Mamatamanjari Das

Abstract Inspirational

3  

Mamatamanjari Das

Abstract Inspirational

ହିସାବ କିତାବ

ହିସାବ କିତାବ

3 mins
185


ଗୋଟିଏ ଗାଁ ରେ କୃଷକ ଟିଏ ତାର ପରିବାର ସହିତ ବାସ କରୁଥିଲା।

ପରିବାର କହିଲେ , ସେ ତାର ସ୍ତ୍ରୀ ଓ ଏକମାତ୍ର ପୁତ୍ର ସନ୍ତାନ । ହସ ଖୁସି ର ସଂସାରରେ ହଠାତ ୍ ଦିନେ ତା ପରିବାର ଉପରେ କଳା ବାଦଲ ଛାଇଗଲା । ରୋଗରେ ପୀଡିତ ତାର ସ୍ତ୍ରୀ ସ୍ୱର୍ଗାରୋହଣ କଲା। ପୁତ୍ର ସନ୍ତାନ ଟି ମାତ୍ର ପାଞ୍ଚ ବର୍ଷ ର ହୋଇ ଥିବାରୁ କୃଷକଟି ତାର ଦେଖା ରଖା ପାଇଁ ଦ୍ୱିତୀୟ ବିବାହ କଲା ।ପୁଣି ସଂସାର ର ଗାଡି ଆଗକୁ ଚାଲିଲା । ଦ୍ୱିତୀୟ ପତ୍ନୀଙ୍କ ଔରସରୁ ପୁଣି ପୁତ୍ର ସନ୍ତାନ ଟିଏ ପ୍ରାପ୍ତ ହେଲା । କିଛି ଦିନ ଅନ୍ତେ ଦ୍ୱିତୀୟ ସ୍ତ୍ରୀ ର ମଧ୍ୟ ମୃତ୍ୟୁ ହୋଇଗଲା । ଏଥର କୃଷକ ଜଣଙ୍କ ଆଉ ବିବାହ ନକରି ନିଜେ ପିଲାଙ୍କ ର ଯତ୍ନ ନେଇ ବଡ କଲା ।ବଡ ପୁଅ ଅଠର ବର୍ଷ ର ହୋଇଗଲା ପରେ ତାକୁ ଭଲ କନ୍ୟା ଟିଏ ଦେଖି ବିବାହ ବନ୍ଧନ ରେ ଛନ୍ଦି ଦେଲା ପରେ ଅଚାନକ ଦିନେ କୃଷକ ର ବି ମୃତ୍ୟୁ ହୋଇଗଲା ।

ଦୁଇ ଭାଇ ଏକାଠି ରହି ଥାଆନ୍ତି ।  ଯମି ବାଡିରେ ଚାଷରୁ ଯାହା ମିଳେ ସୁରୁଖୁରୁରେ ସଂସାର ଚଳିଯାଏ । କିନ୍ତୁ କଥାରେ କୁହନ୍ତି ନା ସୁଖ ଟି ଅଢେଇ ଦିନିଆ । ହଠାତ ସାନ ଭାଇର ଦେହ ଖରାପ ହେଲା। ପାଖ ଆଖରେ ସବୁ ବୈଦ୍ୟଙ୍କୁ ଦେଖାଇଲେ ବି କୋଉଠି ଭଲ ହେଲାନି । ପାଖରୁ ପଇସା ସରିବାରୁ ଜମି ବିକ୍ରୀ କରି ମଧ୍ୟ ଖର୍ଚ୍ଚ କଲେ , ମାତ୍ର ଲାଭ କିଛି ହେଲାନି ।ଇଆଡେ ଅଭାବ ସହିତ ସେବା କରିବାକୁ ବି ପଡୁଥାଏ ।

ଦିନେ ବଡଭାଇ ତାର ସ୍ତ୍ରୀ ସହିତ ପରାମର୍ଶ କଲା , ଇଏତ ଭଲ ହେଉନାହିଁ, ପଇସା ଖର୍ଚ୍ଚ ସହିତ ସେବା କରିବାର ଜଞ୍ଜାଳ ରେ ଆମେ ଛନ୍ଦି ହୋଇ ଯାଉଛେ । ଯଦି ୟାକୁ ମାରି ଦିଅନ୍ତେ ତା' ଭାଗ ସମ୍ପତ୍ତି ବି ଆମର ହୋଇ ଯାଆନ୍ତା । ସ୍ତ୍ରୀ କହିଲା , ହଁ ଭଲ ହେବଯେ ପ୍ରଥମେ ତୁମେ କୌଣସି ବୈଦ୍ୟ ସହିତ ପରାମର୍ଶ କର, ସେ କିଛି ପଇସା ନେଉ ପଛେ ଏମିତି ଔଷଧ ଦେଉ ଯେପରି ସେ ମରିଯିବ ଆଉ ଲୋକେ କହିବେ ରୋଗରେ ପଡି ମଲା ।

