Satyabati Swain

Romance

2  

Satyabati Swain

Romance

ସଖୀ

ସଖୀ

9 mins
165


ତାଙ୍କର ଉପସ୍ଥିତି ମୋତେ ଆନମନା କରନ୍ତି। ଖୁ ଗୋଟେ ଅଧିର ଭାଵ ମୋତେ ଜଗଡି ଧରି କଲବଲ କରି ପକାନ୍ତି।। ଅସୁସ୍ଥ ଅସୁସ୍ଥ ଲାଗେ ତାଙ୍କୁ ଦେଖିଲେ। ମୋ ଭିତରେ ତାଙ୍କୁ ନେଇ ଟଣା ଓଟରା ଚାଲେ। ଠିକ୍ ନା ଭୁଲ୍ ଭାବି ଭାବି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରେ ନାହିଁ। ମନ,ମସ୍ତିଷ୍କ ଓ ହୃଦ ତାଙ୍କ ପାଇଁ ବାଟ ବଣା ହୋଇ ଯାଆନ୍ତି। ମୋ ମିସେସ୍ 'କ୍ଷମା' ପାଖରେ ଥାଇ ବି ମୁଁ ତାଙ୍କୁ ସ୍ବପ୍ନ ଦେଖେ। ଦିନରେ ଅନ୍ତତଃ ଥରେ ନ ଦେଖିଲେ ମନ ବ୍ୟାକୁଳ ହୁଏ। କେବେ କେବେ ବିଲିବିଳେଇ ଡାକି ଦିଏ ସଖୀ କ୍ଷମା ହଲେଇ ଦେଇ କୁହେ କଣ ମ ଏତେ ସଖୀ ସଖୀ ହେଉଛ? ଏ ସଖୀଟି କିଏ କି?


ମୋ ଅକଲ ଗୁଡୁମ୍ ହୋଇଯାଏ। କେମିତି କହିବି ନିଜ ମିସେସ୍ କୁ ସଖୀ କିଏ? ଝାଡୁରେ ଫଟେଇଦେଵ ମୋ ପିଠି। ଭଲ ପାଇ ମୋତେ ବିବାହ କରିଛି। ମୋ ଦେହ ମନ ଉପରେ ତାର ଏକଚାଟିଆ ଅଧିକାର। କାହା ସହ ମୋତେ ବାଣ୍ଟି ପାରିବ ନାହିଁ। ସହଜେ ମହିଳା ଗୁଡା ଅତ୍ୟଧିକ ସନ୍ଦେହି ଓ ବ୍ୟବ ପ୍ରବଣ। କ୍ଷମା ତ ଏ ଗୁଣରୁ ଶହେରୁ ଶହେ ରଖିଛି। ଯଦି ବିଗିଡି ଯିବ ଚାଲିଯିବ ଆମ ବାପ ପୁଅକୁ ଛାଡି ତା ବାପ ଘର। ପୁଅ ଟି ଏବର୍ଷ ଡିଏଭିରେ ନାମ ଲେଖାଇଛି। କ୍ଷମା ବିନା ଆମେ ବାପା ପୁଅ ଘଡ଼ିଏ ଚଳିବା କଷ୍ଟ।


ବିବାହିତ ଷ୍ଟାମ୍ପ ବାଜି ଗଲା ପରେ ଯଦି କେଉଁ ଝିଅ ତୁମକୁ ଭଲ ଲାଗିଲା,ତେବେ ତ କଥା ସଇଲା...। ବାପା ମା,ସାହି,ଭାଇ,ଆତ୍ମୀୟ,ସ୍ଵଜନ ଛି ଛା କରିବେ। ନିର୍ଲ୍ଲଜ,ବେହିଆ,ଭାଡୁଆ, ପୁରୁଷ ମୁକୁଟ ପିନ୍ଧାଇ ଦେବେ। ଏଣୁ ମୁଁ କ୍ଷମାକୁ ଭୁଲେଇ କୁହେ"ବିଲିବିଳେଉ ଥିଲି...! ହେ.. ନା... ମ। ତୁମକୁ ନିଦ ନିଶା ଘାରିଥିଲା। ମୁଁ ବା ଗୋଟା ସୁଦ୍ଧା ଚାହିଁଥିଲି। ରାତି ଅଧିଆ ନିଦ ଭାଙ୍ଗି ଗଲେ ମୋତେ ଆଉ ନିଦ ହୁଏନି ତୁମେ ଜାଣିନ। କାହିଁକି କେଜାଣି ନିଦ ଭାଙ୍ଗି ଗଲା ଓ ଆଉ ନିଦ ହେଲାନି। ଢ଼ିମା ଢ଼ିମା ଆଖିରେ ଛାତକୁ ଚାହିଁ ଭାବୁଥିଲି ତୁମେ ମା ହେଲା ପରେ ଖୁବ୍ ଝଡ଼ି ପଡିଛ। କି ସୁନ୍ଦର ହିରୋଇନ୍ ପରି ଚେହେରା ତୁମର! ଏବେ ଶୁଖି ଡାଙ୍ଗ ହୋଇଗଲଣି। ଏଣିକି ତୁମ ପୂର୍ବ ସୌନ୍ଦର୍ଯ୍ୟ କେମିତି ଫେରି ଆସିବ ଡକ୍ଟର ସଂଗେ ପରାମର୍ଶ କରିବା।। ଏମିତି ଭାବିବା ସମୟରେ ମୋ ଆଖିରେ କଣ ଗୋଟେ ପଡିଯିବାରୁ ମୁଁ ଯନ୍ତ୍ରଣାରେ ମୋ ଆଖି ..ଆଖି ହେଉଥିଲି। ତୁମକୁ ଭୁଲ୍ ବଶତଃ ସଖୀ ସଖୀ ଶୁଭିଥିବ।"


