ରଙ୍ଗ ଭେଦର ବଳୟ
ରଙ୍ଗ ଭେଦର ବଳୟ


ଛୋଟ ଗାଁ ଟିଏ ନରଣ ପୁର
ଚାରିପଟେ ସବୁଜ ବଳୟରେ ଗାଁର ଶୋଭା ବଢାଉଛି
ପ୍ରକୃତି ର ସବୁଜିମା
ସେହି ଗ୍ରାମର ଏକ ଗରୀବ ପରିବାର ରେ ଜନ୍ମ ନେଲେ
ଛୋଟ ଦୁଇ କଢି ରୂପା ଆଉ ରାନୀ
କିନ୍ତୁ ସେମାନଙ୍କ ରୂପରେ ଥିଲା ଆକାଶ ପାତାଳର ପ୍ରଭେଦ
ରୂପା ଥିଲା ଧବଳ ଟଗର ପରି ଗୋରା ତକ ତକ ଚେହେରା
ରାନୀ ଥିଲା କଳା ରଙ୍ଗର
ରାନୀ ର ବ୍ୟବହାର ପାଇଁ ଲୋକେ ତାକୁ ଭଲ ପାଉଥିବା
ବେଳେ , ରାନୀ ତାର ରୂପ ପାଇଁ ସବୁରୀ ପ୍ରୀୟ ଥିଲା
ଦୁହେଁ ଯାଆଁଳା କିନ୍ତୁ ରୂପା ଦଶ ମିନିଟ୍ ବଡ଼ ହେଇଥିବାରୁ
ରୂପା ବଡ଼ ଆଉ ରାନୀ ସାନ
ହେତୁ ପାଇଲା ଦିନୁ ରାନୀ ଅନୁଭବ କରେ ରୂପା ଗୋରା
ଆଉ ସୁନ୍ଦର୍ ବୋଲି ବାପା ମା ସାହି ପଡିଶା ତାକୁ ଅଧିକ ସ୍ନେହ, ଆଦର ଓ ଗେହ୍ଲା କରନ୍ତି
କେହି ଅତିଥି ଘରକୁ ଆସିଲେ କୁ ସଜେଇ ମା ତାଙ୍କ ପାଖକୁ ପଠେଇ ଦିଅନ୍ତି…
ବାପା ରୂପା କୁ ସାଥିରେ ବସେଇ ଖୁଆନ୍ତି ବାଇକରେ
ବସେଇ ଚାରିଆଡ଼େ ବୁଲେଇ ନିଅନ୍ତି
ରାନୀ ସେତେବେଳେ କିଛି ବୁଝି ପାରେନି ,ପର୍ବ ପର୍ବାଣୀ ରେ ବଜାରକୁ ନୂଆ ଡ୍ରେସ୍ କିଣି ବାକୁ ଗଲେ ,ରାନୀ ନିଜ ପାଇଁ ଡ୍ରେସ୍ ଟିଏ ବାଛିଲେ ,ମା କୁହନ୍ତି ତୋ କଳା ରଙ୍ଗକୁ ଏ ଡ୍ରେସ୍ ମାନିବ ନାହିଁ ରାନୀ
ଏହି ଡ୍ରେସ୍ ରୂପା ପିନ୍ଧିଲେ ଭଲ ଲାଗିବ
ତା ପାଇଁ ଅନ୍ୟ ଏକ ଡ୍ରେସ୍ ମା ବାଛି ଦିଅନ୍ତି ,ମନ ନ ଥାଇ ବି ରାନୀ ପିନ୍ଧେ ତାକୁ ମାଙ୍କ କଥାକୁ ସମ୍ମାନ ଦେଇ
ଯେବେଠାରୁ ରାନୀ ବାପା ମାଆ ଙ୍କ ପାତର ଅନ୍ତର ଅନୁଭବ କରିଛି ସେବେଠୁ ନିଜ ଇଚ୍ଛାକୁ ଚାପି ଦେଇଛି ହୃଦୟ ତଳେ
ଥରେ ଥରେ ପଡିଶା ଘର ଜେଜୀ ମା କହିଲେ ତୋ ବାପା, ମା ତ ଏତେ ଧୋବ ଫର ଫର ତୁ ଏମିତି କାଳୀ ହେଲୁ କେମିତି !ବେଳେ ବେଳେ ସାହି ପଡିଶା କୁହନ୍ତି ତୁ କାଳୀଟା ଆଜି କାଲି ଯୁଗର ବାହା ବଜାରରେ ତୁ ବାହା ହେଇ ପାରିବୁନି
ବାପାକୁ କହ ବହୁତ୍ ଟଙ୍କା ରଖିବ ତୋ ବାହାଘର ପାଇଁ
ଭାରି କଷ୍ଟ ଲାଗେ ରାନୀକୁ ଏକଥା ଲୋକ ମାନଙ୍କ ଠାରୁ ଶୁଣି
ମନେ ମନେ କୁହେ " ହେ କାଳିଆ ସାଆନ୍ତ ତୁମେତ କଳା , ଭାଇ ବଳିଆ ତୁମର ଗୋରା ହେଲେ ତୁମ ପାଖରେ ଯଦି ରଙ୍ଗ ଭେଦର ବଳୟ ନାହିଁ ତା ହେଲେ ଏ ମଣିଷ ମନରେ ରଙ୍ଗ ଭେଦର ବଳୟ କାହିଁକି ସୃଷ୍ଟି କରିଛ ?
