି । ତାଙ୍କର ସେବା କରି ଆନନ୍ଦ ଅନୁଭବ କରି ପାରୁଛନ୍ତି । ଏହା ଠାରୁ ବଳି ଏ ସଂସାରରେ ଆଉ କ'ଣ ପୂଣ୍ୟ କାର୍ଯ୍ଯ ଅଛି ? ଯଦି ଆମେ ସୁବ୍ରତ ଭଳି ବାହାରେ ଦାଦନ ଖଟୁଥାନ୍ତେ, ସତ କହିବୁ କ'ଣ ଆମେ ବାସ୍ତବରେ ସୁଖ ଅନୁଭବ କରୁଥାନ୍ତେ ?


        - ନୁହେଁ ଭାଇ । ଆମେ ଏଠି ସିଂହ ଭଳିଆ ଜୀବନ ବିତାଉଛନ୍ତି । ବାହାରକୁ ଦାଦନ ଖଟିବାକୁ ଯେଉଁମାନେ ଯାଇଛନ୍ତି ସେମାନେ ସବୁ ସେଠାରେ ମୂଷା ଛୁଆ ଭଳିଆ ରୁହନ୍ତି । ରବି ବବା ପୁଅ ମଙ୍ଗୁଳୁ ଗତ ମାସରେ ଆସିଥିଲା ସେ ମୋତେ ସବୁକଥା କହୁଥିଲା । ସେ ଏବେ ସଫ୍ଟୱେର ଇଞ୍ଜିନିୟର୍ ଅଛି ବାଙ୍ଗାଲୋର୍ ରେ । 


        - ସେ ତ ତିନି ବର୍ଷ ହେଲାଣି ଦାଦନ ଖଟିବାକୁ ଯାଇଛି ।


        - ଦାଦନ, କିଏ ?


        - ମଙ୍ଗୁଳୁ ପରା ।


        - ଆରେ ତୁ କହୁଛୁ ଡାକ୍ତରୀ ପାଠ କି ଇଂଜିନିୟରିଙ୍ଗ୍ ପାଠ ସାରି ଅନ୍ଯ ରାଜ୍ଯ କିମ୍ବା ଦେଶକୁ କର୍ମ କରିବାକୁ ଗଲେ ସେମାନଙ୍କୁ ଦାଦନ ବୋଲି କହିବା । କେମିତି ? 


        - ଓହୋଃ ! ତୁ ଏଯାଏଁ ତାହେଲେ ବୁଝିନୁ । ତୋ ଭାଷାରେ ଖାଲି ଗରିବ ଆଉ ଅପାଠୁଆ ମାନେ ଅନ୍ଯ ରାଜ୍ୟକୁ କିମ୍ବା ଅନ୍ଯ ଦେଶକୁ ନିଜର ରୋଜଗାର ପାଇଁ କାମରେ ଗଲେ ସେମାନଙ୍କୁ ଦାଦନ କହିବା । ଆଉ ଧନୀ, ବ୍ଯବସାୟୀ, ପୁଞ୍ଜିପତିର ପିଲାମାନେ ଅନ୍ଯ ରାଜ୍ୟ କିମ୍ବା ବିଦେଶକୁ ଧନ ରୋଜଗାର ପାଇଁ ଖଟିବାକୁ ଗଲେ ଅଫିସର୍ କହିବା । କାହିଁକି ଆମେ ସେମାନଙ୍କୁ ଦାଦନ ବୋଲି କହିବାନି ? ମୁଁ ସେମାନଙ୍କୁ ଦାଦନ କହେ ଭାଇ ଯେଉଁମାନେ ଟଙ୍କା ରୋଜଗାର ପାଇଁ ନିଜ ଘରୁ, ନିଜ ଗାଆଁରୁ, ନିଜ ରାଜ୍ୟରୁ, ନିଜ ଦେଶରୁ ଗୋଡ କାଢି ଅନ୍ଯ କୌଣସି ଠାରେ ଯାଇ ମୁଣ୍ଡ ନୁଆଇଁ ଥାନ୍ତି । ନିଜ ମା, ମାତୃଭୂମି ଓ ମାତୃଭାଷା କୁ ଟଙ୍କା ପାଇଁ ଭୁଲିଯାନ୍ତି । ସେମାନେ ଏକଥାଟି ଭୁଲି ଯାଆନ୍ତି, ଯାହାର ଅମୃତ ସମାନ ଜଳ,ଫଳ, ଅନ୍ନ ପାଇ ଦିନେ ସେ ଏଠାରେ ବଢିଥିଲା ।


