Mamatamanjari Das

Abstract Inspirational

3  

Mamatamanjari Das

Abstract Inspirational

ଉଧାର ମାତୃତ୍ୱ

ଉଧାର ମାତୃତ୍ୱ

4 mins
181


ସେଦିନ ଜଙ୍ଗଲରୁ କାଠ ସଂଗ୍ରହ କରି ଫେରିବା ସମୟଟା ଟିକିଏ ଡେରି ହୋଇ ଯାଇ ଥାଏ । ଜାଙ୍ଗୁଲ୍ ଜାଙ୍ଗୁଲ ଅନ୍ଧାର ମାଡି ଆସିଲାଣି । ପାଦ ଦିଇଟାକୁ ଆହୁରି ସଅଳ ସଅଳ ପକାଇ ବାକୁ ଚେଷ୍ଟା କରୁଥିଲା ମାଳତୀ । ହେଲେ କାହାର କୁଆଁ ରାବରେ ହୃଦୟ ଟା ତାର ଥରି ଉଠିଲା । ଶୀତ ରାତିର ସଞ୍ଜ ,ହାଡ ଭଙ୍ଗା ଶୀତରେ ଛୋଟ ଶିଶୁର କାନ୍ଦ ତା ମନକୁ ବତୁରେଇ ଦେଲା । କାଠ ବିଡାଟା ତଳେ ଥୋଇ ଦେଇ ଚାରିଆଡେ ଖୋଜି ପକେଇଲା ମାଳତୀ । ହେଲେ କୋଉଠି କିଛି ନଦେଖି ନିରାଶରେ କାଠ ବିଡାଟା ମୁଣ୍ଡକୁ ଉଠାଇଲା ବେଳକୁ ପୁଣି ସେହି କରୁଣ ଧ୍ୱନି । ପାଖ ବୁଦା ମୂଳକୁ ଅନେଇଲା । କପଡାରେ ଗୁଡିଆ ହୋଇ କିଛି ପଡିଛି , ସେ ହଲୁ ଥିବାର ଦେଖି ମାଳତୀ ସେଠାକୁ ଗଲା । କାନ ପାରି ଶୁଣିଲା କାନ୍ଦଟା ସେହି ପୁଡିଆଟି ଭିତରୁ ଆସୁଛି ।


ତରବର ହୋଇ ପୁଡିଆଟି ଖୋଲି ଦେଖିଲା ବେଳକୁ ନାହି ନାଡ ଲଗା ସଦ୍ୟତମ ପୁତ୍ର ସନ୍ତାନ ଟିଏ । ପିମ୍ପୁଡି ଲାଗିଗଲେଣି ତା ଦେହରେ । କେଡେ ନିଷ୍ଠୁର ମାଆ ଟିଏ ସେ , ଯିଏ ନିଜର ହୃଦୟର ଟୁକୁଡା କୁ ଏମିତି ବାଘ ଭାଲୁ ମୁହଁରେ ଦେଇକି ଯାଇ ପାରୁଛି । ବହେ ସମ୍ପିଲା ସେ ଶିଶୁପୁତ୍ର ର ମାଆ କୁ । ପିଲାଟି ଉଷୁମ ପରଶ ପାଇବା ମାତ୍ରେ ତାର କାନ୍ଦ ଚୁପ୍ ହୋଇଗଲା । ପିଲାଟିକୁ କୋଳରେ ପୁରେଇ ନିଜ ଘରକୁ ଫେରିଗଲା ମାଳତୀ । ଗରମ ପାଣି କରି ଭଲ ଭାବରେ ପୋଛା ପୋଛି କରି ଟିକିଏ ମହୁ ଚଟେଇ ଦେଲା । ନିଜ ଲୁଗାକୁ ଚଉତି ଚାଉତି ଶେଯ କରି ଶୁଆଇ ଦେଲା ।


ମାଳତୀ ଜଣେ ବିଧବା । ବାହାଘର ଛଅ ମାସ ପରେ ମଦ ପିଇ ପିଇ ମରଦ ତାର ମରିଗଲା । ଆଉଠାଏ ବାହା କରି ଦେବାକୁ ବାପା ମାଆ ଅଡି ବସିବାରୁ ସେ ମନା କରିଦେଲା । ଗୋଟିଏ ଥରରେ ସୁଖ ଯଦି ଭାଗ୍ୟରେ ନାହିଁ ଆଉଥରେ ମିଳିବ ବୋଲି କିଏ ଜାଣେ ? ସେ ତା ସ୍ୱମୀ ଢିଅରେ ରହି ନିଜେ ପରଘରେକାମ କରି ପେଟ ପୋଶେ । ବୟସ ବି ବେଶୀ ହୋଇନି ଯମାରୁ ତିରିଶି । ଛୁଆଟିକୁ ପାଇ ମନରେ ତାର ବହୁତ ଖୁସି । ସତେ ଯେମିତି ଈଶ୍ୱର ତାକୁ ଏହି ଶିଶୁଟିକୁ ଦାନ ଦେଇଛନ୍ତି ।


