Prabhati Mahapatra

Romance

4  

Prabhati Mahapatra

Romance

ପ୍ରେମ

ପ୍ରେମ

4 mins
264



ପ୍ରତ୍ୟୁଷରୁ ଆରମ୍ଭ ଜୀବନ ଯାତ୍ରାରେ ଟିକିଏ ବି

ସମୟ ନାହିଁ । ଓଃ କ'ଣ ଯେ କରିବି , ମୁଁ ଡାକି

ଚାଲିଛି ହେଲେ ତୂଳୀତଳ୍ପ ସୁପାତି ଛାଡିବାକୁ

ଯେମିତି ବେଳ ହୋଇନି ।

ଏବେ ଅଫିସ ଯିବାକୁ ଏମିତି ତରବର କରିବେ

ଯେ ହାତରୁ ହାଣ୍ଡି ଖସି ପଡିବ ।

ହଇ ହୋ ଶୁଣୁଛ କି ନା....

ଦିନ ଆଠଟା ବାଜିଲାଣି , ତୁମର ନିତ୍ୟ କର୍ମ

ଅଛି କି ନା ।

କ'ଣ ଉଠନୁ ଯେ

ହଁ ଉଠୁଛି 

ଏଇ ଶୁଣ ,

ଟିକିଏ ପାଖକୁ ଆସ!

 ହଇ ହୋ !

କେମିତି ହେଉଛ ।

ପିଲାମାନେ ବଡ଼ ହେଲେଣି,

ଗୋଟାଏ ପୁଅ ଅଷ୍ଟମରେ ପଢିଲାଣି 

ଆଉ ଝିଅ ପଞ୍ଚମରେ ।

ତୁମର ପାଠ ପଢା ସରୁ ନାହିଁ।

ଓଃ ମୋ କାନି ଛାଡ.....

ଆରେ ତୁମେ ସକାଳୁ ମା କାଳୀ ହେଉଛ ?

ଥରେ ରାଧା ହୋଇ ଯାଅନା ,

ସତ କହୁଚି ଗୋଟେ ଚୁ ଦେଇ ଦିଅ

ଆଉ କେବେ ମାଗିବିନି ।

ତୁମ ,ସେ ରସିକିଆ କଥା ରଖ ।

ତାହାଲେ ତୁମେ ମୋତେ ଭଲ ପାଅନି ।

ମୁଁ ଭଲ ପାଏନି ?

ଭଲ ପାଇବାକୁ ସମୟ ଥିଲେ ତ ।

ତୁମ ବୋଉ ବାତ ରୋଗରେ ଅସୁସ୍ଥ , ଠାକୁର

ଘରେ ସବୁ ଯୋଗେଇ ଆସିଛି ।

ପିଲାମାନେ ଟିଫିନ୍ ନେଇ ସ୍କୁଲ ଗଲେ ।

ବାରଣ୍ଡକୁ ଦେଖ ବାପା ଚା' ପି ଖବରକାଗଜ

ପଢୁଛନ୍ତି । ଆଉ ତୁମେ ଏଠି ଶୃଙ୍ଗାର ରସ

ପାନ କରିବ ବୋଲି ଅଡ଼ି ବସିଛ ।

ଧନ୍ୟ ତୁମେ ପୁରୁଷ ଜାତିକୁ , ସତରେ ତମେ

ମାନେ ସ୍ଵାର୍ଥପର ।

ହଉ ହେଲା ବାବା ତୁମେ ମୋ କଥାରେ ରାଜି

ହୋଇଯାଅ ।

ହଉ ,ତୁମ ଦୁଷ୍ଟାମୀ ଛଡଉଛି ।

ବାପା ବାପା ଟିକିଏ ଦେଖିଲ ଭୁଆ ବିରାଡି 

ମାଛ ଖାଇବ ବୋଲି ଏପଟ ସେପଟ ହେଉଛି ।

ଆରେ ,ମା" ଆସୁଛି ।

ମୋ ଲାଠିଟା କୁଆଡେ ଗଲା ?

ଆରେ ପ୍ରିୟତମା ଏ କଣ କଲ ।

ତାହେଲେ ଉଠି ପଡ ।

ଛାଡ, ମୋ କାନି.....

ସୁନା ପିଲା ପରି ଅଫିସ୍ ଯାଅ ।

ବାପା ଶୁଣୁଛ କି, ଭୁଆ ବିରାଡି ଗଲାଣି

ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।

କର୍ମମୟ ଜୀବନ ଭିତରେ କେତେବେଳେ ଯେ

ଅପରାହ୍ନ ଚାରିଟା ବାଜି ଗଲା ,ବୁଝି ହେଲାନି ।

ମନ ତୁରଙ୍ଗର ଗତି ତୀବ୍ରତର ହେଉଛି ।

ସ୍ବାମୀଙ୍କ ଫେରିବା ସମୟ ନିକଟ ହେବାକୁ

ବସିଲାଣି ।ମନରେ ଯେ କେତେ ଉତ୍କଣ୍ଠା କିଏ

କ'ଣ ବୁଝେ କି ପ୍ରକାଶ କରି ହୁଏ ।

ଭଲ ପାଇବା କ'ଣ ?

ଏଇ ଅପେକ୍ଷାର ଯନ୍ତ୍ରଣା ପରିସ୍ଫୁଟ କରି ଦେଉଛି ।

ଭଲ ପାଇବା କାହାର ଦାସତ୍ୱରେ ଆବଦ୍ଧ ନୁହେଁ ।

ପ୍ରତ୍ୟେକ ଜୀବନେ ଜୀବିତ ଏଇ ପ୍ରେମ ସ୍ନେହ,

ବିନମ୍ରତାରେ ହିଁ ତା'ର ସ୍ଥିତି ଅବସ୍ଥିତି ପ୍ରକାଶ

କରି ଥାଏ ।

ମୁକ୍ତାର ଚମକ ଶାମୁକା ଭିତରେ ଶୋଭା ପାଏନା ।

ତା'ର ଉପଯୁକ୍ତ ବ୍ୟବହାରେ ମୂଲ୍ୟର ମୂଲ୍ୟାଙ୍କନ

ହୋଇ ଥାଏ ।

ନିଶ୍ଚଳ ଅଚଳ ଅବସ୍ଥା କିମ୍ବା ପୁସ୍ତକ ଅଧ୍ୟୟନରେ

ଭଲ ପାଇବା ପରି ପ୍ରକାଶ ହୁଏ ନାହିଁ ।

ସେ ଈଶ୍ଵରଙ୍କ ପ୍ରତି ହେଉ କି ମାନବ ଧର୍ମ ପ୍ରତି

ହେଉ ।

ବୁଦ୍ଧି ବିବେକ ଜ୍ଞାନ ଯଦି ଉପଯୁକ୍ତ ସମୟରେ

ତ୍ବରାନ୍ବିତ ନହୁଏ , ତା'ର କୋୖଣସି ଦାମ୍ ନଥାଏ ।

ତେଣୁ ହୃଦୟରେ ଭଲ ପାଇବା ନଥିଲେ ତ 

ଏହା ସମ୍ଭବ ପର ନୁହେଁ ।

ମାତ୍ର ଅଧ ଘଣ୍ଟ ବିଳମ୍ବରେ ମୁଁ ଚାରି ଥର ଦାଣ୍ଡ କୁ

ବାରି ହେଉଛି । ତଥାପି ମୋ ସ୍ବାମୀ କହୁଛନ୍ତି

ତୁମେ ମୋତେ ଭଲ ପାଅନି ।

କେମିତି ତାଙ୍କ ମନରେ ଅନୁଭବ ଜାଗ୍ରତ କରାଇବି

ଯେ ମୁଁ ତୁମରି ଭଲ ପାଇବାରେ ରଙ୍ଗାୟିତ ।

ଟୋପାଏ ସିନ୍ଦୂର ଦେଇ ବିଶ୍ଵାସରେ ଏରୁଣ୍ଡି 

ଡିଆଁଇ ପରିବାର ସାଙ୍ଗରେ ପରିଚୟ କରାଇ 

ଥିଲ । ଆଶାର ଚାବିକାଠି ଟେକି ଦେଇ ଥିଲ ,

ମୋର ଏଇ ଛୋଟ ପିଲାଳିଆ ହାତରେ ...

