The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Mamatamanjari Das

Tragedy Romance

2  

Mamatamanjari Das

Tragedy Romance

ସ୍ମୃତି ସଉଧ

ସ୍ମୃତି ସଉଧ

6 mins
418


.....ଜାଣ କବି ,ସାଗର ବେଳାର ଉପଳ ଖଣ୍ଡକୁ ଯଦି ଭଲପାଅ ତା ପାଇଁ ତୁମକୁ ଆଖିରୁ ଲୁହ ଝରାଇବାକୁ ପଡିବ । ଝରା ଫୁଲର ଆତ୍ମଲିପିକୁ ଯଦି ତୁମ ଲେଖନୀର ଅମୃତ ସ୍ପର୍ଶରେ ଜୀବନ୍ତ କରିବାକୁ ଚାହଁ, ତୁମକୁ ଭୁଲି ଯିବାକୁ ପଡିବ ମନ ଗହନରେ ସାଇତା ତୁମର ସମସ୍ତ ସ୍ମୃତି ରାଜିକୁ । ସୃଷ୍ଟିକୁ ଯଦି କେବେ ବିଦୃପ କରି ତୁମେ କବିତା ଲେଖିବା ପାଇଁ ଚାହଁ ସେଥିପାଇଁ ତୁମକୁ ଅନୁତାପର ଅନଳରେ ଦଗ୍ଧ ହେବାକୁ ପଡିବ । 

କଳ୍ପନାର ରଙ୍ଗରେ ଜୀବନଟାକୁ ଯେତେ ରଙ୍ଗାୟୀତ କଲେ ବି ବାସ୍ତବତାର ଛଦ୍ମବେଶ ନିଶ୍ଚୟ ଧରା ପଡିଯିବ । 

.......ଉଁ.......ଚମକି ପଡିଲେ ତରୁଣ କବି ସାଗର ଦାସ୍ । 

ତାଙ୍କର ଶିରା ପ୍ରଶିରାରେ ଖେଳିଗଲା ଆବେଗମୟ ଶିହରଣ ,ଆଖି ଆଗରେ ନାଚି ଉଠିଲା ଅତୀତର କିଛି ସ୍ମୃତି ଫର୍ଦ । ଠିକ୍ ଏକ ରୂପେଲି ପରଦାରେ ରଙ୍ଗୀନ ଚିତ୍ର ପରି ସାଗରିକାର ଶାନ୍ତ ସଲ୍ଲଜ ମୁହଁଟିର ହରିଣୀ ଆଖିରେ ସେଇ ପ୍ରୀତିମୟ ଚାହାଣୀ । ସାଗରିକା ଦିନେ ତାଙ୍କୁ ଠିକ୍ ଏହାହିଁ କହିଥିଲେ । "ମୋ ସହିତ ମମତା ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ତୁମର ପ୍ରିୟ ସାଥୀ ଥିଲା ସେଇ ଲେଖନୀ । ମୋ ଠାରୁ ତାକୁ ତୁମେ ଯେ ଅଧିକ ଭଲପାଅ ଏକଥା କଣ ଅସ୍ବୀକାର କରି ପାରିବ କବି । କୁହ ଚୁପ ରହିଲ ଯେ ???

