।।।ବିବାହ।।।
।।।ବିବାହ।।।
ମନରେ ଥାଏ ଅନେକ ଉତ୍କଣ୍ଠା, ଆଉ କିଛି ଝଲସୁ ଥିବା ପ୍ରେମର ପରିଭାଷା । ପ୍ରେମରେ ପଡି ଥିବା ପ୍ରତିଟି ମଣିଷ ଗୋଟେ ଗୋଟେ ପାଗଳ ଆଉ ପାଗିଲି । ନିଜକୁ ଥରେ ନୁହଁ ସହେ ଥର ପଚାର, ଉତ୍ତର ଆପେ ଆପେ ପାଇ ଯିବେ । ନିଜେ ନିଜେ ଗୁଣୁ ଗୁଣୁ ହେଇ ଗୀତ ଗାଇ ଦେବା, ଆଉ କୌଣସି ଗୋଟେ ଚଳଚ୍ଚିତ୍ରର କାହାଣୀକୁ ଦେଖିଲା ପରେ, ନିଜକୁ ସେ ଚଳଚ୍ଚିତ୍ରର ନାୟକ ସହିତ ଆଉ ନିଜର ପ୍ରେମିକାକୁ ନାୟିକା କରି ଭାବି ନେବା, କିଛି ନୂଆ କଥା ନୁହଁ । ବାଥରୁମରେ ନିଜର ପ୍ରେମିକା କାରଣ ଆମେ ସିନା ବଦଳି ଯାଇଛେ ସମୟ ସହିତ ତାଳ ଦେଇ । ହେଲେ ଆମେ ଏ ଯାଏ ବି ସେଇ ଗୋଟେ ସୂତ୍ରଧାରରେ ଆମେ ବଂଚିଛେ ତାହା ହେଉଛି ପ୍ରେମ ।
ପ୍ରେମ ସମସ୍ତେ କରନ୍ତି, ପ୍ରେମର ପରିଭାଷା ଯିଏ ବୁଝିଛି, ସେ ହିଁ ପ୍ରେମକୁ ନେଇ ଏ ଦୁନିଆରେ ଆଗକୁ ବଢ଼ିଛି । ସବୁ ପ୍ରେମରେ ଯେ ମିଳନ ଅଛି, ତାହା କହିଲେ ଭୁଲ୍ ହେବ କିନ୍ତୁ ଏମିତି କିଛି ପ୍ରେମ ଅଛି, ଯାହାକି ଅଧୁରା ଆଉ ଶାଶ୍ଵତ ।
ଶଙ୍କର ବଳ (ଶଙ୍କର)ବିବାହ କରିଥିଲେ ଲୋପାମୁଦ୍ରା ଜେନା(ଲୋପାଙ୍କୁ) । ଶଙ୍କରଥିଲେ ଜଣେ ଦକ୍ଷ, କୁଶଳୀ ଆଉ ସଚ୍ଚୋଟ ଯନ୍ତ୍ରୀ । କଟକର ଗୋଟେ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ ସେ । ଘରେଥିଲେ ତାଙ୍କର ୫୮ ବର୍ଷର ବୁଢା ବାପା (ପ୍ରେସର ଆଉ ଡାଇବେଟିସ ରୋଗରେ ପୀଡ଼ିତ), ଆଉ ୫୨ ବର୍ଷର ବୁଢ଼ୀ ମାଆ(ଯିଏ କି ବାତ ରୋଗରେ ପୀଡ଼ିତ) । ବୟସ ବଢିବା ସଙ୍ଗେ ସଙ୍ଗେ ଏ ପ୍ରକାର ରୋଗ ସମସ୍ତଙ୍କର ଦେଖା ଦିଏ ପ୍ରାୟତଃ । ଆଉ ଅଛନ୍ତି ଜଣେ ୨୦ ବର୍ଷର ସାନ ଭଉଣୀ ।
