Prabhati Mahapatra

Romance Tragedy Inspirational

3  

Prabhati Mahapatra

Romance Tragedy Inspirational

ଶ୍ରାବଣ ତୀରେ

ଶ୍ରାବଣ ତୀରେ

2 mins
172


କେଉଁଠୁ ଆରମ୍ଭ କରିବି ଯେ, ଯେଉଁ ଦିଗେ ଦେଖେ ତୁମର ଅପରୂପା ହଂସ ଗମନୀ ଦୃଶ୍ୟ ଆଖି ଆଗରେ ନାଚି ଉଠେ । ଅଙ୍କା ବଙ୍କା ରାସ୍ତା ପରି ତୁମର ଚାଲିବା ବାଟରେ କେତେ ଯେ ଲାଜକୁଳୀ ଝାଉଁଳି ଯାନ୍ତି, ତୁମେ ବା ଦେଖିବ କେମିତି ? ସତ କହୁଛି ମ....। ମୋର, ତୁମ କଥା ଭାରି ମନେ ପଡୁଛି । ତୁମେ ଯେତେବେଳେ ବାହାରକୁ ବୁଲିବାକୁ ଯିଦ୍ କର ଆଉ ମୁଁ ଇଛା ନଥିବାର ବାହାନା କରେ ସେତେବେଳେ ତୁମର ଯେମିତି ମୁହଁ, ଆହାଃ .... ଉଷୁନା ହାଣ୍ଡି କହିବ ତୁ ମୋ ଠାରୁ ଆହୁରି ସୁନ୍ଦର ।

ମୋର ମନ ଭିତରେ ଗୋଟେ ଭୟ ବସା ବାନ୍ଧିଥାଏ । ଏତେ ଦିନ ତ ପ୍ରକାଶ କରି ପାରିନଥିଲି, ଆଜି କରୁଛି ।

"ଲପନ ଆନନ ଯା'ର ରାଜିବ ପରି

 ମଧୁକର ଚାହୁଁ ଥାଏ ବାହୁ ପ୍ରସାରି ।

ଇନ୍ଦୁ ନିନ୍ଦି ଜ୍ୟୋତି କାନ୍ତି ଶୋଭା ପରଷେ

ସରୋଜିନୀ ନିତି ଦେଖି ଲାଜରେ ରୁଷେ ।

ତମିସ୍ରା ଅଙ୍କ ପଲଙ୍କେ ଖେଳଇ ଜ୍ୟୋତି

ରାତିରାଣୀ ଫୁଲ ଶେଯ ବାସରେ ପ୍ରୀତି ।

ସେ ସୁପାତି ମୋ ପାଇଁ ଯେ ଅଭୁଲା  ସ୍ମୃତି

ହୃଦୟେ ସାଉଁଟି ରଖି ପୁହାଏ ରାତି "

 ଅପେକ୍ଷାରେ ଥାଏ, ତୁମ ଦୁଷ୍ଟାମୀ ଆଉ ଟିକିଏ ବଢ଼ି କ୍ଷୀର ପରି ଉତୁରି ମୋର ଟାଙ୍ଗରା ଛାତିର

ଭୂମିଟା ଶିତଳ କରି ଦେଉ । ତୁମର ସେହି ସ୍ଵପ୍ନ ଭରା ଆଖିକୁ ମୁଁ ଚାହେଁ କେବେ ତୃଷିତ ନହେଉ ।

ତୁମେ ତ ମୋର ସ୍ଵପର ନାୟିକା, କଳ୍ପନା-ଜଳ୍ପନାର ଗନ୍ତାଘର । ତୁମରି ଆଖି କୋଣରେ ନିତି ଉଇଁ ଆସେ ଆଶା ସୂର୍ଯ୍ୟର ରକ୍ତିମ ଆଭା । ମୋ ଘର ଅଗଣାରେ ରଙ୍ଗିନ କିରଣ ବୁଣି ଦେଇ ସତେ ଯେମିତି ସ୍ୱର୍ଗ ସୁଖ ଢାଳି ଦିଅ । କେତେ ଯେ ଅଭିମାନ ତୁମ ଅଭିନୟରେ ଦେଖିଛି । ଆଜି ଅବିସ୍ମରଣୀୟ ହୋଇ ହୃଦୟ ଚଟାଣରେ ଖୋଦିତ । ସତେ ଯେମିତି ମୋର ସ୍ମୃତିକୁ ସବୁଜ ସଙ୍କେତ ଦେଉଛି । ସତରେ ପ୍ରିୟା, ଚାନ୍ଦର ଚାନ୍ଦିନୀ ଠାରୁ ତୁମେ ଆହୁରି ସୁନ୍ଦର ଦିଶ । ତୁମ ଭିଜା କବରୀ 

