STORYMIRROR

Mamatamanjari Das

Inspirational

4  

Mamatamanjari Das

Inspirational

କ୍ଷୟ ଅଭିମୁଖେ

କ୍ଷୟ ଅଭିମୁଖେ

2 mins
1

ସବୁକିଛି ଥାଇ ବି 
କେଜାଣି କେମିତି 
ଖାଲି ଖାଲି ଲାଗେ ଛାତି ......!

କଂକ୍ରିଟର ଜଙ୍ଗଲେ 
ନିଃଶ୍ୱାସ ନ ନେଇ
ଯନ୍ତ୍ରଣା ହେଉଛି ଜୀବନ 
ନଦୀ କାନ୍ଦୁଛି ବାଲି ହରାଇ 
ଗଛ କାନ୍ଦୁଛି ପତ୍ର ହରାଇ 
ଆଉ ମଣିଷ ...
ମଣିଷ କାନ୍ଦୁଛି ମଣିଷତ୍ୱ ହରାଇ …

ହାତରେ ମୋବାଇଲ୍ 
ଆଖିରେ ସ୍କ୍ରୀନ୍ 
ହୃଦୟରେ ଶୂନ୍ୟତା 
ଟଙ୍କା ବଢୁଛି, ସମ୍ପର୍କ କମୁଛି 
ବିକାଶ ବଢୁଛି, ଶାନ୍ତି ମରୁଛି 
ଏ କି ଅଜବ ହିସାବ ରେ ........!

ପୋଖରୀ ପୋତା ହୋଇ
ହେଉଛି ଫ୍ଲାଟ୍  ,
ଜଙ୍ଗଲ କାଟି ହେଉଛି ରାସ୍ତା 
ମାଆର କୋଳ ଖାଲି ହେଉଛି 
ବୃଦ୍ଧାଶ୍ରମ ଭରୁଛି ...... 
କେହି ଶୁଣୁନି ମାଟିର କାନ୍ଦ 
କେହି ଦେଖୁନି ଆକାଶର ଘା' …!!

ଟପୁର ଟପୁର ବର୍ଷା ନାହିଁ 
ଅଛି କେବଳ ବନ୍ୟା 
ଶୀତଳ ପବନ ନାହିଁ 
ଅଛି କେବଳ ଝଡ 
ପୃଥିବୀ ଜ୍ୱରରେ ପୋଡୁଛି 
ଆଉ ଆମେ ଏ.ସି ତଳେ ହସୁଛୁ …

ଆଖି ସାମ୍ନାରେ 
ଧୀରେ ଧୀରେ ସବୁ ସରୁଛି 
କେବଳ ଗଛ ନୁହେଁ 
ବେଳେ ବେଳେ ଭଲପାଇବା ବି 
ନିଃଶବ୍ଦରେ କ୍ଷୟ ହେଉଛି .......!

କିନ୍ତୁ ... !!
ହଁ କିନ୍ତୁ 
ଗୋଟେ କୁନି ହାତ 
ମାଟିରେ ଗୋଟେ ଚାରା ପୋତୁଛି 
ଗୋଟେ ଯୁବକ 
ପୋଖରୀ ଖୋଳୁଛି 
ଗୋଟେ ମାଆ 
ପ୍ଲାଷ୍ଟିକ୍ ମନା କରୁଛି …

କ୍ଷୟର ଅନ୍ଧାର ଭିତରେ ବି 
ଆଶାର ଗୋଟେ ଦୀପ ଜଳୁଛି 
ଯଦି ଆମେ ଚାହିଁବା 
ସେ ଦୀପରୁ ଆଉ ଗୋଟେ ଦୀପ ଜଳିବ 
ଆଉ ଗୋଟେ ଜୀବନ ବଞ୍ଚିବ …

ନଚେତ୍ ... 
ଆମେ ସବୁ ହରାଇବା 
ପାଣି, ପବନ, ପ୍ରେମ, ପୃଥିବୀ 
ଶେଷରେ ନିଜକୁ ବି
କାହିଁକି ନାଁ କ୍ଷୟ ଅଭିମୁଖେ ଆମ ପାଦ.....!!



రచనకు రేటింగ్ ఇవ్వండి
లాగిన్

Similar oriya story from Inspirational