Prabhati Mahapatra

Romance Tragedy Inspirational

3  

Prabhati Mahapatra

Romance Tragedy Inspirational

ପହିଲା ଶ୍ରାବଣ

ପହିଲା ଶ୍ରାବଣ

2 mins
163



ଆଜି ତୁମ କଥା ଭାରି ମନେ ପଡେ ।

ପହିଲା ଶ୍ରାବଣ ଛୁଆଁର ଅନୁଭବ

ବାସ୍ତବରେ ଅପୂର୍ବ ଆନନ୍ଦର ବାସ୍ନା 

ଯାହା କେବଳ ମୁଁ ହିଁ ଜାଣେ ।

ହୁଏତ କିଛି ବର୍ଷ ବିତି ଯାଇଛି ତଥାପି

ସେ ସ୍ମୃତି ଗୁଚ୍ଛ ମଳିନ ପଡିନି ।

ଯେବେ ଅମ୍ବୁଧର ଆକାଶଟାକୁ ଓଜନିଆ

କରି ଦିଏ , ତୁମ କଥା ଭାରି ମନେ

ପଡେ। କାରଣ ଅଭିଯୋଗ ଅଭିମାନ ଭରା

ମୁହଁ ତୁମର ଗୁରୁ ଗମ୍ଭୀର ରୂପ ଦେଖି

ମୁଁ ମନେ ମନେ ଖୁସି ହେଉ ଥାଏ ।

ଏଇ ବର୍ଷା ତ କେତେ ଥର ଘଟକ ସାଜିଛି

ତୁମକୁ ପୁଣି ଥରେ ମୋ ପାଖକୁ ଫେରାଇ 

ଦେବାକୁ । ମୁଁ ଚିର କୃତଜ୍ଞ ତା କୁଶଳୀ 

ଉପକାର ନିକଟରେ ....

ଦୁଇ ବେଳା କଥା ନହେଲେ ସତେ ଯେମିତି

ଗଗନ ଫଟା ବାଦଲର କରାଳ ରୂପ

ମୋ ଛାତି ଥରାଇ ଦେଉଛି ।

ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ବର୍ଷା ସଙ୍ଗେ

ଜଡ଼ିତ ତୁମର ପାଗଳାମି .....

ସକାଳୁ ବିଛଣା ଛାଡ଼ିବା ଡେରି ହେଲେ

ତୁମର ସେ ଅସରାଏ ବର୍ଷା ,ମୁଁ ଭୂଲି ପାରୁନି ।

ସେଇ ମା କାଳୀ ,ଚଣ୍ଡି ରୂପରୁ ଯେଉଁ ତୁଷାରପାତ

ଆଉ ତରଳି ଗଲେ ସେ ଯେଉଁ ଶୀତଳତା

ମୁଁ ତୁମକୁ ଲୁଚାଇ ଥାଏ କାରଣ କହି ଦେଲେ

ଆଉ ସେ ସବୁ ମିଳିବ କି ନାହିଁ ପ୍ରଶ୍ନବାଚୀ ।

ସତରେ, ଆନନ୍ଦରେ ବଞ୍ଚିବାକୁ ହେଲେ ଅତୀତର

କିଛି ମିଠା ମିଠା ସ୍ମୃତି ଜୀବନକୁ ସରସ 

ସୁନ୍ଦର କରି ଦିଏ ।

ନିଝୁମ ରାତିରେ ଝରକା ଫାଙ୍କରୁ ଚପଳା ଚମକ

ଆମ ଦୁଇ ଜଣକୁ ନିବିଡରୁ ନିବିଡତର କରୁ

ଥିଲା , ତୁମର ମନେ ଅଛି କି ନା ?

ସେ ସମୟରେ କବିତାର ପଂକ୍ତି ଗୁଡାକ

ଯେମିତି ଛାଏଁ ଛାଏଁ ଚାଲି ଆସୁ ଥିଲେ ।

ତୁମେ ତ ଲାଜରେ ବିରକ୍ତ ହୋଇ କ'ଣ ଯେ

କରୁ ଥିଲ , ତକିଆ ଗୁଡାକୁ ଗୋଟାକ ପରେ

ଗେଟେ ମାରି ଚାଲି ଥାଅ ।

ମୋର ଯେଉଁ ବେସୁରା ସଙ୍ଗୀତ , ତାକୁ ଶୁଣି

କିଏ ହେଲେ ବି ହସି ହସି ବେଦମ୍ ହେବ ।

ବର୍ଷାର ମନୋରମ ବେଳା ଯଦି ଅପରାହ୍ନ ହୁଏ

ମନ ପ୍ରଫୁଲ୍ଲିତ ହୋଇ ଯାଏ ।

ଦିନେ ବର୍ଷାର ଦୁଇ ଚାରି ଟୋପା ତୁମର ସେ

ଗୋଲାପି ଓଠରେ ପଡ଼ି ମନ ମନକୁ ବାରମ୍ବାର

ଚଗଲା କରୁଥାଏ ହେଲେ ତୁମେ ତ ଚା'ର

ମଜ୍ଜାରେ ବୁଡି ଥାଅ , ମୁଁ ତୁମ ରୂପ କାନ୍ତିରେ

ସଂପୂର୍ଣ୍ଣ ନିମଜ୍ଜତ ହୋଇ ଅଜଣା ରାଇଜରେ

ଘୂରି ବୁଲୁ ଥାଏ । ସତରେ, ଏଇ ବର୍ଷା ମୋ

ଦୁଷ୍ଟାମୀକୁ ବଢାଇ ଚାଲି ଥାଏ ,ବୁଝି ପାରୁନି

ବର୍ଷା ଦୁଷ୍ଟ କି ମୁଁ ?

ପ୍ରତ୍ୟେକ ବର୍ଷ.. ବର୍ଷା ଆସେ ଚାଲି ଯାଏ ,

ତୁମେ କିନ୍ତୁ ଫେରିଲନି .....

ଏଇ ବର୍ଷା ପୁଣି ଏତେ ନିଷ୍ଠୁର ନିର୍ଦ୍ଦୟ 

ଶୁନ୍ୟ କରି ଦେଲା ମୋର ଏଇ ଛୋଟ 

ହୃଦୟକୁ ....

ମୋ ଅନ୍ତର ବ୍ୟାକୁଳତା ବୁଝିବାକୁ କାହା 

ପାଖରେ ସମୟ ନାହିଁ । ମୁଁ ତାର କାରଣ,

ନିଜର ସ୍ପୃହା ପୁରଣ ପାଇଁ ସେ ଦିନ ତୁମକୁ

ବର୍ଷା ପାଣିରେ ଭିଡ଼ି ଧରି ଥିଲି ।

ତୁମର କୌଣସି କଥା ଶୁଣି ନଥିଲି । ମୁଁ 

ପୁରୁଷ , ପୁଣି ମାଦକତା ଭରା । ତୁମେ 

ନିରୁପାୟ ହରିଣୀ ପରି ମୋ ଛାତିରେ ଲୋଟି

ଥାଅ । ତୁମର ଉଷ୍ଣତା ମୁଁ ଉପଭୋଗ କରୁ ଥାଏ

ହେଲେ ଅନ୍ୟ ଦିଗେ ତୁମର ଜୀବନ ଉଷ୍ଣତା

କମିବାରେ ଲାଗି ଥାଏ , ସେ ଯେ ତୁମର ଚଗଲା

ମୁହଁକୁ ସବୁ ଦିନ ପାଇଁ ରୁଦ୍ଧ କରି ଦେବ ଭାବି

ପାରି ନଥିଲି । 

ତୁମେ ବିଶ୍ଵାସ କରି ପାରିବନି , ଏବେ ବର୍ଷା

ଦେଖିଲେ ମୋତେ ଭୀଷଣ ଭୟ ଲାଗେ ।

ନିଜକୁ ଅପରାଧୀ ମନେ ହୁଏ ।

ମୋତେ କ୍ଷମା କରି ଦିଅ ପ୍ରିୟା



Rate this content
Log in

Similar oriya story from Romance