Mamatamanjari Das

Others

3.0  

Mamatamanjari Das

Others

ପିଲା ଦିନର ସାଙ୍ଗ

ପିଲା ଦିନର ସାଙ୍ଗ

4 mins
223


ମଣିଷ ଜୀବନରେ କେତୋଟି ଜିନିଷ ଆଦୌ ଭୁଲିପାରେ ନାହିଁ ।ଗାଁ , ମାଆ ମାଟି ,ପିଲା ଦିନର ସାଥୀ ଓ ଜନ୍ମ ଦେଇଥିବାବା ବାପା ମାଆଙ୍କୁ । ଜନ୍ମ ହୋଇଥିବା ଘରଟି ଝାଟି ମାଟି ହେଲେବି ସ୍ୱର୍ଗ ପୁରି ପରି ଅନୁଭୂତ ହୁଏ । ଆଜି କାକଳୀ ବୟସର ଅପରାହ୍ନ ରେ । ଭୋଗ ବିଳାସ ର ଜୀବନରେ ଅଣ ନିଶ୍ୱାସୀ ହୋଇ ଧାଇଁ ଯାଇଛନ୍ତି ସହର ଠାରୁ ଅନତୀ ଦୂର ଗାଁ ଓ ମାଆ ମାଟିକୁ । 


ଅବଶ୍ୟ ଗାଁ ମାଟି ଏବେ ଆଉ ଆଗଭଳି ଭୁରୁ ଭୁରୁ ହୋଇ ବାସୁନି । ତଥାପି ଆଶା ଅସୁମାରୀ ସାଥିରେ ଧରି ଗାଁ ମାଟିରେ ପାଦ ରଖିଲେ କାକଳୀ । ଗାଁ ମୁଣ୍ଡ ଠାକୁରାଣୀ ଚଉତରା ଉପରେ କେତେ ଲୋକ ତାସ୍ ପାଲିରେ ବ୍ୟସ୍ତ । କିଛି ପିଲା ଡାଗରପୁଆ । ହଠାତ୍ ଡାଗର ପୁଆଟା ଆସି ବାଜିଲା କାକଳୀର ଗୋଡରେ । ପିଲାଟା ଡରି ଡରି ବାଡି ନେବାକୁ ଆସିଲା । ପିଲାଟି ର ମୁହଁ ଦେଖି ମନେ ପଡିଗଲା ତାଙ୍କ ପିଲା ଦିନର ସାଙ୍ଗ ଶୁଭେନ୍ଦୁ କଥା । ଅବିକଳ ତାରି ଚେହେରା ।ପିଲାଟିକୁ ଆଦରରେ ପଚାରିଲେ କାକଳୀ , ତୋ ବାପା ନାଁ କଣ କିରେ ପୁଅ ?


ପିଲାଟି ଛେପ ଢୋକି କହିଲା , ମୋ ବାପା ଙ୍କ ନାମ ଶୁଭେନ୍ଦୁ ମହାପାତ୍ର । ମୋ ନାମ ସୁଜିତ୍ । କାକଳୀ କୁଣ୍ଢେଇ ପକେଇଲେ ସୁଜିତ୍ କୁ । ପିଲାଟି କହିଲା ତୁମେ ମୋ ବାପାଙ୍କୁ ଚିହ୍ନିଛ ଆଣ୍ଟି ?କାକଳୀ କହିଲେ ଚିହ୍ନିଛି ନୁହେଁ ଭଲ ଭାବରେ ଚିହ୍ନିଛି । ସେ ପରା ମୋ ପିଲା ଦିନର ସାଙ୍ଗ । ପିଲାଟି କହିଲା ତା' ହେଲେ ଆମ ଘରକୁ ଚାଲ ମୋ ବାପା ତୁମକୁ ଦେଖିଲେ ଖୁସି ହେବେ ।


କାକଳୀ କହିଲେ ହଁ ଯିବି ହେଲେ ପ୍ରଥମେ ଆମ ଘରକୁ ଆଉ ତା'ପରେ ତୁମ ଘରକୁ । ପିଲାଟି ପଚାରିଲା ତୁମ ଘର କଣ୍ ଏହି ଗାଁ ରେ ? କାକଳୀ କହିଲେ ହଁ ତୁମ ଘର ପଛପଟେ ଯେଉଁ ଦାଶ ଘର ସିଏ ଆମ ଘର । ଦିବ୍ୟଶଙ୍କର ଦାଶ ହେଉଛନ୍ତି ମୋ ବାପା । ପିଲାଟି କହିଲା ଦିବା ଜେଜେ ତୁମ ବାପା ? କାକଳୀ କହିଲେ ହଁ ।