ଜାଣନ୍ତି ମିସେସ୍ ମାନଙ୍କୁ କେ ଏମ୍ ପି(କେବଳ ମାଲିସ୍ ପାଇଁ)ବ୍ୟବହୃତ ଶବ୍ଦ ପ୍ରୟୋଗ କରି ଦେଲେ କିବା ସେମାନଙ୍କ ସୁନ୍ଦର ରୂପର ଗୁଣ ଗାନ କରିଦେଲେ ପୁରା ମହମ ହୋଇ ତରଳି ଯିବେ। ଆଉ ଆମ ପରି ପୁରୁଷ ମାନେ ଏ ଅମୋଘ ଶସ୍ତ୍ର ପ୍ରୟୋଗ ନ କରି ଚାରା ନ ଥାଏ। ଏଣୁ ମୋତେ ବି ସେଇ ଅସ୍ତ୍ରର ସାହାରା ନେବାକୁ ପଡିଲା। ନଲେ ସଖୀ କିଏ ନ କହିବା ଯାଏ ମୋତେ ରଖାଇ ବସାଇ ଦେଇ ନ୍ ଥାନ୍ତା।


ମଧୁର ମିଛ କହି ମିସେସ୍ ମନରୁ ସନ୍ଦେହ ଦୂର କରିଦିଏ ସିନା ସଖୀକୁ କିନ୍ତୁ ଦୁରେଇ ପାରେନି ମନରୁ। ମୁଁ ମିସେସ୍ କୁ ମିଛ କହୁଛି ଭାବି ଦୁଃଖ ଲାଗେ। କିନ୍ତୁ କଣ କରିବି;

ମୋ ମିସେସ୍'କ୍ଷମା' ଜମାରୁ କ୍ଷମା ଦେଇ ଶିଖିନି ଭୁଲ୍ ପାଇଁ କାହାକୁ ଯେତିକି ମୁଁ ଜାଣିଛି। ମନଟି ଉପରେ ମୋର ସିନା ନିୟନ୍ତ୍ରଣ ନାହିଁ;ମୋ ଶରୀର ନିୟନ୍ତ୍ରଣ ରିମୋଟ ଟି ପରା କ୍ଷମା ପାଖରେ। କ୍ଷମା ନିଶ୍ଚିନ୍ତ ଜଣେ ସୁ ପ୍ରେମିକା, ସ୍ତ୍ରୀ,ବୋହୁ ଓ ମା। ମୋତେ ଓ ମୋ ପସନ୍ଦ ନା ପସନ୍ଦର ବହୁତ ଖିଆଲ ରଖେ। ପାଜି ମନଟି ପାଇଁ ସିନା କ୍ଷମା ଆଗରେ ମିଛୁଆ ହେବାକୁ ପଡେ। ନଲେ ମୁଁ ତ ଭଲ ପ୍ରେମିକ ଓ ମିଷ୍ଟର ସିଂହାସନରେ ବସି ସାରିଛି। କ୍ଷମାର ଭାରି ଟାଣ ତା ମିଷ୍ଟର କୋଟିଏରେ ଗୋଟିଏ। ହେ ଭଗବାନ କଣ କରିବି ସଖୀ ରେ ତୁମ ମୋ ଜୀବନରେ କାଇଁ ଆସୁଥିଲ? ଯଦି ଆସୁଥିଲ କ୍ଷମାକୁ ଭଲ ପାଇ ବିବାହ ହେବା ପୂର୍ବରୁ ଆସିଲନି। ବାହା ଘର ପରେ ଆସିଲ ପୁଣି ମୋରି ଅଫିସକୁ।


