Tushar Bky

Tragedy

4.0  

Tushar Bky

Tragedy

।।।।ସ୍ମୃତି।।।।

।।।।ସ୍ମୃତି।।।।

6 mins
104


ସଂଧ୍ୟା ବେଳର ସେ ଘଟଣା । କାଳ ବୈଶାଖୀର ଆଗମନରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ରାସ୍ତା କଡ଼ରେ କିଛି ଗଛର ଡାଳ ପଡି ରାସ୍ତା ବନ୍ଦ୍ ହୋଇ ଯାଇଛି । ଆଉ ରାସ୍ତାର ଆର ପଟେ ବଡ଼ ବଡ଼ ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକ ପଡି ରହିଛି । ଘରେ ରହି ଯାଇଛି ମୁଁ । ବୋଉ କହୁଛି ଦୁଇଟା ମୁଢି ଖାଇ ଦଉନୁ । ନା ମତେ ଭୋକ ନାହିଁ, ଟିକେ ନାଲି ଚାହା କରେ । ସାଙ୍ଗ ହୋଇ ପିଇବା । ଚାହା ବନା । ସରି ଯାଇଛି । ଚାହା ପିଇବା ପାଇଁ ବସିଛନ୍ତି ଦୁହେଁ ମାଆ ପୁଅ । ବାପା ଯାଇଛନ୍ତି ଗୋଟେ ବ୍ରତ ଘର ନିମନ୍ତ୍ରଣରେ । ହୁଏତ ଆଜି ଆସିବେ କି ନାହିଁ ଜଣା ନାହିଁ?

ଚାହା ପିଆ ସରି ଯାଇଛି । ବିଦ୍ୟୁତ ନ ଥିବାରୁ ଘର ଆଉ ଗାଆଁ ସବୁ ଖାଁ ଖାଁ ଲାଗୁଛି । ସେ କୋଳାହଳ ପୂର୍ଣ୍ଣ ଟେଲିଭିଜନ ପ୍ରାୟତଃ ବନ୍ଦ୍ । ରାତିର ସେ ଅନ୍ଧକାର ଭିତରେ ସନ୍ଧାନ କରୁଥାଏ ଆଲୁଅ ପାଇଁ । ଆଉ ମା ଜଳେଇ ଦେଇଛି ଗୋଟେ ଲଣ୍ଠନ । ସତେ ଯେମିତି ଆଲୋକ ପାଇଁ ଏ ଅନ୍ଧାର ଗୁଡ଼ିକ ପ୍ରାଣ ବଳି ଦେଇଛନ୍ତି ସେଇ ଭଳି ଲାଗୁ ଥାଏ । ନୂଆ ଆଶାର କିରଣ ବିଛାଡି ହୋଇ ପଡୁ ଥିବା ଭଳି ଲାଗୁ ଥିଲା । 

ଏମିତି ବସି ବସି ବୋରିଂ ହେବ । ସମୟରେ ଭାବିଲି କିଛି ଗୋଟେ ବହିକୁ ପଢି ସମୟ ଅତିବାହିତ କରିବାକୁ । ଦୁଇଟି ବହି ଥ।କ ଖୋଜ । ଖୋଜି ପରେ ମିଳିଲା ଗୋଟେ ସୁନ୍ଦର୍ ଡ଼।ଏରୀ । ଭେଲଭେଟ୍ କଭରରେ ଆଚ୍ଛାଦିତ ସେଇ ଡ଼।ଏରୀ । ମନେ ହେଉ ଥିଲା ସତେ ଯେମିତି ରେଶମରେ ତିଆରି ହୋଇଛି । ଯାହା ବି ହେଉ ନ । କାହିଁକି ଡ଼।ଏରୀ ।ଟି ଖୁବ୍ ସୁନ୍ଦର ହୋଇ ଥିଲା । ରଙ୍ଗ ଥିଲ। ଲ।ଲ୍ । 