ହଠାତ୍ ତା' ଘର ସାମନାରେ ଲୋକଙ୍କ ମେଳି ଦେଖି ନିଜର ଭାବନା ରାଇଜରୁ ଫେରି ଆସିଲା ମାଳତୀ । ଗାଁ ର ସାହୁକାର କହିଲେ " କିଲୋ ମାଳତୀ ଆଉଥରେ ବାହାତ ହେଲୁନି , ହେଲେ ଏ ପାପ କାହାର ? ସିଏ ଯେତେ ଲୋକଙ୍କୁ ବୁଝେଇବା ପାଇଁ ଚେଷ୍ଟା କଲେବି କେହି ବୁଝୁ ନଥିଲେ ତା' କଥା । ଶେଷରେ ଗାଁ ର ମୁଖିଆ କହିଲା , ପୋଲିସ ରେ ଖବର ଦେଇ ଦିଅ । ମାଳତୀ ବହୁତ ନେହୁରା ହେଲା ହେଲେ ଗରୀବ ମାଇପ ସଭିଙ୍କର ଶାଳୀ ନିତିରେ ପୋଲିସ କୁ ଖବର ଦେଇ ସମସ୍ତେ ଜଗି ବସିଲେ ।


ସମୟ ଗଡି ଚାଲୁଥାଏ , କଣ କରିବ ସବୁ ଈଶ୍ୱରଙ୍କ ଉପରେ ଛାଡିଦେଇ କହିଲା " ପ୍ରଭୁ ଦାନ ସ୍ୱରୂପ ଏହାକୁ ତୁମେ ଦେଇଛ ତୁମେହିଁ ମୋତେ ବାଟ ଦେଖାଅ , ମୋ ଭକ୍ତିର ପ୍ରତିଦାନ ସ୍ୱରୂପ।ହଠାତ୍ କେହି ଯେପରି କାନରେ କହିଲା ଏତେ ବର୍ଷା ରାତିରେ ମୋତେ ବସୁଦେବ ଗୋପରେ ଛାଡି ଆସିଲେ , ତୁ ସାମାନ୍ୟ ପିଲାଟିକୁ ରକ୍ଷା କରି ପାରିବୁନି ଯଦି ମାଆ ଟିଏ ହେବୁ କିପରି ?


ମାଳତୀ ଉଠିଲା , ଲୁହ ପୋଛିଦେଇ ବ୍ୟାଗରେ କିଛି ଆବଶ୍ୟକ ଯିନିଷ ପୁରାଇ ଛୁଆଟିକୁ କୋଳକୁ ଟେକି ନେଇ ଛାତିରେ ଯାକି ଧରିଲା । ବାଡିପଟ କିଳିନୀ ଆସ୍ତେ କରି ଖୋଲି ପଦାକୁ ପାଦ ବଢାଇବା ବେଳେ କିଛି ଆତ୍ମୀୟତାର ଭାବ ଜାବୁଡି ଧରୁଥିଲା ପାଦ ଦୁଇଟିକୁ । ହେଲେ ମାତୃ ହୃଦୟରେ ତାର ଅସୀମ ସାହସ ସଞ୍ଚରି ସାରିଥିଲା । ଭଗବାନ ତାକୁ ଦିନଟିଏ ଦେଇଛନ୍ତି ଯେତେବେଳେ ପ୍ରତି ଦାନରେ ତାକୁ କିଛି ତ୍ୟାଗ କରିବାକୁ ହିଁ ପଡିବ । ପୋଲିସ ଆସିବା ଆଗରୁ ସେ ଏ ଜାଗା ଛାଡିବା ଉଚିତ।