ଅତୀତର କେତୋଟି ସ୍ମତି ସଜ୍ଜଳ ମୁହୂର୍ତ୍ତର ଉର୍ମୀ ସାଗରଙ୍କର ମନରେ ଯେପରି କୂଳ ଲଙ୍ଘି ଚାଲୁଥିଲା । ପ୍ରଭାତର ସବିତା ପରି ସାଗରଙ୍କର କବି ଜୀବନର ପ୍ରଥମ ପାହାଚ ଗଢା ହେଉଥାଏ । କଲେଜର ଆନୁଆଲ ଫଙ୍କ୍ସନରେ ଭେଟ ହୁଏ ଦୁହିଁଙ୍କର । ସାଗର ପୁରସ୍କୃତ ହୋଇଥାନ୍ତି ତାଙ୍କ ସ୍ୱ ଆବୃତ କବିତା "ଝରାଫୁଲ"ପାଇଁ । ଆଉ ସାଗରିକା ପୁରସ୍କୃତ ହୋଇଥାନ୍ତି ଓଡିଶୀ ନୃତ୍ୟ ପାଇଁ । ଉଭୟେ ଉଭୟଙ୍କୁ ଅଭିନନ୍ଦନ ଜଣାନ୍ତି । ଉଭୟଙ୍କ ଭିତରେ ବନ୍ଧୁତା ବଢ଼ିବାରେ ଲାଗେ । ଆଉ ସେଇ ବନ୍ଧୁତା ପରିଣତ ହୁଏ ଭଲପାଇବାରେ । ସୋରିଷ ଫୁଲିଆ ଶାଢୀରେ ସାଗରିକା ସେଦିନ ବେଶ୍ ସୁନ୍ଦର ଦେଖାଯାଉ ଥିଲା । ଆଉ ତରୁଣ କବି ସାଗରିକାର ଉଦାସୀ ଚାହାଣୀରେ ଦେଖି ପାରୁଥିଲେ ତାଙ୍କ ଆଗାମୀ ଭବିଷ୍ୟତର ସୂର୍ଯ୍ୟୋଦୟ । ତାଙ୍କର ଲେଖନୀ ଆହୁରି କ୍ଷୀପ୍ର ହୋଇ ଉଠୁଥିଲା । ସେ ଆହୁରି ଭଲ ପାଉଥିଲେ ଲେଖନୀକୁ । ସାଗରିକା ବହୁତ ଅଭିମାନ କରେ । ହେଲେ ସେ ଅଭିମାନରେ ଥାଏ ଅଲଗା ସ୍ୱାଦ । ସେ ଅଭିମାନ ଥାଏ ପ୍ରେମର ପ୍ରଥମ ସଙ୍କେତ । ଆଉ ସେ ଅଭିମାନ ଲେଖିବା ପାଇଁ ଆହୁରି ପ୍ରେରଣା ଯୋଗାଏ ତରୁଣ କବିଙ୍କୁ । 

ସେଦିନ ଥାଏ ସାଗରଙ୍କର ଜନ୍ମଦିନ ଆଉ ଉପହାରରେ ତରୁଣ କବିଙ୍କୁ ସାଗରିକା ଟେକିଦିଏ ଏକ ସୁନ୍ଦର ଖଇରିଆ ରଙ୍ଗର ଉଇଲସନ୍ ପେନ୍ । ଉପହାର ଦେଉ ଦେଉ ଭାବବିହ୍ୱଳ ହୋଇ ସାଗରିକା କହି ପକାଏ"ଏଇଟି ତୁମ ପାଇଁ ମୋର ଛୋଟ ଉପହାର । ଏଇ ଲେଖନୀ ହିଁ ଆମକୁ ଏକାଠି କରିଛି ,ତୁମେ ଏହାକୁ କେବେ ବି ପର କରିବନି ସାଗର । ଏହାରି ମାଧ୍ୟମରେ ବିଶ୍ୱ ପାଇଁ ତୁମେ ଲେଖିଯିବ ଅଜସ୍ର କବିତା" । ସାଗରିକା ହାତରୁ କଲମଟି ନେଉ ନେଉ ତାର ନରମ ପାପୁଲିକୁ ଧରି ନେଇ ଗଭୀର ଆବେଗରେ କହିଥିଲେ ସାଗର" କିନ୍ତୁ ଏଇ ହାତ ବିନା ଅପୂର୍ଣ୍ଣ ରହିଯିବ ଯେ କଲମର ଲକ୍ଷ୍ୟ " । ସାଗରିକା ହସିଥିଲା । କିନ୍ତୁ ସେ ହସରେ ସେଦିନ ନଥିଲା ଆଗର ମାଦକତା । ସେ ହସ ବି ଦୁଃଖର ତ ନୁହେଁ..... ତେବେ...ସେ ହସର ଅର୍ଥ ଥିଲା ଅବ୍ୟକ୍ତ । ସେ ହସ କେବଳ ସୁଚାଇ ଦେଉଥିଲା ଆଗାମୀ ଝଡର ସଙ୍କେତ । ମାତ୍ର ତରୁଣ କବି ସାଗର ଦାସ ସେତେବେଳେ ଥିଲେ ପ୍ରେମ ପାଗଳ । ତାଙ୍କର ହୃଦୟ ରାଜ୍ୟକୁ ସାଗରିକା ରାୟ ସଂପୂର୍ଣ୍ଣ ଅକ୍ତିଆର କରି ନେଇ ଥିଲା । ସାଗରିକାକୁ ପାଖକୁ ଟାଣି ଆଣି ତାଙ୍କ ଗାଲରେ ଆଙ୍କିଦେଲେ ପ୍ରେମର ପ୍ରଥମ ସ୍ୱାକ୍ଷର । ବାସ୍.....ସେଇଟା ହିଁ ଥିଲା ତାଙ୍କ ଜୀବନର ସବୁଠାରୁ ଶ୍ରେଷ୍ଠ ଦିନ । 

ଭଲ ପାଇବାର ରୋମାଞ୍ଚ ନେଇ ପ୍ରାଣ ଭରି ସେ ସିନା ଭଲ ସିନା ପାଇଥିଲେ ହେଲେ ଭଲ ପାଇବାର ପୂର୍ଣ୍ଣତା ହୁଏତ ତାଙ୍କ ଭାଗ୍ୟରେ ଲେଖା ନଥିଲା । ଜାତି ଗତ ବୈଷମ୍ୟ ଯୋଗୁଁ ଦୁହେଁ ଏକାକାର ହେବା ଆଗରୁ ତାଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ଟାଣି ହୋଇ ଗଲା । ସେଦିନ ରାତିରେ ଉପେନ୍ଦ୍ର ଭଞ୍ଜ ସାଜି କବିତା ଲେଖିଥିଲେ "ପ୍ରୀତିର ନାୟିକା ସାଗରିକା" କିନ୍ତୁ ବିଧିର ବିଧାନ ଥିଲା ଅଲଗା । କବିତାଟି ସମ୍ପୁର୍ଣ୍ଣ ହେବାର ଅବ୍ୟବହିତ ପୂର୍ବରୁ ନଦୀର ପ୍ରଖର ସ୍ରୋତରେ ହଜିଯାଥିଲା ତାଙ୍କର ପ୍ରକୃତ ନାୟିକା । ଖଇରିଆ ରଙ୍ଗର କଲମଟି କ୍ରମଶଃ ମାଟିଆ ସାଜୁଥିଲା । ତାଙ୍କ ଲେଖନୀରୁ ଆଉ ନିଃସୃତ ହେଲାନି ରୋମାଣ୍ଟିକ୍କ ବିତାର ଫେନୀଳ ସ୍ରୋତ । ସାହାଜାନ୍ ଙ୍କ ପ୍ରିୟତମାର ସ୍ମୃତି ସିନା ଶଙ୍ଖ ମଲ୍ ମଲ୍ ପଥରରେ ସାସ୍ୱତ ରୂପ ନେଇ ଠିଆହୋଇ ପାରିଲା ଆଗ୍ରାର ଉପକୂଳରେ । ହେଲେ..... ଏଇ ଗରୀବ କବିଙ୍କ ଅନ୍ତର କୋଣର ବିରହ ଶିକ୍ତ ଲେଖା...... କଣ ସତରେ ବିଶ୍ୱ ପ୍ରସିଦ୍ଧ ହୋଇ ପାରିବ ??ସେ କଣ ତାଙ୍କ ପ୍ରୀତି ନାୟିକାର ସ୍ମୃତିକୁ ନିଜର ଲେଖନୀ ସ୍ପର୍ଶରେ ଜୀବନ୍ତ କରି

ରଖି ପାରିବେ ଚିରଦିନ ପାଇଁ । 

ଦୀର୍ଘ ନିଃଶ୍ୱାସ ଛାଡିଲେ ତରୁଣ କବି । ସେ କାହିଁକି ଏତେ ଦୁର୍ବଳ ହୋଇ ପଡୁଛନ୍ତି ? ସତରେ କଣ ତାଙ୍କ କବିତା ସାହିତ୍ୟ ଏକାଡେମୀ ପୁରସ୍କାର ପାଇବ ? ତାଙ୍କ ହୃଦୟର ପ୍ରତ୍ୟେକଟି ତନ୍ତ୍ରୀ ବାଷ୍ପାକୁଳ ହୋଇ ଉଠୁଥିଲା । କ୍ଳାନ୍ତ ଶରୀର ଟିକୁ ବିଛଣାରେ ଲୋଟାଇ ଦେଇ ଶୋଇବାର ବୃଥା ପ୍ରୟାସ କରୁଥିଲେ ସାଗର । ହଠାତ କାହାରଡାକରେ ପ୍ରକୃତିସ୍ଥ ହୋଇଗଲେ । ଏତେ ରାତିରେ କିଏବା ହୋଇପାରେ । ଅନେକ ପ୍ରଶ୍ନର ଗୁଡିଆଣି ସୂତାରେ ଗୁଡାଇ ହୋଆ ଯାଉଥିଲେ ସେ । ମନରେ ଅନେକ ପ୍ରଶ୍ନବାଚୀ । ପୁଣି ସେହି ଡାକ "ବାବୁ ଶିଘ୍ର କବାଟ ଖୋଲ । ସନ୍ତର୍ପଣରେ କବାଟ ଖୋଲିଲେ ସାଗର । ଲୋକଟିକୁ କିଛି ପଚାରିବା ପୂର୍ବରୁ ସେ କିନ୍ତୁ ଇଙ୍ଗିତରେ ଯିବାପାଇଁ ବାଟ କହୁଥିଲା । ତାର ପଛେ ପଛେ ଚାଲିଲେ ଏହା ଭିତରେ ସେ ପହଞ୍ଚି ସାରିଥିଲେ ଦବୀ ନଦୀ କୂଳରେ । ଆଉ ଲୋକଟି ଇଙ୍ଗିତରେ କିଛି ଦେଖାଉ ଥିଲା । ନକଟକୁ ଯାଇ ଚମକି ପଡିଲେ ସାଗର । ଜହ୍ନ ଆଲୁଅରେ ସେ ଦେଖୁଥିଲେ ମୂର୍ଚ୍ଛିତା ହୋଇ ପଡିଥିବା ସାଗରିକାକୁ । ବିସ୍ମିତ ହୋଇ ସେ କେଵଳ ଚାହିଁଥିଲେ ସାଗରିକାକୁ । ଆଉ ଭାବୁଥିଲେ ଏ କଣ ସେହି ସାଗରିକା,ଯିଏ ତାଙ୍କ ଲେଖନୀ ମୁନରେ ଭରିଦେଇଥିଲା ରୋମାଣ୍ଟିକ କବିତାର ଫୁଆର ?ଚିତ୍କାର କରି ଉଠିଲେ ତରୁଣ କବି । ଆଖି ଆକାଶରୁ ବହିଚାଲିଥିଲା ଶ୍ରାବଣର ବାରି ଧାରା । ପାଦଠାରୁ ମଥା ଯାଏ ସେ ଆଉଁସି ଚାଲିଥିଲେ,ଆଉ ହଠାତ କିଛି ପାଇଲା ପରି ଆତ୍ମ ବିଭୋର ହୋଇଗଲେସେ । ଏଇଯେ ସାଗରିକାର ନିଃଶ୍ୱାସ ଚାଲିଛି । ସତେ ଯେପରି ଦେହରେ ତାଙ୍କର ସଞ୍ଚାରିତ ହେଲା ଶତ ସିଂହର ବଳ । କାଳ ବିଳମ୍ବ ନ କରି ସାଗରିକାକୁ କାନ୍ଧରେ ପକେଇ ସେ ଅଗ୍ରସର ହେଲେ ମେଡିକାଲ ଅଭିମୁଖେ । ଘଣ୍ଟାକର ପଥକୁ ସେ ଅଧାରେ ସାରି ପହଞ୍ଚି ଥିଲେ ଡାକ୍ତରଖାନାରେ । ଆଉ ଡାକ୍ତରଙ୍କୁ ନେହୁରା ହୋଇଥିଲେ ସାଗରିକାକୁ ବଞ୍ଚାଇବା ପାଇଁ । 