ବଡଭାଇ ଗୋଟିଏ ବୈଦ୍ୟ ପାଖକୁ ଯାଇ ପରାମର୍ଶ କଲା । ବୈଦ୍ୟ ବି ମୋଟା ଅଙ୍କ ପାଇ ବିଷ ଔଷଧ ଦେଇଦେଲେ । କିଛିଦିନ ପରେ ସାନଭାଇ ମରିଗଲା । ପତି ପତ୍ନୀ ବହୁତ ଖୁସି ହେଲେ ତାର ମୃତ୍ୟୁରେ। କିଛି ଦିନ ପରେ ବଡ ଭାଇର ପୁଅଟିଏ ହେଲା । ଖୁବ୍ ହସଖୁସିରେ ତାର ଜନ୍ମଦିନ ପାଳନ କରାଗଲା । ଶଶୀକଳା ପରି ବଢୁଥାଏ ପୁଅ ।

ପ୍ରାପ୍ତ ବୟସ ହେଲା ପରେ ତାକୁ ବିବାହ ବନ୍ଧନରେ ବାନ୍ଧି ଦିଆଗଲା। ମାତ୍ର ବିବାହ ପରେ ପରେ ସେ ରୋଗରେ ପୀଡ଼ିତ ହେଲା ।ଯମି ଯମା ସବୁ ବିକ୍ରୀ କରି ବାପା ଖର୍ଚ୍ଚ କରୁଥାଏ । ମାତ୍ର ରୋଗ ଭଲ ହେବାର ନା ନେଉ ନଥାଏ । ପୁଅ ଦେହରେ କେବଳ ଅସ୍ଥି ଛଡା ଆଉ କିଛି ବି ନଥାଏ ।

ଦିନେ ପୁଅକୁ ବାହାରେ ଖଟିଆରେ ଶୁଆଇ ଦେଇ ବାପାଟି ତାର ଦୟନୀୟ ଅବସ୍ଥାକୁ ଅବ ଲୋକନ କରି ଲୁହ ଗଡାଉଥାଏ । ହଠାତ ପୁଅଟି ଆଖି ଖୋଲିଲା ଓ କହିଲା , ଭାଇ , ସବୁ ହିସାବ କିତାବ ସରି ଗଲାଲାଣି ।ଆଉ ଖାଲି ମଶାଣୀର କାଠ ହିସାବ ଟା ବାକି ତାକୁ ଏବେ ଯୋଗାଡ କରି ହିସାବ କରିଦିଅ ।ବାପା ଭାବିଲା ପୁଅ ତାର ଅସୁସ୍ଥ ହୋଇ ସ୍ମରଣ ଶକ୍ତି ବି ହରାଇ ସାରିଲାଣି । ସେ କହିଲା ପୁଅ ମୁଁ ତୋର ଭାଇ ନୁହେଁ , ବାପା ! ପୁଅ ସ୍ମିତ ହସି କହିଲା ମୁଁ ତୁମର ସେହି ଭାଇ ଯାହାକୁ ତୁମେ ଜହର ଦେଇ ମାରି ଦେଇଥଲ ପରମାୟୁ ସରିବା ପୂର୍ବରୁ । ତାର ହିସାବ କିତାବ ଯିଏ କରୁଛି ସେ ପୁଣି ମୋତେ ତୁମରି କୋଳରେ ଦେଇ ପଠାଇଲେ।ବାପଟି ନିଜର ଭୂଲ୍ ବୁଝି ସାରିଥିଲା । ସେ କହିଲା ମୁଁ ସିନା ଦୋଷ କରିଥିଲି ଦଣ୍ଡିତ ହେଲି , ହେଲେ ବିଚାରି ବୋହୂ ଟା ମୋର ତ ନିର୍ଦ୍ଦୋଶ ନା !ପୁଅ କହିଲା କିଏ କହିଲା ନିର୍ଦ୍ଦୋଶ !! ଯାହାଠାରୁ ଜହର ଆଣି ମୋତେ ଦେଇଥିଲ ସେ କୁଆଡେ ଗଲେ ? ବାପଟି କହିଲା ତୁ ମରିବା ର ଦୁଇ ତିନିବର୍ଷ ପରେ ସେ ବି ମରିଗଲା । ପୁଅ ହସିଲା , ଆଉ କହିଲା ମୋ ସ୍ତ୍ରୀ ହେଉଛି ସେହି ବୈଦ୍ୟ । ଜହର ରେ ମୋତେ ଯେମିତି ଜାଳିଥିଲା ସତୀ ଦାହ ପ୍ରଥାରେ ମୋ ଶବ ସହ ସେ ବି ଜୀଅନ୍ତା ଜଳିଲେ ତାର ହିସାବ କିତାବ ଶେଷ ହେବ । ଏହା କହିବା ପରେ ପୁଅଟି ମୃତ୍ୟୁ ବରଣ କଲା । ଆଉ ବାପଟି ହିସାବ କିତାବ କରୁଥିଲା ତା ଭାଗ୍ୟର ।    



Rate this content
Log in

Similar oriya story from Abstract