Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Ranjit Sahu

Romance Tragedy


2  

Ranjit Sahu

Romance Tragedy


ସଖାର ତ୍ରିକୋଣମିତି

ସଖାର ତ୍ରିକୋଣମିତି

4 mins 571 4 mins 571

ସଖା ! ଜୋରରେ ହସିଲା ଜ୍ୟୋତ୍ସ୍ନା, କେତେ ଗାଉଁଲି ଷ୍ଟାଇଲ ମୋ ସତରେ I ତୁମ ଇଣ୍ଟିମେଟ ସାଙ୍ଗକୁ ସଖା କହୁଛ? ସେ ମାଇଣ୍ଡ କରିବେନି କେବେ ସାମ୍ନାରେ ଏମିତି  କହିଲେ ? ମୁଁ ଖାଲି ତୁମକୁ ପଚାରିଲି ବାହାଘର  ପୂର୍ବରୁ ପରିବାର ବ୍ୟତୀତ ଆଉ କାହାକୁ ମୋ ଫୋଟୋ  ଦେଖେଇଥିଲ ଆଉ ତୁମେ କହୁଛ ସଖା I ମନୋଜ କହୁନ, ନ ହେଲେ ମୋ ଵେଷ୍ଟ ଫ୍ରେଣ୍ଡ କହୁନ I ସିଏ ମଧ୍ୟ କଣ ତୁମ ଭଳି ଚିନ୍ତାଧାରାର ଲୋକ କି? ବୋଉ ତ  କୁହନ୍ତି  ବହୁତ ସ୍ମାର୍ଟ  ଆଉ ମୋଡର୍ଣ୍ଣ  ଦିଶନ୍ତି I 


 ହଁ, ସିଏ ଅଫିସରଟିଏ ଆଉ ମୁଁ ହେଲି ସାଧାରଣ ଷ୍ଟାଫ୍ ବିଦ୍ୟାଳୟରେ I ତାକୁ ସୁଟବୁଟ ଦରକାର ନିଜର ପୋଜିସନ ମେଣ୍ଟେନ କରିବାକୁ I ମୋର କଣ ହେବ ସେ ସବୁ ? ସିଏ ବାହାରେ ହଜାରେ ଲୋକଙ୍କ ସହ ମିଶୁଛି ନିତି, ଟିକେ ସ୍ମାର୍ଟ ନ ହେଲେ ଏତେ ଜଣଙ୍କୁ ସମ୍ଭାଳିବ କେମିତି ? ସମସ୍ତଙ୍କ ପାଇଁ ସିଏ ବଡ ଅଫିସର କିନ୍ତୁ ମୋ ପାଇଁ ସିଏ ମୋର ସଖା I ଆଉ ଘଣ୍ଟାଟିରେ ତ ପହଞ୍ଚିବ I ବଳେ ଦେଖିବ କେମିତି ହୀରା ଭଳି ମଣିଷଟିଏ I ତୁମେ ନିଶ୍ଚୟ କହିବ ତାହା ପରେ, ତୁମେ ମୋତେ ବାହା ନ ହେଇଥିଲେ ସଖାକୁ   ହିଁ ବାହା ହୁଅନ୍ତ, ପ୍ରଦୀପ କହିଲା I

 

ମିଛ ରାଗ ଦେଖେଇ ଜ୍ୟୋତ୍ସ୍ନା କହିଲା, ଏଇ ସେମିତି କହିବନି, ମୁଁ କେବଳ ତୁମର ସ୍ତ୍ରୀ, ଆଉ କାହାର  ସ୍ତ୍ରୀ ନୁହେଁ କି ହେବିନି ବୁଝିଲ I ସାତ ଜନ୍ମ ଯାଏଁ ତୁମେ ମୋର I

ହଉ ଅଷ୍ଟମ ଜନ୍ମରେ ତୁମକୁ ଆଉ ସଖାକୁ.. 


ଚୁପ କର  I ତୁମର ସେ ସଖା କେମିତ ମଣିଷ ଆଜି ଦେଖିବି ସତରେ I କହୁଛ ଏତେ ଘନିଷ୍ଠ ସମ୍ପର୍କ କିନ୍ତୁ ଗୋଟାଏ ତ ତାଙ୍କ ସହ ଫୋଟୋ ରଖିନ ! କାହିଁକି? ଜ୍ୟୋତ୍ସ୍ନା ପଚାରିଲା I 


 ହଁ ଏବେ ମୁଁ ମଧ୍ୟ ସେ କଥା ଭାବୁଛି I କାହିଁକି କେଯାଣି କେତେ ବେଳେ ମନ ହେଲାନି କିଛି ଫୋଟୋ ଉଠେଇବାକୁ I ସତ କହିବାକୁ ଗଲେ ସଖା ସହ ମୁଁ ଏତେ ମଜ୍ଜି ଯାଏ କଥା ବାର୍ତ୍ତାରେ ଫୋଟୋ ଉଠେଇବା କଥା ମନକୁ ହିଁ ଆସେନି I ମୁଁ ତ ଭାବି ନଥିଲି କେବେ ସଖା ମୋ ଠାରୁ ଦୂରରେ ରହିବ ବୋଲି !


