STORYMIRROR

Prabhati Mahapatra

Tragedy Others

4  

Prabhati Mahapatra

Tragedy Others

ତମୋଘ୍ନ ନାଶିନୀ ଦେବୀ

ତମୋଘ୍ନ ନାଶିନୀ ଦେବୀ

1 min
161


ଆବଦ୍ଧ ମନଟା ପଞ୍ଜୁରି ଭିତର ଚଢ଼େଇ ପରି।

ଏହାର ସମାଧାନର କ'ଣ ପଥ ନାହିଁ ?

ଏଇ ପର କଟା ଯନ୍ତ୍ରଣା କେତେ ଦିନ 

କୁହ ମା'

ଏ ଜନ୍ମରେ କ'ଣ ତୋର କୃପା ନାହିଁଁ ?

 ଜୀବନ ସ୍ରୋତରେ ଭାସମାନ ପ୍ରାଣ

କୂଳ କିନାରା ପାଏନା ।

ଅତ୍ୟାଚାରୀଙ୍କ ପାଦୁର୍ଭାବ

ରଙ୍ଗ ବୈଷମ୍ୟର ତାଡନା ସହେ,

ତୋର ଦୁଆରକୁ ସ୍ପର୍ଶ କରିବା

ମୋ ପାଇଁ କଠିନ

ମୁଁ ଯେ' ଅସ୍ପୃଶ୍ୟ

ଏତିକି ମତଭେଦ ତୋ ଆଖି ତଳେ ଚଳେ,

ତୁ କ'ଣ ସତରେ ପାଷାଣ ମୂର୍ତ୍ତି

ତୋର ତୃତୀୟ ନୟନରୁ ବହ୍ନି ଉଦ୍ଗିରଣ ହୁଏ

ତା ଦ୍ଵାରା ସମସ୍ତ ଅନ୍ୟାୟ ଅତ୍ୟାଚାର 

ଭସ୍ମୀଭୂତ ହୋଇ ଯାଏ ।

ମୋର ହାତ ଆଜି ଶୁନ୍ୟ

 ତୋର କଣିକେ ମୁକ୍ତି ପ୍ରସାଦ ପାଇବାକୁ

ମୁଁ ଆଜି ବଞ୍ଚିତ

ଏ ସମଜରେ ମୋର ସ୍ଥାନ 

ଅନେକ ନୀଚରେ

ମୁଁ କେବଳ ରୋରୁଦ୍ୟମାନ କରେ

କିଛି ଭାବି ପାରେନା, କି କରି ପାରେନା ।

ତୋର ଆଗମନେ ମୋ ମନରେ

ଆଶା ବୀଜ ଅଙ୍କୁରିତ 

ନିଶ୍ଚୟ ମୋ ମା' ମୋ ଅନ୍ତର ବ୍ୟଥାକୁ

ଅନୁଭବ କରିବ ।

ମୋର ଛୋଟ ଅଳି ନିଷ୍ଫଳ ହେବନି ।

ମୋ ମା' ବିଚକ୍ଷଣା

ବିଘ୍ନ ନାଶିନୀ

ଅହଂକାରୀଙ୍କ ପ୍ରଭାସ ଧ୍ୱନି

ମା'ଙ୍କ ଆକର୍ଣ୍ଣ ହେବ ।

କଳି ଯୁଗର ମହିଷାସୁରଙ୍କୁ

ନିଶ୍ଚୟ ଦମନ କରିବେ

ଉନ୍ମୁକ୍ତ ହେବ ମୁକ୍ତି ମନ୍ଦିର

ଦେବୀ ସିଂହ ବାହିନୀ ଆର୍ବିଭୂତା ହେବେ ।

ଲିଭି ଯିବ ତମୋଘ୍ନର ଯାତନା

ନବ କଳେବର ଯୁଗରେ

ଗର୍ବ ଅହଙ୍କାର ଶୁନ୍ୟ ଧରାର ସୃଷ୍ଟି

ଅଲୌକିକ ଶକ୍ତିରେ ବିରାଜମାନ 

ହେବେ ମା' ଦୁର୍ଗା ।

ସକଳ ପ୍ରାଣୀ ସମ ଭାବରେ ଜୀବନ

ଯାପନର ଆନନ୍ଦ ଅନୁଭବ କରି

ଶାନ୍ତିରେ ନିଦ୍ରା ଯିବେ ।

ଚଉଦିଗ ଘେରି ମା'ଙ୍କ କୃପା ପଣତ

ଛାୟା ପ୍ରସାରିତ ହେବ ।

ନିର୍ଭୟରେ ସମସ୍ତଙ୍କ ସମୟ ଅତିବାହିତ ହେବ ।

ଏଇ ଆଶାର କିରଣ ମୋର

ହୃଦୟ କନ୍ଦରୁ ଝଙ୍କୃତ ହେଉଛି ମା' 

ମୋର ମନୋବାଂଛା ପୂର୍ଣ୍ଣ କର ।

ପ୍ରଭାତୀର ଭକ୍ତିରେ ଶକ୍ତି ଅଛି କି ନା

ସେ ଜାଣେନା ।

ଜଗତ କଲ୍ୟାଣ ନିମନ୍ତେ ପଦାର୍ପଣ କର ମା'



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy