Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Bidyut lata Mishra

Abstract Drama Inspirational

3  

Bidyut lata Mishra

Abstract Drama Inspirational

ଅପା

ଅପା

4 mins
38


ପ୍ରତ୍ୟେକ ଥର ଭଳି ଏଇଥର ବି ଗୋଟିଏ ଭଲ ବାହାନା ଖୋଜୁଥିଲି।ଯେମିତି ବି ହେଉ ଅପାକୁ ମୋ ବାହାଘର କରେଇବା ନିଷ୍ପତ୍ତି ରୁ ଓହରେଇବା ଥିଲା ଉଦ୍ଦେଶ୍ୟ।ବାଙ୍ଗାଲୋର ରେ ଏକ ପ୍ରତିଷ୍ଠିତ କମ୍ପାନୀ ରେ ସଫ୍ଟୱେର ଇଂଜିନିଅର ମୁଁ।ମନ ଭିତରେ କିନ୍ତୁ ବିବାହ କୁ ନେଇ ଅନେକ ଦ୍ଵନ୍ଦ।ଦୁଇ ତିନି ଜଣ ସାଙ୍ଗ ଙ୍କ ବିବାହ ଏବଂ ବିବାହୋତ୍ତର ଜୀବନ ମୋ ମନରେ ଗଭୀର ରେଖାପାତ କରିଥିଲା।


ଏଇଥର କିନ୍ତୁ ଅପା ନଛୋଡ଼ ବନ୍ଧା।ଶେଷରେ ଅପାର ନିଷ୍ପତ୍ତି ମୋତେ ମୁଣ୍ଡପାତି ମାନିବାକୁ ହେଲା।ସୋନାଲି ବୋହୁ ହୋଇ ଆସିଲା ଘରକୁ ।ଅପା ଖୋଜି ଖୋଜି ସୁନାନାକୀ ଭାଉଜ ଟିଏ ଆଣିଥିଲା।ଡେରି ରେ ହେଉ ପଛେ ଭାବିଲି ଯାହା ହେଉ ଅପା ର ଦୁଃଖ ଗଲା ଏଥର।ପିଲାଦିନୁ ଦେଖୁଥିଲି ଜୀବନ ଜଞ୍ଜାଳ ରେ ଅହରହ ସନ୍ତୁଳି ହେଉଥିବା ମୋ ଅପା କୁ।ବାପା ନିଜର ଅଚଳାଚଳ ସମ୍ପତ୍ତି କୁ ଛାଡ଼ି ଅବେଳ ରେ ଚାଲିଯିବା ପରେ ମାଆ ପାଗଳୀ ଭଳି ହୋଇଗଲା,ହିତାହିତ ଜ୍ଞାନ ଶୁନ୍ୟ ହୋଇ ସେ କେବଳ ଜୀଅନ୍ତା ଶବ ଟିଏ ଭଳି ବଞ୍ଚି ରହିଲା।ଅପା ର ସେଇବର୍ଷ ଦଶମ।ଅଧାରେ ଡୋରି ବନ୍ଧା ହେଲା ପାଠପଢ଼ାରେ।।ଆଠ ବର୍ଷ ଦିନୁ ଦେଖି ଆସିଛି ଅପାର ସଂଘର୍ଷ।ଜମିବାଡ଼ି ରେ ରାତି ଦିନ ଖଟି ସେ ବାପାଙ୍କ ଉଜୁଡ଼ା କ୍ଷେତ କୁ ସଜାଡ଼ିଛି।ମୋତେ ମଣିଷ ପରି ମଣିଷ କରି ଗଢି ତୋଳିବାକୁ ମାଟି ସହ ମାଟି ହୋଇଛି।କରଣ ଘର ର ଝିଅ ହୋଇ ମୂଲିଆ ମାନଙ୍କ ସହ ମୂଲିଆ ହୋଇ ଘର ର ପରିସ୍ଥିତି ବଦଳେଇଛି।ଅପା କିନ୍ତୁ ଧୀରେ ଧୀରେ ବଦଳିଲା ପରି ଲାଗୁଥିଲା।


ସୋନାଲି ଘରକୁ ବୋହୁ ହୋଇ ଆସିବା ପରେ ଅପା ର ବ୍ୟବହାର ପରିବର୍ତ୍ତନ ଦେଖାଦେଲା।ବିଶ୍ୱାସ ହେଉନଥିଲା ଯେବେ ସୋନାଲି ଧୀରେ ଧୀରେ ଅପା ବିରୁଦ୍ଧରେ ମୋ ସାମ୍ନାରେ ଅଭିଯୋଗ କଲା।ଯେଉଁ ଅପା କୀଟ ପତଙ୍ଗ ର ପେଟ କଥା ବୁଝେ ସେ ଯେ ସୋନାଲି ସହ ପାତର ଅନ୍ତର କରୁଛି ବିଶ୍ୱାସ ହେଉନଥିଲା।ନୀତି କୁହାକୁ ମୋହନି ଔଷଧ ସରି ନୁହେଁ ନ୍ୟାୟ ରେ ମୋ ଭିତରେ ଅପା ପାଇଁ ବିଷ ଭରିବାରେ ସୋନାଲି ସଫଳ ହେଉଥିଲା।ମୋ ଧୈର୍ଯ୍ୟ ର ବନ୍ଧ ସେଇଦିନ ଭାଙ୍ଗିଲା ଯେବେ ସୋନାଲି ଅଭିଯୋଗ କଲା ଆମ ପିଲାକୁ ପେଟ ରୁ ମାରିବାକୁ ଅପା ଚକ୍ରାନ୍ତ କରି ମାରିଦେଇଛି।ଘରେ ରୋଗିଣୀ ମାଆ ,ଅପା କୁ କାମ ରୁ ଫୁରସତ ନଥାଏ।ବାଧ୍ୟ ହୋଇ ସୋନାଲି କୁ ମୋ ସହ ବାଙ୍ଗାଲୋର ନେଇ ଆସିଲି।


ଘର ସହ ପ୍ରାୟ ନ ମାସ ଧରି କଥା ହୋଇନି ,ହୁଏତ ଅପା ଫୋନ କରିଥିବ କିନ୍ତୁ ମୁଁ ତା ନମ୍ବର କୁ ବ୍ଲକ କରିଦେଇଛି,ଏପରିକି ମୋର ଦିଲ୍ଲୀ ଟ୍ରାନ୍ସଫର ହେବା ଖବର ମଧ୍ୟ ଦେଇନି।ଆସନ୍ତା କାଲି ରାକ୍ଷୀ ପୂର୍ଣ୍ଣିମା ।ଏଇମିତି କୌଣସି ବର୍ଷ ନାହିଁ ଯେବେ ମୋ ହାତରେ ଅପାର ରାକ୍ଷୀ ବନ୍ଧା ହୋଇନି।କିନ୍ତୁ କାଲି ଏଇ ହାତ କୁ ଖାଲି ରହିବାକୁ ହେବ।ଅପା ହୁଏତ ସେଠି ଝୁରୁଥିବ।ଅପା ଏଇମିତି କାହିଁକି କଲା ତାର ଉତ୍ତର ମୁଁ ପାଇପାରିନଥିଲି ।ପଚାରିବାର ସାହସ ନଥିଲା କେବଳ ମୋ କ୍ରୋଧ କୁ ତା ସହ କଥା ନହୋଇ ଜଣେଇ ବାକୁ ଚାଁହୁଥିଲି।ସୋନାଲି କୁ ନଜଣେଇ ଫ୍ଲାଇଟ ରେ ଓଡିଶା ବାହାରିଲି।ଘର ଖାଁ ଖାଁ ଥିଲା।ଅପା କୁ କେଉଁଠି ଖୋଜି ପାଇଲିନି।ଦୁଇମାସ ହେଲା ଅପା କେଉଁଆଡ଼େ ଚାଲିଯାଇଛି ବୋଲି ମଧୁ କକା କହିଲେ।ନିଜେ ନିଜ ଆଖିରେ ଛୋଟ ହୋଇଯାଉଥିଲି।


ଅପା କାଳେ ମୋତେ ଖୋଜିବାର ବହୁତ ଚେଷ୍ଟା କରିଥିଲା।କିନ୍ତୁ ପାରିନଥିଲା।ଦିଲ୍ଲୀ ଯିବା ପରେ ମୁ ନମ୍ବର ଚେଞ୍ଜ କରିଦେଇଥିଲି।ମୁ ଜାଣିଚି ମୋ ଭୁଲ ର ପ୍ରାୟଶ୍ଚିତ ନାହିଁ।୨୦ ବର୍ଷ ଧରି ମୁକ ହୋଇ ପକ୍ଷାଘାତ ରେ ପୀଡିତ ମାଆ ପ୍ରତି ଅପା ର ବୋଝ ସରିବା ପରେ ଅପା ତାର ସ୍ବେଦ ଅର୍ଜିତ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ମୋ ନାଁ ରେ କରି କେଉଁଆଡ଼େ ଚାଲିଯାଇଛି।


ଅପା ର ଠିକଣା କେହି ଜାଣିନଥିଲେ।


ସେହି ସମ୍ପତ୍ତିର ଆବଶ୍ୟକତା ହିଁ କଣ ଅଛି ଯେଉଁଠି ଅପା ନାହିଁ।ଗାଁ ରେ ଗାଁ ଲୋକଙ୍କ ପୁଞ୍ଜିଭୁତ ରାଗ ଅଭିମାନ କୁ ସାଙ୍ଗରେ ନେଇ ମୁଁ ପୁଣି ଦିଲ୍ଲୀ ମୁଁହା।ଭୁବନେଶ୍ୱର ଏୟାରପୋର୍ଟ ରେ ପହଂଚିବା ପାଇଁ ମୁ ଉବେର କୁ ଜଗିଥାଏ ।ଦେଖିଲି ଗୋଟିଏ ଜଗନ୍ନାଥ ମନ୍ଦିର ସାମ୍ନାରେ ଭିକାରୀ ମାନଙ୍କୁ କେହିଜଣେ ଲଡୁ ବାଣ୍ଟୁ ଥାଏ।ସେହି ହାତ କୁ ଚିନ୍ହିବାରେ ମୋତେ ଅସୁବିଧା ନଥିଲା।ଯେଉଁ ହାତ ପିଲାଦିନେ ମୋ ଅଲିଅଝଟ କୁ ସମ୍ଭାଳି ଖୁଆଇଦେଇଛି।ପାଠ ନପଢିଲେ ଗାଲ ରେ ଦି ଥପଡ଼ ଦେଇଛି ,ପ୍ରତିବର୍ଷ ମୋ ହାତରେ ରାକ୍ଷୀ ବାନ୍ଧିଛି ତାକୁ ଚିହିଁପାରିବିନି କେମିତି।ପାଗଳ ଭଳି ଦୌଡିଯାଇ ଅପାର ଗୋଡ଼ ପାଖେ ମୁଣ୍ଡ କଚାଡି ବାକୁ ଲାଗିଲି।


ଅପା ଆଖିରେ ଆଖିଏ ଲୁହ ନେଇ ମୋ ହାତରେ ବାନ୍ଧିଦେଲା ଜଗନ୍ନାଥ ଙ୍କୁ ଲଗେଇ ଆଣିଥିବା ରାକ୍ଷୀଟି।ମୁଁ ଫେରୁଥିଲି କିନ୍ତୁ ଦିଲ୍ଲୀ କୁ ନୁହେଁ ପଲ୍ଲୀ କୁ ମୋ ଗାଁ କୁ ,ଅପା କୁ ନେଇ।ଅପା ଫେରିବା ପରେ ପ୍ରାଣ ଶୁନ୍ୟ ଘରଟି ପୁଣି ସଂଚରି ଗଲା ଅମୃତତ୍ୱ ରେ।ମୋର ସମସ୍ତ ଭୁଲ ପାଇଁ କ୍ଷମା ମାଗିବାକୁ ସାହସ ଜୁଟାଇ ପାରୁନଥିଲି।କିନ୍ତୁ ମୋ ଅଜାଣତରେ କେତେବେଳୁ ଘରେ ଉପସ୍ଥିତ ଥିଲା ସୋନାଲି।