ଅଫିସ୍ ଜଏନ୍ କଲା ଦିନୁ ସଖୀ ମୋ ସଂଗେ ନିଃସଙ୍କୋଚରେ କଥା ବାର୍ତ୍ତା କରନ୍ତି। ମିଶନ୍ତୁ ବି। ସତେକି ମୋତେ ବହୁତ ଆଗରୁ ଜାଣିଛନ୍ତି। କଥା କହିଲା ଭଙ୍ଗୀ ତାଙ୍କର ଏପରି ଯେ ;ଯେ କେହି ଭାବିବ ଆମେ ଅତି ଘନିଷ୍ଠ ବନ୍ଧୁ ନତୁବା ପ୍ରେମିକ ପ୍ରେମିକା। ସଖୀ ଖୁସି ମିଜାଜର ଝିଅଟିଏ। ଛଅ ଫୁଟ ଉଚ୍ଚତା,ତୋଫା ଗୋରା, ଉପର ପଞ୍ଝା ଡାହାଣ ପଟ ଦାନ୍ତ ଗୋଟିଏ ବେହେଡା। ଫୋ ଫା କଥା କୁହେ। କାହାକୁ ଡର ଭୟ ନଥାଏ। ଅଫିସ୍ ରେ ଏତେ ଲୋକ ଥାଉ ଥାଉ ସେ ମୋତେ କାହିଁକି ଚିହ୍ନା ବ୍ୟକ୍ତି ପରି ବ୍ୟବହାର କରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ମୁଁ ଜଣେ ବିବାହିତ ପଇଁତିରିଶି ବର୍ଷର ଯୁବକ;ପୁଣି ଗୋଟେ ପୁଅର ବାବା। ସେ କିନ୍ତୁ ଛବିଶ କିମ୍ବା ସତେଇଶିଶ ବର୍ଷର କୁଆଁରୀ ଝିଅଟିଏ। ଅଥଚ ମୋ ସାଙ୍ଗେ ଏତେ ମିଶେ କିପରି? ବେଳେବେଳେ ହସ ଲାଗେ ତା ପ୍ରଥମ ଦିନର କଥା ଭାବି।


ଦଲକାଏ ପବନ ପରି ସଖୀ ପଶି ଆସିଲେ ମୋ କେବିନ୍ କୁ ସେଦିନ। କହିଲେ ଏ ହାଲୋ ଆମ୍ ସଖୀ ସାମନ୍ତରାୟ। ଏ ଅଫିସ୍ ରେ ଆକାଉଣ୍ଟ ଭାବେ ଜଏନ୍ କରିବାକୁ ଆସିଛି। ମୋତେ କିନ୍ତୁ ଆସେ ନାହିଁ କେମିତି ଜଏନିଂ କରିବା ପ୍ରୋସେସ୍। କହିବେ କି ପ୍ରୋସେସ୍ଟି କଣ? ମୁଁ ଆବା କାବା ହୋଇଗଲି ଅଜଣା ଅଚିହ୍ନା ଝିଅଟି ମୋତେ ଏମିତି ପଚାରୁଛନ୍ତି; ପୁଣି ମୁଁ ଅଫିସ୍ ର ଏମ୍ ଡି। ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁଲି ତାଙ୍କୁ। ସେ କହିଲେ କଣ ମ ସାର୍ ଏମିତି ବୋକାଙ୍କ ପରି କଣ ଅନଉଁଛନ୍ତି? ଜାଣିନି ନା ବତାଇ ଦିଅନ୍ତୁ କେମିତି ଜଏନ୍ କରିବି। ମୁଁ ସୁନା ପିଲାଟି ପରି ତାଙ୍କ କଥା ମାନି ବଡ଼ ବାବୁଙ୍କୁ ଡାକି ତାଙ୍କ ଜଏନ୍ କରାଇ ଦେଲି। ଅଫିସ୍ ଶେଷରେ ସେ କହିଲେ ଅମୀୟ ସାର୍ ଚାଲନ୍ତୁ ସ୍ପେଶାଲ କଫି ସାଙ୍ଗ ହୋଇ କପେ ପିଇବା??


ମୋ ନାଁଟି ବି ଜାଣିଛନ୍ତି। ହଁ ନେମ୍ ପ୍ଲେଟରୁ ଜାଣିଥିବେ। କିନ୍ତୁ ଡାକିବା ଟା ଯେମିତି ଅଭ୍ୟାସ ଗତ ଡାକ ଲହିଲା।