 ହଉ ତୁମ ସଖା କଣ କହିଲେ ମୋ ଫୋଟୋ  ଦେଖିକି? ଜ୍ୟୋତ୍ସ୍ନା ପଚାରିଲା I ମୋତେ କହିଲା ସଖା ଭଲ ଝିଅଟେ, ବାହା ହେଇଯା I ତୁ ବାହା  ନ ହେଲେ ମୁଁ ବାହା ହେଇଯିବି , ପ୍ରଦୀପ ଉତ୍ତର ଦେଲା I 


ଆଛା, ଜ୍ୟୋତ୍ସ୍ନା କହିଲା ,ତାହା ହେଲେ ତୁମେ ତାଙ୍କ କଥାରେ ବାହା ହେଲ ,ତୁମର ସେମିତି ଇଛା ନଥିଲା? ଜ୍ୟୋତ୍ସ୍ନା ପୁଣି ପଚାରିଲା I ହଁ, ସଖା କହିଲା ମାନେ ମୁଁ ଆଖି ବୁଜି ମାନି ଯାଏ , ପ୍ରଦୀପ ଉତ୍ତର ଦେଲା I


 ' ତୁମେ ନା .., ମିଛ ଅଭିମାନ କରି ଚାଲିଗଲା , ଜ୍ୟୋତ୍ସ୍ନା ରୋଷେଇ ଘରକୁ I 


ବସି ଭାବିବାକୁ ଲାଗିଲା ପ୍ରଦୀପ I ସତରେ ଯଦି ଜୀବନରେ ସିଏ ଆଜି ସୁଖ ଦୁଃଖରେ ସବୁଠୁ ଅଧିକ କାହାର ଅନୁପସ୍ଥିତି ଅନୁଭବ କରୁଛି, ସିଏ ହେଲା ସଖା I ମନା କରିବା ସୁଦ୍ଧା ଟ୍ରାନ୍ସଫର ନେଇକି ଚାଲି ଯାଇଥିଲା ଅନ୍ୟ ଜିଲ୍ଲାକୁ I ଦଶ କିଲୋମିଟର ଦୂରରେ ତାହାର ବାପା ମାଆ I ପାଖ ସହରରେ ଚାକିରୀ କରୁଥିଲା, କେତେ ଭଲ ହେଉଥିଲା I ସପ୍ତାହରେ ଥରେ ଆସିକି ସମସ୍ତଙ୍କ ସହ ମିଳା ମିଶା କରୁଥିଲାI ସ୍କୁଲ ଜୀବନ ଆଉ କଲେଜରେ ସ୍ନାତକ  ପ୍ରଥମ ବର୍ଷଟିଏ ସାଥିରେ ଥିଲା ସଖା I ତା ପରେ ଚାଲିଗଲା ଅଧିକ ପଢିବା ପାଇଁ I କେବେ ମଧ୍ୟ ନିଜର ବିଷୟରେ କୁହେ ନାହିଁ I ସବୁ ବେଳେ ପ୍ରଦୀପର ଚିନ୍ତା ତାକୁ ଘେରି ରହିଥାଏ I ଯାହା ହୋଉ ଅଫିସର ହୋଇଛି, ଗାଆଁର ନାଆଁ ବଡ ହୋଇଛି I ବହୁତ ଥର ଷଷ୍ଠ ଇନ୍ଦ୍ରୀୟ ସକ୍ରିୟ ହୋଇ କିଛି ଗୋଟାଏ ଅଘଟଣର ସୂଚନା ଦେଲା  ଭଳି ପ୍ରତୀତ ହୋଇଛି ପ୍ରଦୀପକୁ ଯେତେବେଳେ ସିଏ ସଖାର ମୁଖର ହସଟିକୁ ମନ ପକାଏ, ଜ୍ୟୋତ୍ସ୍ନାର ଫୋଟୋ ଦେଖେଇଲା ବେଳକୁ I ସଖାର ସେହିଦିନ ହିଁ ଡିଉଟି ଜୋଇନ କରିବାର ଥିଲା ଯେଉଁଦିନ ପ୍ରଦୀପର ବାହାଘର ଥିଲା I ସଖାକୁ ବହୁତ ମାନେ ପକେଇଥିଲା ସେଦିନ ପ୍ରଦୀପ I ଆଜି ବାହାଘରର ବର୍ଷ ପରେ ତା ଘରକୁ ଆସୁଛି ସଖା I ଏଥର ବୋଉ ନିଜେ ଡାକିଛି ତାହାର ରାଣ ଦେଇକି I ସଖା ନିରୁପାୟ I 