ଅପା ଆଉ ସୋନାଲି ଦୁହେଁ ଦୁହିଁଙ୍କୁ ଦେଖି ହସୁଥିଲେ।କିଛି ବୁଝିପାରୁନଥିଲି।


ରହସ୍ୟ ମୟ ହସ ଟିଏ ହସି ସୋନାଲି କହିଲା," ଏଇ ନ'ମାସ ର ନାଟକର ଯବନିକା ଆଜି ପଡିବ ଏଇଟା ବିଧିର ନିୟମ ଥିଲା।

ଯେଉଁଦିନ ଅପା ମୋତେ ତୁମକୁ ତାଙ୍କ ବିରୁଦ୍ଧରେ କହିବା ପାଇଁ ବାଧ୍ୟ କଲେ ମୁଁ ରାଜି ହୋଇନଥିଲି ।କିନ୍ତୁ ପରେ ବାଧ୍ୟ ହେଲି।ଅପା ଙ୍କର ଦୁଇଟି ଯାକ କୀଡ଼ନି ଫୈଲର ହୋଇଥିଲା ,ଡାକ୍ତର କହିଲେ ଯେତେ ଶୀଘ୍ର ସମ୍ଭବ ଅପେରେସନ କଲେ ବଞ୍ଚିଯିବ।ତୁମେ ଜାଣିଲେ ନିଜେ କୀଡ଼ନି ଦେଇଦେବ ଆଶଙ୍କା କରି ଅପା ତୁମକୁ ଦୁରେଇଦେଲେ।ମଧୁ କକାଙ୍କ ଘରେ ମାଆ ଙ୍କୁ ଛାଡ଼ି ଚାରିମାସ ହେଲା ଅପା ଅପେରସନ ହେଲେ।ପ୍ରତିଦିନ ତୁମର ଚାରି ପାଞ୍ଚଟି ଫୋଟୋ ଉଠାଇ ମୁ ଅପା ଙ୍କୁ ପଠାଏ।ଭଗବାନ ଙ୍କ ଅପାର କରୁଣା ଅପା ଏବେ ସମ୍ପୂର୍ଣ୍ଣ ସୁସ୍ଥ।"


ଅପା ଦୋଷୀ ଭଳି ଛିଡା ହୋଇଥିଲା।


ଭୋ ଭୋ ହୋଇ କାନ୍ଦି ଅପା କୁ ଜାବୁଡି ଧରି କହି ଉଠିଲି," ସବୁ କଷ୍ଟ କୁ ଏକା ଏକା ସହିଗଲୁ,ଏ ଭାଇଟା ଅଲୋଡ଼ା ହୋଇଗଲା।"


ଅପା ମୋତେ ଛାତିରେ ଜାକି ଧରି କାନ୍ଦି ଉଠିଲା।ସୋନାଲି ପଛପଟୁ ଅପାକୁ ଧରିନେଇ କହିଲା,


"ଅପା ଏବେ ଆଉ ବାହାନା ଚଳିବନି,ଏବେ ତୁମ ଭାଉଜ କୁ ମଧ୍ୟ ଏଠି ତୁମ ମାନଙ୍କ ସହ ରହିବାକୁ ଅନୁମତି ଦେବାକୁ ହେବ।"


ଅପା ହସି ହସି ସୋନାଲି କୁ କହିଲା ଯାହା ତୋ ଇଛା କିନ୍ତୁ ବେସିଦିନ ନୁହେଁ ତୋତେ କଣ ଏଥିପାଇଁ ବୋହୁ କରି ଆଣିଥିଲି ମୋ ସୁନା ଭାଇ ହାତରେ ରାନ୍ଧି ଖାଇବ ବୋଲି।କିଛିଦିନ ଏଠି ରହି ତୋତେ ଦିଲ୍ଲୀ ଯିବାକୁ ହେବ।


ନ ମାସ ପରେ ଆଜି ସବୁ ମନ ଖୋଲି ହସୁଥିଲୁ ।ହସ ଥିଲା କେବଳ ମୋ ଅପା ପାଇଁ।





Rate this content
Log in

More oriya story from Bidyut lata Mishra

Similar oriya story from Abstract