ତଳେ ମେଘମାଳା ଖେଳା କରି, ମୋତେ ଲୁଚିବାର ସୁଯୋଗ ଦିଏ । କେମିତି ଭୁଲିବି କୁହ, ନିଷ୍ଠୁର ମହାବାତ୍ୟା ତୁମେ ମରଣ ମୁହଁକୁ ଠେଲି ମୋତେ ନିଃସଙ୍ଗ ଜୀବନ ଅତିବ୍ୟାହିତ କରିବାକୁ ବାଧ୍ୟ କରି ଦେଲା ।

ଏବେ ମୁଁ ଆଖି "ଶ୍ରାବଣ ତୀରେ" ଛିଡ଼ା ହୋଇ ଅନେକ ସ୍ଵପ୍ନ ଆଙ୍କିଛି । ଜାଣ, ଆଜି ଆମ ଆଶା ବାଟିକାରେ ବୀଜ ଅଙ୍କୁରିତ ହୋଇଛି । କ'ଣ ବୁଝି ପାରୁନ ମ, ଆମ କାରୁଣ୍ୟର ଝିଅଟିଏ ହୋଇଛି । ତା'ର ଆଖି ଦୁଇଟି ପଦ୍ମ ପତ୍ର ଜଳ ପରି ଢଳଢଳ ହୋଇ କେତେ ଯେ ପ୍ରଶ୍ନ କରୁଛି, କହି ପାରିବିନି ।

ତୁମର, କ'ଣ ଈର୍ଷା ହେଉଛି ? କନ୍ୟା ରତ୍ନ ପାଇଗଲି ବୋଲି । ଆରେ, ତୁମ ଅଧିକାରକୁ କିଏ କ'ଣ ଛଡେଇ ନେବ ? କଦାପି ନୁହେଁ । ନାଆଁଟା କ'ଣ ଦେବ, ଆରେ ଜୋର୍ କରି କୁହ । ମୋତେ ଷାଠିଏ ପାରି ହେଲାଣି ପରା । ହଁ, ଏବେ ଠିକ୍ ଶୁଣା ଗଲା । ଦୀପ, ଓଃ ମୁଁ ତ ଭୁଲି ଯାଇଥିଲି ।

ମୋ ନାଁ ଦୀପକ ଆଉ ତୁମ ନାଁ ପରା ପଲ୍ଲବୀ । ଆମ ଦୁହିଁଙ୍କର ପ୍ରଥମ ଅକ୍ଷର ଯୁକ୍ତରେ ଏଇ ଦୀପ ନାଆଁର ସୃଷ୍ଟି । ଓଃ, ପୁଣି କ'ଣ ହେଲା । ଦୀପ ନୁହେଁ ଦୀପାଳୀ ? ହଁ ସତରେ ତ, ଆମ ପୁତ୍ରବଧୂର ନାଆଁଟା ଶ୍ୟାମଳୀ ତାଙ୍କର ଶେଷ ଅକ୍ଷର ମିଶେଇ ଦେଲ । ସତରେ, ତୁମେ ଯେ କେତେ ବୁଦ୍ଧିମତୀ । ନା ସେଇଟା ନୁହେଁ । ପୁଣି କ'ଣ ହେଲା ଯେ ..... ଦୀପାଳିକା ! ଓଃ, କ'ଣ ଯେ କହୁଛ ? ଆରେ, ହଁ ତ ମୁଁ ଗୋଟେ ଗଧ ମହାମୁର୍ଖ । ମୋ ପୁଅ କାରୁଣ୍ୟ ନାଆଁର ପ୍ରଥମ ଅକ୍ଷର

ଯୋଡିଲେ ତ ସୁନ୍ଦର ନାମକରଣ ହେଲା । ଦୀପାଳିକା ' ସବୁ ପରିସ୍ଥିତି କୁ ସମ୍ଭାଳି ନେଇ ଥିବାରୁ

ତୁମେ ମୋର ପ୍ରିୟ ସାଥୀ ଅର୍ଦ୍ଧାଙ୍ଗିନୀ, ସେଥିପାଇଁ ଆଜି ଆଖି "ଶ୍ରାବଣ ତୀରେ" ମୁଁ ଛିଡ଼ା ହୋଇ ତୁମ ସ୍ମୃତି ସାଉଁଟି ଆନନ୍ଦ ସ୍ରୋତରେ ଭାସମାନ ....



Rate this content
Log in

Similar oriya story from Romance