          ଏଇ ସମୟରେ ଶିଲା ର ମାଆ କାନ୍ଦି କାନ୍ଦି ଦାମୋଦର କକାର ଘରବାଟେ ଯିବାର ଦେଖି ଆମେ ଆଶ୍ଚର୍ଯ୍ଯ ହେଲୁ । କାନ ଡେରି ଶୁଣିଲୁ ସାହି ପଟୁ ଅନେକ ମହିଳା କାନ୍ଦୁଥିବାର ସ୍ବର ଶୁଭିଲା । ଆମେ ଦୁହେଁ କ'ଣ ହେଲା ଭାବି ଦାମୋଦର କକାଙ୍କ ଘର ଅଭିମୁଖେ ଦଉଡିଲୁ । ସେତେବେଳେ ଦାମୋଦର କକା ଆରପାରିକୁ ଚାଲି ଯାଇଥିଲେ । ଖୁଡି ବହୁତ କାନ୍ଦୁଥିଲେ ।


         ସମସ୍ତେ ସୁବ୍ରତ କୁ ଫୋନ୍ କରି ଡକାଇ ଦିଅ ବୋଲି କହିବାରୁ ମୁଁ ଫୋନ୍ କଲି । ତା'ର ମୋବାଇଲ୍ ସୁଇଚ୍ ଅଫ୍ ଥାଏ ।


         ପ୍ରାୟ ତିନି ଘଣ୍ଟା ପରେ ସେପଟୁ ସୁବ୍ରତର ଫୋନ୍ ଆସିଲା ।


         - କ'ଣ ପାଇଁ କଲ୍ କରିଥିଲୁ, ନିତ୍ଯା ? 


         - ତୋର୍ ବାପା ଆଉ ଇହଧାମରେ ନାହାଁନ୍ତି । ତୁ ଯେତେ ଶିଘ୍ର ପାରିବୁ ଘରକୁ ପଳେଇ ଆସ୍ ।


         - ନା ନା ଏବେ ଛୁଟି ନାହିଁ । ଗାଆଁକୁ ଆସି ହେବନି । କୋମ୍ପାନୀରେ ବହୁତ କାମ । ଶୁଦ୍ଧିକ୍ରିୟା ପାଇଁ ତୋ ବ୍ଯାଙ୍କ୍ ପାସବୁକ୍ କୁ ମୁଁ ଟଙ୍କା ପଠାଇ ଦେଉଛି, ତୁ ସବୁକଥା ବୁଝି ଦେ' । ଆମ୍ଭ ଦୁହିଁଙ୍କ ବାର୍ତ୍ତାଳାପ ଗାଆଁ ର ସମସ୍ତ ଲୋକ ଶୁଣୁଥିଲେ । ତା' କଥା ଶୁଣି ସମସ୍ତେ ସ୍ତବ୍ଧ ହେଇଗଲେ । ତା' ମାଆ ମୋ ପାଖକୁ ଦୌଡି ଆସିବାରୁ, ନେଏ, ତୋ ମାଆ ସହ କଥା ହଅ ବୋଲି ତା'କୁ କହିଲି । ଫୋନ୍ ଟି ତା' ମାଆ ହାତକୁ ବଢାଇ ଦେଲି । କାନ୍ଦି କାନ୍ଦି ତା'ର ମାଆ ଯମୁନା ଦେଇ ଧୀର କଣ୍ଠରେ କହିଲା, 


         - ପୁଅ, ହାଲୋ, ହାଲୋ ••• ପୁଅ, ସୁବ୍ରତ ••• । 


         ସେତେବେଳକୁ ଫୋନ୍ କଲ୍ କଟି ସାରିଥାଏ । ସେପଟୁ କୌଣସି ଉତ୍ତର ଆସୁ ନଥାଏ । ଲୁହ ଆଉ କୋହ ରେ ତା' ମାଆ ଫାଟି ପଡୁଥାଏ ।


         ସେଦିନ ଦେଖିଲି ଲୋକେ କୁହାକୁହି ହେଉଥିଲେ, ଛି ! ଛି ! ନିଜ ଜନ୍ମ ଦେଲା ବାପ ଠାରୁ ବି ସେ ଟଙ୍କାକୁ ଅଧିକ ଭଲ ପାଇବାର ମୋହ ବାଟ ବାଛିଲା । ଶୁଦ୍ଧିକ୍ରିୟା କୁ ଆସି ପାରିବନି ବୋଲି କହୁଛି । ଏମିତି ଲକ୍ଷେ ପୁଅ ଏ ସଂସାରରେ ଥିଲେ କେତେ ନଥିଲେ କେତେ ?


Rate this content
Log in

More oriya story from Laxman Kumar Behera

Similar oriya story from Tragedy