ମୋତେ ଆଦୌ ଲାଗୁ ନଥିଲା ଆଜି ଯେଉଁ ସଖୀ ନାମ୍ନୀ ଝିଅଟି ଜଏନ୍ କରିଛନ୍ତି ମୋର ଅଚିହ୍ନା,ଅଜଣା.....। ଖୁବ୍ ଖୋଲା ପ୍ରକୃତିର ସଫା ହୃଦୟର ଝିଅଟି। ମୋ ସାନ ଭଉଣୀ ମେଘା ବୟସର ହେବ। ମୁଁ ବି ଚୁପ୍ ଚାପ୍ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଁଲି। ଗୋଟେ ଚକୋଲେଟ କଲର୍ କାର୍ ଡ୍ରାଇଭିଂ କରି ସେ ଆସିଥିଲେ। ମୋର ଯଦିଓ କାର୍ ଅଛି;ମୋତେ କିନ୍ତୁ ଡ୍ରାଇଭିଂ ଆସେନି। ଡ୍ରାଇଭର ଗାଡିରେ ମୋତେ ନେବା ଆଣିବା କରେ। ଛୁଟି ସମୟ ହେଲେବି କାର୍ ପାର୍କିଙ୍ଗ୍ ରେ ମୋ ଗାଡି ନଥିଲା। ମୁଁ ଫୋନ୍ ଲଗାଇଲି ଡ୍ରାଇଭରକୁ। ସଖୀ ଆସି କହିଲା ସାର୍ ମୋ ସହ ମୋ ଗାଡ଼ିରେ ଯିବେ;ଡ୍ରାଇଭରକୁ କହି ଦିଅନ୍ତୁ ସେ ଘରକୁ ଆପଣଙ୍କର ଫେରିଯିବ। ମୁଁ ଆପଣଙ୍କୁ କଫି ପିଇବା ପରେ ଆପଣଙ୍କ ଘର ଆଗରେ ଡ୍ରପ୍ କରି ଦେବି।


ମୁଁ ବୁଝି ପାରୁ ନଥାଏ ମୋ ସହ କଣ ହେଉଛି। କାହିଁକି ପ୍ରଥମ ଦେଖାରୁ ଝିଅଟିର ସବୁ କଥାକୁ ମୁଁ ମାନି ନେଉଛି। ଆଜିକାଲି ଯୁଗ ଯାହା କାହାକୁ ଏତେଟା ନ ଜାଣି ନ ଶୁଣି ବିଶ୍ୱାସ କରିବା ଉଚିତ ନୁହେଁ। ପୁଣି ବିପରୀତ ଧର୍ମୀ ଲିଙ୍ଗର ଯୁବକ ଯୁବତୀ ଆମେ। କିଛି ବି ଘଟି ପାରେ। ମୁଁ ତା ଗାଡ଼ିରେ ବସିବି କି ନାହିଁ ଚିନ୍ତା କରୁଥିଲି। ସେ ହଠାତ୍ ମୋ ହାତ ଟାଣି ନେଇ ତାଙ୍କ କାର୍ ଭିତରେ ବସାଇ ଦେଇ କହିଲା କେତେ ଭାବୁଛନ୍ତି ସାର୍? କେବଳ ତ କଫି ଷ୍ଟଲ୍ କୁ ଡାକୁଛି... ଆଉ କୁଆଡେ ନେଉଛି କି? ଏତେ ଡରୁଛନ୍ତି କଣ? ମୁଁ ଆପଣଙ୍କ ଅଫିସ୍ ର ଆଜିଠାରୁ ଜଣେ ଷ୍ଟାପ ନା। ସବୁଦିନ ଦେଖା ଚାହାଁ ହେବା। ଏଥିରେ ଆପଣଙ୍କୁ କଣ ଅସୁବିଧାରେ ପକାଇବି ଭାବୁଛନ୍ତି। ତା ଛଡା ମୁଁ ସେଇ ଟାଇପ ର ଝିଅ ନୁହେଁ। ହଁ ବନ୍ଧୁତା କରିବାକୁ ଭଲ ପାଏ। ୟା ବୋଲି ବନ୍ଧୁଙ୍କୁ ଅସୁବିଧାରେ ପକାଇବି?


ମୁଁ ଆହୁରି ସ୍ତବ୍ଧ ହୋଇଗଲି। ମନ କଥା ବି ପଢି ନେଉଛନ୍ତି ଏ। ଅଜବ ଝିଅ ତ। କୁନ୍ଥୁ କୁନ୍ଥୁ ହୋଇ ତାଙ୍କ ଗାଡ଼ିରେ ବସିଲି। ସୁଦୁ ଗପୁଡି ଟା। ଦଶ ମିନିଟ୍ ବାଟ ଭିତରେ ସେ ଦଶ ହଜାର କଥା କହି ସାରିଥିଲେ। ଆଉ ବିଜୁଳି ବେଗରେ ରାଜଧାନୀ ରାସ୍ତାରେ ସେ ଯେଉଁ ବାଗରେ ଗାଡି ଡ୍ରାଇଭିଂ କରୁଥିଲେ ତା ଦେଖି ମୁଁ ପ୍ରମାଦ ଗଣିବା ଆରମ୍ଭ କରିଦେଇଥିଲି। ତା ଡ୍ରାଇଭିଂ ଦେଖି ମୁଁ ତାଯୁବ ହେବା ସହ ଠାକୁରଙ୍କୁ ଡାକୁଥିଲି ପୈତୃକ ପ୍ରାଣ ଟି ନଯାଉ ଆକ୍ସିଡେଣ୍ଟରେ ଯେପରି। ସୁନ୍ଦରୀ ଝିଅଙ୍କ କଥା କାହିଁକି କେଜାଣି ଆଡେଇ ହୁଏନି। କହିଦେଇଥିଲେ ଆଜି ନୁହେଁ କିମ୍ବା ମୁଁ ଯିବିନି ହୋଇ ନଥାନ୍ତା...। କିନ୍ତୁ ନା ...ଏମେଜ ନଷ୍ଟ ହୋଇଯିବ...ଏଥରକ ପାଉଥା ପାନେ। ଏକଥା ମନେ ମନେ କହିହେଲି। ଝିଅଟି ଆବ୍ ନର୍ମାଲ କି? ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରିଲା।