ନିଶା ଗରଜୁ ଥାଏ । ଅମେଇଶା ପକ୍ଷ ରାତି , ସାପ ବେଙ୍ଗକଙ ଭୟ ନକରି ସେ ଆଗକୁ ଚାଲିଥିଲା । ଏମିତି ଚାଲୁ ଚାଲୁ ହଠାତ୍ ପାଦ ତାର ଟଳମଳ ହୋଇ ପିଟି ହୋଇ ଗଲା ଗୋଟିଏ ଗାଡିରେ। ପିଲାଟିକୁ ସେମିତି ଛାତିରେ ଭିଡି ଧରିଥାଏ । ବାବୁ ଜଣଙ୍କ ବହୁତ ଦୟାଳୁ ଥିଲେ । ଅରକ୍ଷିତ କୁ ଦଇବ ସାହା ପରି ସେହି ଦିନଠାରୁ ବାବୁ ତାକୁ ଏଘରେ ଆଶ୍ରୟ ଦେଇଛନ୍ତି । ଘର କାମ କରି ପୁଅକୁ ପା ପଢେଇ ମଣିଷ କରିଛି ।


ପୁଅ ତାଙ୍କର ଆଜି ସାରା ଦେଶରେ ଟପ୍ପର ହୋଇଛିସିଭିଲ ସର୍ଭିସ ପରୀକ୍ଷା ରେ ।ସେହି ପୁରସ୍କାର ପାଇଁ ତାଙ୍କୁ ଡାକି ଆଣିଛି ଏଠିକୁ । ଦିବ୍ୟାସଂ ର ନାମ ବାର ମ୍ବାର ଡକା ହେଉଥାଏ । ହଲେଇ ଦେଲା ପୁଅ ଷ୍ଟେଜ ରେ ମାଆ ପୁଅ । ପୁଅ ଦିବ୍ୟାସଂ ମାଆର ହାତରେ ଧରେଇ ଦେଲା ଟ୍ରଫି । ମାଇକ୍ ରେ କହିଲା , କୋଉ ମାଆର ଦାନର ପ୍ରତିଦାନ କେହି କେବେ ଦେଇ ପାରି ନାହାନ୍ତି । କିନ୍ତୁ ପିଲାର ଖୁସିରେ ଲୁଚି ରହିଥାଏ ମାଆ ର ଦାନର ପ୍ରତିଦାନ । ମୁଁ ଦେଖିଛି ମୋ ମାଆ ମୁର୍ଖ କିନ୍ତୁ ଯୋଉଦିନ ଗୁରୁମା ଟିକିଏ ମୋର ପ୍ରସଂସା କରିଦିଅନ୍ତି ସେଦିନ ମୋ ମାଆର ଛାତି ଫୁଲିଉଠେ । ମୋତେ କୋଳେଇ ନେଇ କହେ , ଏମିତି ଆଗକୁ ଆଗକୁ ଭଲ ପାଠ ପଢି ବଢି ଚାଲିଥା । ମୋର ଆଉ କଣ ବା ଲୋଡା ଯେ ?


ମାଆ ବାପା ଆମକୁ ମାଟି ପିତୁଳା ରୁ ଶୁନାରେ ରୂପାନ୍ତରିତ କରନ୍ତି । ହେଲେ ତାଙ୍କ ଦାନର ପ୍ରତି ଦାନରେ ଆମେମାନେ ଦେଇଥାଉ କଣ୍ ? ବୃଦ୍ଧାଶ୍ରମ ଏଇଆନା ? ଆମେ ବି ଦିନେ ତାଙ୍କ ଅବସ୍ଥାକୁ ଆସିବା । ଭାବିଲେ ଦେଖି ଆମ ପିଲା ଆମକୁ ସେହି ସ୍ଥାନରେ ଛାଡିଲେ କେବଳ ପଶ୍ଚାତାପ ଛଡା ଆମ ପାଖରେ ଆଉ କଣ ଥିବ ? ସମସ୍ତଙ୍କ ଆଖି ଲୋତକାପ୍ଳୁତ । କରତାଳିରେ କମ୍ପି ଉଠୁଥାଏ ମଞ୍ଚ । ଭଗବାନ ତାକୁ ଦାନରେ ଦେଇଥିବା ପୁଅଟି ଆଜି ସୁଗୁଣ ସନ୍ତାନ ଟିଏ ହୋଇଛି ଏହାଠାରୁ ବଡ ପ୍ରତିଦାନ ଆଉ କଣ୍ ବା ଅଛି ? ଆଖିର ଲୁହକୁ ପୋଛିଦେଇ ଦିବ୍ୟାସଂ କହିଲା " ମାଆ ତୋ ଦାନର ପ୍ରତିଦାନ କେବେବି ବୃଥା ଜିବନି । ମୁଁ ଏଇଠି ଗଢିବି ମାଳତୀ ଦେବୀ ଜରାଶ୍ରମ । ଆଖିରୁ ବୋହି ଆସୁଥିବା ଲୁହକୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା ମାଳତି।


Rate this content
Log in

Similar oriya story from Abstract