Prabhati Mahapatra

Tragedy Inspirational

3.3  

Prabhati Mahapatra

Tragedy Inspirational

ଅହଂକାର

ଅହଂକାର

2 mins
123


ଜୀବନ ସ୍ରୋତରେ ଭାସି ଯାଇ ମନୁଷ୍ୟ ଭଲ ମନ୍ଦ ଅନୁଭବ କରି ଥାଏ । ଏହା ଦ୍ଵାରା କିଛି ବ୍ୟକ୍ତି ଅନୁତାପାନଳେ ଦଗ୍ଧୀଭୂତ ହୋଇ ସତ୍ୟ ରାହା ଆଦରି ନିଅନ୍ତି, ଆଉ କିଛି ଲୋକ ବିଶ୍ରବା ସୁତ ପରି ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମାୟା ଜାଲରେ ନିଜକୁ ଆବଦ୍ଧ କରି ନିଅନ୍ତି । ଏହା ଦ୍ଵାରା ଏହି ମାନବ କୃତ କର୍ମ ଯୋଗୁଁ କିଛି ନୀତି ଶିକ୍ଷା ସମାଜକୁ ଅନିଚ୍ଛାକୃତେ ପ୍ରଦାନ କରି ଥାନ୍ତି । ହାତରୁ ସମୟ ଚାଲି ଗଲେ ଭାଇ ବାହୁଡି ନ ଆସେ ଆଉ ଅହଂକାର ତୋର ମୂଲ୍ୟହୀନ ହୁଏ କିଏ ସେ ଦେଖିବ ଭାଉ । ତେଣୁ ସମୟ ପୂର୍ବରୁ ଦୟା କ୍ଷମା ସହନଶୀଳତାକୁ ସାଥୀ ସହଚର ମନେ କରିବା ଉଚିତ .... ଆସନ୍ତୁ କିଛି ଜାଣିବା ଅହଂକାରକୁ ଆହ୍ୱାନ କରି କିପରି ଜଣେ ଭାଇ,ଭାଇ ସହିତ ଶତୃତା ଆଚରି ପରିଶେଷରେ ପରାସ୍ତ ହୋଇ ଥାଏ । କାହାଣୀଟି ସଂପୂର୍ଣ୍ଣ ଭାବେ କାଳ୍ପନିକ ହେଲେ ବି ଶିକ୍ଷଣୀୟ .....

ଗୋଟିଏ ମା'ର ଗର୍ଭରୁ ଦୁଇଟି ପୁତ୍ର ସନ୍ତାନ ଜନ୍ମ ହୋଇ ଆପଣା କର୍ମ ଅନୁସାରେ ବଡ଼ ହେଲେ । ବଡ଼ ଭାଇ ଅଜୟ ଏବଂ ସାନ ଭାଇ ବିଜୟ ଉଭୟେ ପରସ୍ପରକୁ ଅତି ନିବିଡ଼ ଭାବେ ଭଲ ପାଉ ଥିଲେ । କିଛି ବର୍ଷ ପରେ ଉଭୟ ଭାଇଙ୍କର ବିବାହ ସମ୍ପନ୍ନ ହେଲା । ବଡ଼ ଭାଇ ଅଜୟ ସ୍କୁଲ ଶିକ୍ଷକ ଥିଲେ, ସାନ ଭାଇ ବିଜୟ ଡାକ୍ତର । ହେଲେ ଧୀରେ ଧୀରେ ଐଶ୍ଵର୍ଯ୍ୟ ଭୋଗ ବିଳାସରେ