ନାଇଁ ତ... ସେମିତି କିଛି ଅଲଗା ଲକ୍ଷଣ ଦେଖା ଯାଉନି ଆବ୍ ନର୍ମାଲର। ଏଇ ଗପ,ଗାଡି ଚଳା,ଓ ଅତି ଚିହ୍ନା ପରି କଥା ଛଡା ସେ ଖୁବ୍ ମାର୍ଜିତ,ସଭ୍ୟ ଲାଗୁଥିଲେ। କଫି ପିଇ ସାରି ମୋତେ ନେଇ ମୁଁ ନ ବତେଇଲେ ବି ମୋ ଘର ଆଗେ ଡ୍ରପ୍ କରି ବାଏ କହି ସର୍ କିନା ଚାଲିଗଲା। ମୋ ଘର ସହୀଦ ନଗର ରେ ଦୁଇଶହ ନ ଘର ନମ୍ବର କେମିତି ଜାଣିଲେ ସେ !! ଏ କଥା ବି ମୋତେ ସ୍ତମ୍ଭିଭୂତ କଲା। ଝିଅଟି ମୋ ବିଷୟରେ ସବୁ ଜାଣିଛି ନା କଣ? କିନ୍ତୁ କେମିତି? ଆଜି ତ ପ୍ରଥମ ଥର ତା ସହ ମୋର ଦେଖା ହେଲା। ଦ୍ଵନ୍ଦର ଛକରେ ପଡ଼ିଗଲି ମୁଁ। ଭ୍ରମର ଭଉଁରୀରେ ଚକର ଖାଇଲି।


ତା ପରଠୁ ସେ ମୋ ସଂଗେ ଖୁବ୍ ଆତ୍ମୀୟତା ଜମେଇ ଦେଇଥିଲେ। ସତ କହିବାକୁ ଗଲେ ସେ ଆସ୍ତେ ଆସ୍ତେ ମୋ ଭିତରେ ଆସ୍ଥାନ ଜମାଉଁ ଥିଲେ। ବେଳେବେଳେ କିଛି ବୁଝିବା ବାହାନା କରି ମୋ ସହ ମୋ କେବିନ୍ ରେ ସମୟ ବିତେଇବାକୁ ଆସୁଥିଲେ। ଥଟ୍ଟା ମଜା ବି କରୁଥିଲେ। ମୋ କାମରେ ବ୍ୟାଘାତ ହେଲେ ବି ମୁଁ ତାକୁ ବିରକ୍ତ ହେଉ ନଥିଲି। ବରଂ ସେ ଦିନେ କେବିନ୍ କୁ ନ ଆସିଲେ ମୋତେ ଭଲ ଲାଗୁ ନଥିଲା। ତାର ଅନୁପସ୍ଥିତ ମୋତେ ଅଧୀର କରୁଥିଲା। ମୋ ଆଖି ସବୁଦିନେ ତାକୁ ଅଫିସ୍ ଭିତରେ ତା କେବିନ୍ ଚେୟାରେ ବସୁ ବୋଲି ଚାହୁଁଥିଲା।


ହଠାତ୍ ଭାଲେଣ୍ଟାଇନ୍ ଦିନ ଗୋଲାପ ଫୁଲର ତୋଡାଟିଏ ମୋତେ ଦେଇ ହାପି ଭାକେଣ୍ଟାଇନ୍ ଡେ ସାର୍ କହି ହାଲକା ଆଲିଙ୍ଗନ ଟିଏ କଲେ। ସେଦିନ ଆଲିଙ୍ଗନ କରିବା ସମୟରେ ତା ଆଖିରୁ ଖସି ପଡିଲା ଟୋପେ ଲୁହ। ମୁଁ ଆହୁରି ଆଚମ୍ବିତ ହୋଇ କହିଲି ହାପି ଭାଲେଣ୍ଟାଇନ୍ ଡେ କହି ନିଜେ କାନ୍ଦୁଛ? ସେ ଫଟ୍ କରି ହସି ଦେଇ କହିଲା କାନ୍ଦ ପୁଣି ସଖୀ...ମାଇଁ ଫୁଟ୍। ଆଖିରେ କଣ ପଡିଗଲା।

