Bidyut lata Mishra

Abstract Others


3.8  

Bidyut lata Mishra

Abstract Others


ବେଳାଭୂମି

ବେଳାଭୂମି

4 mins 44 4 mins 44

ମୁଁ ତୃପ୍ତ ନୟନରେ ଦେଖୁଥିଲି ସେ ପ୍ରେମୀ ଯୁଗଳ ଙ୍କୁ ଝିଅଟି କଞ୍ଚା ବୟସର ଥିଲା ମାନେ ଏଇ ୧୫ ବା ୧୬ । ପୁଅଟି ଟିକେ ଅଧିକ ବୟସ ଥିବ ଝିଅଠାରୁ।ଉଭୟ ଉଭୟଙ୍କ ସହ ଖୁବ ମଜା ମସ୍ତି କରୁଥିଲେ।ଝିଅଟି ବେଳାଭୂମି ରେ ବସିଥିଲା ପୁଅଟି ଆଞ୍ଜୁଳା ରେ କିଛି ଲୁଣି ପାଣି ଆଣି ଝିଅଟିର ବେକ ପାଖେ ପକେଇଦେଲା ଝିଅଟି ଚିଡି ଯାଇ ମେଞ୍ଚେ ବାଲି ପୁଅଟିର ଗାଲ ଓ ବେକ ରେ ନେସି ଦେଲା।ପୁଅ ଟି ଝିଅଟିକୁ ଅଣ୍ଟା ପାଖରୁ ଧରିନେଇ ସମୁଦ୍ର ପାଣି ପାଖକୁ ନେଲା ,ଝିଅଟି ବୋଧହୁଏ ଡରୁଥିଲା ପାଣିକୁ ଚିତ୍କାର କରି ଉଠିଲା ,ପୁଅଟି ଝିଅଟିକୁ ଜୋର ରେ ଜାବୁଡି ଧରିଥାଏ ,ହଠାତ ଏକ ବଡ଼ ଲହଡି ଆସିଲା।ମୁଁ ଭୟ ରେ ଥରୁଥାଏ କିନ୍ତୁ ପୁଅଟି ବହୁତ ସାହସୀ ଥିଲା ଝିଅଟି ର କିଛି ହୋଇନଥିଲା।


ଏଇ ଘଟଣା ଭିତରେ ମୁଁ ଫେରିଯାଉଥିଲି ଅତୀତ କୁ ,ସେହି ଅତୀତ ଯାହା କୁ ଭୁଲିବାକୁ ମୁଁ ନୀତି ନୀତି ଚେଷ୍ଟା କରିବି ପାରୁନି।ନିଲୁ କଲେଜ ରେ ମୋର ସାଙ୍ଗ ଆଉ ହଷ୍ଟେଲ ରେ ମୋ ରୁମ ମେଟ ।କଲେଜ ରେ ସର୍ବାଧିକ ନମ୍ବର ରଖିଥିବା ଝିଅ ମୁଁ ହୀ ଥିଲି ତେଣୁ ମୋ ସହ ସମସ୍ତଙ୍କ ମିଶିବାକୁ ଆଗ୍ରହ ଥିଲା।ନିଲୁ ବି ସେମାନଙ୍କ ମଧ୍ୟରୁ ଜଣେ।ମୋର ଟମ ବୟ ନେଚର ଆଉ ସେତେବେଳକୁ ନିଲୁ ର ବାହାଘର ଠିକ୍ ହୋଇ ସାରିଥିଲା ମୁଁ ମୋର ସେକେଣ୍ଡ ୟର ଗ୍ରାଜୁଏସନ ଯୋଗୁ ସିରିୟାସ ଥାଏ ପଢ଼ାରେ।ନିଲୁ ର ଭାବି ଶାଶୂ ଓ ଶଶୁର ସେଦିନ ଆସିଥାନ୍ତି ।ଦୁହେଁ ବହୁତ ସ୍ନେହୀ ଭଳି ଲାଗିଲେ ଏବଂ ଭଲ ମନ୍ଦ ରେ କଥା ହେବା ପାଇଁ ମୋ ନମ୍ବର ମଧ୍ୟ ନେଲେ।


କିଛି ମାସ ର କଥାବାର୍ତ୍ତା ଭିତରେ ମୁଁ ବହୁତ ମିଶିଯାଇଥିଲି ତାଙ୍କ ପରିବାର ସହ।ନିଲୁ ବେଳେ ବେଳେ ଛୁଟି ରେ ତା ଗାଁ କୁ ନଯାଇ ତା ଶାଶୂ ଘର ଗାଁ କୁ ଯାଏ,ସେଥର ସ୍ଵାଧୀନତା ଦିବସ ପରେ ରବିବାର ଓ ତାପରେ ରାଖୀ ପୂର୍ଣ୍ଣିମା ଥାଏ ।ନିଲୁ ର ଭାଇ ତା ଭାବି ଶଶୁର ଙ୍କ ଘରକୁ ଆସିଥାଏ ନିଲୁ ର ବାଧ୍ୟତା ଯୋଗୁ ମୁଁ ମଧ୍ଯ ତାଙ୍କ ଗାଁ କୁ ଗଲି।ସେଠି ଅଜଣା ଜାଗା କିନ୍ତୁ ପୂର୍ବରୁ ମଉସା ମାଉସୀ ଙ୍କ ସହ ପରିଚିତ ଥିବାରୁ କିଛି ଟା ହସି ମୁ କଥା ହେଉଥିଲି।ନିଲୁ ତା ଶାଶୁ ମା ଙ୍କ ସହ ରୋଷେଇ କରୁଥାଏ,ଆମର ନିଲୁ ଘର ଅପେକ୍ଷା ଛୋଟ ଜାତି ତେଣୁ ମୁଁ ତାଙ୍କ ପଢାଘରେ ବସି ଏଣୁ ତେଣୁ କିଛି ବହି ପଢିବା ଭିତରେ ମୋତେ କେମିତି ନିଦ ହୋଇଯାଏ ଆଉ ମୁଁ ସେଠି ଶୋଇପଡିଥାଏ,କେତେବେଳେ କରେଣ୍ଟ କଟିଯାଇଛି ,ହଠାତ କିଏ ଜଣେ ପାଖରେ ଥିବାର ଅନୁଭବ ହେଲା ଚିତ୍କାର କରି ଉଠିଲି।ସେ ଥିଲେ ମୋ ସାଙ୍ଗ ନିଲୁ ର ଦିଅର କୁନାଲ।


କୁନାଲ ଙ୍କ ପିଲାଳିଆମୀ ,ଦୁଷ୍ଟାମୀ ଓ ବ୍ୟକ୍ତିତ୍ୱ ମୋତେ ଆକର୍ଷିତ କରିଥିଲା।ସେଦିନ ନିଲୁ ତା ଭାବି ସ୍ୱାମୀ,କୁନାଲ ଓ ମୁଁ ବୁଲି ଯାଇଥିଲୁ ଚନ୍ଦ୍ରଭାଗା।ମୁଁ ନିଲୁ କୁ ତା ସ୍ୱାମୀ ସହ ଛାଡି ଏକା ଏକା ଭିଜିବାକୁ ଲାଗିଲି ସମୁଦ୍ର ଲହଡ଼ି ର ସେହି ଉଡ଼ି ଆସୁଥିବା ଜଳବିନ୍ଦୁ ରେ ମନ ଉଲ୍ଲସିତ ହୋଇ ଉଠୁଥିଲା।କୁନାଲ ନିଜ ଫୋନ ରେ ଉଠାଉ ଥିଲେ କିଛି ପ୍ରକୃତିର ଫୋଟୋ ।ହଠାତ ମୋ ସାମ୍ନା କୁ ଆସି କହିଲେ ଆପଣଙ୍କର ଗୋଟେ ଫୋଟୋ ଉଠାଇ ପାରିବି।ମୁଁ କହିଲି କାହିଁକି ,ସେ କହିଲେ" କିଛି ନୁଁହ ଏଇମିତି"।ଅନିଚ୍ଛା ସତ୍ତ୍ୱେ ଠିକ୍ ଅଛି କହିଲି।କୁନାଲ ମୋର ମାତ୍ର ଗୋଟିଏ ଫୋଟୋ ଉଠାଇଲେ। କେଉଁଠି ଥିଲା କେଜାଣି ହଠାତ ଏକ ବଡ଼ ଲହଡ଼ି ମାଡି ଆସିଲା ମୋ ଆଡ଼କୁ ,କିଛି ଦୂରରେ ଥିବା କୁନାଲ ଦଉଡି ଆସି ମୋତେ ଜାବୁଡି ଧରି ଆଣ୍ଠେଇ ବସି ପଡିଲେ।ଲହଡି ଫେରିଗଲା ଆମେ ଦୁହେଁ ଓଦା ଜୁଡୁବୁଡୁ।


ଏହା ହୁଏତ ଥିଲା ମୋର ପ୍ରଥମ ଥର ଭିଜିବା ,କୁନାଲ ଙ୍କ ପ୍ରେମରେ।କୁନାଲ କୁହନ୍ତି ମୁଁ ଆସିବା ପରେ କାଳେ ସେ ଜୀବନରେ ବହୁତ କିଛି ପାଇଛନ୍ତି ,ଭଲ ଜବ ,ସବୁ।ମୁଁ କିନ୍ତୁ ନିଜେ ନିଜକୁ ସେ ସଫଳତା ପାଇଁ ଶ୍ରେୟ ଦେଉନଥିଲି।ଧୀରେ ଧୀରେ ମୋ ଜୀବନ ରେ କୁନାଲ ଙ୍କ ମାତ୍ରାଧିକ ହସ୍ତକ୍ଷେପ ଆରମ୍ଭ ହେଲା,ମୋତେ ନେଇ କିଛି ଜିଦ୍ ବି କରିବସିଲେ ମୋ ପାଠ ପଢା କୁ ପଛରେ ପକାଇ ମୋତେ ଥରଟିଏ ଦେଖିବାକୁ ଜିଦ୍ ସେ ବୁଝିବାକୁ ହିଁ ଚାଁହୁନଥିଲେ ମୋ ପରିସ୍ଥିତି।ଏ ଭିତରେ ମୋ ପରୀକ୍ଷା ମଧ୍ୟ ସରିଗଲା।ମୋର ବାବା ଏ ସବୁ ର ଆଭାସ ପାଇ ସାରିଥିଲେ ଏବଂ କୁନାଲ ମଧ୍ୟ ଘରେ ମୋତେ ବିବାହ ନେଇ କହିଥିଲେ । ଯେଉଁ ପରିବାର ମୋତେ ଏତେ ସ୍ନେହ ଦେଇ ପାଛୋଟି ନେଇଥିଲେ ଆଜି ସେମାନେ ମିଛରେ ମୋ ଚରିତ୍ର ,ମୋ ପରିବାର ,ବାବା ସମସ୍ତଙ୍କୁ ଅପମାନିତ କରିବାକୁ ପଛେଇ ନଥିଲେ।ଆମ ଜାତି ତାଙ୍କ ଠାରୁ ଛୋଟ ଥିଲା ଏବଂ ସେମାନେ ଆମ ଜାତିକୁ ନେଇ ଆମ ସାହିରେ ଅପବାଦ ଦେବାକୁ ଲାଗିଲେ।


ଯେଉଁଦିନ ପ୍ରଥମ ଥର ପାଇଁ କୁନାଲ ଙ୍କ ଆଗରେ ତାଙ୍କ ପରିବାର ଲୋକ ମୋ ପରିବାର ସହ କରୁଥିବା ଖେଳ ବିଷୟରେ ଜଣେଇଲି ସେ ମୋତେ ବି ଖରାପ ବ୍ୟବହାର କରିବା କୁ ପଛେଇ ଲାନି।ଦୃଢ଼ ନିଷ୍ପତ୍ତି ନେଲି ଓ ସିମ୍ ଟିକୁ ଟୁକଡା ଟୁକଡା କରି ଭାଙ୍ଗି ଫିଙ୍ଗିଦେଲି।ତଥାପି ଫୋନ ଆସିଥିଲା ମୋ ବାବା ଙ୍କ ପାଖକୁ।ଧୀରେ ଧୀରେ ଫୋନ ଆସିବା ବନ୍ଦ ହେଲା।


ଏ ଭିତରେ ମୋର କେନ୍ଦ୍ର ସରକାର ଙ୍କ ଅଧିନରେ ଭଲ ଚାକିରୀ ଟିଏ ହୋଇଗଲା।ଘର ଇଚ୍ଛା ରେ ବିବାହ ହେଲା,କୁନାଲ କୁ ଏକ କଳଙ୍କିତ ଅତୀତ ଭାବି ଭୁଲିବାକୁ ଚେଷ୍ଟା କରୁଥିଲି କିନ୍ତୁ ଏହି ବେଳାଭୂମିରେ କଟିଥିବା ସେହି ମୁହୂର୍ତ୍ତ ଗୁଡିକ ମୋତେ ଭୁଲିବାକୁ ହିଁ ଦେଉନଥିଲେ।ସତରେ କୁନାଲ ମୋ ସହ ଏଇମିତି କରିବା ପଛରେ କାରଣ କଣ ମୁଁ ଏଯାଏଁ ଜାଣିନି,ମୋ ଜାତି ସେ କଣ ପ୍ରଥମରୁ ଜାଣିନଥିଲେ,କିନ୍ତୁ ଏ ସବୁ ପ୍ରଶ୍ନ ର ଉତ୍ତର କିଏ ଦେବ।


।ଆଜି ମୁଁ ଓଡିଶା ଠାରୁ ବହୁତ ଦୂରରେ ,ପାଞ୍ଚ ବର୍ଷ ପରେ ମୁଁ ଆଜି ଚନ୍ଦ୍ରଭାଗା କୂଳେ ବସି ସମୁଦ୍ର କୁ ପଚାରୁଛି ମୋ ଭୁଲ ଠିକ୍ ର ହିସାବ ,କାହିଁକି ମୋ ଅତୀତ କୁ ବାରମ୍ବାର ମୋ ସାମ୍ନା ରେ ଛିଡା କରେଇଦେଉଛି,କିନ୍ତୁ ସମୁଦ୍ର ତାର ଘୋ ଘୋ ଗର୍ଜ୍ଜନ ଭିତରେ ଦେଉଥିବା ଉତ୍ତର ମୁଁ ବୁଝିପାରୁନଥିଲି।


Rate this content
Log in

More oriya story from Bidyut lata Mishra

Similar oriya story from Abstract