ବିମୋହିତ ହୋଇ ସାନ ଭାଇ ବିଜୟର ଗର୍ବର ସୀମା ରହିଲା ନାହିଁ । କଥା କଥାକେ ବଡ଼ ଭାଇଙ୍କୁ

ଅପମାନ କରିବାକୁ ଲାଗିଲା । ବଡ଼ ଭାଇ ସାଧାରଣ ଚଳଣିରେ ଅନେକ ଶାନ୍ତିରେ ରହିଥାନ୍ତି । ଦୁଇଟି ପୁଅ ମଧ୍ୟ ଭଲ ପଢୁଥାନ୍ତି । ସାନ ଭାଇ ସ୍ତ୍ରୀ ରୂପ ସୌନ୍ଦର୍ଯ୍ୟକୁ ବେଶି ଗୁରୁତ୍ୱ ଦେଇ ସନ୍ତାନ ନେବାରେ ବିଳମ୍ବ କରି ନିଃସନ୍ତାନ ରହି ଥାନ୍ତି । ଚାକର ସେବା ଧନ ସଂପତ୍ତି ଗର୍ବରେ, ଉଭୟେ ପତ୍ନୀ ପତି ଭୋଗ ବିଳାସରେ ମଜ୍ଜି ଥାନ୍ତି । ଦିନ ଆସିଲା ବଡ଼ ଭାଇର ପୁଅ ଡାକ୍ତର, ଇଞ୍ଜିନିୟର ହେଲେ । ଅଜୟ ବାବୁଙ୍କ ଶିକ୍ଷା ସଂସ୍କାର ପାଇ ଦୁଇଟି ପୁଅ ଗର୍ବିତ ନଥିଲେ । ଦିନେ ହଠାତ୍ ସାନ ଭାଇ ବିଜୟ ଅସୁସ୍ଥ ହୋଇ ପଡିଲା । ତାର ବ୍ୟବହାରେ ଅସନ୍ତୁଷ୍ଟ ହୋଇ ଅନେକ ଶତୃ ସୃଷ୍ଟି ହୋଇ ଥିଲେ । ତେଣୁ ସେମାନେ ଅସୁସ୍ଥତାର ସମୟରେ ଫାଇଦା ଉଠାଇଲେ । ସମୟକ୍ରମେ ଧନ ସଂପତ୍ତି କ୍ଷୟ ହେବାକୁ ଲାଗିଲା । ସମସ୍ତେ ଦୂରତା ମାପିଲେ । ହେଲେ ବଡ଼ ଭାଇ ପୂର୍ବ ପରି ଭଲ ପାଇ ଆସୁଥିଲେ । ସନ୍ତାନ ମାନଙ୍କ ଦ୍ଵାରା ଭାଇଙ୍କର ଦେଖାଶୁଣା କରିବାକୁ ଲାଗିଲେ । ତେଣୁ ସାନ ଭାଇ ବିଜୟଙ୍କର ଅନୁତାପ ଶିଖା ପ୍ରଜ୍ଜ୍ଵଳିତ ହେବାକୁ ଲାଗିଲା । ବଡ଼ ଭାଇଙ୍କୁ କହିଲେ ମୁଁ ଧନ ଗର୍ବରେ ଅନ୍ଧ ହୋଇ ତୁମକୁ ଅନେକ କଷ୍ଟ ଦେଇଛି । ଆଜି ମୁଁ ନିଃସନ୍ତାନ ହୋଇ ମୋ ଭୁଲର ପ୍ରାୟଶ୍ଚିତ କରୁଛି । ବଡ଼ ଭାଇ ଅଜୟ ଦୟା କ୍ଷମାର ମୂର୍ତ୍ତି । ଭାଇକୁ ସାହାସ ଦେଇ କହିଲେ ମୁଁ ବଞ୍ଚି ଥିବାଯାଏ ତୋର କୌଣସି ଅସୁବିଧା ହେବ ନାହିଁ । ତେଣୁ ଆଜି ଗୋଟିଏ କବିତା ମନେ ପଡୁଛି .....

 ଗର୍ବ ଅଭିମାନ କର ନାହିଁ ବନ୍ଧୁ

  ଏହି ତ ସମୟ ଖେଳ

ଆଜି ଯିଏ ରାଜା କାଲି ସେ ଭିକାରୀ

  ଘୁରୁ ଥିବ ଧରି ଥାଳ ।

ଉପହାସ କରି କଥା ଯିଏ ବୋଲେ

  ନବୁଝି ଅନ୍ୟର ମନ

କେବେ ସେ ନୋହିବ ସୁଖର ମାଲିକ

  ଯେତେ ଥାଉ ତାର ଧନ ।

ଅହଂକାରୀର ଅହଂକାର ଚିରସ୍ଥାୟୀ ନୁହେଁ । ମଣିଷର ମଣିଷପଣିଆ ବଞ୍ଚି ରହିଥାଏ ।



Rate this content
Log in

Similar oriya story from Tragedy