STORYMIRROR

Sambit Srikumar

Abstract Tragedy Others

4  

Sambit Srikumar

Abstract Tragedy Others

ଦାନାପାଣି

ଦାନାପାଣି

2 mins
422

ବଦଳିଯାଉଥିବା ନୀତି, ଆଦର୍ଶ ଓ ମଣିଷପଣିଆକୁ ନେଇ ବେଶ୍ ବ୍ଯଥିତ ଜଣାପଡୁଥିଲେ ଭୂପତି ବାବୁ। ସାନ୍ଧ୍ୟ ଭ୍ରମଣରେ ବାହାରିଥିବା ବେଳେ ତାଙ୍କର ଚିନ୍ତାଗ୍ରସ୍ତ ମୁଖମଣ୍ଡଳକୁ ଦେଖି ପ୍ରଶ୍ନ କଲେ ବନ୍ଧୁ ସମ୍ପଦ ବାବୁ।


"ଆଜ୍ଞା! କଣ ହେଲା? ଏତେ ବିବ୍ରତ ଲାଗୁଛନ୍ତି?"


: ନାଇଁ, କଥା କଣ କି ଆମ କ୍ବାର୍ଟର୍ସ୍ ପାଖରୁ ଡ୍ରଗସ୍ ବେପାରୀ ଧରା ପଡ଼ିଛି ଯେ, ମିଡ଼ିଆବାଲା ଆମକୁ ପ୍ରଶ୍ନ ପଚାରି ପଚାରି ନାକେଦମ୍ କଲେଣି। ସେ ବେପାରୀକୁ ଆମେ ଜାଣିନାହୁଁ ବୋଲି ଯେତେ ସଫେଇ ଦେଲେ ବି ସେମାନେ ଆମ କଥା ଶୁଣିବାକୁ ନାରାଜ୍।


: ହଁ। ଯେତେବେଳେ ଏତେ ଦିନ ଧରି ଆପଣଙ୍କ ପଡିଶାଘରେ ଭଡ଼ାରେ ରହିଲାଣି ଲୋକଟା, କିଛି ନା କିଛି ତ ସଭିଏଁ ପଚାରିବେ।


: ତାହା ବୋଲି କଣ ମୁଁ ସେଇ ଲୋକଟିକୁ ଆଣି ଏଠି ରହିବାର ବ୍ୟବସ୍ଥା କରିଛି ଯେ, ସମସ୍ତଙ୍କୁ ସଫେଇ ଦେଉଥିବି?


: ପଡୋଶୀ ହିସାବରେ ଭଲ କାମର ପ୍ରତିଦାନ ମିଳୁ କି ନ ମିଳୁ, ଅଘଟଣରେ କିଛି ତ ପ୍ରତିଫଳ ନିଶ୍ଚିତ ମିଳିବ।


: ହଁ, ଅବଶ୍ୟ ସେଇ କ୍ବାର୍ଟର୍ କୁ ମୋର ଜଣେ ଦୂର ସମ୍ପର୍କୀୟ ଶଙ୍କର୍ଷଣ ଭାଇଙ୍କ ନାମରେ ଆବଣ୍ଟନ କରିବାକୁ ଯତ୍ପରନାସ୍ତି ଉଦ୍ଯମ କରିଥିଲି। କିନ୍ତୁ ମୁଁ କି ଅବା ଜାଣିଥିଲି କ୍ବାର୍ଟର୍ ମିଳିବା ପରେ ସିଏ ତାକୁ ଅଜଣା ଲୋକଙ୍କୁ ଭଡ଼ାରେ ଲଗାଇବେ ବୋଲି?


: ତାହେଲେ କଥାର ମଞ୍ଜ ଯାଇ ଏଠି। ଆପଣଙ୍କର ସମ୍ପର୍କୀୟ ଭାଇ ଏବାବଦରେ କଣ କିଛି ଜାଣି ନାହାଁନ୍ତି?


: ସେକଥା ମୁଁ କେମିତି କହି ପାରିବି? ଗୋଟିଏ ସହରରେ ରହୁଥିବା ସତ୍ତ୍ବେ, ମୋ ସହିତ ତାଙ୍କର ବହୁଦିନ ହେଲା ସମ୍ପର୍କ ହିଁ ନାହିଁ। ଭାବିଥିଲି ଦୁଇ ଜଣ ଯାକ ପାଖାପାଖି ରହିବୁ ବୋଲି, ସୁଖଦୁଃଖ, ବିପଦଆପଦରେ ପରସ୍ପରର ହାନିଲାଭ ବୁଝିବୁ। କିନ୍ତୁ...


: ଆଚ୍ଛା! ଇଏ ତେବେ ହେଉଛି ଦାନାପାଣିର କଥା।


: ଦାନାପାଣି? ଭାଇ ତ ଆମର ସରକାରୀ କର୍ମଚାରୀ। ଦରମା ସହିତ ଉପୁରି ମଧ୍ୟ ପ୍ରଚୁର। ସିଏ କଣ ଆଉ...


: ଆଜ୍ଞା! ସତ କଥାଟା ହୁଏତ ଆପଣଙ୍କୁ ବାଧି ପାରେ। ଧରାପଡିଥିବା ଲୋକଟା ପିଆଦା ହୋଇଥିବ, ମାଲିକ ଆଉ କେହି ଥିବ ନିଶ୍ଚୟ। ଆଉ ଯେଉଁ ସମ୍ପର୍କ ନଥିବା କଥା କହୁଥିଲେ... ଯାହାର ଯେଉଁଥିରେ ଦାନାପାଣି, ସିଏ ତାହା କରିବ। ଯେଉଁ ଲୋକଙ୍କ ନୀତି ତାକୁ ସୁହାଇବ ଅବା ଯେଉଁମାନେ ତାକୁ ସମର୍ଥନ କରିବେ, ତାହାଙ୍କ ସହିତ ସିଏ ସମ୍ପର୍କ ରଖିବ। ଯେଉଁମାନେ ବିରୋଧ କରିବେ, ସେମାନଙ୍କ ସହିତ ତା'ର ମନାନ୍ତର ଘଟିବ, ସମ୍ପର୍କ ରହିବ ନାହିଁ।

ସମ୍ପଦ ବାବୁଙ୍କ କଥା ଶୁଣି ଭୂପତି ବାବୁଙ୍କ ଅକଲଗୁଡୁମ୍ ହୋଇ ଯାଇଥିଲା। ପୁଲିସ୍ ତଦନ୍ତରୁ ଧିରେ ଧିରେ ଗୁମର ଫିଟୁଥିଲା। ଆପଣାର ଭାଇ ବୋଲି ଯାହାକୁ ମଣୁଥିଲେ, ସିଏ ତ ବାସ୍ତବରେ ନିଶା କାରବାରର କାର୍ପଟଦାର ଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract