Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Bidyut lata Mishra

Inspirational

3  

Bidyut lata Mishra

Inspirational

ଅବସାଦ

ଅବସାଦ

5 mins
102



  ପ୍ରିୟାଲ ମୋର ସହପାଠୀନି ଥିଲା।କଲେଜ ରେ ସବୁ ଛାତ୍ରୀ ମାନଙ୍କ ମଧ୍ୟରୁ ସେ ଅଧିକ ମାର୍କ ଆଣିଥିଲା ମ୍ୟାଟ୍ରିକ ରେ,ତେଣୁ ଲେକ୍ଚର ମାନେ କ୍ଲାସ କଲାବେଳେ ତାକୁ ପ୍ରଶ୍ନ ପଚାରୁ ଥିଲେ।ସ୍ଵଭାବତଃ ମୁଁ ଗପୁଡି ଥିଲି ଭାରି ଇଚ୍ଛା ଥିଲା ତା ସହ ଟିକେ କଥା ହୁଅନ୍ତି କିନ୍ତୁ ସେ ସୁଯୋଗ ଦେଉନଥିଲା ,ମୁଁ କେବେ ଉପରେ ପଡ଼ି କଥା ହେଲେ ସେ ହଁ ନାହିଁ ରେ ଉତ୍ତର ଦେଉଥିଲା ତେଣୁ ମୁଁ ମଧ୍ୟ ଆଉ ତା ସହ ବନ୍ଧୁତା ପାଇଁ ଆଗ୍ରହୀ ହେଇ ନଥିଲି।


ତାର ଗୋଟିଏ ସ୍ୱତନ୍ତ୍ର ଷ୍ଟାଇଲ ଥିଲା ହାଇ ନେକ ଓ ଫୁଲ ହେଣ୍ଡ ସାଲୱାର ପିନ୍ଧୁଥିଲା ସେ ଆଉ ତା ଘନ କେଶ କୁ ପୁରା ଟାଣି ଲମ୍ବା ବେଣି ପକାଉଥିଲା। ସେ ପୁରୁଷ ଜାତି କୁ ଭୀଷଣ ଭାବେ ଘୃଣା କରୁଥିଲା।ଏତେ ପିଲା ଭିତରେ ତାର ଜଣେ ସାଙ୍ଗ ଶିବାନୀ ସେ ତାର ପ୍ରଥମ ଶ୍ରେଣୀ ରୁ ସାଙ୍ଗ।ଶିବାନୀ ଯଦିଓ ଆମ ସହ ମିଶେ କିନ୍ତୁ ସେତେ ନୁହେଁ କାରଣ କ୍ଲାସ ସରିବା ମାତ୍ରେ ସେ ପ୍ରିୟାଲ ସହ ଯିବାକୁ ବାଧ୍ୟ ହୁଏ କାରଣ ଦୁହେଁ ୮କିମି ଦୂରରୁ ସାଇକେଲ ପେଲି କଲେଜ ଆସନ୍ତି।


ମୁଁ କିନ୍ତୁ ପ୍ରିୟାଲ ଅଜାଣତରେ ତାକୁ କପି କରୁଥିଲି ତା ଭଳି ସିଂପଲ ରହୁଥିଲି ମିରର ସାମ୍ନାରେ ଠିଆ ହୋଇ ତା ଭଳି ଡ୍ରେସ ପିନ୍ଧିଲେ କେମିତି ଦେଖାଯିବି ଭାବୁଥିଲି ଆଉ ଦୁଇ ତିନୋଟି ସମ୍ବଲପୁରୀ ଡ୍ରେସ ତା ଷ୍ଟାଇଲରେ ସିଲେଇଥିଲି।ରିସେସ ଟାଇମରେ କମନରୁମରେ ଯେତେବେଳେ ଆମେ ସାଙ୍ଗମାନେ ଟିଭି,ସିରିଆଲ ,ଫିଲ୍ମ, ବିଷୟରେ ଗୋସିପ କରୁ ପ୍ରିୟାଲ ଗୋଟିଏ କଣରେ ବସି ଶ୍ରୀଲ ପ୍ରଭୁପାଦ ,କ୍ରିଷ୍ଣ ମୂର୍ତ୍ତିଙ୍କ ବହି ସବୁ ପଢୁଥାଏ ।ମୋର ଅନେକ ସାଙ୍ଗ କୁହନ୍ତି ତାକୁ ଆତ୍ମଗର୍ବୀ ।ଭଲ ପଢ଼େ ବୋଲି ଗର୍ବ ତାର।ସେଇଦିନ ସେ ପ୍ରଥମ ଥର ମୋ ସହ କଥା ହୋଇଥିଲା ଯେବେ ଆମ ଦୁହିଁଙ୍କ କଲେଜରେ ଶେଷ ଦିନ ତାର ସେକେଣ୍ଡ କ୍ଲାସ ହୋଇଥିଲା ଆଉ ମୁଁ କଲେଜ ଟପ୍ପର।


ସାଙ୍ଗ ମାନେ ତା ପଛରେ କୁହା କୁହି ହେଉଥିଲେ ଅତି ଗର୍ବ ର ଫଳ ପାଇଲା।ଆରେ ଭଲ ପଢ଼େ ବୋଲି କାହାକୁ ଆଡ଼ ଆଖିରେ ଚାଁହୁନଥିଲା ।ମୋ ଈଗୋ ଯୋଗୁ ମୁ ତା ସହ ପ୍ରଥମେ ବନ୍ଧୁତା ର ହାତ ବଢେଇନି,କିନ୍ତୁ ଆଜି ତାକୁ କହିବାକୁ ଚାଁହୁଥିଲି ଯେ ତାର ଅଜାଣତରେ ସେ ମୋତେ କେତେ ପ୍ରଭାବିତ କରିଛି।ମୁଁ ବି ଚେଷ୍ଟା କରିଛି ମୋ ମୁଲ୍ୟବାନ୍ ସମୟ କୁ ସଦୁପଯୋଗ କରିବାକୁ କିନ୍ତୁ ପାରିଲି ତ କେବଳ ପ୍ରିୟାଲ କୁ ଅନୁକରଣ କରି।ତା ପରେ ଅଲଗା ହୋଇଗଲା ଆମ ରାସ୍ତା।


ମୁଁ ଧୀରେ ଧୀରେ ମୋର ପାଠପଢା ଭିତରେ ବ୍ୟସ୍ତ ହୋଇଯାଏ ,ଚାକିରୀ ପାଇବା ପରେ ଥରେ ଜଣେ ସାଙ୍ଗ ଜଣେଇଲା ପ୍ରିୟାଲ ବ୍ୟାଙ୍କ ପିଓ ପାଇଲା।ଭାରି ଖୁସି ଲାଗିଲା ,ସାଙ୍ଗ କୁ ତା ନମ୍ବର ମାଗିଲି କିନ୍ତୁ ମିଳିଲାନି।ଧୀରେ ଧୀରେ ଅନେକଙ୍କ ସହ ଯୋଗାଯୋଗ ହୋଇପାରିଲାନି।ବିତିଗଲା କିଛି ବର୍ଷ, ଆଜି ମୁଁ ସେ ସହରଠାରୁ ଦୂରରେ।ମୋ ବିବାହ ର ଦୁଇବର୍ଷ ପରେ ହଠାତ କେହି ଜଣେ ସାଙ୍ଗ ଆମ ଯୁକ୍ତଦୁଇ ସାଙ୍ଗ ମାନଙ୍କୁ ନେଇ ଗ୍ରୁପ ଟିଏ କଲା ଫେସବୁକ ରେ।ଭାରି ଖୁସି ଲାଗୁଥାଏ ,ନୂଆ ନୂଆ ଫେସବୁକ ଖୋଲିଥାଏ ମୁଁ,ଖୋଜିଚାଲିଲି ପ୍ରିୟାଲ କୁ,କିନ୍ତୁ ନା ପାଇଲିନି।ଶୁଣିଥିଲି ସେ ଏବେ ବ୍ୟାଙ୍କ ପିଓ ନିଶ୍ଚିତ ଅନ୍ୟ କେଉଁ ନାମ ରେ ଥିବ ଭାବି ସ୍ପେଲିଂ କୁ change କରି କରି ଖୋଜିଲି କିନ୍ତୁ ପାଇଲିନି କିନ୍ତୁ ତାର ପିଲାଦିନ ସାଙ୍ଗ ଶିବାନୀ କୁ ପାଇଗଲି। messenger ରେ ଶିବାନୀ କୁ ନମ୍ବର ମାଗିଲି,ଆଉ କଥା ହେଲା ମାତ୍ରେ ଶିବାନୀ ଯାହା କହିଲା ମୁ ବିଶ୍ୱାସ ହିଁ କରିପାରିଲିନି।


