Mamatamanjari Das

Inspirational

4  

Mamatamanjari Das

Inspirational

ପୁନରପି ଜନମ ପୁନରପି ମରଣ

ପୁନରପି ଜନମ ପୁନରପି ମରଣ

3 mins
363


ମଣିଷ ଜନ୍ମ ଗ୍ରହଣ କରେ । ବଡହୁଏ , ପାଠପଢେ ଓ ବଡ ହେବା ସହିତ ମନରେ ଅନେକ ସ୍ୱପ୍ନ ତରଙ୍ଗାୟୀତ ହୋଇ ଖେଳେ ।ମନ ସବୁବେଳେ ଧାଏଁ ଶିଶୁ ଶୁଲଭ ଛନ୍ଦରେ । ଶୈଶବ ରୁ ଧୀରେ ଧିରେ ଯୌବନ ପ୍ରାପ୍ତ ହୁଏ ଆଉ ସଂସାର ବନ୍ଧନରେ ବାନ୍ଧି ହୋଇଯାଇ ପୁତ୍ର କନ୍ୟା ଙ୍କ ଗହଣରେ ହଜିଯାଏ । ସେମାନଙ୍କୁ ଶିକ୍ଷା ଦିଏ ବଡ ମଣିଷ କରେ ଆଉ ଆଶା ବାନ୍ଧି ବସେ ସେଇମାନେହିଁ ତାର ଅପରାହ୍ନ ସମୟରେ ସାହାରା ହେବେ ।


ସେହି ଉପରେ କାହାଣୀ ଟିଏ । ଯଜ୍ଞଦତ ନାମରେ ଜଣେ ବ୍ୟକ୍ତିଙ୍କର ତିନୋଟି ସନ୍ତାନ ଥିଲେ । ଯଜ୍ଜଦତ ଜଣେ ମନ୍ଦିର ର ପୂଜକ । ସେଇଥିରୁ ଯେତିକି ଉପାର୍ଜନ କରନ୍ତି ସେଥିରେ ତାଙ୍କର ସଂସାର ସୁରୁଖୁରୁରେ ଚଳିଯାଏ । ପିଲାମାନେ ବଡ ହୋଇଗଲା ପରେ ସମସ୍ତଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ଭଗବତ୍ ପ୍ରେମରେ ନିଜକୁ ହଜେଇ ଦେଇଥିଲେ ।କିଛିଦିନ ପରେ ତାଙ୍କ ସ୍ତ୍ରୀଙ୍କ ର ଦେହାନ୍ତ ହୋଇଗଲା । ତଥାପି ସେ ନିଜକୁ ପୂର୍ବ ବତ୍ ଭଗବାନ ଙ୍କ ପୂଜା ଯଜ୍ଞ ଇତ୍ୟାଦି ରେ ନିଜକୁ ବ୍ୟସ୍ତ ରଖିଥିଲେ ।


ଧୀରେ ଧୀରେ ସେ ମଧ୍ୟ ବାର୍ଦ୍ଧକ୍ୟ ର ଶୀକାର ହେଲେ ।ଶେଷରେ ବୟସ ବଢିବା ସଙ୍ଗେ ସଙ୍ଗେ ରୋଗାକ୍ରାନ୍ତ ହୋଇ ବିଛଣା ଧରି ନେଲେl ଶୌଚ, ସ୍ନାନ ଆଦି ସମୟରେ ସେ ନିଜ ସନ୍ତାନ ମାନଙ୍କୁ ଡାକୁଥିଲେ l ପ୍ରଥମେ ପ୍ରଥମେ ପିଲାମାନେ ଆଗ୍ରହର ସହିତ ତାଙ୍କର ସବୁକାମ କରି ଦେଉଥିଲେ । ମାତ୍ର ଧିରେ ଧିରେ ସନ୍ତାନ ମାନେ ମଧ୍ୟ ପରସ୍ପର ଆଳ କରି ଆସିବା ବନ୍ଦ କରିଦେଲେ l ବେଳେ ବେଳେ ତାଙ୍କୁ ସେଇ ଅପରିଷ୍କାର ବିଛଣା ରେ ରାତି କଟାଇବାକୁ ପଡୁଥିଲା l 


ଦିନେ ରାତିରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା l ସେ ଆକୁଳ କଣ୍ଠରେ ପୁଅ ନାମ ଧରି ଡାକ ଛାଡିଲେ l ସଂଗେ ସଂଗେ ଜଣେ ବାଳକ କୋମଳ ହାତରେ ତାଙ୍କୁ ଧରି ନେଇ ନିବୃତ୍ତି କରାଇ, ବିଛଣା ପରିଷ୍କାର କରି ଶୋଇ ପକାଇଲା l ଧିରେ ଧୀରେ ଏହି କ୍ରିୟା ନୀତି ଦିନିଆ ହୋଇଗଲା l


ଯଜ୍ଞ ଦତ୍ତଙ୍କ ମନରେ ସନ୍ଦେହ ଯାତ ହେଲା l ଆଗେ ତ ଡ଼ାକ ଛାଡିଲେ ସମସ୍ତ ଘରଲୋକ ନ ଶୁଣିବାର ଛଳନା କରୁଥିଲେ, କିନ୍ତୁ ଇଏ କିଏ ? ଡାକିଲା ମାତ୍ରେ ହାଜର । ଏହା ଭାବି ପିଲାଟିର କୋମଳ ହାତକୁ ଧରି ପରିଚୟ ପଚାରିଲେ lତତ୍ କ୍ଷଣାତ ଏକ ଅଲୌକିକ ଆଭା ଅନ୍ଧକାର ଗୃହରେ ପ୍ରତିଫଳିତ ହେଲା l


ସମ୍ମୁଖରେ ବାଳକ ରୂପୀ ଭଗବାନ କୃଷ୍ଣ ବଂଶୀ ଧରି ଦଣ୍ଡାୟମାନ। ଯଜ୍ଞ ଦତ୍ତଙ୍କୁ ଚିହ୍ନିବାରେ ବିଳମ୍ବ ହେଲା ନାହିଁ l ଚକ୍ଷୁରୁ ଧାର ଧାର ଲୋତକ ବହି ଯାଉ ଥାଏ । ରୁଦ୍ଧ କଣ୍ଠ ରେ କହିଲେ, "ମୁଁ କେତେ ବଡ ପାପୀ l ମୋର ନିବୃତ୍ତି ଆପଣଙ୍କ ଦ୍ୱାରା କରାଇଲି l ହେ ପ୍ରଭୂ , ଯଦି ଆପଣ ମୋ ଉପରେ ଏତେ ପ୍ରସନ୍ନ, ମୋତେ ମୁକ୍ତି କାହିଁକି ଦେଉ ନାହାନ୍ତି ?" 

   

ପ୍ରଭୁ କହିଲେ, " ଯାହା ତୁମେ ଭୋଗୁଛ, ତାହା ତୁମର ପ୍ରାରବ୍ଧ l ତୁମେ ମୋର ଜଣେ ପରମ ସାଧକ । ଦିବାନିଶି ମୋ ନାମ ଜପ କରୁଛ । ମୁଁ ତୁମକୁ ଛାଡ଼ିବି କିପରି? ତେଣୁ ମୁଁ ତୁମ ପ୍ରାରବ୍ଧ ମଧ୍ୟ ତୁମର ସତ ସାଧନା କାରଣରୁ କଟାଉଛି l"


ଯଜ୍ଞ ଦତ୍ତ ପ୍ରଶ୍ନ କଲେ , "କଣ ମୋର ପ୍ରାରବ୍ଧ ତୁମ କରୁଣା ଠାରୁ ଉପରେ? କଣ ତୁମ କୃପା ମୋ ପ୍ରାରବ୍ଧକୁ ଶେଷ କରି ପାରିବନି ? ପ୍ରଭୂ ଉତ୍ତର ଦେଲେ , " ମୋ କୃପା ସର୍ବୋପରି l ଅବଶ୍ୟ ମୁଁ ପ୍ରାରବ୍ଧ କାଟି ପାରିଵି ତୁମର ଏଇ ଜନ୍ମରେ l କିନ୍ତୁ ପୁଣି ତୁମକୁ ଏଇ ପ୍ରାରବ୍ଧ ଭୋଗିବାକୁ ପୁନଃ ଜନ୍ମ ନେବାକୁ ପଡିବl 


ଏହାହିଁ କର୍ମ ର ନିୟମ । ଏଇ କାରଣରୁ *ପୁନରପି ଜନମ ପୁନରପି ମରଣ* ହୋଇଥାଏ l ଯେହେତୁ ତୁମେ ମୋର ପରମ ଭକ୍ତ, ତୁମର ଏଇ ପ୍ରାରବ୍ଧ ମୁଁ ସ୍ୱୟଂ ନିଜ ହାତରେ କଟାଇ ତୁମକୁ ଜନ୍ମମୃତ୍ୟୁର ବନ୍ଧନରୁ ମୁକ୍ତି ଦେବାକୁ ଚାହେଁ l"


ପୂର୍ବ କୃତ କର୍ମ ଶୁଭ ହେଉ ବା ଅଶୁଭ ଏ ଜନ୍ମ ହେଉ ବା ପର ଜନ୍ମ, ଏଥିରୁ ତିଳେ ମାତ୍ର ଉଣା ହେବ ନାହିଁ, ଅବଶ୍ୟ ଭୋଗିବାକୁ ପଡିବ କିନ୍ତୁ ଶ୍ରଦ୍ଧା ବିଶ୍ୱାସ ସହ ଯେ ପ୍ରଭୁଙ୍କର ଶରଣାଗତ ହୁଏ, ପ୍ରଭୂ ସ୍ୱୟଂ ସାଙ୍ଗରେ ରହି ଏହାର ଉପଶମ ଆଣନ୍ତି l 



Rate this content
Log in

Similar oriya story from Inspirational