Prabhati Mahapatra

Romance Tragedy

2  

Prabhati Mahapatra

Romance Tragedy

ସନ୍ଦେହର ବୀଜ

ସନ୍ଦେହର ବୀଜ

2 mins
50



ଆକାଶ ଛାତିରେ ଚିକିମିକ ତାରା କୋଳରୁ ମୁଁ ତୁମକୁ ଖୋଜିବାରେ କୌଣସି ତୃଟି ହୁଏନି । ମୁଁ ଯେ ତୁମର ହୃଦୟ ସ୍ପନ୍ଦନରେ ସ୍ପନ୍ଦିତ , ଘନ ଅନ୍ଧକାର ଭିତରୁ ତୁମକୁ ବାଛି ନିଏ ।

ତୁମେ ମୋ ଭାବନାରେ ଥିଲ ହୀରା କାଞ୍ଚନ ପରି ତେଣୁ ଅନ୍ୱେଷଣେ ଅସୁବିଧା ହୁଏନି ।


ଏବେ ବି ତୁମର ପାଗଳାମି ମନେ ପଡି ଯାଏ । ଲାଲ ଗୁଲାଲର ବର୍ଷା ମୋ ଜୀବନରେ ଫଗୁଣକୁ ଆଣି ଦେଇ ଥିଲା । ତା'ର ବାସ୍ନା ବାଷ୍ପ ହୋଇ ଶୁନ୍ୟରେ ମିଳେଇ ଯାଇନି । ମୋର ଚାରି ପାଖେ

ବିଛେଇ ପଡ଼ିଛି । ସେହି ସୌରଭକୁ ସାଉଁଟି ବଞ୍ଚିଛି ।

ନଚେତ ଏ ଆଖି ଦେଖିଛି - ଚଲା ବାଟରେ ପାଦ ଛବିର ଯୁଗଳ ରେଖା ଚିତ୍ର ଯାହାର ଅନ୍ତ ଏକ ଅଜଣା ଅପରିଚିତ ସ୍ଥାନକୁ

ଇଙ୍ଗିତ କରୁଛି । ତେଣୁ ସନ୍ଦେହ ଶିର ଭୂଷଣ ହେବା ସ୍ବଭାବିକ ।

ଗୋପନୀୟତା ତଥ୍ୟ କେବେ ବି ହୃଷ୍ଟ ପୃଷ୍ଟ ଭାବେ ବଢେ ନାହିଁ ।


ନିବିଡ ଆତ୍ମୀୟତା, ଯୋଗ ବିୟୋଗର ହିସାବ ଛାଡି ଯାଏ ।ତୁଣ୍ଡ ଖୋଲି କହିବାକୁ ପଡେ ନାହିଁ । ମେଘ ଅନ୍ଧକାର ଯେତେ ବି ବହଳିଆ ହେଉ ପୂର୍ଣ୍ଣିମା ଜହ୍ନର ଆଭାସ ଝାପସା ହେଉ ପଛେ

ପରି ପ୍ରକାଶ କରୁ ଥାଏ । ମୁଁ ଦେଖିଛି ତୁମ ଅଲକ୍ଷ୍ୟରେ,

ବେଳାଭୂମି ତଟେ ଦୁଇଟି ଆସକ୍ତି ଭରା ଆଶ୍ଲେଷ ପ୍ରାଣୀର ଛବିକୁ ଅଜସ୍ର ବୀଚି, ସାଗର ଗର୍ଭକୁ ଟାଣି ନେଇ ପୁର୍ନବାର ନିକ୍ଷେପି

ଦେଉ ଥାଏ । ଭାସି ଆସୁ ଥାଏ ତୁମର ଶ୍ଲାଘ୍ୟ "ତୁମେ ଖୁବ୍ ସୁନ୍ଦର , ଯେମିତି ମୋ ମନର ମଣିଷ " ସେ ଶଦ୍ଦର ଝଙ୍କାରେ ଉତ୍ପନ୍ନ ହୁଏ, ଛଳନାରେ ଜିତି ବାର ଅଂହକାର ।