 ଅନ୍ୟ କାହାର ଡ଼।ଏରୀ ପଢ଼ିବ । ଅବଶ୍ୟ ଭୁଲ । କିନ୍ତୁ ସେ  ଡ଼।ଏରୀର ମାଲିକ ନାହାନ୍ତି ଏ ଦୁନିଆରେ । ସେଇଥି ପାଇଁ   ଡ଼।ଏରୀକୁ ଗୋଟେ ଦମ୍ଭରେ ଖୋଲି ଚାଲିଲି । ପ୍ରଥମ ପୃଷ୍ଠାରେ ନିଜ ନାଆଁକୁ ଗୋଲେଇ କରି ଲେଖିଛି । ମନେ ହେଉ ଥାଏ କିଏ ଜଣେ ଟାଇପ୍ କରିଛି ବୋଧହୁଏ ? ଖୁବ୍ ସୁନ୍ଦର୍ ଭାବରେ ଲେଖା ହୋଇଥିଲା ନିଜର ନାଁ ମଧୁପ୍ରିୟ । କି ସୁନ୍ଦର ଅକ୍ଷର ! ଜାଣିଗଲି ଏ ଡ଼।ଏରୀ । ଆଉ କାହାର ନୁହଁ ମୋ ନିଜ ଭଉଣୀର । ମା'କୁ ଲୁଚେଇ ଲୁଚେଇ ସେଇ ମିଞ୍ଜି ମିଞ୍ଜି ଆଲୁଅରେ ପଢି ଚାଲିଲି ସେ ଡ଼।ଏରୀକୁ । 

ମା' ପଚାରିଲା ଏଇଟା କଣ ତୁ ପଢ଼ୁଛୁ?ମୁଁ କହିଲି ଗୋଟେ "ଠାକୁରଙ୍କ ବହି" । କିନ୍ତୁ ମୋ ମାଆ ଜାଣି ଥିଲା,ମୁଁ ମିଛ କହୁ ଥିଲି ବୋଲି । କାରଣ ନିଜ ଝିଅର ଶେଷ ସନ୍ତକକୁ ସାଇତି ରଖି ଥିବା ବ୍ୟକ୍ତିଟି ମୋ ମାଆ । ମୁଁ ମିଛ କହିଲା ପରେ ବି ମାଆ କିଛି କହୁ ନଥିଲା ମୋତେ । ଲଣ୍ଠନର ସେ ମିଞ୍ଜି ମିଞ୍ଜି ଆଲୁଅରେ ମାଆର ମୁହଁକୁ ଦେଖେ ତ,ଆଖିରେ ଜକେଇ ଆସିଥାଏ ହରେଇବ।ର ସେ ଲୁହ । କିଛି ନ ଦେଖିଲା ପରି, କିଛି ନ ଜାଣିଲା ପରି ଡ଼।ଏରୀର ଗୋଟେ ପୃଷ୍ଠା ଖେଳାଉ ଥିଲି, ଆଉ କିଛି କିଛି ପୃଷ୍ଠାକୁ ମନ ଲଗେଇ ପଡୁ ଥିଲି । 

ପ୍ରଥମ ପୃଷ୍ଠା ଠାକୁରଙ୍କ ଭଜନ, ଶ୍ଳୋକ, ଗୀତ ଆଉ କିଛି ସାୟରି । ପୁଣି ୨ ଫର୍ଦ୍ଦ ଗଲ। ପରେ ଆରମ୍ଭ ହୋଇଛି କିଛି ନିଜ ମନର କାହାଣୀ । ଡ଼।ଏରୀର ଗୋଟି ଗୋଟି ଲାଇନରେ ପରିସ୍ଫୁଟ ହେଉ ଥିଲା ଭକ୍ତି ଭାବ ଆଉ କିଛି ଛୋଟ ପିଲାଙ୍କ ଭଳି ଅଳି । ଆଉ କିଛି ରାଗିବା,ଋଷିବାର ଦୃଶ୍ୟ । ଆଉ କିଛି ଜାଗାରେ ନିଜର ଦୁଃଖକୁ ବ୍ୟକ୍ତ କରିବାର ନୂଆ ପ୍ରୟାସ । । ଆଉ କିଛି ଜାଗାରେ କ୍ଷୋଭ । ତ ଆଉ କିଛି କିଛି ଜାଗାରେ ଖୁସିର ସେ ପରିସ୍ଫୁଟିତ ହସ । ଆଉ କିଛି କିଛି ଜାଗାରେ ବାପାଙ୍କୁ କରୁ ଥିବା ଅଳି । ତ ଆଉ କିଛି ଜାଗାରେ ମାଆକୁ ନିଜର ଆପଣେଇବାର ପ୍ରୟାସ । ପାଠକ ଯେକୌଣସି ଗୋଟେ ଖାତା କି ବହି ଧରିଲେ ପ୍ରଥମେ ଦେଖେ କେତେ ପୃଷ୍ଠା ଲେଖା ହୋଇଛି ତ।ପରେ ଖାତା କିମ୍ବା ବହି ବା ଡ଼।ଏରୀର ଆଗ ପଛ ଦେଖେ । କେମିତି ହେଇଛି ଏ ଡ଼।ଏରୀ । 

(ବାପା ଓ ମାଆର ୨ଟି ସନ୍ତାନ ଆମେ ଦୁଇ ଜଣ । ନିଜ ବାପା ଓ ମାଆଙ୍କ ଠାରୁ ବେଶୀ ଭଲ ପାଉଥିଲେ ବଡ଼ ବାପା ଆଉ ବଡ଼ ମା । 

ବଡ଼ ବାପା ଆଉ ମାଆଙ୍କର ୪ଟି ପୁଅ ଝିଅ ସତ୍ତ୍ୱେ ବି ସେମାନେ ଆମ ଭାଇ ଭଉଣୀଙ୍କୁ ନିଜ ପୁଅ ଝିଅ ଭଳି ଦେଖୁଥିଲେ । ଆମର ପ୍ରତିଟି ଆବଶ୍ୟକତାକୁ ସେମାନେ ପୁରା କରି ଆସୁଥିଲେ । ଏମିତି ଆମେ ଦୁଇ ଭାଇ ଭଉଣୀ ନିଜ ବାପା ଓ ମାଆଙ୍କୁ ସାନ ବାପା ଆଉ ସାନ ମାଆ ବୋଲି ସମ୍ବୋଧନ କରି ଆସୁଥିଲୁ । ବାପା ଆଉ ମାଆଙ୍କ ପ୍ରେମ ସତରେ ନିଃସ୍ୱାର୍ଥପର । ସେମାନେ ଦୀର୍ଘ ଦିନ ହେବ ରହି ଆସୁଥିଲେ କଲିକତାରେ । )

ପୁଣି ମୂଳରୁ ପଢିବାକୁ ଲାଗିଲି । ୪ଟି ପୃଷ୍ଠା ଖୋଲି ସାରିବା ପରେ ,ଖାଲି ମୋରି ଅଭିଯୋଗ ଦେଖିବାକୁ ପାଇଲି । ବିକି ମତେ ମାରିଲା, ଆଜି ଚୁଟି ଘୁମେଇକି ମାରିଛି । କାଲି ମୋ ଗାଲ ଚିପି ଦେଇ ମୋ ପିଠିରେ ଥୋଇଥିଲା । ମାଡ ଗୋଳଟି ମୋ ଆଡୁ ହୋଇଥିଲେ ବି ସେ ଉଲ୍ଲେଖ କରେ ତା ଭୁଲ । ମୁଁ ମାରି ସାରିବା ପରେ କହେ ତୁ ମୋ ସାଙ୍ଗରେ କଥା ହେବୁନାହିଁ । କି ମୁଁ ବି କଥା ହେବି ନାହିଁ । 

ବାସ୍ ଗୋଟେ ଘଣ୍ଟାର ସେ ନିରବତା ଭିତରେ ପାଟିଟି କୁଣ୍ଡେଇ ହୁଏ ତା ସାଙ୍ଗରେ ପୁଣି ଉପରେ ପଡ଼ି କଥା କହିବା ପାଇଁ । ପୁଣି ସେଇ ଭାଇ ଭଉଣୀଙ୍କ ପ୍ରେମ ଆସି ଯାଏ । ଏ ଅଭିଯୋଗ ଘରେ ମୀମାଂସା ହେଲା ପରେ ଯାଏ ବଡ଼ ବାପା ଆଉ ମାଆଙ୍କ ପାଖକୁ । ସେମାନେ ଅଭିଯୋଗଟିକୁ ଶୁଣି ସାରିଲା ପରେ ମୋର ହୁଏ କ୍ଲାସ୍ । ଆଉ ମୁଁ ଗାଳି ମଧ୍ୟ ଖାଏ । କିନ୍ତୁ ମାଡ ଗୋଳ ସମୟରେ ମୁଁ ବେଶୀ ମାରେ । ସେ ମୋତେ ମାରି ପାରେନି । ସେଇଥି ପାଇଁ ଏ ନାଟକ ରଚନା କରେ ସେ । ଆଉ ଯେବେ ମୁଁ ସେଠୁ ବଞ୍ଚି ଗଲି ତେବେ ମୋର ବଡ଼ ଭାଇଙ୍କୁ ଏହି ଅଭିଯୋଗ କରି ଗାଳି ଖୁଆଇ ଥାଏ । 

ଏମିତି କି ଡ଼।ଏରୀରେ ମାଛ ମୁଣ୍ଡ ଖାଇବା ପାଇଁ ଇଚ୍ଛା କରୁଥିବା ମୋ ଭଉଣୀ ଗାଳି ଖୁଆଇଛି ମତେ । ଚପ୍ ଖାଇବା ପାଇଁ ଗାଳି ଖୁଆଇଛି । ଟିଭି ରିମୋଟ୍ ପାଇଁ ଗାଳି ଖୁଆଇଛି । ନରମ ତକିଆ ପାଇଁ ଗାଳି ଖୁଅ । ଇଛି । ଖଟ ଉପରେ ଶୋଇବା ପାଇଁ ଗାଳି ଖୁଅ । ଇଛି । ମା ପାଖରେ ଶୋଇବା ପାଇଁ,ଆଇଶ୍ କ୍ରିମ କିମ୍ବା ଗୁପଚୁପ ଖାଇବା ପାଇଁ, ମ । ମୁଁ ଘର ଯିବ । ପାଇଁ,ବୋଉ ପାଖରୁ ପଖାଳ ଖାଇବା ପାଇଁ,ବାପାଙ୍କ ଉପରେ ଗୋଡ଼ ପକେଇ ଶୋଇବା ପାଇଁ,ମିଠା ଖାଇବା ପାଇଁ,ଏମିତି କି ବାଥରୁମ ଯିବ । ପାଇଁ । ଏମିତି ଆହୁରି ଅନେକ କଳି ଝଗଡ଼ା ଘନୀଭୂତ ହୁଏ,କେନ୍ଦ୍ରୀଭୂତ ହୁଏ ଆଉ ଦୂରୀଭୂତ ମଧ୍ୟ ହୁଏ ଆମ ଘର ଭିତରେ ***********

