STORYMIRROR

Sambit Srikumar

Abstract Tragedy Classics

4  

Sambit Srikumar

Abstract Tragedy Classics

କଫ୍ ସିରପ୍

କଫ୍ ସିରପ୍

1 min
355

ପ୍ରଫେସର୍ ଫଣିଭୂଷଣ ଚୌଧୁରୀ ନାମଜାଦା ଶିଶୁରୋଗ ବିଶେଷଜ୍ଞ। ତାଙ୍କର ରୋଗ ନିରୂପଣ ଓ ନିଦାନ ନେଇ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ଶିଶୁଙ୍କୁ ଦେଖୁ ଦେଖୁ ଔଷଧ ଲେଖିବା ଆରମ୍ଭ କରିଦିଅନ୍ତି। ଅଭିଭାବକଙ୍କ କଥା ଶୁଣିବାକୁ କିମ୍ବା ଶିଶୁଙ୍କୁ କିଛି ପଚାରିବାକୁ ତର ସହେ ନାହିଁ ତାଙ୍କୁ।


ସରକାରୀ ଚାକିରୀରୁ ସେବାନିବୃତ୍ତ ହେବା ପରେ ନିଜସ୍ବ କ୍ଲିନିକ୍ ପ୍ରତିଷ୍ଠା କରି ଶିଶୁମାନଙ୍କ ଚିକିତ୍ସାରେ ବ୍ରତୀ ଅଛନ୍ତି। ତାଙ୍କ କ୍ଲିନିକରେ ବିଭିନ୍ନ ଔଷଧ ପ୍ରସ୍ତୁତକାରୀ କମ୍ପାନୀର ମେଡିକାଲ୍ ରିପ୍ରେଜେଣ୍ଟେଟିଭମାନଙ୍କର ଭିଡ଼ ପରିଲକ୍ଷିତ ହୁଏ। ଦୀର୍ଘ ସମୟ ଧରି ସେମାନେ ପ୍ରଫେସର୍ ଚୌଧୁରୀଙ୍କ କ୍ଯାବିନରେ କବାଟ କିଳି ଆଳାପ ଆଲୋଚନା କରନ୍ତି।


ଏମିତି ଦିନେ ଗୋଟିଏ ନାମୀଦାମୀ କମ୍ପାନୀ ପ୍ରସ୍ତୁତ ନୂଆ କଫ୍ ସିରପ୍ ବିଷୟରେ କଥାଭାଷା ହେଉଥିବା ବେଳେ ପ୍ରଫେସର୍ ଚୌଧୁରୀ ବିରକ୍ତି ପ୍ରକାଶ କରି ମେଡିକାଲ୍ ରିପ୍ରେଜେଣ୍ଟେଟିଙ୍କୁ ଟିକେ କଡ଼ା ଭାଷାରେ କହିଲେ, "ତୁମେ ଜାଣି ପାରୁଛ ତ ଏହାର ଦାମ୍ କେତେ? ସାଧାରଣ ଲୋକଙ୍କୁ ସୁହାଇବ ନାହିଁ ଏ ଦର। ସାମାନ୍ୟ କଫ୍ ସିରପ୍ ଦାମ୍ ଯଦି ଏତେ ରଖିବ ତ ଲୋକେ କିଣିବେ କେମିତି?"

: ସାର୍! ଆପଣ ଚାହିଁଲେ ଏ ଦାମୀ ଔଷଧ ବି ଚାଲି ପାରିବ। ଆପଣ ଅଭୟ ପ୍ରଦାନ କଲେ, କଥାଟିଏ କହନ୍ତି।

: ବହୁତ କିଛି କହିସାରିଲଣି। କୁହ... କଣ ଆଉ କହିବ। ମୋର କିନ୍ତୁ ଧୈର୍ଯ୍ୟ ନାହିଁ ତୁମ କଥା ଶୁଣିବାକୁ।

: ସାର୍! ଏବର୍ଷ ୟୁରୋପ୍ ଟ୍ରିପ୍ ପାଇଁ ଆପଣ ଆଉ ମ୍ଯାଡ଼ାମ୍...

: ଆଚ୍ଛା ହଉ... ହଉ... ଦେଖିବା...

କେତେକ ଉନ୍ନତ ଦେଶରେ ସମ୍ପୃକ୍ତ କଫ୍ ସିରପ୍.ଟି ପ୍ରତିବନ୍ଧିତ ହୋଇଥିବା ସତ୍ତ୍ୱେ ଆମଦେଶରେ ଭଲ ବିକ୍ରି ହେଉଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract