STORYMIRROR

Mamatamanjari Das

Romance

4  

Mamatamanjari Das

Romance

ପୁନର୍ମିଳନ କଲେଜ ଜୀବନର

ପୁନର୍ମିଳନ କଲେଜ ଜୀବନର

3 mins
0

କଲେଜ ଗେଟ୍ ଆଗରେ ଲାଗିଥିବା ବୋର୍ଡରେ ଲେଖା ହୋଇଥିଲା “ଅଲ୍ ଆଲୁମ୍ନି ମିଟ୍ 2025”।  ଆଜି ଦଶ ବର୍ଷ ପରେ  ସେଇ ଫାଟକ ଭିତରକୁ ପାଦ ଦେବା ମାତ୍ରେ ଆହାନାର ହୃଦୟ ଟିକିଏ ଜୋର୍‌ରେ ଧକ୍‌ ଧକ୍‌ ହେଲା। ସତେ ଯେମିତି ପୁରୁଣା ଦିନ ଗୁଡା ତା ସାମ୍ନାରେ ଛିଡା ହେଉଥିଲା ଗୋଟିଏ ପରେ ଗୋଟିଏ ହୋଇ ।

ସେତେବେଳେ ଏଇ କ୍ୟାମ୍ପସ୍ ଥିଲା ତାଙ୍କ ଦୁନିଆ।  ସମସ୍ତଙ୍କ ର ମୁହଁରେ ଥିଲା ଗୋଟିଏ ନାଁ ଆହାନା ଆଉ ଅଂଶ, କଲେଜର ନମ୍ବର ୱନ୍ ଯୋଡି। 

କ୍ଲାସ୍‌ର ପ୍ରଥମ ବେଞ୍ଚ୍‌ରେ ପାଖାପାଖି ବସିବା, ଲାଇବ୍ରେରୀରେ ଏକାଠି ନୋଟ୍ ବଦଳାଇବା, ଫେଷ୍ଟ୍‌ରେ ଦୁହେଁ ମିଶି ପରଫର୍ମ କରିବା ସବୁଠି ଥିଲା ତାଙ୍କ ହସ, ତାଙ୍କ ଗପ । 

ସାଙ୍ଗମାନେ କହୁଥିଲେ, “ତୁମେ ଦୁଇଜଣ ତ ଯୋଡି ବନି ଆସିଛ। ବାହା ହେବାକୁ ଆଉ କ’ଣ ବାକି ?”  ଖାଲି ଯାହା ଦରକାର ବ୍ରାହ୍ମଣ ମର ମନ୍ତ୍ରଧ୍ୱନୀ ଆଉ ଗୁରୁଜନ ଙ୍କ ଆଶୀର୍ବାଦ ।

ହେଲେ ଜୀବନର ଚକ ବୁଲିଗଲା।  ଫାଇନାଲ୍ ଇୟର୍ ପରେ ଆହାନା ବାପାଙ୍କର ହଠାତ୍ ଅକାଳ ବିୟୋଗ ହେଲା। ଘରର ବଡ ଝିଅ ସେ , ତଳକୁ ଆଉ ଦୁଇ ଭଉଣୀ ।ଘରେ ଛୋଟ ବିଜନେସ୍ ଥିଲା ବାପାଙ୍କର, ମା’ ଅସୁସ୍ଥ। ଦାୟିତ୍ୱ ସବୁ ଆସି ପଡ଼ିଲା ଆହାନା କାନ୍ଧରେ। 

ସେ ରାତିରେ ଅଂଶକୁ ଫୋନ୍ କରି କେବଳ ଏତିକି କହିପାରିଥିଲା, “ମୁଁ ଏବେ ଯାଇପାରିବିନି ଅଂଶ, ମୋର ଘର ମୋତେ ଡାକୁଛି।” 

 
ଅଂଶ କିଛି କହିନଥିଲା, କେବଳ କହିଥିଲା, “ତୁ ଯାହା କରିବୁ ଠିକ୍ କରିବୁ ମୁଁ ଅଛି।” 

ଦୁଇ ମାସ ପରେ ଅଂଶର କ୍ୟାମ୍ପସ୍ ପ୍ଲେସମେଣ୍ଟ୍ ହେଲା କାନାଡା। 

 
ଏୟାରପୋର୍ଟରେ ବିଦାୟ ବେଳେ ସେ କହିଥିଲା, “ମୁଁ ଫେରିବି ଆହାନା ତୁ ଅପେକ୍ଷା କରିବୁ ତ?”

ଆହାନା ମୁଣ୍ଡ ହଲେଇଥିଲା, ହେଲେ ଆଖିରେ ଥିଲା ଅନିଶ୍ଚିତା। 

ପରେ ସମୟ, ଦୂରତା, ଆଉ ଦାୟିତ୍ୱ, ସବୁ ମିଶି ସେମାନଙ୍କ ମଝିରେ ଏକ ନୀରବତା ଟାଣିଦେଲା।  କେବେ କେବେ ମେସେଜ୍ ଆସୁଥିଲା, “କେମିତି ଅଛୁ?” 

ଉତ୍ତର ଆସୁଥିଲା, “ଭଲ। ତୁ?” 
ଆଉ ପୁଣି ନୀରବ…
 
ପ୍ରେମ ମରି ନଥିଲା, କିନ୍ତୁ କହିବାକୁ ସମୟ ମିଳୁନଥିଲା କାହାରିକୁ । 

ଆଜି ଦୀର୍ଘ ଦଶ ବର୍ଷ ପରେ ଦୁହେଁ ସେଇ କଲେଜ ହଲ୍‌ରେ ମୁହାଁମୁହିଁ।ବୟସ ର ଚକ ୨୮ ଛୁଇଁ ଲାଣି। ଭାଇ ଭଉଣୀ ଙ୍କୁ ମଣିଷ କରୁ କରୁ ଆହାନା ଭୁଲି ଯାଇଛି ନିଜକୁ ।

ଅଂଶ କଲେଜ ରେ ପାଦ ଦେଉ ଦେଉ ଦେଖିଲା ଆହାନାକୁ।  ସେଇ ବଡ଼ ଆଖି,ସେଇ ହାଲୁକା ହସ,କେବଳ ଚେହେରାରେ ଟିକିଏ ପରିପକ୍ୱତା ବଢ଼ିଛି। 

ଆହାନା ବି ଦେଖିଲା ଅଂଶ ଟିକିଏ ସୁନ୍ଦର ଦିଶୁଛିଛି, ଚୁଟିରେ ଦୁଇଟା ଧଳା କେଶ, ହେଲେ ଆଖି ସେଇ ପୁରୁଣା। 

କେହି କିଛି କହିଲେ ନାହିଁ।  କେବଳ ଦଶ ବର୍ଷର ଜମିଥିବା ପ୍ରଶ୍ନ ଦୁହିଁଙ୍କ ଆଖିରେ ଖେଳିଗଲା। 
“ତୁ କେମିତି ଅଛୁ?” 
“ତୁ କାହିଁକି କେବେ ଫୋନ୍ କଲୁନି?” 
“ତୁ ମୋତେ ଭୁଲି ଗଲୁ କି?” 

ଅଡିଟୋରିୟମ୍‌ରେ ପୁରୁଣା ବ୍ୟାଚ୍‌ର ଗୀତ ବାଜୁଥିଲା— “ତୁ ମୋର ମନ ମୋର ଜନ…”।  ଆହାନା ଧୀରେ ଆଗକୁ ଆସି କହିଲା, “ଅଂଶ, ମୁଁ ଭାବିଥିଲି ତୁ ମୋତେ ଛାଡ଼ି ଦେଇଛୁ।” 

ଅଂଶ ହସିଲା, ସେ ହସରେ ଦୁଃଖ ଥିଲା, ଆଉ ଆଶ୍ୱସ୍ତି ବି। ବନ୍ଧୁତା ରୁ ପ୍ରେମ , ଆଉ ସ୍କୁଲରୁ କଲେଜ ଜଣଙ୍କ ନାଁ ରେ ଲେଖି ଦେଇଥିଲି , ସେ କଣ୍ କେବେ ଲିଭିବ ? ଆଉ ଯଦି ଲିଭି ଯାଇ ଥାଆନ୍ତା“ମୁଁ ଛାଡ଼ିଥିଲେ ଆଜି ଏଠି ଆସିନଥାନ୍ତି ଆହାନା। ମୁଁ ଅପେକ୍ଷା କରୁଥିଲି ,କାରଣ ମୁଁ ଜାଣିଥିଲି, ତୁ ଲଢ଼ୁଛୁ।” 

