STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଇ.ଏମ୍.ଆଇ.

ଇ.ଏମ୍.ଆଇ.

2 mins
272

ଶାରଦୀୟ ପାର୍ବଣର ଶୁଭ ବେଳା। ଚାରିଆଡ଼େ ହର୍ଷୋଲ୍ଲାସର ପରିବେଶ। ଖବରକାଗଜର ପ୍ରଥମ ପୃଷ୍ଠାରୁ ଆରମ୍ଭ କରି ଶେଷ ପୃଷ୍ଠା ପର୍ଯ୍ୟନ୍ତ ବିଭିନ୍ନ ଅତ୍ଯାଧୁନିକ ଗୃହୋପକରଣ ସାମଗ୍ରୀର ବର୍ଣ୍ଣାଢ୍ୟ ବିଜ୍ଞାପନ ଶୋଭାପାଉଛି। ଏହି ବିଜ୍ଞାପନର ପ୍ରାବଲ୍ୟରେ ଲୁଚିଯାଉଛି ପ୍ରକୃତ ଖବର। 


ଏହି ପାର୍ବଣର ସମୟ ହିଁ ତ ଖବରକାଗଜ ପରିଚାଳନା କର୍ତ୍ତୃପକ୍ଷଙ୍କ ନିମନ୍ତେ ଭଲ ଦି' ପଇସା ରୋଜଗାରର ପ୍ରକୃଷ୍ଟ ସମୟ। ବିଜ୍ଞାପନରୁ ଲବ୍ଧ ଅର୍ଥରେ ବର୍ଷ ଯାକର ଖର୍ଚ୍ଚ ଉଠିଯିବ। 


ଖବରକାଗଜ ଉପରେ ନଜର ପକାଉ ପକାଉ କୌତୁହଳରେ ମକରନ୍ଦ ବାବୁ ତାଙ୍କ ଉଚ୍ଚଶିକ୍ଷିତ ନାତିକୁ ପଚାରିଲେ, "ଆରେ ଶିବୁ! ଏଇ ଯୋଉ ଇ.ଏମ୍.ଆଇ. ₹.୯୯୯* ଏଠି ଲେଖା ହେଇଛି, ସେଇଟା କଣ କିରେ?" 


: ଜେଜେ! ତମେ ସେକଥା କିଛି ବୁଝି ପାରିବନି... 


: ଏଇଟା ଏମିତି କୋଉ ରକେଟ୍ ସାଇନ୍ସ୍ ହେଇଛି ଯେ, ମୁଁ ବୁଝି ପାରିବିନି? 


: ତମେ ଜାଣିନ ଜେଜେ। ରକେଟ୍ ସାଇନ୍ସ୍ ବି ଏଇଟା ଠାରୁ ସହଜ ପାଠ। ଇ.ଏମ୍.ଆଇ. ହେଉଛି ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଏନ୍.ପି.ଏ. ର ଭରଣା କରିବା ନିମନ୍ତେ ଏକ ସୁଚିନ୍ତିତ ଯୋଜନା।


: ମାନେ... ଟିକେ ଭଲକି ବୁଝେଇ କହୁନୁ...


: ସେଇ କଥା ତ କହୁଥିଲି। ତମେ ବୁଝି ପାରିବ ନାହିଁ ବୋଲି। ହେଲେ ତମେ କି ସହଜରେ ଛାଡ଼ିବା ଜନ୍ତୁ?


: ଆରେ ନାତି! କହ ବା... ମଲା ଯାଏଁ ତ ଶିଖିବାର ଅଛି। କହ କହ... ଏଇ ଇ.ଏମ୍.ଆଇ ଆଉ ଏନ୍.ପି.ଏ. କଣ?


: କଥାଟା ଏମିତି ଜେଜେ। ଯେଉଁ ପ୍ରଭାବଶାଳୀ, ଅତି ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ବ୍ଯବସାୟୀ ବର୍ଗ ବ୍ୟାଙ୍କ୍ କିମ୍ବା ଆର୍ଥିକ ସଂସ୍ଥାନରୁ ଋଣ ନେଇ ଇଚ୍ଛାକୃତ ଭାବେ ସୁଧ କିମ୍ବା ମୂଳ ପୈଠ କରନ୍ତି ନାହିଁ, କିଛି ସମୟ ବିତିଯିବା ପରେ ସେହି ଅନାଦେୟ ଋଣରାଶିକୁ ବିତ୍ତୀୟ ଭାଷାରେ ଏନ୍.ପି.ଏ. କହନ୍ତି। ଆଉ ବ୍ୟାଙ୍କ୍ ତ ସେହି କ୍ଷତିକୁ ନିଜସ୍ବ ସମ୍ପତ୍ତି ବିକ୍ରୀବଟା କରି ଭରଣା କରିବ ନାହିଁ ତେଣୁ ସାଧାରଣ ଗ୍ରାହକ ଅବା ଋଣଗ୍ରହିତାଙ୍କ ଠାରୁ ବିଭିନ୍ନ ଉପାୟରେ ବିଭିନ୍ନ ସେବା ବାବଦରେ ଅବା ମାସିକିଆ କିସ୍ତିରେ ବର୍ଦ୍ଧିତ ଦେୟ ଆଦାୟ କରିବା ହେଉଛି ଇ.ଏମ୍.ଆଇ। ଆମ ଭଳି ସାଧାରଣ ଲୋକେ ଜୀବନ ଯାକ ଇ.ଏମ୍.ଆଇ ଭରୁଥିବା ଆଉ ଆମର ଝାଳବୁହା ପଇସାରେ କିଛି ଲୋକ ଏମିତି ମଉଜ କରୁଥିବେ।


: ହଁ, ଏବେ ବୁଝିପାରିଲି। ଏଇଟାର ମାନେ "ଝିଣ୍ଟିକା ମାରି ବଣି ପୋଷିବା!" 



এই বিষয়বস্তু রেট
প্রবেশ করুন

Similar oriya story from Abstract