Bidyut lata Mishra

Romance Inspirational

3  

Bidyut lata Mishra

Romance Inspirational

ଶୁଖିଲା ଗୋଲାପର ବାସ୍ନା

ଶୁଖିଲା ଗୋଲାପର ବାସ୍ନା

3 mins
437


ଏପ୍ରିଲ ମାସର ଏକ ମଧ୍ୟାହ୍ନ । ଟ୍ୟାକ୍ସିଟି ପହଂଚି ସାରିଥିଲା ନିର୍ଦ୍ଧାରିତ ଯାଗାରେ । ଗାଡ଼ିରୁ ଓଲ୍ହାଇ ଅତ୍ୟନ୍ତ ଆଗ୍ରହ ଓ ରୋମାଞ୍ଚରେ ଓଲ୍ହାଇବାକୁ ଲାଗିଲେ ଅରୁଣୀମା, ଅର୍ଧେନ୍ଦୁ ଆଉ ୫ବର୍ଷର କୁନି ପୁଅ କୌଶିକ ।

 ଅର୍ଧେନ୍ଦୁଙ୍କ ବ୍ୟାଙ୍କ ଚାକିରୀ ଯୋଗୁଁ ପ୍ରାୟ ତିନି ଚାରିବର୍ଷରେ ଥରେ ସାମ୍ନା ହୁଏ ଏଇ ଟ୍ରାନ୍ସଫରର । ଭଡା ଘର ଟିକୁ ପୂର୍ବ ଭଳି ସୁସଜ୍ଜିତ କରିଥିଲା ଅରୁଣୀମା । କୌଶିକର ଆଡ଼ମିସନ ମଧ୍ୟ ଗୋଟେ ଭଲ ସ୍କୁଲରେ ହୋଇଥିଲା । ଅର୍ଧେନ୍ଦୁ ଙ୍କ ବ୍ୟାଙ୍କ ପାଖରେ ସ୍କୁଲ । ନୂଆ ସ୍କୁଲରେ କୌଶିକକୁ ଛାଡିବା ଆଣିବା କାମ ଅର୍ଧେନ୍ଦୁ ନେଇଥିଲେ ।

ଅରୁଣୀମା କିନ୍ତୁ ଧୀରେ ଧୀରେ ଅତିଷ୍ଠ ହେଉଥିଲା ଏଇଠି । ଭାଷା ସମସ୍ୟା ଯୋଗୁ ସେ ଏଇ ସମ୍ବଲପୁରରେ ମିଶି ପାରୁନଥିଲା କାହା ସହ ।

କିନ୍ତୁ ଅର୍ଧେନ୍ଦୁ ଆଉ କୌଶିକ ଭାରି ଖୁସି ଥିଲେ । ଆସିବାର କିଛି ଦିନ ମଧ୍ୟରେ ଅର୍ଧେନ୍ଦୁ ଙ୍କ ମୁଁହ ରେ ଏକ ସ୍ମିତ ହାସ୍ୟ ଲାଗିରହୁଥିଲା ପ୍ରାୟ । କେବେ କୌଶିକକୁ ପଢ଼ାଉନଥିବା ଅର୍ଧେନ୍ଦୁ ଏବେ ପ୍ରତିଦିନ ତାର ନୋଟସ ଚେକ କରୁଥିଲେ । ସେମାନଙ୍କ ଖୁସିରେ ବହୁତ ଖୁସି ହେଉଥିଲା ଅରୁଣୀମା । କୌଶିକ ତାର ନୂଆ ମିସଙ୍କ ପ୍ରଶଂସାରେ ଥକୁ ନଥିଲା ଜମା ।

 ଅର୍ଧେନ୍ଦୁ ତିନିଦିନ ପାଇଁ କୋଲକାତା ଯାଇଥାନ୍ତି ତେଣୁ ବାଧ୍ୟ ହୋଇ ଅରୁଣୀମା ହିଁ କୌଶିକ କୁ ସ୍କୁଲକୁ ନେଇଥିଲା । ସ୍କୁଲ ଭିତରେ କୌଶିକ ଜଣେ ମଧ୍ୟମ ବୟସ୍କ ମହିଳାଙ୍କୁ ଜାବୁଡି ଧରି ଚିତ୍କାର କରି ଉଠିଲା, "ମୀ.ମିସ ମୋ ମାମା" ।

"ଅରୁ ତୋ ପୁଅ କୌଶିକ?"

ବିଶ୍ୱାସ କରିପାରୁନଥିଲା ଆଖିକୁ । ସାମ୍ନାରେ ମିନୁ ନାନି ଥିଲା । ବାପା ମା' ହରେଇଥିବା ଝିଅଟିଏ ମିନୁ ନାନି । ଆମ ପଡିଶା ଘର ତା' ମାମୁଁଘର । ଅନେକ ଝିଅ ତାକୁ ଇର୍ଷା କରନ୍ତି । ବିଦ୍ୟା, ବୁଦ୍ଧି,ରୂପ ସବୁର ସମିଶ୍ରଣ ଥିଲା ସେ । କିନ୍ତୁ ହଠାତ କ'ଣ ହେଲା ମିନୁ ନାନି ପାଠ ପଢିବାକୁ ଭୁବନେଶ୍ୱର ଚାଲିଆସିଲେ । ଆଉ ତାପରେ ସେଠାରୁ ଚାଲି ଆସିଥିଲେ ସମ୍ବଲପୁର ବାଲ୍ୟବିଧବା କାନ୍ତା ନାନି ପାଖକୁ । ଆଉ ତାପରଠୁ ତାଙ୍କୁ କେବେ ଦେଖିନି ।

