STORYMIRROR

Prabhati Mahapatra

Tragedy Inspirational Others

3  

Prabhati Mahapatra

Tragedy Inspirational Others

ତଥାପି ପ୍ରୟୋଜନ

ତଥାପି ପ୍ରୟୋଜନ

1 min
210


ଆଜି ନୂତନ ଘର ପ୍ରତିଷ୍ଠା ଦିବସ,କେବଳ ଲୋକମାନଙ୍କ ଆତଯାତ ।ହେଲେ ରେଣୁକା ମନରେ ଆନନ୍ଦ 

ଉଭେଇ ଯାଇଛି ।ଆଖୁ ପହଁରୁଛି ଗୋଟିଏ ଛବି ପାଇବାକୁ ।ଅତିଥି ମାନଙ୍କୁ ସରବତ ବଢାଇ ଦେଉ ଥାଏ।ଶୁଖିଲା ଅଭିନୟର ହସ ଝରି ପଡୁଛି ।

ହେଲେ ଅନ୍ତରାଳେ କୋହର ବନ୍ୟା ....କାହିଁକି ?

ସବୁ ତ ମନ ପ୍ରାଣ ବିସର୍ଜନ କରି ସାଉଁଟିଛି ଗଦାଏ ବିଶ୍ଵାସ !ତଥାପି କେଉଁଠି ବାକି ରହି ଗଲା ପରି

ମନେ ହୁଏ ।ରେଣୁକା ଅନୁଭବରୁ  ଓଃ ଅସହ୍ୟ ବିଳମ୍ବ ....

କଥା ତ ଦେଇ ଥିଲେ କେହି ବନ୍ଧୁ ବାନ୍ଧବ ପହଞ୍ଚିବା ପୂର୍ବରୁ

ପହଞ୍ଚିବି .....ତୁମକୁ ଏମିତି ଚମକାଇ ଦେବି ଶହେ ଜନ୍ମ ଯାଏ ମନେ ରଖିବ ।ଓଃ ! ସମୟଟା କେଡେ ନିଷ୍ଠୁର !

ମୋର ମନର ମଣିଷର ଉଦୟ ହୋଇନି,ଇଏ ଅସ୍ତାଚଳେ ଯିବା ପାଇଁ ବ୍ୟାକୁଳ ହେଉଛି ।


ହଠାତ୍ ଆଖି ଦୁଇଟି ଅଟକି ଗଲା ।ମୁଁ ତ ରମେଶ କୁ ଦେଖୁଛିତାଙ୍କ ପାଖରେ ଏ କିଏ ?ଓଃ ,ମୁଁ ଏତେ କ'ଣ ଭାବୁଛି ... ସେ ଯେ ହେଉ !ରମେଶ ତ ଆସିଛନ୍ତି '

ଲୋକଙ୍କ ଭିଡ଼କୁ ପାଖେଇ ଆଗକୁ ଚାଲି ଥାଏ ।

ହଠାତ୍ ଶୁଣିଲି ରମେଶ ପରିଚୟ କରାଉଛନ୍ତି-ଏ ମୋର ସ୍ତ୍ରୀ ସାଇନା, ମୁଁ ଚମକି ପଡିଲି ଏ କ'ଣ !ମୁଁ ଠିକ୍ ଶୁଣୁଛି ତ ?ମୋ ଶୁଣିବାରେ ଭୁଲ ହେଉନି ତ ?ସତରେ ତ ରମେଶ ବାପା ବୋଉଙ୍କୁ ମଥା ନୁଆଁ ପ୍ରଣାମ କରି ସାଇନାକୁ ପରିଚୟ ଦେଉଛନ୍ତି !ଅବୁଝା ମନ କୁ ସମ୍ଭାଳି ନେଇ ଭାବିଲି ,ବୋଧ ହୁଏ କିଛି ବାକି ରହି ଗଲା ।ଆଶା ମୋର ନିରାସର ରୂପ ଦେଲା ।ନିଲଠା ମୁହଁରେ କହିଲି ରମେଶ କେମିତି ଅଛପ୍ରତିତ୍ତୋରେ, ମୁଁ ବହୁତ ଭଲ ଅଛି ।

ଦେଖ, ତୁମ ପାଇଁ ବାନ୍ଧବୀ ଆଣିଛି ,ସାଇନା ....ତାଙ୍କ କଥାରୁ ଅନୁଭବ ହେଉ ଥାଏ ତାଙ୍କର ମୋ କଥା ତିଳେ ହେଲେ ମନେ ନାହିଁ ।ତଥାପି ବାକି ରହି ଗଲା ,ବୟସର କିଛି ଅଂଶ ପରିଶୋଧ ପାଇଁ ....ଜାଣିନା ପାହାନ୍ତା ପ୍ରହର କେତେ ଦୂର ଅଛି,ତଥାପି ଅଲୋଡା ଜୀବନେ ଲୋଡା ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy