The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Tushar Bky

Crime Inspirational

3  

Tushar Bky

Crime Inspirational

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

5 mins
234


ଗୋଟେ ନୂଆ ସକାଳର ଏକ ଆଗମନକୁ ଆମେ ସମସ୍ତେ ଚାହିଁ ରହି ଥାଉ।ସକାଳର ଆଗମନ ଯେମିତି ରାତ୍ରିର ଘୋର ଅନ୍ଧକାରକୁ ଦୂରେଇ ଦିଏ।ସେମିତି କିଛି ସୁନ୍ଦର୍ ସ୍ୱପ୍ନର ବାତାବରଣରେ ନିଜକୁ ସତେଜ କରି ଉଠୁ ଥିଲେ ସେ ଜେଲ୍ ର ସେଇ ଆବଦ୍ଧ କୋଠରୀରୁ କଏଦୀ ନମ୍ୱର୍ ୩୦୮।ନିଜର ସମସ୍ତ କାମ ସାରି ନିଜକୁ ପ୍ରସ୍ତୁତ ରହି ଥାଏ ସେ କଏଦୀ।ମନ ଭିତରେ କି ଉଲ୍ଲାସ,କି ଆଶାର କିରଣ ଖେଳି ଯାଉ ଥାଏ ତାଙ୍କର।

୧୨ ବର୍ଷ ହୋଇ ଗଲା ।କେତେ ନୂଆ ନୂଆ କଏଦୀ।କେତେ କଏଦୀଙ୍କ କାହାଣୀ।କେତେ କଷ୍ଟ ,କେତେ ଯନ୍ତ୍ରଣା,କେତେ ଦୁଃଖ ସେଇଟା କେବଳ ଜଣେ କଏଦୀ ହିଁ ବୁଝି ଥାଏ।କେତେ କଏଦୀଙ୍କ ଘର ପରିବାର ସହ ବି ମିଶିଛି ୩୦୮ ନମ୍ୱର୍ କଏଦୀ।କେତେ ଲୋକଙ୍କ ସହ ନିଜର ସେ ଅକୁହା କଥାକୁ ମଧ୍ୟ କହିଛି।କିଛି କଏଦୀ ନିଜକୁ ଗର୍ବ କରି କହନ୍ତି ,ମୁଁ ୨ ଟା ମର୍ଡର୍ କରିଛି।ତ ଆଉ କିଏ କହେ ମୋତେ ଫସେ଼ଇ ଦିଆ ଯାଇଛି।ତ ଆଉ କିଏ କହେ ମୁଁ ମୋ ପ୍ରେମିକା ର ବାପାକୁ ମାରି ଆଜି ଏ ଜେଲ୍ ଭିତରେ।ଆଜି ମୋର ସରିଯିବ ଏ କ ପୁରୁଣା ଅଧ୍ୟାୟ।ଯାହା ପାଇଁ ମୁଁ ଆଜି ଅନୁତାପ କରିବା ଛଡା ଆଉ କିଛି ନୁହେଁ।ସମୟ ର ପ୍ରତି ଟି ମୁହୂର୍ତ୍ତ ମୁଁ କେମିତି ବଞ୍ଚିଛି ତାହା କେବଳ ମୁଁ ଜାଣେ।୧୨ ବର୍ଷ ର ଏ ଅଭୁଲା କାହାଣୀ କୁ ମୁଁ ପଛରେ ପକାଇ ଗୋଟେ ନୂଆ ଅଧ୍ୟାୟ ଆରମ୍ଭ କାଟିବାକୁ ଯାଉଛି।ଖୁସି ରେ ଝୁମି ଉଠୁ ଥିବା କଏଦୀ ହଠାତ୍ ଚୁପ୍ ହୋଇ ବସିଗଲା ସେ ୱାର୍ଡ ରେ।ଘଟଣା ଟି ଥିଲା ଏମିତି କିଛି।ମନରେ ଇନ୍ଦ୍ରଧନୁ ଢାଙ୍କି ଥିବା ସେ କଏଦୀ ମନଟା ରେ କନ୍ ପାଇଁ ଗୋଟେ କଳା ବାଦଲ ଘୋଟି ଗଲା?ଆଖିରୁ ୨ ବୁନ୍ଦା ଲୁହ ଠପ୍ ଠପ୍ ହୋଇ ଝରି ଯାଉ ଥାଏ। ଆଉ ପାଖରେ ଥିବା କଏଦୀ ପ୍ରଶ୍ନ କରେ କନ୍ ପାଇଁ ଏ ଲୁହ ଝରୋଉଛୁ।ତୁ କାନ୍ଦିଲେ ତତେ କଣ ଏ ଜେଲର ଛାଡି ଦେବ୍। ନା ତୁ ଘରକୁ ପଳେଇ ବୁ।୩୦୮ ନମ୍ୱର୍ କଏଦୀ ୩୦୭ ଆଉ ୩୦୬ କୁ ନିଜର କାହାଣୀ ଶୁଣେଇବା ପାଇଁ ଆରମ୍ଭ କରିଛି, ଜେଲର ସାର୍ କଡା କଟକଣା ଭିତରେ ତାଗିଦ୍ କରି ରଖିଛନ୍ତି ସମସ୍ତଙ୍କୁ।କିଛି କଥା ବାର୍ତ୍ତା ନାହିଁ।ସେଇଥିପାଇଁ ସମସ୍ତେ ଚୁପ୍ ହୋଇ ଯାଇଛନ୍ତି।ଆଉ କାହାଣୀର ସମସ୍ତ କଥା ରାତିରେ ଉପାଖ୍ୟାନ କରିବେ ବୋଲି କହିଛନ୍ତି।


ସକାଳୁ ସକାଳୁ ଆସିଲା ଆଉ ଗୋଟେ ନୂଆ ୱାରେଣ୍ଟ।ଯୋଉ ୱାରେଣ୍ଟ ରେ ଥିଲା ସମ୍ପୂର୍ଣ୍ଣ ମିଛ ଆଉ ମନ୍ ଗଢା କାହାଣୀ।ଗୋଟିଏ ଲୋକ ୧୨ ବର୍ଷ ଧରି ଜେଲ୍ ରେ କାଟୁ ଥିବା ସମୟରେ,ଆଉ ଗୋଟେ ଅପରାଧ କରିବ କେମିତି?କୌଣସି ଏକ ଚଳଚିତ୍ରରେ ହୁଏତ ତାହା ସମ୍ଭବ ହୋଇ ଥାଇ ପାରେ।କିନ୍ତୁ ବାସ୍ତବିକ ଜୀବନରେ ଏହା ସମ୍ପୂର୍ଣ୍ଣ ଅଲଗା।ଯୋଉ କଏଦୀ ବିଗତ ୧୨ ବର୍ଷ ସମୟ କାଟିଛି ଜେଲ୍ ର ଚାରି କାନ୍ଥ ମଧ୍ୟରେ,ସେ ଆଉ ଗୋଟେ ଅପରାଧ କରିଲା କେମିତି?ଗୋଟିଏ ନା ଦୁଇଟି ଅପରାଧ। ଜେଲର ସାହେବ୍ କହିଛନ୍ତି,ତମର ଦୋଷ ତମେ ଜେଲ୍ ରୁ ଲୁଚିକରି ଯାଇ ଆଉ ଗୋଟିଏ ମର୍ଡର କରିଛ।ସତେ ଯେମିତି ସକାଳ ର ସେ ନରମ ଉଷୁମ ଖରାରେ ନିଜକୁ ଖୁସି ମନେ କରୁ ଥିବା ଖଡା ଶାଗ ଦିନ ଦ୍ୱିପ୍ରହର ରେ ଝାଉଁଳି ପଡେ।ଠିକ୍ ସେମିତି କିଛି ହୋଇ ଥିଲା ତାଙ୍କ ଜୀବନରେ।୧୨ ବର୍ଷ ମାନେ ଗୋଟେ ଯୁଗ।ଗୋଟେ ଯୁଗ ସରିବାର ଠିକ୍ ପୂର୍ବରୁ ପୁଣି ଆଉ ଏକ ଯୁଗ ପହଞ୍ଚି ଗଲ।।

କାହାକୁ କହିବେ!କେମିତି କହିବେ! କଣ୍ ବା କହିବେ! ଏଠି ଗୋଟେ ଭୁଲ୍ ପାଇଁ ୨ ଥର ସଜା କଟା ଯାଏ।ଆଖିରେ ଆଖିଏ ଲୁହ।ଛାତିରେ ଅନେକ ଦୁଃଖ,ଯନ୍ତ୍ରଣା ଆଉ କଷ୍ଟ।କେମିତି ଜଣେଇବେ କି ସେ ଗୋଟେ ଅପରାଧ କରି ଥିଲେ,ଆଉ ଯାହାର ପରିଣାମ ସେ ୧୨ ବର୍ଷ ହବ ଭୋଗି ଆସୁଛନ୍ତି।ଆଉ ଏବେ ପୁଣି ତାଙ୍କୁ ଆଉ ୧୨ ବର୍ଷ ଭୋଗିବାକୁ ପଡ଼ିବ ଗୋଟେ ନୂଆ ଅପରାଧ ପାଇଁ।ଯୋଉ ଅପରାଧର ନା ଅଛି କିଛି ତଥ୍ୟ ନା ଅଛି କିଛି ପ୍ରମାଣ।


କଥାଟି ପ୍ରାୟେ ତ ବୁଝି ହେଲାନି।ବିସ୍ତୃତ ଆକାରରେ ବୁଝାଉଛି।


ହରିଦାସ ପୁର ଗାଆଁ ରେ ନିଜର ଭିଟ୍ଟ। ମାଟିରେ ରହି ଆସୁ ଥିଲେ ଗଙ୍ଗାଧର ଜେନା।ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନିଜର ଚାଷ ଜମିରେ ହଳ ବୁଲାଇ କରି ଆସୁ ଥିଲେ ଚାଷ।ଚାଷ ତାଙ୍କର ଥିଲା କୁଳ ବେଉସା। ସେଇ ଚାଷ ଜମିରେ ହଳ ବୁଲାଇ ଫଳାନ୍ତି ସୁନାର ଫସଲ।ଘରେ ଥିଲେ ତାଙ୍କର ନିଜର ସ୍ତ୍ରୀ ଆଉ ୨ ଟି ସନ୍ତାନ ।

ମୋଟାମୋଟି କହିବାକୁ ଗଲେ ସୁନ୍ଦର୍ ପରିବାର ଟିଏ ଥିଲା ତାଙ୍କର।ନିଜ ଚାଷ ଜମିରେ ଯାହା କିଛି ଫସଲ ହୁଏ,ଖୁସି ଖୁସି ଗ୍ରହଣ କରି ନିଜର ପରିବାର ପ୍ରତି ପୋଷଣ କରି ଆସୁ ଥିଲେ।ସବୁ କିଛି ଠିକ୍ ଠାକ୍ ଚାଲି ଥିଲା ତାଙ୍କ ଜୀବନରେ।

ହଠାତ୍ ମାଡି ଆସିଲା ଏକ ବଡ଼ ସମସ୍ୟା।ନିଜ ପରିବାର ପ୍ରତି ପୋଷଣ କରୁ ଥିବା ଚାଷ ଜମିରେ କିଏ ଜଣେ ଫସଲ ନଷ୍ଟ କରି ଦେଇଛି।ନିଜର ପରିବାର ର ଏକମାତ୍ର ରୋଜଗାର ସମ୍ବଳ ବହନ କରୁଥିବା ଚାଷ ଜମିରେ କିଏ ଲଗେଇ ଦେଇଛି ନିଆଁ।ନିଜର ଅକ୍ଲାନ୍ତ ପରିଶ୍ରମ କୁ କିଏ ଯଦି ଗୋଟେ ସେକେଣ୍ଡ ରେ ନଷ୍ଟ କରି ଦିଏ।ଆପଣଙ୍କୁ କେମିତି ଲାଗିବ?ଘରେ ନିଜର ପରିବାର କୁ କନ୍ ବା ଖାଇବାକୁ ଦବ? କନ୍ ଜେ ତାହାର ଗୁଜୁରାଣ ମେଣ୍ଟାଇବ?ଆଗକୁ ଝିଅ ବାହା ଘର ।ପୁଅର ମାଟ୍ରିକ ପରୀକ୍ଷା।ଘର ଛାଇବା।ନିଜ ବୁଢ଼ୀ ମାର ଶ୍ରାଦ୍ଧ ବାର୍ଷିକୀ।ନିଜକୁ ସମ୍ଭାଳି ପାରିଲିନି ନିଜ କ୍ରୋଧ ଆଗରେ।