ଦୁହେଁ ସାଙ୍ଗ ହୋଇ ଗାଁ କୁ ଗଲେ । ସୁଜିତ୍ ଯୋର ଯୋର କହି କହି ଯାଉଥିଲା ଦିବା ଜେଜେ ଦେଖ ତମ ଘରକୁ କିଏ ଆସିଛନ୍ତି କାକଳୀ ର ବାପା ଚଷମା ଟେକି ଚାହିଁଲେ, ଆଉ ନିଜ 'କାକୁ' କୁ ଦେଖି ବହୁତ ଖୁସି ହୋଇ ସ୍ତ୍ରୀ ଦେବୀକା କୁ ଡାକ ଛାଡିଲେ । ଝିଅକୁ କୁଣ୍ଢେଇ ପକେଇଲେ ଦେବୀକା । ଖାଇ ପିଇ ସମସ୍ତ କାମସାରି କାକଳୀ ଗଲେ ଶୁଭେନ୍ଦୁ ଘରକୁ । ଶୁଭେନ୍ଦୁ ବସି ଟିଭି ଦେଖୁଥିଲା , କାକଳୀ ପଛପଟୁ ଆଖି ବନ୍ଦ କରିଦେଲା । ହାତ ଟିକେ ମାରି ଶୁଭେନ୍ଦୁ କହିଲା ଶିଙ୍ଘାଣୀ ନାକି ତୁ' ଆସିଛୁ ତାହେଲେ ? ଚମକି ପଡିଲେ କାକଳୀ । ଏତେବର୍ଷ ପରେ ବି ଶୁଭେନ୍ଦୁ ତାକୁ ମନେ ରଖିଛି ଶିଙ୍ଘାଣୀ ନାକି ଭାବେ ।


କାକଳୀ କହିଲେ ,ତୁ' ମନେ ରଖିଛୁ ମୋତେ ? ଶୁଭେନ୍ଦୁ କହିଲା ତୁ' ସିନା ସହରୀ ହୋଇଗଲୁ , ମୁଁ କିନ୍ତୁ ମୋ ପିଲାଦିନ ସାଙ୍ଗକୁ ଏବେବି ମନେ ରଖିଛି । କେମିତି ଭୁଲିବି କହିଲୁ , ମୋତେ ଭଲ ଲାଗେ ବୋଲି ତୁ' ତୁମ ଘରୁ ଆଚାର ଚୋରେଇ ଆଣି ଦେଉ । ମୋର କଲମ ନଥିଲେ ତୋ କଲମ ଦେଇ ଦେଇ ଘରେ କହୁ ହଜି ଯାଇଛି ବୋଲି । ମୁଁ ସ୍କୁଲରେ ମାଡ ଖାଇବିନି ବୋଲି ତୁ' ପାଠ ଲେଖିଦେଉ ମୋ ଖାତାରେ । ଆଉ ସବୁଠାରୁ ବେଶୀ ମନେପଡେ କଣ୍ ଜାଣୁ ! ଛୋଟ ବେଳେ ମୋ ବୋଉ ମରିଗଲା ପରେ ମୁଁ କାନ୍ଦୁଥିବା ସମୟରେ ମୋ ଆଖି ପୋଛି ଦେଇ କହିଥିଲୁ ତୁ' କାନ୍ଦେନି ଶୁଭ ମୁଁ ତୋ ବୋଉ ଭଳି ସବୁ ସ୍ନେହଁ ଅଜାଡି ଦେବି ତତେ । ଆଉ ସବୁ ବି କରୁଥିଲୁ ।କିନ୍ତୁ ହଠାତ୍ ତୋର ବାହାଘର ଠିକ୍ ହୋଇଗଲା ଆଉ ମୋ ପାଠରେ ବି ଡୋରି ବନ୍ଧା ହୋଇଗଲା ।


ତୁ' ଏତେ କଥା ମନେ ରଖିଛୁ ଶୁଭ ! ମୁଁ ଭାବୁଥିଲି ସଂସାର ଜଞ୍ଜାଳ ଭିତରେ ତୁ ମୋତେ ଭୁଲି ଯାଇଥିବୁ । ତୋର ମନେ ଅଛି ସବୁ ପଛକଥା ? ଖୁବ୍ କମ୍ ସମୟ ଭିତରେ ଆମ ଭିତରେ ଯେଉଁ ନିବିଡତାର ସ୍ପର୍ଶ ଅନୁଭବ କରିବା ଆରମ୍ଭ ହେଲା, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କେହିତ କାହାକୁ ଚିହ୍ନି ନ ଥିଲୁ ବହୁ ଆଗରୁ ବା ସାକ୍ଷାତ ବି ହୋଇ ନ ଥିଲା। କେତୋଟି ମାତ୍ର ଦେଖା ଚାହାଁ, ସ୍କୁଲ ପଡିଆରେ ତୋ ସହ ପ୍ରଥମ ଦେଖା ହୋଇଥଲା। ଗୋଟିଏ ଗାଁ ରେ ଘର ହୋଇଥିଲେ ବି ରକ୍ଷଣ ଶୀଳ ପରିବାରରେ ମୋର ଜନ୍ମ । ସେଥିପାଇଁ କୁଆଡେ ଆତ ଯାତ ନଥିଲା । ତୁ ପ୍ରଥମେ ମୋତେ ପଚାରିଥିଲୁ ନାମ ଓ ମୋର ଘର। ପରେ ଜାଣିଲ ମୁଁ ତୋର ଗାଁ ର ବୋଲି । ତା ପରେ ତୁ ଓ

ମୁଁ ହୋଇଗଲେ ସାଙ୍ଗ । ତାପରେ ଦିନ ଟିଏ ଦେଖା ନ ହେଲେ ବା କଥା ନ ହେଲେ ପାଗଳ ପରି ହୋଇ ଉଠୁଥିଲୁ। ମୁଁ କିନ୍ତୁ ମୋର ଭାବନାକୁ ଲୁଚାଇ ଦେଉଥିଲି ଖୁବ ସନ୍ତର୍ପଣରେ। ହେଲେବି ତୋ ଆଖିରେ ଧରା ପଡ଼ି ଯାଉଥିଲି ।


ଆଜି ଏ ଉତ୍ତୀର୍ଣ୍ଣ ବୟସରେ ବି ରୋମାଞ୍ଚିତ ହୁଏ, ପଛର କଥା ମନେ ପକାଇ। ସୁନ୍ଦର ସଜାଇ ରଙ୍ଗ ଦେଇ କଥା କହିବାରେ ତୁ ଖୁବ ସିଦ୍ଧହସ୍ତ ଥିଲୁ । ତୁ ହୋଇଗଲୁ ଲେଖକ ଟିଏ ।କବିତାରେ ଉପମା ତୋ ପରି କେହି ଦେଇ ପାରେନି ବୋଲି ମୋତେ ମନ୍ତ୍ର ମୁଗ୍ଧ କରେ ତୋର ଲେଖା। 


ଭାବ ବିହ୍ୱଳ ହୋଇ ଶୁଭେନ୍ଦୁ ଶୁଣୁଥିଲା କାକଳୀ ର କଥା । ଆଉ କହିଲା ତୁ'କଣ୍ ଏବେବି ମୋ ଲେଖା ପଢିଛୁ କାକଳୀ ? କାକଳୀ କହିଲା ଆମେ ପରା ଗୋଟିଏ ପ୍ଲାଟଫର୍ମରେ ଅଛେ।

ତୁ ବି ଅଜସ୍ର ପାଠକୀୟ ମତାମତ ଦେଇ ମୋ ଲେଖାର ତାରିଫ କରୁ । ଆମେ ଦୁହେଁ ବିବାହିତ। ଆମର ପରିବାର ବର୍ଗ ସବୁ ଅଛନ୍ତି। ତଥାପି ଆମ ବନ୍ଧୁତା ର ବିରଳ ପଣ ଖୁବ୍ ନିଆରା ।ମନେ ପକେଇ ଲୁ ପ୍ରତିଲିପି ର ଲେଖିକା ଅପର୍ଣ୍ଣା ଦାଶ ଙ୍କୁ । ଯାହାକୁ ତୁ' ଅଜସ୍ର ତାରିଫ୍ ରେ ପୋତି ଦେଉଛୁ ? ଅନେକ ଥର ମୋର ଠିକଣା ବି ମାଗିଛୁ ,ହେଲେ ମୁଁ କେବେ ଦେଇନି । କାହିଁକି ଜାଣୁ ?? ମୁଁ ନିଜେ ଆସି ତତେ ସର୍ପରାଇଜ ଦେବି ବୋଲି । 


ଶୁଭେନ୍ଦୁ ଚାହିଁ ରହିଥିଲା କାକଳୀ ମୁହଁକୁ । ଏଇ ସେ ଅପର୍ଣ୍ଣା ଦାଶ !! ଯାହାର ଭକ୍ତି କବିତା ଗୁଡିକ ତାକୁ ମନ୍ତ୍ରମୁଗ୍ଧ କରେ ?ଯାହା ସହ ସେ ଘଣ୍ଟା ଘଣ୍ଟା ଚାଟ୍ କରେ ।ହେଲେ ଏତେଦିନ ଯାଏ ସେ ଜାଣି ପାରିଲାନି କେମିତି ?? କାକଳୀ ଶୁଭେନ୍ଦୁ କୁ ହଲେଇ ଦେଇ କହିଲା ତୁ'ବି କମ୍ ନୁହେଁ ଶୁଭ , ତୋର କାହାଣୀ ଚିରାପଣତ ମୋତେ କନ୍ଦେଇ ଦେଇଥିଲା । ସେଥିପାଇଁ ତ ଧାଇଁ ଆସିଛି ତୋ ପାଖକୁ ପୁଣି ଥରେ ସାଉଁଟି ନେବାକୁ ପିଲାଦିନ ସାଙ୍ଗ ପାଖରୁ କିଛି ସ୍ମୃତି ଅନୁଭୂତି କୁ ।


ଥଣ୍ଡା ପାନୀୟ ଧରି ଘରେ ପ୍ରବେଶ କଲେ ଶୁଭେନ୍ଦୁ ର ପତ୍ନୀ ସୁନିତା । କହିଲେ କଣ ଏମିତି ପିଲାଦିନ ସାଙ୍ଗ ସହ କଥା ହେଉଥିବ ନା କିଛି ଥଣ୍ଡା ପାଣି ପିଇବାକୁ ଦେଇ ବନ୍ଧୁତା ର ସତ୍କାର କରିବ ?? ଶୁଭେନ୍ଦୁ କହିଲେ ତୁମେ ଚିହ୍ନିଛ ୟାକୁ ??


ସୁନିତା କହିଲେ ଅଧା ଚିହ୍ନିଥିଲି ତୁମ ମୁହଁରୁ ସବୁଦିନ ତାଙ୍କର ପ୍ରଶଂସା ଶୁଣି ଶୁଣି , ଆଉ ଅଧେ ଚିହ୍ନିଗଲି ଯେଉଁ ଦିନ ସେ ଫୋନ୍ କରିଥିଲେ । କାକଳୀ ମୋ ପାଖକୁ ଫୋନ୍ କରିଥିଲା ? ଆଶ୍ଚର୍ୟ୍ଯ ହୋଇ ପଚାରିଲେ ଶୁଭେନ୍ଦୁ । ହଁ କରିଥିଲେ ମାତ୍ର ତୁମକୁ କହିବାକୁ ମନା କରିଥିଲେ । ଶୁଭେନ୍ଦୁ ଛୋଟ ପିଲାଙ୍କ ଭଳି କାକଳୀ ର ଚୁଟି ଟାଣି ଦି ବିଧା ଥୋଇଦେଲା । କାକଳୀ କହିଲେ ଯଦି ମୁଁ କହିକି ଆସି ଥାଆନ୍ତି ଏହି ମଜାଟା ଆସି ଥାଆନ୍ତା କି ଶୁଭ ? ହସିଲେ ସଭିଏଁ ବନ୍ଧୁତା ର ସମର୍ପଣ ରେ।

  


రచనకు రేటింగ్ ఇవ్వండి
లాగిన్