ସେଦିନ ରାତିରେ ରାନୀ ଆଖିକୁ ନିଦ ଆସିଲା ନାହିଁ
ଭଗବାନଙ୍କୁ ଅନେକ ଧିକ୍କାର କଲା ତାକୁ ଏମିତି କଳା ରଙ୍ଗ ଦେଇ ଥିବାରୁ
କିନ୍ତୁ ମନେ ମନେ ସପଥ ନେଲା , ସେ କିଛି କରି ଦେଖାଇବ
ରାନୀ ମନ ଦେଇ ପାଠ ପଢିଲା କାହାର ଆକ୍ଷେପ କି କଟାକ୍ଷ
କୁ ଭୃକ୍ଷେପ ନକରି
ରୂପା କିନ୍ତୁ ନିଜର ରୂପର ଅହଂକାର ବଳୟରେ ଏପରି ବନ୍ଦୀ ହୋଇଗଲା ଯେ ପାଠରେ ତାର ଧ୍ୟାନ ନଥିଲା
ପରୀକ୍ଷା ଫଳ ବାହାରିଲା , ରାନୀ ଟପର୍ ହୋଇଥିଲା ବେଳେ ରୂପା ତୃତୀୟ ଶ୍ରେଣୀ ରେ ପାସ୍ କରିଥିଲା
ରୂପା ପାଖ କଲେଜ ରେ କଳାର ଛାତ୍ରୀ ଆଉ ରାନୀ ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ବିଜ୍ଞାନ ଷ୍ଟୁଡେଣ୍ଟ
ସମୟ ଗଢଡି ଚାଲିଲା , ବାପା ଚାହିଁଲେ ଦୁହିଁଙ୍କୁ ବିବାହ ଦେଇ ଚିନ୍ତା ମୁକ୍ତ ହେବେ
ରୂପା ପାଇଁ ଭଲ ପ୍ରସ୍ତାବ ଆସିଲା , ତେଣୁ ବାପା ମାଆ ତାକୁ ବିବାହ ଦେଇ ଦେଲେ
ଉଦ୍ଧତ ସ୍ୱଭାବର ଝିଅଟି ଧରାକୁ ସରା ମଣିଲା,ଶାଶୁଘର ଲୋକ ଓ ସ୍ୱାମୀକୁ ଅତି ଖରାପ୍ ବ୍ୟବହାର କଲା
ହେଲେ ରୂପର ଅହଂକାର ରେ ଅନ୍ଧ ହୋଇ ଥିବା ରୂପା
ଶାଶୁଘର ର ସମସ୍ତଙ୍କୁ ଖରାପ ବ୍ୟବହାର କରି ଘର ଛାଡି ଆସି ପିତୃ ଗୃହରେ ରହିଲା
ବାପା ,ମା ବହୁତ୍ କାନ୍ଦିଲେ ଝିଅର ଏମିତି କାର୍ଯ୍ୟ କଳାପ ପାଇଁ ପଡିଶା ଲୋକ ଯିଏ ରୂପ ପାଇଁ ରୂପାକୁ ଦିନେ ବହୁତ୍ ଭଲ ପାଉଥିଲେ,ସେମାନେ ତାକୁ ଛି ଛାକର କରି ମୁହଁ ବୁଲାଇ ଚାଲିଗଲେ l
ରାନୀ ର ପଡୋଶୀ ରତିକାନ୍ତ ଥିଲେ ଜଣେ ମେଧାବୀ ଛାତ୍ର
ସେ ଛୋଟ ବେଳଠାରୁ ରାନୀ କୁ ତାର ସରଳ ଆମାୟୀକ
ବ୍ୟବହାର ପାଇଁ ବହୁତ ଭଲ ପାଉଥିଲା
ଏବେ ସେ ଜଣେ ଡାକ୍ତର ଆଉ ବିବାହ ଯୋଗ୍ୟ ମଧ୍ୟ
ଘରକୁ ତାର ଯେତେବେଳେ ପ୍ରସ୍ତାବ ଆସିଲା ସେ ମନକଥା
ମାଆକୁ କହିଲା
ବାପା ମାଆ ବି ପୁଅ କଥାରେ ସହମତି ପ୍ରକାଶ କଲେ
ସେ ରାନୀ ର ବାପାଙ୍କୁ ଅନୁରୋଧ କଲେ ରାନୀ କୁ ମେଡିକାଲ ଏଣ୍ଟ୍ରାନସ ଦେବାକୁ
ରାନୀ ମେଡିକାଲ ଏଣ୍ଟ୍ରାନ୍ସ ଦେଇ ପ୍ରଥମ ଥରରେ ପାଇଲା
ଆଉ ଦୂର ସହରକୁ ପଢିବାକୁ ଚାଲିଗଲା
କିଛି ବର୍ଷ ବିତିଗଲା ରାନୀ ଭଲ ଡାକ୍ତର ଟିଏ ହୋଇ ତା ଗାଁ ମେଡିକାଲରେ ପ୍ରଥମ ପୋଷ୍ଟିଂ ପାଇଲା
ରାନୀ ବାପାଙ୍କୁ ଫୋନ୍ କରି ଏହି ଖୁସି ଖବରଟି ଦେଲା
ବାପା ଆନନ୍ଦରେ ଗାଁ ସାରା ମିଠା ବାଣ୍ଟିଲେ
ଆଉ ତା ପରଦିନ ରତିକାନ୍ତ ସହ ରାନୀ ଗାଁକୁ ଆସିଲା
ଗାଁ ଲୋକେ ବି ଏହା ଭିତରେ ରଙ୍ଗ ଭେଦର ବଳୟ ଭିତରୁ ବାହାରକୁ ଆସି ସାରିଥିଲେ
ସେମାନେ ଭବ୍ୟ ସମର୍ଦ୍ଧନା ସହ ରାନୀ କୁ ପାଛୋଟି ଆଣିଲେ ରାନୀ ର ବାପାଙ୍କୁ ରତିକାନ୍ତ ଅନୁରୋଧ କଲେ ଆଉ କହିଲେ ମୁଁ ରାନୀର ଗୁଣ ଆଉ ଜ୍ଞାନ ନିକଟରେ ହାର୍ ମାନିଛି
ଆଉ ତାକୁ ଜୀବନସାଥୀ ରୂପେ ଚାହୁଁଚି ,ମୋତେ ଏତିକି
ଦୟା କରନ୍ତୁ
ଏମିତି କଥା ଶୁଣି ରାନୀ ବାପାଙ୍କ ଆଖିରୁ ଦୁଇଟୋପା ଆନନ୍ଦାଶ୍ରୁ ଝରି ପଡ଼ିଲା
ତାଙ୍କ ଆଖିରୁ ହଟି ଯାଇଥିଲା ରଙ୍ଗ ଭେଦର ବଳୟ
ଗାଁ ଲୋକଙ୍କ ସହ ମିଶି ରାନୀ ଆଉ ରତିକାନ୍ତଙ୍କ ବାହାଘର ଅତି ଧୁମ୍ ଧାମରେ ସମ୍ପନ୍ନ କଲେ
ରୂପା ଏ ସବୁ ଦେଖି ନିଜ ଗୋରା ରଙ୍ଗ ଓ ଖରାପ୍ ଗୁଣକୁ ମନେ ମନେ ଧିକ୍କାର କରୁଥିଲା ।