କାନ୍ଧରେ କାହାର ସ୍ପର୍ଶ ପାଇ ଫେରି ଚାହିଁଲା ପ୍ରଦୀପ I ସେହି ରୂପ  ରଙ୍ଗ, ସେହି ହସ ଖାଲି ଏଥର ନିଶ ଟିକିଏ ରଖିଛି  I କୁଣ୍ଢେଇ ପକେଇଲା ସଖାକୁ I ସତରେ ପୁରୁଣା ବନ୍ଧୁଟିଏ ଆସିବାର ଆନନ୍ଦର ତୁଳନା  ନଥାଏ I 


 ଚାଲ ଭିତରକୁ ମୁହଁ ହାତ ଧୋଇ ଆଗ ଗଣ୍ଡାଏ ଖାଇ ଦେବା ତା ପରେ କଥା ହେବ I ମନୋଜ ପଛକୁ  ଫେରି ଚାହିଁଲା I କ୍ଷଣକ ପାଇଁ ଯେମିତି ଅଟକି ଗଲା ଜ୍ୟୋତ୍ସ୍ନା I ଏରୁଣ୍ଡି ବନ୍ଧ ମାଡି ଆଗକୁ ଆସୁ ଆସୁ ଜ୍ୟୋତ୍ସ୍ନା ଯେମିତି ଝୁଣ୍ଟି ପଡ଼ିଲା I ବସି ଗଲା ଥମ କରି I କଣ ହେଲା ,' ଦୌଡ଼ିଗଲା ପ୍ରଦୀପ ଆଉ ଉଠେଇଲା ଜ୍ୟୋତ୍ସ୍ନାକୁ I 


ବୁଢ଼ା ଆଙ୍ଗୁଠିଟିରେ ମାଡ଼ ହୋଇଛି I ଠିକ ହେଇଯିବ, ପ୍ରଦୀପ କହିଲା  I 

 ମୁଁ କ୍ଷମା ଚାହୁଁଛି , ମୋ ଯୋଗୁଁ ଆପଣ ଝୁଣ୍ଟି ହେଲେ, ମନୋଜ କହିଲା I 

 

କିଛି ଅସୁବିଧା ନାହିଁ, ଝୁଣ୍ଟି କି ମଣିଷ ଚାଲିବା ଶିଖିଯାଏ, ଜ୍ୟୋତ୍ସ୍ନା ଉତ୍ତର ଦେଲା I  ଖିଆ ପିଆ ସାରିବା ପରେ ଦୁଇ ସଖା ବାହାରିଲେ ମନୋଜ  ଘରକୁ I ଏମିତିରେ ବି ରବିବାର ଦିନ ପ୍ରଦୀପ ଯାଏ ପ୍ରତି ସପ୍ତାହ ମନୋଜର ମାଆ ବାପାଙ୍କୁ ଦେଖା କରିବାକୁ I 


ସେମାନେ ଯିବା ପରେ, ଜ୍ୟୋତ୍ସ୍ନା ଚାଲିଗଲା ତାହାର ବେଡ଼ରୁମକୁ I ବାହାର କଲା ତାହାର ପୁରୁଣା ଆଲବମଟି I ତାହାର ଆଉ ମନୋଜ ମଧ୍ୟରେ ଅଛି କଟା ଦାଗଟିଏ ଯଦିଓ  ଫୋଟୋଟିରେ ସେମାନେ ସାଥିରେ ଠିଆ ହେଇଛନ୍ତି, ଏମ.ଏସ ସି ର  ଶେଷ ଦିନରେ I ବର୍ଷ ପୂର୍ବରୁ ମନୋଜ ଶେଷ ଥର ଦେଖା କରିଥିଲା ତାକୁ ତାହାର ଘରେ I ଆଲବମ ଦେଖୁ ଦେଖୁ ହଠାତ ଫୋଟଟିକୁ ବାହାର କରି କାଟି ଦେଇଥିଲା I ମନୋଜ ବହୁତ କମ ରାଗେ କିନ୍ତୁ କାହିଁକି କେହି ଜାଣନ୍ତି ନାହିଁ କି ପଚାରନ୍ତି ନାହିଁ I ସେ କଥା କଲେଜରେ ସମସ୍ତେ ଜାଣନ୍ତି I ପରେ କେତେବେଳେ ମନୋଜକୁ ପଚାରି ବୁଝିବା  ଭାବି  ଚୁପ ରହିଥିଲା ସେଦିନ ଜ୍ୟୋତ୍ସ୍ନା I ଆଜି ଉତ୍ତର ପାଇ ଯାଇଛି I କଇଁଞ୍ଚିଟିଏ ଆଣି କାଟିଦେଲା ଫୋଟଟିକୁ I ଦଶ ମିନଟରେ ଅଳିଆ ନେବା ଵାଲା ଲୋକଟି ଆସିବ I ଅତୀତକୁ ଭବିଷ୍ୟତକୁ ନେବାର ପ୍ରୟୋଜନ ନଥିଲା I


Rate this content
Log in

More oriya story from Ranjit Sahu

Similar oriya story from Romance