ଡାକ୍ତରଙ୍କର ଅକ୍ଳାନ୍ତ ପରିଶ୍ରମ ଫଳବତୀ ହେଲା । ସାଗରିକା ଧିରେ ଧିରେ ଆରୋଗ୍ୟ ଲାଭ କରୁଥିଲା । ମୁଣ୍ଡ ପାଖରେ ବସିଥିଲେ ତରୁଣ କବି । ଆଖିରେ ଥିଲା ଅମାନିଆ ଲୁହ ଧାର । ସାଗରିକାର ଚେତା ଫେରି ଆସୁଥାଏ । ସେମିତି ଆଖିବୁଜି ସେ ଭାବି ଚାଲିଥାଏ ତା'ହଜି ଯାଇଥିବା ଅତୀତର, ବିତି ଯାଇଥିବା ବସନ୍ତର, ବହିଯାଇଥିବା ମଳୟର ସେହି ସ୍ୱପ୍ନ ବିହ୍ୱଳ ମଧୁର ସ୍ମୃତି । ନିଜର ଶାନ୍ତ କୋମଳ ଜୀବନରେ ଯେତେବେଳେ ଝଡ ବୋହିବା ଆରମ୍ଭ ହେଲା ସେଦିନ ତାର ଆଉ ବଞ୍ଚିବା ଆବଶ୍ୟକତା ନଥିଲା । ତାର ଆଦ୍ୟ ଯୌବନର ପ୍ରଥମ ନାୟକ ସାଗରଙ୍କ ପାଇଁ ଯେତେବେଳେ ସାହି ପଡିଶା ବାପା ମାଆଙ୍କୁ ଟାହି ଟାପରା କଲେ ସେତେବେଳେ ବାପା ତାଙ୍କର ଅନ୍ୟତ୍ର ବିବାହ ଠିକ କରି ଦେଇଥିଲେ । ଯେଉଁ ଝଡରେ ଭାଙ୍ଗିଗଲା ତାଙ୍କର ଆଶାର ବାଲିଘର । ସମସ୍ତଙ୍କ ଠାରୁ ଆତ୍ମ ଗୋପନ କରିବା ପାଇଁ ସେ ଆପଣେଇ ନେଇଥିଲେ ପୂର୍ଣ୍ଣଗର୍ଭା ଦେବୀନଦୀ କୋଳକୁ । ସେଦିନର କଥା ଏବେବି ମନେ ଅଛି । ସାଗରଙ୍କ ପାଖକୁ ଚିଠିଟିଏ ପୋଷ୍ଟ କରିବା ପରେ ରାତ୍ରିର ନିର୍ଜନତାରେ ପୋଲ ଉପରୁ ସେ ଡେଇଁ ପଡିଥିଲେ ନଦୀ ଗର୍ଭକୁ । ତା'ପରେ....ଆଉକିଛି ମନେ ପଡୁନି ତାଙ୍କର । ଧିରେ ଧିରେ ଆଖି ଖୋଲିଲେ ସାଗରିକା । ମୁଣ୍ଡ ପାଖରେ ବସିଥିଲେ ଜଣେ ଉଦୀୟମାନ ଯୁବକ । ମୁହଁରେ ପ୍ରତିଭାତ ହେଉଥିଲା ଉତ୍କଣ୍ଠା ଓ ଆବେଗର ଚିହ୍ନ । ଚିହ୍ନିବା ଆଗରୁ ପୁଣି ଆଖି ବୁଜି ଦେଇଦେଲେ ସେ । 

କପାଳରେ ହାତ ବୁଲାଉ ବୁଲାଉ ସାଗର ପଚାରି ଥିଲେ । 

କଣ ଭଲ ଲାଗୁଛି ?ଏପରି ଆତ୍ମହତ୍ୟା କରୁଥିଲ କାହିଁକି ?ଏପରି ଅଭିମାନରେ ଜୀବନକୁ ହାରିବା କଣ ଠିକ୍ ?

.......ଚିଡି ଉଠିଲା ସାଗରିକା । ଆଉ କହୁଥିଲା ଆପଣଙ୍କର ଜାଣିବାରେ ଲାଭ କଣ ?

ସାଗରିକା....

ହଠାତ ଏପରି ଏକ ପରିଚିତ କଣ୍ଠସ୍ୱରରେ ଚମକି ପଡିଲା ସାଗରିକା । ସେ ଯେପରି ନିଜର ସ୍ମରଣଶକ୍ତି ଫେରି ପାଉଥିଲା । ଅତିଶୟ ଖୁସିରେ ନିଜର ବାହୁ ବନ୍ଧନରେ ସେ ଜଡାଇ ଧରିଥିଲା ସାଗରଙ୍କୁ । ସ୍ୱର୍ଗରୁ ପୁଷ୍ପ ବୃଷ୍ଟି ହେଉଥିଲା ଯେପରି ତାଙ୍କ ମିଳନରେ । କିନ୍ତୁ..... ପାହିଗଲା ମିଳନର ରାତି । ଶରତର ନିର୍ମଳ ଆକାଶରେ ଭସା ବାଦଲଟା ଦାଉ ସାଧିଲା । ବିଦାୟ ନେଉଥିଲେ ଅସ୍ତଗାମୀ ସୂର୍ଯ୍ୟ । ଚିତ୍କାର କରି ତଳେ ପଡିଗଲେ ସାଗରିକା । ଷ୍ଟିଚ୍ ଖୋଲି ବହି ଚାଲିଥିଲା ରକ୍ତର ପ୍ଳାବନ । ସାଗର ଦୈଡି ଯାଇ ଥିଲେ ଡାକ୍ତରଙ୍କ ପାଖକୁ । ହେଲେ ଡାକ୍ତରଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସାଗରିକାଙ୍କୁ ବଞ୍ଚାଇବା ସମ୍ଭବ ନଥିଲା । କବି ସାଗର ଦାଶଙ୍କର ସମସ୍ତ ସ୍ମୃତିକୁ କବର ଦେଇ ସାଗରିକା ଅମରତ୍ୱ ଲାଭ କରିଥିଲା । ସତେ ଯେପରି ବଜ୍ରାଘାତ ହେଲା ସାଗରଙ୍କ ମୁଣ୍ଡରେ । 

ଏହି ସମୟରେ ସମ୍ମୁହିତ ଲୋକଙ୍କର କରରୋଳରେ ମୁଖରିତ ହୋଇ ଉଠୁଥିଲା ମେଡିକାଲର ଛୋଟ ପ୍ରାଙ୍ଗଣଟି । କିଛି ବୁଝିବା ପୂର୍ବରୁ ଲୋକମାନେ ମାନେଆସି ଟେକି ନେଇଥିଲେ ତରୁଣ କବିଙ୍କୁ । ଫୁଲର ମାଳରେ ବୁଡିଯାଇଥିଲା ସମଗ୍ର ଶରୀର । ତାଙ୍କର "ପ୍ରୀତିର ନାୟିକା ସାଗରିକା" ବହିଟି ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲା । ଗୋଟେ ପଟେ ଦୁଃଖର ଛାୟା ଘନୀଭୂତ ହେଉଥିଲା ବେଳେ ଅନ୍ୟପକ୍ଷରେ ବିଜୟର ଦୁନ୍ଦୁଭି ସତେ ଯେପରି ତାଙ୍କୁ ଅଟ୍ଟହାସ୍ୟ

କରୁଥଲା । ସାଗରିକା ଯେପରି ତାଙ୍କର ନିକଟରୁ ନିକଟତର ହେଉଥିଲା । କବି ସାଗର ସାହାଜାହାନ ସାଜି ପାରିଲେନି ସିନା ହେଲେ ସାଗରିକାର ସ୍ମୃତିକୁ ଜୀବନ୍ତ କରିବା ପାଇଁ ମନର ଯମୁନା କୂଳରେ ମମତାର ମୁକୁତା ଦେଇ ତାଙ୍କର ପ୍ରିୟାକୁ ସାଇତି ରଖିଲେ ଯୁଗ ଯୁଗ ପାଇଁ ନିଜର ଅମୃତ ଲେଖନୀ ସ୍ପର୍ଶରେ "ସ୍ମୃତିର ସଉଧ" ତୋଳି....



Rate this content
Log in

More oriya story from Mamatamanjari Das

Similar oriya story from Tragedy