ତାଙ୍କ ମାଇଁ ଭାରି ମନ ଦୁଃଖ କରି କୁହନ୍ତି ମିନୁଟି ଆମର ଘରବୁଢ଼ୀ ହୋଇ ରହିଗଲେ । କେମିତି ବୁଝେଇ ହେବ ତାଙ୍କୁ ।

ଆଉ ଆଜି ଏତେ ଦିନ ପରେ ମିନୁ ନାନି ସହ ବେଶୀ କଥା ହୋଇପାରିନଥିଲି କ୍ଲାସ ଥିବା ଯୋଗୁଁ ତରବରରେ ଚାଲିଗଲେ । ଅର୍ଧେନ୍ଦୁ ଆସିବା ପରେ ତାଙ୍କୁ ବାଧ୍ୟ କରିଥିଲି ମୋ ନାଁ କହି ମିନୁ ନାନିକୁ ସ୍କୁଲରୁ ଘରକୁ ଆଣିବାକୁ । ମିନୁ ନାନି ଆସିଥିଲା ,ତା ରୂପ ଲାବଣ୍ୟ ଟିକେ ବି କମିନଥିଲା । କିନ୍ତୁ ସେ ମୋ ସହ ମିଶି ପାରୁନଥିଲା ଆଗ ଭଳି । ନିଜ ସାନ ଭଉଣୀ ଭଳି ଦେଖେ ସେ ମୋତେ କିନ୍ତୁ ଭାରି ଅନ୍ୟମନସ୍କ ଥିଲା । ନଖାଇ ତରବର ଭାବେ ଚାଲିଗଲା ।

ଅର୍ଧେନ୍ଦୁ ବି ନିରବ ଥିଲେ ସେତେବେଳୁ । ମିନୁ ନାନି ପାଇଁ ଯେ ଅର୍ଧେନ୍ଦୁ ଚିନ୍ତିତ ,କିନ୍ତୁ କାହିଁକି? ଅନେକ ପ୍ରଶ୍ନରେ କୁହୁଳୁ ଥିଲି ମୁଁ । ଏଇ ଭିତରେ ଖରା ଛୁଟି ସରିଯାଇଛି । ଏଇ ଭିତରେ ମିନୁ ନାନି ଥରୁଟିଏ ବି ଘରକୁ ଆସିନି ମୋର ବାରମ୍ବାର ଅନୁରୋଧ ପରେ ବି । ସେଦିନ ଅର୍ଧେନ୍ଦୁ କୌଶିକ କୁ ସ୍କୁଲ ରେ ଛାଡି ଆସି ଛୋଟ ପିଲାଟିଏ ପରି କାନ୍ଦି ଉଠିଲେ "ମିନୁ ପୁଣି ଚାଲିଗଲା ଅରୁ,ଦିନେ ମା ଅସ୍ବୀକାର କରିଥିଲା ମିନୁ କୁ କିନ୍ତୁ ମୋ ଭୁଲ କଣ ଥିଲା । ମା କହିଥିଲା" ବାପ ମା ଛେଉଣ୍ଡ ପୁଣି ସମ ବୟସ୍କ ଏପରି ଝିଅ ଏଇ ଘର ବୋହୁ ହୋଇପାରିବ ନାହିଁ । "ମୁଁ ଘର ଛାଡିବାକୁ ନିଷ୍ପତ୍ତି ନେଇ ମିନୁ କୁ ଦେଖା କରିବାକୁ ଯାଇଥିଲି, କିନ୍ତୁ ମିନୁ ତା ପୁର୍ବରୁ ଚାଲିଯାଇଥିଲା କେଉଁ ଆଡେ,ଖୋଜି ପାଇଲିନି । ଆଜି ଏତେ ବର୍ଷ ପରେ ତାଠୁ ଖାଲି ଏତିକି ଜାଣିବାକୁ ଚାଂହୁଥିଲି ମୋ ଭୁଲ କଣ ଥିଲା,କିନ୍ତୁ ପୁଣି ସେ ଚାଲିଯାଇଛି ମୋ ପାଇଁ ।

ଅରୁଣୀମା ଦେଖୁଥିଲା ଅର୍ଧେନ୍ଦୁଙ୍କୁ ମିନୁ ନାନିଙ୍କ ପ୍ରେମରେ ଅର୍ଧେନ୍ଦୁ ଭାରି ସୁନ୍ଦର ଦିଶୁଥିଲେ ତାକୁ । ତୁମର କିଛି ଭୁଲ ନାହିଁ,ମିନୁ ନାନିର ହ୍ଵାଟ୍ସଆପ ମେସେଜ ଆସିଥିଲା କାଲି ମୋ ପାଖକୁ ଏତେ ଦିନ ପରେ ସେ ugc net କ୍ୱାଲିଫାଇ କରି ଅଧ୍ୟାପକ ପୋଷ୍ଟରେ ଜଇନିଂ କରିଛି । ଆଉ ଆମେ ଦୁହେଁ ତାପାଇଁ ବହୁତ ଲକି । "ଅର୍ଧେନ୍ଦୁ ଆଖିରେ ଆଖିଏ ଲୁହ ଭିତରେ ବି ମିଠା ହସଟିଏ ହସିଥିଲେ, ଆଉ ଅରୁଣୀମା ତାଙ୍କ ଛାତିରେ ମୁଣ୍ଡ ଗୁଂଜି ମିନୁ ଦିଦି ଉପରେ ମିଛ ଇର୍ଷା ଭାବ ଦେଖାଇ କହୁଥିଲା  "କାଇଁ ଏମିତି ତ ମୋ ପାଇଁ କେବେ ହସିନ?"


Rate this content
Log in

Similar oriya story from Romance