-ସେ ଆଉ ନାହିଁରେ!!


-ହ୍ଵାଟ????


କଣ ହେଲା ,ଯୋଉଥିପାଇଁ ଏତେ ଷ୍ଟ୍ରଗଲ କଲା ,ଏତେ ଭଲ ଜବ କଲା ହଠାତ କଣ ହେଲା?


ଶିବାନୀ ବ୍ୟସ୍ତ ଅଛି କହି ଫୋନ କାଟିଦେଲା କିନ୍ତୁ ମୋ ମନ ମାନୁ ନଥିଲା ମୁଁ ପୁଣି କିଛି ଘଣ୍ଟା ପରେ ତାକୁ ରିକ୍ୱେଷ୍ଟ କଲି କହିବାକୁ।


"ପ୍ରିୟାଲ ତା ମାଆ ଙ୍କ ପ୍ରଥମ ସ୍ୱାମୀଙ୍କ ଝିଅ ଥିଲା ,ତା ମାଆ ଙ୍କର ଦୁଇଜଣ ସ୍ୱାମୀ ,ମାନେ ତା ମାଆ ଙ୍କ ସ୍ୱାମୀ ଙ୍କ ମୃତ୍ୟୁ ପରେ ସେ ତାଙ୍କ ସାନ ଭାଇଙ୍କୁ ବିବାହ କରିଥିଲେ,କିନ୍ତୁ ସମସ୍ତେ ପ୍ରିୟାଲ କୁ ଯେତେ ସ୍ନେହ କଲେ ସୁଦ୍ଧା ପ୍ରିୟାଲ ତା ନିଜ ଭିତରେ ମସଗୁଲ ରହୁଥିଲା ପିଲାଦିନୁ।ତା ବାପାଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ମନ ଗଢ଼ା କାହାଣୀ ମୋତେ କୁହେ ।ପିଲାଟି ଦିନରୁ ସେ କୁହେ ବାପାଙ୍କର ଯିବା ପଛରେ କିଛି କାରଣ ଥିବ ନିଶ୍ଚୟ ଆଉ ସେ କାରଣ ମୁଁ ଖୋଜିବି ।ଏଇମିତି ଅତି ଉଦ୍ଭଟ ଚିନ୍ତାଧାରା ଥିଲା ତାର।


ଧୀରେ ଧୀରେ ସେ ବଡ଼ ହେବା ସହ ତା ମନରେ ତାର ବର୍ତ୍ତମାନର ବାପାଙ୍କ ପ୍ରତି ଘୃଣା ବଢିଚାଲିଲା କିନ୍ତୁ ସେ ଭୁବନେଶ୍ୱର ବ୍ୟାଙ୍କିଙ୍ଗ କୋଚିଂ ପାଇଁ ଗଲା ପରେ ବଦଳି ଥିଲା କେତେକାଂଶ ରେ, ତାର ହୃଦୟ ରେ ପ୍ରେମ ରୂପକ ବୀଜ ଅଙ୍କୁରିତ ହେବା ପରେ ସେ ପ୍ରେମ ରେ ମଜ୍ଜି ରହୁଥିଲା ମୋତେ ମୋ ବୈବାହିକ ଜୀବନ କୁ ନେଇ ପ୍ରଶ୍ନ ମଧ୍ୟ ପଚାରୁଥିଲା,ଭାରି ଖୁସି ଥିଲିରେ ମୁଁ ତା ପରିବର୍ତ୍ତନ ରେ।ଯେବେ ପ୍ରଥମେ ଦରମା ପାଇଲା ତା ବାପା ମାଆ ଙ୍କ ପାଈଁ ନୂଆ ଲୁଗା ,ଜୋତା ଭୁବନେଶ୍ୱର ରୁ ଆଣିଲା,ଭାରି ଖୁସିଥିଲେ ମଉସା ମାଉସୀ।ପ୍ରସ୍ତାବ ଖୋଜୁଥିଲେ ପ୍ରିୟାଲ ପାଇଁ କିନ୍ତୁ ସେ ରୋକଠୋକ ନାଁ କରି ଚାଲିଗଲା ।


ପ୍ରିୟାଲ ବର୍ଷେ ତଳେ ହଠାତ ଦିନେ କହିଲା ମୁଁ ଜବ ଛାଡ଼ିଦେବି ।ତାର ହଠାତ ଏଇପ୍ରକାର କଥା ମୋତେ ଆଶ୍ଚର୍ଯ୍ୟ ଚକିତ କଲା କିନ୍ତୁ ମୁଁ ତାକୁ ଏଇପରି ନିଷ୍ପତ୍ତି ନ ନେବାକୁ କହିଲି।ସେ କିନ୍ତୁ ଦୁଇଦିନ ପରେ ତାର ରେଜିଙ୍ଗନେସନ ଲେଟରର ଫୋଟୋ ମୋତେ ପଠେଇଲା,ଆଉ ତା ପ୍ରେମିକକୁ ତା ଜବ କରିବା ପସନ୍ଦ ନୁହେଁ ଆଉ ଏବେ ତାକୁ ତା ପସନ୍ଦ ରେ ଚାଲିବାକୁ ହେବ କହି ଫୋନ କାଟିଦେଲା।

ମୁଁ ପାଖା ପାଖି 15 ଥର କଲ କଲି କିନ୍ତୁ recv କଲାନି।ମୁଁ ରାଗରେ ତା ସହ ପାଖାପାଖି ଦୁଇମାସ କଥା ହେଲିନି।ଦିନେ ହଠାତ ତାର ଫୋନ ଆସେ ସେ ତାର ପ୍ରେମିକ ସହ ବ୍ରେକ ଅପ ହେବା କଥା କହିଲା ଆଉ ସେ ନୂଆ ଜବ ଖୋଜୁଛି ବୋଲି କହିଲା,ଭାରି ଡିପ୍ରେସନ ରେ ଥିଲା ସେ ଜୀବନ ଟା ମୁଲ୍ୟହୀନ ଆଉ ବଞ୍ଚି ବାକୁ ଇଛା ହେଉନିରେ ବୋଲି କହିଲା।ମୁଁ ତାକୁ ଦୁଇଘଣ୍ଟା ଧରି ବୁଝାଇଥିଲି ,ନିଶ୍ଚୟ ତୁ ଭଲ ଜବ ପାଇବୁ try କରେ ,ଧୈର୍ଯ୍ୟର ସହ ପରିସ୍ଥିତି କୁ ସାମ୍ନା କରେ କିନ୍ତୁ ସେ କିଛି ବୁଝିଲା ଭଳି ଲାଗୁନଥିଲା।


