ସିନ୍ଥେଟିକ୍ ସ୍ମାଇଲ୍
ସିନ୍ଥେଟିକ୍ ସ୍ମାଇଲ୍
ମୁଁ, ଯେବେ କଲେଜ୍ କରିଡରରେ ଶ୍ରାବଣୀକୁ ଦେଖେ, ତା'ର ପଦ୍ମଫୁଲିଆ ମୁହଁର ମାଂସପେଶୀରେ ହାଲୁକା ହସ କେରାଏ ଫୁଟି ଉଠେ। ଆଖି ପତା ନଇଁଯାଏ ମ୍ଲାନ ସରମରେ। ଏଇଟା ଆମର ନିତିଦିନିଆ କଥା ଥିଲା, ହ୍ଯାଲୋ... ହାଏ, ବାଏ... ସମ୍ପର୍କରେ।
ଯଦିଓ ମୋତେ ଜଣାଥିଲା ତା'ର ଏଇ ହସ ସ୍ବତଃସ୍ଫୁତ ଆଦୌ ନୁହେଁ, ବରଂ କୃତ୍ରିମ; ତଥାପି ସେଇ କେରାଏ ହସର ଝଲକ ଆଶାରେ ମୁଁ କରିଡରରେ ନିତି ଟହଲ ମାରୁଥିଲି। ହାଏ, ବାଏ... ରୁ ଆମେ ଆଉ ଆଗକୁ ବଢି ପାରିଲୁ ନାହିଁ କୌଣସି କାରଣ ବଶତଃ। କିନ୍ତୁ ଅନୁରାଗର ଫୁଲଟିଏ ଶ୍ରାବଣୀ ପାଇଁ ଫୁଟିଥାଏ ମୋ ମନର ନିଭୃତ କୋଣରେ।
ସେଇ ଶ୍ରାବଣୀ ଯେବେ ପ୍ରୌଢ଼ ଅଥଚ଼ ଧନାଢ୍ଯ ବ୍ଯବସାୟୀଙ୍କ ହାତ ଧରି ସଂସାର ଗଢିଲା ବୋଲି ମୋର କର୍ଣ୍ଣ ଗୋଚର ହେଲା, ସେବେ ମୁଁ ଅନୁଭବ କଲି "କୃତ୍ରିମତାରେ ଶାଶ୍ୱତ ସୁଖ ସନ୍ଧାନ କରିବା ହିଁ ତାରୁଣ୍ୟ !!!"