ବାକଶକ୍ତି ରୁଦ୍ଧ ସତେ ଯେମିତି ଜୀବନରୁ ସୌଭାଗ୍ୟ ଚିରାଳ କଟି ପତଙ୍ଗ ପରି ଭୂମିକୁ ଆଦରି ନେଉଛି । ଜୀବନ ଖେଳରେ ଏଇଟା ତ ନୂଆ କଥା ନୁହେଁ ? ପୁଣି ଥରେ ବଞ୍ଚିବାର ସଂଘର୍ଷ । ଚେତା ଶୁନ୍ୟ ଶୁଷ୍କ ହୃଦୟେ ଜାଗି ଉଠେ ଜିଇବାର ଆଶା । ମାତି ଯାଏ ସବୁ କିଛି ପଛକୁ ଫିଙ୍ଗି ଦେଇ ।


କ୍ରୀଡ଼ାବତୀ ପ୍ରେମଶିଳା ଯୌବନ ପ୍ରଶ୍ନୋତ୍ତର ଖେଳରେ ହଜି ଯାଏ । ଚାରି ଆଡେ ଶୁନଶାନ୍ ବିଜନତା ,ତମିସ୍ରା ବିଭାବରୀ ବାହୁଡ଼ି ଯାଏ । ପ୍ରାଚୀ କାନ୍ଥକୁ ଲୋହିତ କରି ଆଶା ସୂର୍ଯ୍ୟ ସ୍ବର୍ଣ୍ଣିମ କିରଣ ବୁଣି ରାହା ପରିସ୍କାର କରି ଈଶାରା ଦେଲେଣି ।ଏବେ କ'ଣ ପରିବର୍ତ୍ତନ ହେବ କି ପୁଣି ସନ୍ଦେହର କୁହୁକ ପେଡ଼ି ଖୋଲି ଯିବ ? ସମୟ ହିଁ ବଳବାନ ତୁମକୁ ମୁଁ ନୂତନ ଦିଶା ଦେଖେଇ ପାରିବିନି ।

କାରଣ ପ୍ରକୃତ ସୁଖ ଶାନ୍ତିର ସ୍ବାଦ ତ ଶାଗ ପଖାଳରେ ଥାଏ । କିନ୍ତୁ ସହଜରେ ମାନି ହୁଏନା । ଲାଲ ଲିପଷ୍ଟିକର କାହାଣୀ  ମନୋରମ ଓ ଅତି ଆକର୍ଷଣୀୟ ମନେ ହୁଏ । ସନ୍ଦେହର ଆଉ ଏକ ସୋପାନ ସେଇଠୁ ଜନ୍ମ ନିଏ ।


ମୁଁ ଜାଣେନା କବି, ତୁମକୁ କେତେ ରୂପରେ କେଉଁଠି ଦେଖିଛି । ମୋର ସନ୍ଦେହ ମୋର ନିଜସ୍ବ । ମୁଁ କେବଳ ଏକ ଅନ୍ଧାରୀ ମୁଲକର ବାସିନ୍ଦା ।ତୁମେ ମୋର କି ଆଉ କାହାର ବୁଝିବା ,ମୋ ପାଇଁ ଏକ ପ୍ରହେଳିକା ...... ସ୍ବପ୍ନ ଭରା ଶୀତ ରାତିରେ ତୁମେ ମୋର ଗଙ୍ଗଶିଉଳିର ଶେଯ ପରି , ମୁଁ କଣ କେବେ ତୁମକୁ ଭୂଲି ପାରିବି ? ତୁମେ ମୋର ଅନୁଭବରେ ଶାୟିତ ଅଛ । ଶାମ୍ବରୀ ବିଛାଇଲେ ବି ମୋର ସ୍ନେହ ପ୍ରେମର ଆବେଗ ତୁମକୁ ଖୋଜି ନେଉ ଥିବ । ଚିର କାଳ ତୁମେ ମୋର ଅଭୂଲା ସ୍ମୃତି ମୁଁ ତୁମର ସ୍ଥାୟୀ ପଟ୍ଟିକା ଅଟେ । ତହିଁରେ ଯେତେ ସନ୍ଦେହ ଗାର ଟାଣିଲେ ବି କ୍ଷୀର ନୀର ସଦୃଶ୍ୟ .....ତୁମେ ତ ଲେଖନୀ ମୁନର ଲାଳିତ୍ୟ , ତୁମେ କବି ମୁଁ କବିତା  ଏଥିରେ ସନ୍ଦେହ ନାହିଁ ........


Rate this content
Log in

Similar oriya story from Romance