ନିଜ ଚାଷ ଜମିକୁ ଚାହିଁ ରହି ଥାଏ ,ଆଉ କାନ୍ଦି ପକାଉ ଥାଏ।ଆଉ ଗ୍ରାମର କିଛି ନାରଦ ଲୋକ ମାନେ ବୁଦ୍ଧି ଦେଲେ।ଆଉ କୁମାନ୍ତ୍ରଣ। ଦେଲେ କି ସିଏ ଯିଏ ତୋ ଫସଲ ଜମିକୁ ଉଜାଡି ଦେଇଛି,ତାର ବି ତୁ ସବୁ କିଛି ଉଜାଡି ଦେ।ଯା ହବ ଦେଖା ଯିବ।ନିଜର ଦୁଃଖ ଆଉ ଆଗକୁ ମାଡି ଆସୁ ଥିବା ସେଇ ସମସ୍ୟା କୁ ଆଖି ଆଗରେ ଖାଲି ନାଚି ଉଠୁ ଥାଏ ସେ ଫସଲ ଉଜାଡି ଥିବା ମଣିଷର କଥା।

କହି ହେଉ ଥାଏ ଥରେ ନଜର ରେ ପଡୁ,କିଏ ସେ ବହାଦୁରିଆ।ମୋ ଫସଲ ଉଜାଡିଛି।

୨ ଦିନ ପରେ କାନ କୁ ଶୁଣା ମିଳିଲା ସେ ବାହଦୁରିଆ ଲୋକର କଥା।ସେମିତି ରାଗ ତମ ତମ ହୋଇ ମାଡି ଚାଲିଲା ତା ଘର ଆଡେ।ଆଉ ଡାକ ଦେଲା ଏ ଵିଶୁ କୋଉଠି ଅଛୁ ଆସେ।ତୋର ମୋର ହିସାବ ଅଛି। ବିଶୁ ଘର ଭିତରୁ ଆସିଲା।କହିଲା କଣ୍ ହେଇଛି? କାହିଁକି ଚିଲୋଉଛି ଗଙ୍ଗା।ଗଙ୍ଗା କହିଲା ମୁଁ ତୋର କଣ୍ କରି ଥିଲି ଦୋଷ।ତୁ ମୋର ସୁନାର ଫସଲ କୁ ସବୁ ଜାଳି ପୋଡ଼ି ଛାରଖାର କରି ଦେଲୁ।ମୁଁ ମୋର ପରିବାର କେମିତି ସମ୍ଭାଳିବି? କେମିତି ମୋ ଝିଅ ବାହାଘର କରିବି?କେମିତି ମୋ ପୁଅକୁ ମାଟ୍ରିକ ପରୀକ୍ଷା ପାଇଁ ପଇସା ଯୋଗାଡ଼ କରିବି? କେମିତି ମୋ ଘର ଛାଇବି?ଏମିତି କହୁ କହୁ ବିଶୁ କୁ ଗୋଟେ ଚାପୁଡ଼ା ମାରି ଦେଲା ବିଶୁ ଘର ଅଗଣାରେ ପଡି ଥିବା ପନିକି ଉଠେଇଲା ଗଙ୍ଗା କୁ ଡରେଇବା ପାଇଁ।ଏମିତି ଏକ କ୍ରୋଧାନ୍ୱିତ ସମୟ ଭିତରେ ଗଙ୍ଗା ହାତରେ ପଡି ଯାଇଛି ସେ ପନିକି।ଆଉ ସେଇ ରାଗ ସମୟରେ ପନିକିରେ ବିଶୁକୁ ହାଣି ଦେଇଛି।ଆଉ କରି ଦେଇଛି ଏକ ବଡ଼ କାଣ୍ଡ।କ୍ରୋଧ ଶାନ୍ତ ହେବା ପରେ ନିଜକୁ ଜାଣି ପାରୁନି କଣ୍ କରିବ ।

ରକ୍ତ ଜୁଡୁ ବୁଡୁ ସେଇ ପନିକି ନେଇ ପହଞ୍ଚି ଯାଇଛି ପୋଲିସ ଥାନ। ଆଗରେ।ଆଉ ପୋଲିସ ପଚାରିବା ପରେ ସବୁ ସତ କଥା କହିଛି ପୋଲିସ ସାହେବ୍ ଆଗରେ।ଆଉ ସେଇ ତଥ୍ୟକୁ ଆଧାର କରି ତାଙ୍କୁ ହୋଇ ଯାଇଛି ୧୨ ବର୍ଷ ଜେଲ।

ଗୋଟେ ସେକେଣ୍ଡ ର ସେଇ ଭୁଲ୍ ପାଇଁ ଯୋଉ ୧୨ ବର୍ଷ ସମୟ ଏହି ଚାରି କୋଠରୀ ମଧ୍ୟରେ କାଟିଲି।ପୁଣି ଥରେ ସେଇ ଜେଲ୍ ରେ ରହିବି ଆଉ ୧୨ ବର୍ଷ ।ଯୋଉ ଭୁଲ୍ ମୁଁ କରିବି ତା ପାଇଁ ମୁଁ କଣ୍ ପାଇଁ ଭୋଗିବି। କଥା ସରି ଯାଇଛି।କଏଦୀ ନମ୍ୱର୍ ୩୦୬,ଆଉ ୩୦୭ ମଧ୍ୟ କାନ୍ଦି ପକେଇଛନ୍ତି।ତାଙ୍କ ଦୁଃଖ ଶୁଣି।

ଗଙ୍ଗାଧର ଜେନା କଏଦୀ ନମ୍ୱର୍ ୩୦୮ ହସି ହସି କହିଛନ୍ତି ,ପଇସା କ୍ୟା ନ କରେ କାମ,ଆବେ ପର୍ଶୁ ଜାବେ ପାର୍ଶୁ,ବାବୁ ପର୍ଶୁରାମ।

କଥା ହେଲା ଏଇଟା କି ଗଙ୍ଗାଧର ଜେନା ଯୋଉ ୧୨ ବର୍ଷ ଜେଲ ର ଚାରି କାନ୍ଥ ମଧ୍ୟରେ ରହି,ଗୋଟେ ଶାର୍ଟ୍,ପ୍ୟାଣ୍ଟରେ ରୁଟି ପିଆଜ ଲଗେଇ ନିଜକୁ ବଞ୍ଚେଇ ଆସି ଥିଲେ।ସେଇଟା ଥିଲା ତାଙ୍କ ଭୁଲ୍।କିନ୍ତୁ ଏ ବାର ବର୍ଷ ଯୋଉ ଟା ଅତିବାହିତ କରିବାକୁ ଯାଉଛନ୍ତି ,ତାହା ଥିଲା ପଇସା ର ଖେଳ ମାତ୍ର।ଅନ୍ୟର ଦୋଷ କୁ ଚାପି ରଖି ପୋଲିସ ଭାଇ ମାନେ ପଇସା ଖାଇ ତାଙ୍କୁ ଫସେଇ ଦେଲେ।ସତରେ ଏଠି ପଇସା ସବୁ କିଛି କରି ପାରେ।ହସ କୁ ଲୁହରେ ,ଆଉ ଲୁହକୁ ହସରେ ପରିଣତ କରି ପାରେ।

ଆଜି ବି କଏଦୀ ନମ୍ୱର୍ ୩୦୮ ଜେଲ୍ ର ଚାରି କାନ୍ଥ ମଧ୍ୟରେ।ଆଉ ବାକି ଅଛି ୨ ବର୍ଷ।ନିଜର କରୁଣ କାହାଣୀକୁ କହନ୍ତି ଆଉ କାନ୍ଦି ପକାନ୍ତି।ଆଉ କହନ୍ତି ଅନ୍ୟର ଦୋଷ ବି ମୋ ଉପରେ ଲଦି ଦିଅ। ଗଲ।

ଆଜି କାଲିର 60ବର୍ଷ ର ଉମୁରୀ ଭିତରେ ମୋ 24 ବର୍ଷ କଟି ଗଲା ଏଇ ଗୋଟିଏ ଘରେ।ସେ ଘର ର ପ୍ରତି ଟି କୋଣ, ଅନୁକୋଣ ସହିତ ମୁଁ ଉତ୍ପ୍ରେତ ଭାବରେ ଜଡ଼ିତ।ସତରେ ଏହି କଥା ଭାବିଲେ ଆଖିରୁ ଲୁହ ଝରି ଆସେ।

ଏତିକି କହିବି ପୁଙ୍ଖାନୁପୁଙ୍ଖ ଆଲୋଚନା, ତର୍ଜ ମା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠନ କଲେ ଜଣେ ନିର୍ଦ୍ଦୋଷ ବ୍ୟକ୍ତି କୁ ଦଣ୍ଡ ମୀଳ ନ୍ତାନୀ।

              


Rate this content
Log in