ତା ପରେ ମୋର ପୁରୁଣା ଫୋନ ହଜିଗଲା ତାକୁ ବାରମ୍ବାର ଫେସବୁକ ରେ ତା ନମ୍ବର ମାଗିଲି କିଛି ରିପ୍ଲାଇ ମିଳିଲାନି।ଭାବିଲି ହୁଏତ ବାହାରେ କୋଉଠି ଜବ କରୁଛି ତେଣୁ time ହେଉନି। ହଠାତ ଦିନେ ଗୋଟେ ଅଜଣା ନମ୍ବର ରୁ କଲ ଆସେ ଗୋଟେ କୁରିଅର ଆସିଥିଲା ,ସେଦିନ ମୋ birthday ଥାଏ ମୁଁ ପ୍ରିୟାଲ କୁ ସେ ଜବ ପାଇବା ପରେ ଦିନେ କହିଥିଲି ମୋ birthday ରେ ତୁ କିଛି ଗିଫ୍ଟ ଦେବୁ ,ଠକିବୁନି ।


 ଗିଫ୍ଟ ପ୍ରିୟାଲ ହିଁ ପଠେଇଥିଲା ।ଆଉ କୁରିଅର ବୟ କହିଲା ଯେଉଁ ମ୍ୟାଡ଼ାମ ଅର୍ଡର କରିଥିଲେ ତାଙ୍କ ଫୋନ ଲାଗୁନି କିନ୍ତୁ ସେ ଚାରିମାସ ତଳେ ଆପଣଙ୍କ ଠିକଣାରେ ଏହି ସ୍ମାର୍ଟଫୋନ ଅର୍ଡର କରିଥିଲେ ଆଜି ଦେବା ପାଇଁ,ପେମେଂଟ ହୋଇଯାଇଛି।

ମୁଁ ବ୍ୟସ୍ତ ଭାବେ ସ୍ୱାମୀ ଙ୍କୁ ବୁଝାଇ ଗାଁ କୁ ଚାଲିଲି ପ୍ରିୟାଲ କୁ ଦେଖା କରିବାକୁ ।ମଉସା ମାଉସୀ ଙ୍କ ମୁହଁ ରେ ମୁଁ ଦୁଃଖ ର ଛାଇ ସ୍ପଷ୍ଟ ଦେଖୁଥିଲି ଭାବୁଥିଲି କଣ କରିଛି ପ୍ରିୟାଲ । ମାଉସୀଙ୍କ ଆଖିରୁ ଲୁହର ଧାର ମଉସା ଙ୍କ କୋହ ବ୍ୟକ୍ତ କରୁଥିଲା କିଛି ଅଘଟଣ ର ।କାନ୍ଥ ରେ ଝୁଲୁଥିଲା ପ୍ରିୟାଲ ର ଫୁଲମାଳ ଦିଆ ଫୋଟୋ।"


ଶିବାନୀ ର କଥା ଶୁଣି ଭାରି ବ୍ୟସ୍ତ ଲାଗିଲା କିନ୍ତୁ ଏବେ ସବୁ ସରିଯାଇଥିଲା।ପ୍ରକୃତରେ କଣ ପାଇଁ ପ୍ରିୟାଲ ଆତ୍ମହତ୍ୟା କରିଥିବ?

ଶିବାନୀ କହୁଥିଲା ସେ ଡିପ୍ରେସନ ରେ ଥିଲା ଆଉ ସେ ତାକୁ ବୁଝେଇ ଥିଲା ମଧ୍ୟ କିନ୍ତୁ ଡିପ୍ରେସନ ର ସୁଡ଼ଙ୍ଗ କେତେ ଯାଏଁ ବ୍ୟାପ୍ତ କିଏ ଜାଣେ ହୋଇପାରେ କେତେ ସେଣ୍ଟିମିଟର,ମିଟର,କିଲୋମିଟର ବା ଏତେ ଲମ୍ବା ଯେ ଗୋଟେ ଜୀବନ ବି ଅତି ଛୋଟ ହୋଇଯାଏ ଅବସାଦ ଆଗରେ।ଏଯାବତ ଆମେ ଅବସାଦ କୁ ଏକ ରୋଗ ଭାବିନେ,ତେଣୁ ଅବସାଦ ଗ୍ରସ୍ତ ବ୍ୟକ୍ତି କୁ ଆମେ ମାଗଣା ରେ ଉପଦେଶ ଦେଇଚାଲୁ,ମେଡିଟେସନ,ସ୍ପିରିଚୁଆଲ ବୋଣ୍ଡିଙ୍ଗ ପାଇଁ କହୁ କିନ୍ତୁ ପ୍ରିୟାଲ ହୁଏତ ପିଲାଦିନୁ ମେଡିଟେସନ କରୁଥିଲା କିନ୍ତୁ କଣ ଏମିତି ହୁଏ ଏକ ଅବସାଦ ଗ୍ରସ୍ତ ମନରେ ଯେ ସବୁ କିଛି ତୁଛ ଲାଗେ ।ହଁ ସେଦିନ ବି ପ୍ରିୟାଲ ଗଲା ପରେ ସେଇସବୁ କଥା ମୋ ମନକୁ ଆସିଥିଲା।


ଆଜି ତାଜା ହୋଇଯାଉଛି ସେଇ ପୁରୁଣା ସ୍ମୃତି ସତରେ ଏହି ଅବସାଦ କେତେ ମୂଲ୍ୟବାନ ଜୀବନ ନେଇଯାଉଛି।ଆମେ ସମସ୍ତେ ସମାନ ଭାବେ ଆମକୁ ଭଲ ପାଇବେ, ସ୍ନେହ କରିବେ,ସମ୍ମାନ ଦେବେ ଆଶା କରିବା ବୃଥା କିନ୍ତୁ ଅନେକ ପରିସ୍ଥିତି ବାଧ୍ୟ କରେ ଅବସାଦଗ୍ରସ୍ତ ହେବା ପାଇଁ ଆଜି ଅବସାଦ ବିଷୟରେ ମୁଁ ଲମ୍ବା ଚଉଡ଼ା ଲେଖା ଲେଖୁଛି କିନ୍ତୁ କାଲି ମୁଁ ସେଥିରେ ଆକ୍ରାନ୍ତ ନ ହେବି କିଛି ଗ୍ୟାରେଣ୍ଟି ଅଛି??


ଯେବେ ମୋର ଆକ୍ସିଡେଣ୍ଟ ରେ ଗୋଡ଼ ହାତ ଭାଙ୍ଗିଯିବ ମାସେ ପର୍ଯ୍ୟନ୍ତ ,ସୁସ୍ଥ ହେବା ଯାଏଁ ହୁଏତ ଅନେକ ଦେଖିବାକୁ ଆସିବେ କିନ୍ତୁ ଛ'ମାସ ଧରି ଅବସାଦ ଗ୍ରସ୍ତ ହୋଇ ରହିଲେ କେହି ବୁଝନ୍ତି କି? ପ୍ରେରଣା ଦାୟକ ବହି ପଢ଼େ,ଯେତେବେଳେ ଦେଖିଲେ ମୁଁହ ଶୁଖାଇ କାହିଁକି ରହୁଛୁ,ଏଇ ଅବସାଦ କିଛି ନୁହେଁ କେବଳ ତୋ ଭ୍ରମ ଏଇମିତି ଜ୍ଞାନ ଦେଉ କିନ୍ତୁ ଏଇଟା ଜାଣିବା ଦରକାର ଜ୍ଞାନ ତ google ବି ଦିଏ ଦରକାର ଗୋଟିଏ କାନ୍ଧ ର ଯେଉଁଠି ମନ ଖୋଲି ଜଣେ କାନ୍ଦି ପାରିବ,ଏଇମିତି ଜଣେ ଦରକାର ଯିଏ ପାଖେ ପାଖେ ରହି ଏଇ ଆଶ୍ୱାସନା ଦେବ ।




Rate this content
Log in

More oriya story from Bidyut lata Mishra

Similar oriya story from Inspirational