ପଡୁଗଲା.....! ଏକା ବେଳକେ ଦୁଇ ଆଖିରେ। ଏଠି କଣ ଏମିତି ଅଛି କି ପଡିଯିବ? ମୁଁ କହିଲି।


ସେ ହସି ହସି କହିଲା ଓହୋ ସାର୍ ,ବୁଢା ଲୋକଙ୍କ ପରି ଜିରାରୁ ଶିରା କାଢି ସବୁ ଜାଣିବା କଣ ନିହାତି ଦରକାର। ଭାଲେଣ୍ଟାଇନ୍ ଡେ କୁ ଏନ୍ ଜୟ କରନ୍ତୁ। ୱାନସ୍ ଏଗେନ୍ ହାପି ଭାଲେଣ୍ଟାଇ ନ୍ ଡେ ସାର୍। ଏତକ କହି ସେଦିନ ଆଉ ଗପା ଗପି ନ କରି ତା କେବିନ୍ କୁ ଚାଲିଗଲେ। ମୁଁ ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ପାରିଲି। କିଛି ତ ସଖୀ ଜୀବନରେ ଘଟିଛି। ନଲେ ତା ପରି ବିନ୍ଦାସ ଝିଅ ଭାଲେଣ୍ଟାଇନ୍ ଡେ ରେ ଗୁମ୍ ସୁମ୍। କଥାଟି କେମିତି ସନ୍ଦେହ ସୃଷ୍ଟି କଲା। ଅଫିସ୍ ଛୁଟି ବେଳକୁ ମୋ ତରଫରୁ ତାକୁ କଫି ଷ୍ଟଲ୍ କୁ ଯିବା ପାଇଁ କହିଲି।


ସେ ମହା ଖୁସି ହୋଇ କହିଲା-ସିଓର୍ ସାର୍। ଆପଣଙ୍କ ସଂଗେ କଫି ପିଇବା ଭାଗ୍ୟର କଥା ପୁଣି ଆପଣଙ୍କ ତରଫରୁ। ପ୍ରକୃତ କଥା ସାର୍ ମୋ ମୁଡ଼୍ ଟା ଅପ୍ ଥିଲା ଆଜି। କିନ୍ତୁ ଆପଣଙ୍କ ସହ କଫି ପିଇବା ପ୍ରୋଗ୍ରାମ ଜାଣି ଫ୍ରେସ ହୋଇଗଲା।


ମୁଁ ପଚାରିଲି ମୁଡ ଅପ୍ କାହିଁକି?


ସେ କଥା ପଛରେ ସାର୍। ଆଗ କଫି ଏ ନ୍ ଜୟ କରିବା।


ତା ପରଠୁ ସେ ପ୍ରାୟତଃ ଅନ୍ୟ ମନସ୍କ ରହୁଥିଲା। କିଛି ଦିନ ପରେ ସେ ମୋତେ ତା ମ୍ୟାରେଜର ନିମନ୍ତ୍ରଣ ପତ୍ର ଦେଲା ଓ ଯେମିତି ହେଲେ ଯିବାକୁ ଅନୁରୋଧ କଲା। ମୁଁ କହିଲି ଏ ବିବାହରେ ତୁମେ ଖୁସି ନୁହଁ କି? ହସ ହସ ମୁହଁ ଶୁଖି ଯାଉଛି କାହିଁକି?


ସେ ସାମାନ୍ୟ ହସ ଫୁଟାଇବାର ଅଭିନୟ କରି କହିଲା ଆପଣ ବୁଝି ପାରିବେନି କି ମୁଁ ବୁଝେଇ ପାରିବିନି। ସରି ସାର୍। ମୋତେ ତା କଥା ଶୁଣି ଆଦୌ ଭଲ ଲାଗିଲା ନାହିଁ। କେଉଁଠି ନା କେଉଁଠି କିଛି ହଜିଲା ପରି ଲାଗିଲା। ସଖୀ ବିବାହ ଦିନ ମୁଁ ଠିପିଏ ହ୍ବିସ୍କି ପିଇ ଶୋଇ ପଡ଼ିଥିଲି। ପିଇବା ଅଭ୍ୟାସ ମୋର ନ ଥିବାରୁ ନିଶା ଚଟ୍ କରି ଧରି ନେଲା। ସତ କଥା ଟା ସଖୀ ବିବାହରେ ମୁଁ ଖୁସି ହୋଇପାରୁ ନଥିଲି ଭିତରେ। କିନ୍ତୁ ସଖୀ ମୋର କିଏ? ସେ କାହାର ହେବାକୁ ଯାଉଛି ଜାଣି ମୋ ଭିତରେ ଏ ଅସୁଖ ଝଡ଼ କାହିଁକି? କିଏ ମୋତେ ମୋ ଭିତରେ କୁଟ୍ କୁଟ୍ କରି କାଟୁଛି? ଓଃ...ବାଜେ ମନଟା। ଅନ୍ୟ କେଉଁ ଝିଅକୁ କ୍ଷମା ବ୍ୟତୀତ ଆଖି ଉଠାଇ ତ ଚାହିଁନି। ସଖୀ କ୍ଷେତ୍ରରେ ଏ ବ୍ୟତିକ୍ରମ କାହିଁକି? ଝିଅଟି ଅସମ୍ଭବ୍ ଭାବେ ମୋତେ ଭଲ ଲାଗୁଛି ଯେ...


ଭୟ ଲାଗିଲା ମୁଁ ବିପଥ ଗାମୀ ହୋଇଯିବି ନା କଣ!!!


ବାରମ୍ବାର ଫୋନ୍ କଲ୍ ଆସିବାରୁ କ୍ଷମା ମୋତେ ଉଠାଇ କହିଲା କେଉଁ ଏସ୍ ଏସ୍ କେତେ ମିସ୍ କଲ୍ କଲେଣି। ତୁମର କଣ ହୋଇଛି କି? କେବେ ତ ଏମିତି ପିଅନି। ଆଜିକାଲି ବାବୁଙ୍କ ନିଶା ଅଭ୍ୟାସ ବି ହେଲାଣି। ଦେଖୁଛି ରୁହ ତୁମ ନିଶାକୁ। ବାଲ୍ଟିଏ ପାଣି ଆଣି ଅଜାଡି ପକାଇଲେ ମୋ ଉପରେ। ଏକାଥରକେ ମୋ ନିଶା ଉତୁରି ଗଲା। ଘଣ୍ଟା ଦେଖିଲା ବେଳକୁ ରାତି ଗୋଟାଏ। କଣ କରିବି ସଖୀ ବିବାହକୁ ଯିବି ନା ନାହିଁ। ଭାରି ଅସୁଖ ଲାଗୁଥିଲା। ସଖୀ ବିବାହରେ ମୁଁ ଅଧିକ ଖୁସି ହେବା କଥା। କିନ୍ତୁ ମୋର ଏ କି ମନୋଦଶା। ତେବେ କଣ......


ପୁଣି କଲ୍ ଆସିଲା ସଖୀର। ମୁଁ ଥରି ଥରି ଫୋନ୍ ଟି ଉଠାଇ କହିଲି ସରି ସଖୀ ନିଦ ଲାଗି ଯାଇଥିଲା। ମୁଁ ଏବେ ଯାଇ ପହଂଚୁଛି ମଣ୍ଡପରେ। ମଣ୍ଡପରେ ପହଁଚିଲା ବେଳକୁ ବିବାହ କାର୍ଯ୍ୟ ଆରମ୍ଭ ହୋଇ ନଥିଲା। ବର ଯାତ୍ରୀ ମାନେ ଖିଆ ପିଆ କରୁଥିଲେ। ସଖୀ ସଜ ବାଜ ହୋଇ ସଖୀ କଣ୍ଢେଇଟିଏ ପରି ବସିଥିଲା। ମୋତେ ଦେଖି ଉଠି ଆସିଲା ଓ ମୋତେ ଜୋରେ କୁଣ୍ଢେଇ ପକାଇ କାନ୍ଦି ପକାଇଲା। ମୁଁ ତାକୁ ମୋ ଦେହରୁ ଅଲଗା କରିବାକୁ ଚାହୁଁଥିଲେ ବି ସେ ଆହୁରି ଜୋରେ ମୋତେ ମାଡି ବସିଲା। ହସ କୁରି ସଖୀ ଏମିତି କାନ୍ଦି ପାରେ....ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି।


ମୁଁ କହିଲି "ହେ ସ୍ମାର୍ଟ ଲେଡି! ଏ କଣ ହେଉଛି? ମେକ୍ ଅପ୍ ଖରାପ ହୋଇଯିବ। ଆଜିକା ପିଲା ବିବାହରେ କିଏ କାନ୍ଦୁଛନ୍ତି ଯେ ତୁମେ କାନ୍ଦୁଛ?


ସେ ଫିକ୍ କିନା ହସିଦେଲା ଓ ମୋ ହାତରେ ଗୁଞ୍ଜି ଦେଲା ଖଣ୍ଡେ କାଗଜ।


ସେଥିରେ ଲେଖା ଥିଲା...