ମୋଟାମୋଟି କହିବାକୁ ଗଲେ ଗୋଟେ ସୁନ୍ଦର ପରିବାର । ଘରର ପ୍ରତିଟି ସଦସ୍ୟଙ୍କୁ ନେଇ ସେ ନିଜକୁ ସୁନ୍ଦର ଭାବରେ ଚଲେଇ ଆସୁଥିଲେ । କାରଣ ଦୁଇ ପରିବାରର ଇଚ୍ଛା ଅନୁସାରେ ସେ ଦୁହେଁ ବିବାହ କରିଥିଲେ ।
ଶଙ୍କର ଆଉ ଲୋପାଙ୍କ ଯୋଡ଼ି ଥିଲା ରାଧା କୃଷ୍ଣଙ୍କ ପରି । ଦୁହିଁଙ୍କ ମଧ୍ୟରେ ଥିଲା ଅମାପ ଭଲ ପାଇବା, ବିଶ୍ୱାସ, ଆଉ ଭରସା । ଯେମିତିରେ ଥିଲେ, ଯେତିକିରେ ଥିଲେ, କେବେ ବି ପ୍ରତିବାଦ କରି ନାହାନ୍ତି କାହା ଆଗରେ ଲୋପା । ଲୋପା ଜାଣିଥିଲେ କଷ୍ଟ କଣ, କାରଣ ସେ ସେଇ ଅଭାବ ଆଉ ଅନଟନର ସେଇ ଜ୍ୱଳନ୍ତ ପ୍ରତିଛବିକୁ ବହୁତ୍ ପାଖରୁ ଦେଖିଛନ୍ତି ସେ । ଗରିବ ନହେଲେ ବି ଗୋଟେ ମଧ୍ୟବିତ୍ତ ପରିବାରର ପ୍ରତିଟି ସଦସ୍ୟ ନିଜକୁ ଆଡଜଷ୍ଟ୍ କରି ପାରେ ସବୁ ପରିସ୍ଥିତିରେ । ଚିନି ନଥିଲେ ଗୁଡ଼ର ପ୍ରୟୋଜନ, ଆଉ ଗୁଡ଼ ନଥିଲେ ନକୁଲ୍ ଦାନାର ପ୍ରୟୋଜନ ଆମ ସମସ୍ତଙ୍କୁ ପ୍ରାୟତଃ ଜଣ। । ଆଉ ନିଜ ଜୀବନରେ ପରିଲକ୍ଷିତ ମଧ୍ୟ ହୁଏ । ଏମିତି କିଛି ପରିସ୍ଥିତି ସୃଷ୍ଟି ହୋଇନି ଅବଶ୍ୟ ତାଙ୍କ ଜୀବନରେ, ମୋଟାମୋଟି କହିବାକୁ ଗଲେ ଜୀବନରେ ମ୍ୟାନେଜ କେମିତି କରାଯାଏ, ତାହା ସେ ଭଲ ଭାବେ ଜାଣିଥିଲେ । ଶଙ୍କର ଥିଲେ ଘରର ଏକମାତ୍ର ରୋଜଗାରର ମାଧ୍ୟମ । ଆଉ ଘରର ପ୍ରତିଟି ଖର୍ଚ୍ଚ ଯେମିତି କି ଔଷଧରୁ ଆରମ୍ଭ କରି, ଘରର ଆସବାବ ପତ୍ର ଯାଏ, ଭଉଣୀର ପାଠ ପଢାର ଖର୍ଚ୍ଚରୁ ଆରମ୍ଭ କରି ଷ୍ଟଡି ଲୋନ୍ ଯାଏ, ସମସ୍ତ ଖର୍ଚ୍ଚ ଶଙ୍କରଙ୍କ ଉପରେ ନ୍ୟସ୍ତ । ସେତକ ଛାଡ଼ିଲା ପରେ ଶଙ୍କରଙ୍କର ନିଜର ବି ଖର୍ଚ୍ଚ ଅଛି, ଯେମିତି ଜୀବନ ବୀମା, ଘର ଭଡ଼ା, ନିଜ ଖର୍ଚ୍ଚ ଆହୁରି ଅନେକ । ସେଥିରୁ ପଇସା ବଞ୍ଚେଇ ଘରକୁ ପଇସା ଦେବା, ଆଉ ସେଇ ପଇସାରେ ଘର ଚଳେଇବା କିଛି କଷ୍ଟ ସାଧ୍ୟ ନ ଥିଲା କି? ରୋଗୀଣା ବାପା ମାଆଙ୍କର ଔଷଧ ଆଉ ତାଙ୍କ ସ୍ତ୍ରୀ ଆଉ ଭଉଣୀର ଖର୍ଚ୍ଚ ସବୁ ଥିଲା ତାଙ୍କ ଉପରେ । ସବୁଠୁ ବଡ଼ କଥା ହେଲା, ଏତେ ଗୁଡ଼ିଏ ଚାଲିବା ସଙ୍ଗେ ସାଙ୍ଗେ ଆଗକୁ ଚିନ୍ତାର ବିଷୟ ଥିଲା, ନିଜ ଭଉଣୀର ବାହାଘର ।
ଏ ବ୍ୟସ୍ତ ବହୁଳ ଜୀବନରେ ଲୋପା ଶଙ୍କରଙ୍କୁ କେବେ ବି ମାଗି ନାହାନ୍ତି କିଛି ଗୋଟେ ଉପହାର ପାଇଁ । ନା ମାଗିଛନ୍ତି ଗୋଟେ ଶାଢ଼ୀ । ସେ ସମସ୍ତଙ୍କୁ ନେଇ ବଞ୍ଚିବା ଶିଖିଛନ୍ତି । ଶଙ୍କର କଟକରୁ ଗୋଟେ ଗୋଟେ ୭୦୦ ଟଙ୍କାର ଶାଢ଼ୀ ନେଇ ଯାଇଛନ୍ତି । ଆଉ ମନେ ମନେ ଭାବୁଥାନ୍ତି କି, ମୋ ଲୋପ। ଏ ଶାଢୀରେ ବହୁତ୍ ସୁନ୍ଦର ଲାଗିବ । ଆଉ ମୁଁ ତା ପାଇଁ ଏଇଟା ହେଉଛି ପ୍ରଥମ ଉପହାର । ଏମିତି ଥୁଆ ହୋଇ ଥାଏ ଘରର ଖଟ ଉପରେ । ଆଉ ତା ପର ଦିନ ଶଙ୍କର କିଛି ଗୁରୁତ୍ୱ କାମ ପାଇଁ କଟକ ପଳେଇ ଆସିଛନ୍ତି । ଶଙ୍କର କହିଛନ୍ତି, ଏ ଶାଢ଼ୀଟି ପିନ୍ଧିବା ପରେ ମତେ ଫଟୋ ସେଣ୍ଡ କରିବ, କହି ପଳେଇ ଆସିଛନ୍ତି । ଶଙ୍କର ଆସିବା ପରେ ମନରେ ଥିବା ଆଶାକୁ ଦ୍ଵିଗୁଣିତ କରି ଦେଇଛନ୍ତି ଲୋପ। । ସ୍ଵାମୀଙ୍କ ପ୍ରଥମ ଉପହାର ନା । କିଛି ସମୟ ପରେ ତାଙ୍କ ନଣନ୍ଦ ଏ ଶାଢ଼ୀଟିକୁ ଦେଖି ବହୁତ୍ ଖୁସି ହୋଇ ଯାଇଛନ୍ତି । ଆଉ କହିଛନ୍ତି ଭାଉଜ, "ଆଗକୁ କୁମାର ପୂର୍ଣ୍ଣିମା ଅଛି, ମୁଁ ଏଇ ଶାଢ଼ୀ ପିନ୍ଧି ଓଷା କରିବି" । ନିଜ ସାନ ଭଉଣୀ ଭଳି ଭଲ ପାଉ ଥିବା ନଣନ୍ଦଙ୍କୁ ଖୁସିରେ ସେଇ ଉପହାରଟିକୁ ଦେଇ ଦେଇଛନ୍ତି । ତାଙ୍କ ନଣନ୍ଦ ବି ବହୁତ୍ ଖୁସି ହେଇ ଯାଇଛନ୍ତି ସେ ଶାଢ଼ୀ ପାଇ । ଆଉ ଓଷାର ଶେଷରେ ସମସ୍ତେ ସେ ଶାଢ଼ୀର ପ୍ରଶଂସା କରିଛନ୍ତି, ଯାହା ଫଳରେ ସେ ସେଇ ଶାଢ଼ୀଟିକୁ ରଖି ଦେଇଛନ୍ତି ନିଜ ପାଇଁ । ଭାଉଜ ବି ମନା କରି ନାହାନ୍ତି ସେଇ ଶାଢ଼ୀ ପାଇଁ ।