ଆହାନାର ଆଖି ଓଦା ହୋଇଗଲା।  “ବିଜନେସ୍ ଠିକ୍ ଚାଲିଛି। ମା’ ବି ଭଲ ଅଛନ୍ତି। କିନ୍ତୁ ଜାଣିଛୁ, ରାତିରେ ଏକା ହେଲେ ମୁଁ ଆଜି ବି ସେଇ ପୁରୁଣା କ୍ୟାଣ୍ଟିନ୍ କଥା ମନେ ପକାଏ।” 

ଅଂଶ ମୁଣ୍ଡ ହଲେଇଲା। “ମୁଁ ବି। କାନାଡାରେ ସବୁ ଅଛି, ହେଲେ ତୋ ସହ ଖାଇଥିବା ସେଇ 10 ଟଙ୍କିଆ ସମୋସାର ସ୍ୱାଦ ନାହିଁ।” 

ଦୁହେଁ ଚୁପ୍ ହୋଇଗଲେ। ଶବ୍ଦ ଦରକାର ନଥିଲା। ପାଞ୍ଚ ବର୍ଷର ଝୁରିବା ସେଇ ଗୋଟେ ଦୃଷ୍ଟିରେ କହି ଦେଇଥିଲା ସବୁ। 

ରାତି ଶେଷରେ ଯେବେ ସମସ୍ତେ ଫଟୋ ଉଠାଉଥିଲେ, ଅଂଶ ଆହାନା ପାଖକୁ ଆସି କହିଲା, “ଏଥର ଫେରିଯିବା ପାଇଁ ନୁହେଁ। ଏଥର ରହିବା ପାଇଁ, ତୁ ରାଜି ଅଛୁ?” 

ଆହାନା ମୁଣ୍ଡ ଟେକି ଦେଖିଲା। ସେଇ ପୁରୁଣା ଚମକ ଫେରି ଆସିଥିଲା ଆଖିରେ।  “ମୁଁ ରାଜି। କିନ୍ତୁ ଏଥର କୌଣସି ଦୂରତା ନୁହେଁ। ଆମେ ଏକାଠି ଲଢ଼ିବା।” 

କ୍ୟାମ୍ପସ୍‌ର ପୁରୁଣା ଅଶୋକ ଗଛ ତଳେ ଦୁହେଁ ପୁଣି ଠିଆ ହେଲେ।  ଯେମିତି ଆଠ ବର୍ଷ କେବେ ହୋଇ ନଥିଲା।  କେବଳ ପ୍ରେମ ଥିଲା, ଆଉ ଥିଲା ଦ୍ୱିତୀୟ ସୁଯୋଗ। 

କଲେଜ ପୁନଃ ମିଳନ ଶେଷ ହେଲା।  କିନ୍ତୁ ଆହାନା ଆଉ ଅଂଶଙ୍କ ପାଇଁ ଏଇଠି ଆରମ୍ଭ ହେଲା ଏକ ନୂଆ ଅଧ୍ୟାୟ।  ଷ୍ଟେଜ୍ ଉପରେ ଅଂଶ ଘୋଷଣା କଲା , ମୁଁ ଆଜି ଆହାନା କୁ ପ୍ରପୋଜ କରୁଛି , ଆଗାମୀ ମାସରେ ଆମର ବିବାହ । ବନ୍ଧୁମାନେ ଆସିବ ନାଁ  ?

ସମସ୍ତେ ଏକାସ୍ୱରରେ କହି ଉଠିଲେ ନିଶ୍ଚୟଁ ,ପ୍ରେମ ଯୋଉଠି ବନ୍ଧୁତା ସେଇଠି ।ବାସ୍ପରୁଦ୍ଧ ହୋଇ ଯାଉଥିଲା ଆହାନା ର କଣ୍ଠ । ସେ ସ୍ଥାନ କାଳ ପାତ୍ର ଭୁଲି ଅଂଶ ଦେହରେ ଗୁଡେ଼ଇ ହୋଇ ଯାଇଥିଲା ଲଟାଟିଏ ଭଳି । ତାଳିରେ ଫାଟି ପଡୁଥିଲା ମଞ୍ଚ ।

କାରଣ କିଛି ସମ୍ପର୍କ ସମୟରେ ଭାଙ୍ଗେ ନାହିଁ।  ସେଗୁଡ଼ିକ କେବଳ ସମୟ ଅପେକ୍ଷା କରନ୍ତି, ପୁଣି ଥରେ ଜୀବନ୍ତ ହେବା ପାଇଁ।ପୁନଃ ମିଳନ:"ଭୁଲିଯାଇଥିବା ବନ୍ଧୁତା" ।



Rate this content
Log in

Similar oriya story from Romance