କର୍ତ୍ତବ୍ୟର ଜଞ୍ଜିର ଭିତରେ ମୋର ଏଇ କୋମଳ

ପ୍ରାଣ ଆବଦ୍ଧ ହୋଇ ଗଲା । ତଥାପି ମୁଁ କେବେ

ମୁହଁ ଖୋଲି କହିନି,ଆଜି ମୁଁ ଥକି ପଡିଛି କି 

ମୋତେ କ୍ଲାନ୍ତ ଅନୁଭବ ହେଉଛି ।

ମୋର ଏଇ ନିଃସ୍ଵାର୍ଥପର ଜୀବନରେ କେତେ 

ଯେ ଭଲ ପାଇବା ଲୁକ୍କାୟିତ ତାକୁ କ'ଣ 

ପରି ପ୍ରକାଶ କରିବାକୁ ପଡ଼ିବ?

କି, ଭଲ ପାଇବା ଦୈହିକ ସୁଖରେ ସୀମିତ ?

ଓଃ , ଆଉ ଭାବି ପାରିବିନି !

ଏତେ ଦିନ ମୋ ସ୍ବାମୀ ,ଭଲ ପାଇବା ଅନ୍ୱେଷଣେ

ଅଛନ୍ତି ।

ଅଫିସରୁ ଆଜି ଆସିଲେ 

ଭଲ ପାଇବା କ'ଣ ବୁଝିବେ ।

ନିଜର ମନର ମୋଡକୁ ବଦଳାଇବାକୁ ପଡିବ ।

ଟିଙ୍ଗି ଟିଙ୍ଗି

କଲିଙ୍ଗ୍ ବେଲ ବାଜିଲା ।

ବାବୁ ପଦାର୍ପଣ କଲେ ।

ଆଜି ଆଉ କବାଟ ଖୋଲିବିନି କି କବାଟ କଣରୁ

ଆଶ୍ଳେଷରେ ଆଲିଙ୍ଗିତ ପ୍ରୟୋଜନ ନାହିଁ ।

ଆରେ ମୁନା କବାଟ ଖୋଲି ଦେଲୁ ବାବା ଆସିଲେଣି,

ମୁଁ ଚା' କରୁଛି ।

ଆଜ୍ଞା ମା' ମୁଁ ଖୋଲୁଛି ।

ଆରେ ମୁନା ତୁ କବାଟ ଖୋଲିଲୁ

ମା' କୁଆଡେ ଯାଇଛନ୍ତି କି ?

ମା' -ଘରେ ଚା ' କରୁଛନ୍ତିି ।

ଓଃ 

ଏ ମାମୁନି ଶୁଣିଲୁ , ବାବାଙ୍କୁ ଚା' ଦେଇ ଆସେ

ଆଜ୍ଞା ମା 

ଆରେ ମାମୁନି ତୁ ଚା' ଆଣିଲୁ 

କ'ଣ ମା ଦେହ ଭଲ ନାହିଁ କି ?

ମୁଁ ଜାଣିନି ,

ମୋତେ ଚା' ଦେବା ପାଇଁ କହିଲେ ।

କ'ଣ କରିବେ ପତି ଦେବ , ମୁଁ ଲୟ କରୁ ଥାଏ ।

ଆଳାପ ବାହାନା ଆରମ୍ଭ ହୋଇ ଗଲା ।

ପ୍ରତିଉତ୍ତର ନିରାଶଜନକ ।

ଧୀରେ ଧୀରେ ମୋର ନିରବତା ବଦହଜମୀ

ରୂପ ନେଲା ।

ଆରେ ମୁନା ତୋ ମା'କୁ କହିବୁ ପାଣି ନେଇକି

ଆସିବ ।

ଆଜ୍ଞା ବାବା

ହଁ ମୁଁ ଶୁଣି ପାରୁଛି ମୁନାକୁ କହିବା ଦରକାର

ନାହିଁ ।

ପାଣି ଥଣ୍ଡା ଦରକାର କି ଗରମ ?

କହି ଦିଅ , ମୋର କାମ ଅଛି ।

ଆରେ , ମୋ ହାତ ଛାଡ

ନା ଛାଡିବିନି କଣ ହୋଇଛି କୁହ ।

କିଛି ନାଇଁ ତ ।

ତାହାଲେ ଆଜି ଏମିତି ପରିବର୍ତ୍ତନ।

ଆମର ବାହାଘର ପନ୍ଦର ବର୍ଷ ହେଲା ।

ଏମିତି ଦୂରତା , ମୁଁ କେବେ ଦେଖି ନଥିଲି ।

ମୋତେ କାହିଁକି ଅନୁଭବ ହେଉଛି ,

ତୁମେ ଯେମିତି ମୋତେ ଶାସ୍ତି ଦେଉଛ ।

ତୁମର ଚଗଲା ପଣ ସ୍ନେହ ଟିକିଏ ନପାଇଲେ

ମୁଁ ପାଗଳ ହୋଇ ଯିବି ।

ଆଉ କୁହନି , ମୁଁ ବହୁତ ଶୁଣିଛି ।

ମୁଁ ତମକୁ ଭଲ ପାଏନି ।

ତାହାଲେ ମୋ ପାଇଁ ଏତେ ଚିନ୍ତାଶିଳ କାହିଁକି ?

ଓଃ

ସକାଳେ ତୁମକୁ ମଜ୍ଜା କରି କହି ଥିଲି

ତୁମେ ମୋତେ ଭଲ ପାଅନି ।

କଥା ତାହାଲେ ଏଇଠି ।

ହଇ ହୋ ....

ଆଉ କେତେ ଦିନ ସଂସାର କଲେ 

ମୋତେ ଜାଣିବ ।

ସ୍ବାମୀ ସ୍ତ୍ରୀ ଉଭୟେ ପରିପୁରକ

ଏକ ବିନା ଅନ୍ୟ ଅଧୁରା ।

ଈଶ୍ଵରଙ୍କର ସନ୍ତାନ ଆମେ , ତାଙ୍କରି ନିର୍ଦ୍ଦେଶରେ

ପରିଚାଳିତ ।

କାମ ବାସନା ମୋହ ମାୟା ଜଡିତ ଏଇ

ରକ୍ତ ମାଂସ ଶରୀରେ କ'ଣ ଅଛି ।

ଯାହା ଅଛି ହୃଦୟରେ 

ତୁମେ ଅଛ ଦେଖ ଏଇ ହୃଦୟରେ

ଯେଉଁଠି ଆଉ କାହାର ସ୍ଥାନ ନାହିଁ ।

ତୁମେ ମୋର ଶୀତ ରାତିର ରେଶମୀ 

ଶୀତତାପ ନିୟନ୍ତ୍ରଣ ପରିଧାନ ।

ତୁମେ ମୋର ଶ୍ରାବଣ ରୂପୀ ମଧୁ ଝରା ।

ତୁମେ ଚାନ୍ଦିନୀ ରାତିର ମତୁଆଲା ଜ୍ୟୋତ୍ସ୍ନା,

ନିର୍ଜନ ବିଜନ ବେଳାର ଅନ୍ତରଙ୍ଗ ସାଥୀ ।

ଆଉ କ'ଣ କହିବି 

ତୁମେ ମୋର ସବୁ କିଛି 

ମୋ ହସ କନ୍ଦ ତୁମରି ପାଖରେ ସମାହିତ ।

ଅଭିଯୋଗ ଫେରାଇ ନେଉଛି 

ଅଭିମାନ ଛାଡି ଦେଇ ଥରେ ହସି ଦେଲ ।

ହେ , ଛାଡ କ'ଣ କରୁଚ

ହଉ ହେଲା ବାବା 

ଆଉ କେବେ କହିବିନି ମୁଁ ଭଲ ପାଏନା ବୋଲି ।

ଆଉ ଥରେ କହିଲେ 

ମୁଁ ବଡପଦର ମୋ ଗାଁକୁ ଚାଲି ଯିବି ।

ଏମିତି କୁହନି

ମୁଁ ଏବେ ତୁମକୁ ମୋ ବାହୁ ବନ୍ଧନରେ

ବାନ୍ଧି ରଖିବି 

ତୁମେ କୁଆଡେ ଯିବ ......

ଆରେ ମୁନା ଶୁଣିଲୁ

ଆଜ୍ଞା ମା ଆସୁଛି ।

ଛାଡି ଦେଲ କାହିଁକି ?

ଗୋଟେ କଥା ମନେ ରଖିବ 

ଭଲ ପାଇବା ଅନୁଭବରେ ଥାଏ

ଲାଇଟ୍ ଲଗେଇ ଖୋଜିଲେ ମିଳେନି ......


Rate this content
Log in

Similar oriya story from Romance