ଶଙ୍କର ମନ ଦୁଃଖ କରୁଥିଲେ, କିନ୍ତୁ ଲୋପ। ବୁଝେଇ ଦେଇ କହିଛନ୍ତି, ଆଉ ଥରେ ମୋ ପାଇଁ ଗୋଟ
େ ଶାଢ଼ୀ ନେଇ ଆସିବ । ଆଉ କହିଛନ୍ତି ତମ ଭଉଣୀ ସେ ଶାଢ଼ୀକୁ ପାଇ ବହୁତ୍ ଖୁସି, ଏମିତି ବି ତମେ କୁମାର ପୂର୍ଣ୍ଣିମା ପାଇଁ ତ। ଲାଗି ଗୋଟେ ଶାଢ଼ୀ କରିଥାନ୍ତ । ଯାହା ହେଲା ଠିକ୍ ହେଲା ବାସ୍ । ଶଙ୍କର ସଙ୍ଗେ ସାଙ୍ଗେ ତାରିଫ୍ କରିଛନ୍ତି ଲୋପାଙ୍କୁ । ମନ ଭିତରେ ଦୁଃଖ ଥିଲେ ଧନ୍ୟବାଦ୍ ଦେଇଛନ୍ତି ବହୁତ୍ ଲୋପାଙ୍କୁ । ସେଇଥି ପାଇଁ ତ ଘରର ସବୁଠୁ ସୁନା ବୋହୂ ହୋଇ ପାରିଥିଲେ ଲୋପ। । ଯିଏ ନିଜକୁ ଓପାସ୍ ରଖି ଅନ୍ୟକୁ ଖୁଆଇ ଥାଏ, ଯିଏ ନିଜେ ନ ପିନ୍ଧି ଅନ୍ୟକୁ ଦାନ କରେ ନିଜ ଅଂଶକୁ ସେ ସତରେ ଧନ୍ୟ । ଅଲିଅଳି ବୋହୂଥିଲେ ଘରର ସେ, କାରଣ ସେ ସବୁ ପରିସ୍ଥିତିରେ ଘରର ବୋହୂ ହିସାବରେ ସେ ପରିଚାଳନା କରିବାରେ ସମର୍ଥ ହୋଇଛନ୍ତି ।
ସବୁ କିଛି ଠିକ୍ ଠାକ୍ ଚାଲି ଥାଏ ବଳ ପରିବାରରେ । ଆଗକୁ ଆସୁ ଥିଲା ସାବିତ୍ରୀ ବ୍ରତ । ମନସ୍ଥ କରିଥିଲେ ଗୋଟେ ସୁନ୍ଦର ଶାଢ଼ୀଟିଏ ଦବାକୁ ଶଙ୍କର । କିନ୍ତୁ ଏ କଥାଟି ଥିଲା ସମ୍ପୂର୍ଣ୍ଣ ଗୋପନୀୟ । ସାବିତ୍ରୀ ବ୍ରତର ପୂର୍ବ ଦିନ ଶାଢ଼ୀଟିଏ କିଣିଲେ ୧୫୦୦ ଟଙ୍କା ଦେଇ । ଆଊ ତାକୁ ଆଣିଲା ପରେ କୌଣସି ମତେ ଲୋପ। ଦେଖି ଦେଇଥିଲେ ସେଇ ଗୋପନୀୟ ରଖା ଯାଇ ଥିବା ଉପହାରଟି । ଆଉ ମନେ ମନେ ବହୁତ ଖୁସି ଅନୁଭବ କରୁଥିଲେ । କାରଣ ସାବିତ୍ରୀ ବ୍ରତରେ ସ୍ଵାମୀଙ୍କ ଏ ଉପହାରଟି ତାଙ୍କ ପାଇଁ କେଡେ ଆଲୋଡନ ଖେଳେଇ ନ ଦେଇ ଥିବ ଲୋପ।ଙ୍କ ମନରେ । କି ଉତ୍କଣ୍ଠା, କି ଚମକ, କି ଖୁସି, ସବୁ କିଛି ଝଲସୁ ଥିଲା ତାଙ୍କ ଚେହେରାରେ । ଆଉ ରାତ୍ରି ସମୟରେ କଥା ଆଳରେ ଲୋପ। ପ୍ରଶ୍ନ କରିଥିଲେ "ମୋ ପାଇଁ କିଛି ଆଣିନ"?ଆଉ ସ୍ୱାମୀଙ୍କ ଉତ୍ତର ଥିଲା ନା । ଲୋପ। ରାଗରେ କହି ଦେଇଥିଲେ କି ଏ ଯୋଉ ଶାଢ଼ୀ ଆଣିଛ କୋଉ ମାଇପ ପାଇଁ?ସଙ୍ଗେ ସଙ୍ଗେ ଉତ୍ତର ଆସି ଥିଲା କି ଗୋଟେ ସୁନ୍ଦରୀ ସ୍ତ୍ରୀକୁ ଏ ଯାଏ ଗୋଟେ ସୁନ୍ଦର ଶାଢ଼ୀ ଦେଇ ପାରିନି । ଆଉ ଗୋଟେ ମାଇପ ଆଣିବି କୋଉଠୁ । ସତ କଥା ହେଲା ମୁଁ ମୋ ସ୍ତ୍ରୀ ପାଇଁ ଆଣିଛି ବାସ୍ ।
ସକାଳର ସେଇ ଉଲ୍ଲାସ, ସେଇ ଖୁସି କହିଲେ ସରିବ ନି । ଲୋପ।ଙ୍କ ପାଦ ତଳେ ଲାଗୁ ନ ଥାଏ । କାରଣ ସେ ଦିନ ଥିଲା ସାବିତ୍ରୀ ବ୍ରତ । ଆଉ ତାଙ୍କ ସ୍ଵାମୀଙ୍କର ପ୍ରଥମ ଉପହାର । ୧୫୦୦ ଟଙ୍କାର ଗୋଟେ ଶାଢ଼ୀ । ସକାଳ ୮.୩୦ ବେଳେ ଗୋଟେ ଫୋନ୍ କଲ୍ ଆସିଲା, କି ଲୋପ। ତୋ ସାଙ୍ଗ ଲିପିର ଦୁର୍ଘଟଣା ହୋଇଛି । ସେ ବର୍ତ୍ତମାନ ଆଇସିଉରେ । ଶିଲା ଥିଲା ଲୋପ।ର ଅନ୍ତରଙ୍ଗ ବନ୍ଧୁ । ଏ ଖବର ପାଇ ଅଚେତ୍ ହୋଇ ପଡ଼ି ଯାଇଥିଲେ ତଳେ ଲୋପ। । ସଙ୍ଗେ ସଙ୍ଗେ ଶଙ୍କର ଲୋପକୁ ପାଖ ମେଡ଼ିକାଲକୁ ନେଇ ଯାଇଥିଲେ । ଆଉ ଡାକ୍ତର କହିଥିଲେ, ଭୋକ ଉପାସରେ ଥିଲେ, ଆଉ ଏ ଦୁଃଖଦ ଘଟଣାଟି ବୋଧେ ତାଙ୍କ ହାର୍ଟକୁ ବନ୍ଦ କରି ଦେଇଛି । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତରଙ୍କୁ ଆଖିର ସେଇ ଛଳ ଲୁହରେ ପଚାରୁଛନ୍ତି ମୁଁ ବିଶ୍ୱାସ କେମିତି କରିବି ? ଡାକ୍ତର କହିଲେ ମୁଁ କିଛି ବି କରି ପାରିବି ନାହିଁ । ତା ପରେ ସେ ଲୋପାଙ୍କୁ ତାଙ୍କ କୋଳରେ ଶୋଇ ଘରକୁ ଆଣିଲେ, ଆଉ ଘରେ ପୁରା ଶୋକାକୁଳ ପରିବେଶ ।
ଶଙ୍କର ନିଜେ ସଜେଇ ଦେଲେ ଲୋପାଂକୁ । ସେ ଆଣିଥିବା ସେଇ ଶାଢ଼ୀକୁ ପିନ୍ଧେଇ ଦେଲେ, ପାଦରେ ଅଳତା, ମଥାରେ ସିନ୍ଦୂର, ଆଉ ନୂଆ ଚୁଡି ସବୁକୁ ପିନ୍ଧେଇ ଦେଲେ । ସଜେଇ ଦେଲେ ଯେମିତି ଗୋଟେ ହିନ୍ଦୁ ପରମ୍ପରାରେ ସ୍ୱାମୀ ବଞ୍ଚିଥିବା ଅବସ୍ଥାରେ ସ୍ତ୍ରୀକୁ ଯେମିତି କର୍ମ କରାଯାଏ, ଯଥା ବିଧି ଅନୁସାରେ ସବୁ କିଛି କଲେ ଶଙ୍କର । ଆଖିରେ ଲୁହର ବର୍ଷା, କଣ ହେଇ ଗଲ । ସବୁ କିଛି । କିଛି ବି ଜାଣି ପାରୁ ନଥିଲେ । ଶଙ୍କର ନିଜ ମୋବାଇଲରୁ ବହୁତ୍ ଫଟୋ ପାଗଳ ପରି ଉଠେଇଥିଲେ । ଆଉ କେତେ କଣ୍ କହି ପାକୋଉଥିଲେ । ନିଜକୁ ଧିକ୍କାର ମଧ୍ୟ କରୁଥିଲେ । ସମସ୍ତ କର୍ମ ସମ୍ପନ୍ନ ହେଲା ପରେ ।
ସନ୍ଧ୍ୟାରେ ସେଇ ଫଟୋକୁ ଦେଖି କାନ୍ଦି କାନ୍ଦି ଆଖି ଫୁଲେଇ ଦେଇଥିଲେ ସେ । ମୁଁ ମୋ ବାହାଘରର ଏତେ ଦିନ ଯାଏ ଗୋଟେ ଶାଢ଼ୀ ଦେଇ ପାରିନି ମୁଁ ମୋ ଲୋପ।ଙ୍କୁ । ହେଲେ ସେ ମୋ ପରିବାର ପାଇଁ କଣ କଣ ତ୍ୟାଗ ନ କରିଛି । କିଏ କେତେ କଣ ବୁଝିଛି ତାହା ମୁଁ ଜାଣିନି, କିନ୍ତୁ ଲୋପ। ମୋ ପାଇଁଥିଲେ ଜଣେ ଅମୂଲ୍ୟ ରତ୍ନ । ଯୋଉ ରତ୍ନକୁ ଏମିତି ଜାଗାରେ ହଜେଇ ଦେଇଛି, କି ସେ ଜାଗାକୁ ଯାଇ ପାରିବି । ନା ତାକୁ ଆଣି ପାରିବି । ଲୋପାଙ୍କ କଥା ମନେ ପକେଇ କହୁଛନ୍ତି, ସେ କହୁଥିଲା ଏଇ ଉପହରଟି ମୋ ପାଇଁ କେତେ ମୂଲ୍ୟବାନ ତମେ ବୁଝି ପାରିବନି!!!ଆଉ ଏଇ ଶାଢ଼ୀଟିକୁ ମୁଁ କାହାକୁ ମଧ୍ୟ ଦେବୀ ନାହିଁ । ସତକୁ ସତ ସେ ସେଇ ଶାଢ଼ୀଟିକୁ ନେଇ ଗଲା । ସବୁ ଦିନ ପାଇଁ । ଆଜି ବି ଶଙ୍କର ଏକା ଅଛନ୍ତି । ଆଉ ସେ ଶୂନ୍ୟସ୍ଥାନକୁ କେବେ ବି ଭରିବାକୁ ଚେଷ୍ଟା କରି ନାହାନ୍ତି । ତାଙ୍କର ଫଟୋକୁ ଦେଖି ଆଜି ବି କାନ୍ଦି ପକାନ୍ତି ସେ ।
ସତରେ ପ୍ରେମର ମୂଲ୍ୟ କେହି ବି ଦେଇ ପାରିବେନି । ଗୋଟେ ନାରୀର ତ୍ୟାଗ ସବୁ ବେଳେ ବହୁତ୍ ଉଚ୍ଚାରେ ।
ନାରୀ ଜାତିକୁ ମୋର ସତ ସତ ନମନ୍ । ହୁଏତ ତୁମ ନୂଆ ଶାଢ଼ୀର ପ୍ରଥମ ଫଟୋ ଶେଷ ହୋଇ ଗଲ । ଆମ ପାଇଁ । ଆଜି ବି ଶଙ୍କର କନ୍ଦେ ଲୋପ।ଙ୍କ ପାଇଁ ।