ଅମୀୟ ସାର୍;

    ଆପଣ ମୋତେ ଜାଣନ୍ତିନି। ମୁଁ କିନ୍ତୁ ଆପଣଙ୍କୁ ଜାଣେ। ଆପଣଙ୍କ ସାନ ଭଉଣୀ ବିଥି ମୋ ସାଙ୍ଗ। ଆପଣ ଯେ ଏନ୍ ୟୁରେ ପଢୁଥିଲେ। ମୁଁ ଆପଣଙ୍କୁ ନ ଦେଖି କେବଳ ମାତ୍ର ଫୋଟୋ ଦେଖି ଭଲ ପାଇ ଯାଇଥିଲି। ବିଥି ବି ମୋତେ ତା ଭାଉଜ ଭାଉଜ ଡାକିବା ଆରମ୍ଭ କରି ଦେଇଥିଲା। ମାତ୍ର ଆପଣ ଯେଉଁ ଦିନ ଲଭ୍ ମ୍ୟାରେଜ କରି ଘରକୁ ଫେରିଲେ ଆମେ ଦୁଇ ସାଙ୍ଗ ବହୁତ କାନ୍ଦିଲୁ। ମୁଁ କାନ୍ଦିଲି ଆପଣଙ୍କୁ ମୋ ମନ କଥା କହି ପାରି ନଥିବାରୁ ବିଥି କାନ୍ଦିଲା ମୋତେ ତା ଭାଉଜ କରିବାକୁ ଇଚ୍ଛା କରି ଅସଫଳ ହେବାରୁ। ଜଏନ୍ କରିବାକୁ ଯିବା ପୂର୍ବରୁ ବିଥିକୁ ମୁଁ ଫୋନ୍ କରି ଭୁବନେଶ୍ୱର ମହିନ୍ଦ୍ରା ଅଫିସର୍ ଆକାଉଣ୍ଟ ଭାବେ ମୋତେ ଜବ୍ ମିଳିଛି କହିବାରୁ ସେ ଆପଣ ସେଇ ଅଫିସ୍ ର ଏମ୍ ଡି ବୋଲି କହିଲା। ମନର ମଣିଷଙ୍କୁ ସ୍ୱ ଚକ୍ଷୁରେ ଦେଖିଲେ କେମିତି ଲାଗେ ଆପଣ ସେ କଥା ବୁଝି ପାରିବେ ନାହିଁ। ଆପଣ ବିବାହିତ ପୁଣି ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ଜଣେ। ଆପଣଙ୍କୁ କଣ ଆଉ ଏ ଜୀବନରେ ପାଇ ହେବ? କେବଳ ଇଚ୍ଛାଟିଏ ଥିଲା ଥରେ ମାତ୍ର ଆପଣଙ୍କୁ ହଗ୍ କରିବି ମୁଁ ଆଉ କାର ହେବା ପୂର୍ବରୁ। ଶେଷ ପ୍ରେମ ଥିଲା ମୋର ଇଏ। ସାର୍ ମୁଁ ଆପଣଙ୍କୁ କେତେ ଭଲ ପାଏ କହିବି ନାହିଁ। କାରଣ ଆଜିଠାରୁ ମୁଁ ଆଉ କାହାର ହୋଇଯିବି। କିନ୍ତୁ ଆପଣ ମୋର ପ୍ରଥମ ପ୍ରେମ ଏକଥା ଏ ଜୀବନରେ ଭୁଲିବା ଅସମ୍ଭବ ନିଶ୍ଚିନ୍ତ।

     ଆପଣଙ୍କର'ସଖୀ'

 ମୁଁ ସ୍ଥାଣୁ ପାଲଟି ଯାଇ ଟିକେ ଅନାଇଁଲି ସଖୀର ମୁହଁକୁ। ଭାରି କରୁଣ ଲାଗିଲା। ନିଉଟନ୍ ଙ୍କ ତୃତୀୟ ନିୟମ ଅନୁଯାୟୀ ସଖୀ ମୋତେ ସେଥି ପାଇଁ ଏତେ ଭଲ ଲାଗୁଥିଲେ!! ଓ ଗଡ୍!

 

ସଖୀ ପାଖକୁ ଯାଇ ମୁଁ ଚୁପ୍ କି କହିଲି ତୁମେ ମୋ ଚିର ଦିନ ସଖୀ ହୋଇ ରହିବ କୃଷ୍ଣା ପରି ଆଉ ମୁଁ ତୁମ ସଖା କୃଷ୍ଣ।


ସେ ପୁଣି ଟିକେ ଫିକ୍ କିନା ହସିଦେଲା ଆଷାଢ଼ ଭର୍ତ୍ତୀ ଆଖିରେ।


Rate this content
Log in

Similar oriya story from Romance