ମା'କୁ ସିନା ମିଛ କହି ଦେଲି ସେ ଦିନ । କିନ୍ତୁ ମୁଁ ନିଜେ କାନ୍ଦି ପକେଇଲି । ମୋ ଭଉଣୀ ଯିବାର ୧୦ ବର୍ଷ ପୁରି ଗଲାଣି । କିନ୍ତୁ ଆଜି ବି ସେ ଝଗଡ଼ା ମନେ ପଡି ଯାଏ । ଆଜି ବି ସେ କଥା ଗୁଡ଼ିକ ଜୀବନ୍ତ ମନେ ହୁଏ । ବେଳେ ବେଳେ ଭାବେ ମୁଁ ସିନା ମୋ ଭଉଣୀକୁ ଭୁଲି ପାରୁନି । ମୋ ମାଆ ବାପା ଆଉ ବଡ ମା ବଡ ବାପା କେମିତି ନିଜକୁ ସମ୍ଭାଳି ଥିବେ । ସେ ଡ଼।ଏରୀକୁ ଆଉ ନ ଖୋଲି ତୁରନ୍ତ ବନ୍ଦ୍ କରି ଦେଲି ମୁଁ । ଆଉ ସେଇ ପୁରୁଣା ବହି  ଥାକରେ ରଖି ଦେଲି । ମୋ ଭଉଣୀ ସିନା ଏ ଦୁନିଆରେ ନାହିଁ । କିନ୍ତୁ ତାର ସେଇ ଭଗବତ୍ ଗୀତା, ତା ଡ଼।ଏରୀ, ଆଉ ତାର କିଛି ଡ୍ରେସ ଆଜି ବି ସାଇତି ରଖିଛି ମୋ ମାଆ । କିନ୍ତୁ ତା'ର ସେ ପଇସା ରଖା କୁମ୍ପିକୁ ଭାଙ୍ଗି ସବୁ ପଇସା ଖର୍ଚ୍ଚ କରି ଦେଇଛି ମୁଁ । ଆଜି ବି ସେ ମନେ ପଡୁଛି । ଆଜି ବି ତା ସାଙ୍ଗରେ ଝଗଡ଼ା ଲଗେଇବା ପାଇଁ କାନ୍ଦୁଛି । ଆଉ ସେଇ କୋହ ଭରା ହୃଦୟରୁ କହେ ତୁ ବରଂ ଦୁଇଟା ଅଧିକ। ମାରେ କିନ୍ତୁ ମୋ ସାଙ୍ଗରେ କଳି ଲଗା । ତୁ ମୋର ସବୁ ଭୁଲକୁ ଆଉ ଟିକେ ରଙ୍ଗେଇକି କହ ବାପା ଆଉ ଭାଇ ଆଗରେ । ସତ କହୁଛି ମୁଁ କିଛି କହିବିନି ତତେ । 

ଭାଇ ଭଉଣୀର ସମ୍ପର୍କ ଗୋଟେ ନିଆରା ସମ୍ପର୍କ । ସତରେ ଖାଇବା ବେଳେ ମନେ ପଡି ଯାଏ ତାର ସେଇ ଅଝଟିଆ କଥା । ଶୋଇବା ବେଳେ ମନେ ପଡି ଯାଏ ତାର ସେ ଦାଦାଗିରି । ମାଡ ଖୋଇବା ବେଳେ ମନେ ପଡି ଯାଏ ତାର ସେ ମାମଲତି । ଗାଳି ଖୋଇଵ । ବେଳେ ମନେ ପଡି ଯାଏ ତାର ଓସ୍ତାଦି । ଆଉ ପାଠ ପଢ଼ାଇବା ବେଳେ ମନେ ପଡି ଯାଏ ତାର ସେ ଧମକ । 

ମୁଁ ସତରେ ବହୁତ୍ ଏକ। ହୋଇ ଯାଇଛି । ତତେ ସିନା ହରେଇବ। ପରେ ମୁଁ ନିଜକୁ ସମ୍ଭାଳି ନେଉଛି । ସାଙ୍ଗ ସାଥି ମେଳରେ, ମୋବାଇଲ ଗେମ୍ ଖେଳି,ନହେଲେ ବାହାରେ ବୁଲି କରି । କିନ୍ତୁ ବଡ଼ ବାପା ମା ଆଉ ସାନ ବାପା ମା କେମିତି ନିଜକୁ ସମ୍ଭାଳି ନିଅନ୍ତି । ସେଇଟା ମୁଁ କହି ପାରିବିନି । ଆଜି ବି ଯେବେ କୌଣସି କଥା ପଡେ ତୋ କଥା ମନେ ପଡେ । ସମସ୍ତେ ତୋ କଥା କହନ୍ତି,ଆଉ କାନ୍ଦି ବି ପକାନ୍ତି । କଣ କରିବ । ? ଜୀବନ ଅଛି ମାନେ ମୃତ୍ୟୁ ମଧ୍ୟ ଅଛି । ମୁଁ ତୋର କୌଣସି ସନ୍ତକ ରଖି ପାରିନି । ଖାଲି ତୋର ତେରଟା ଫୋଟୋ ଅଛି । ଆଉ ତୋ ସେଇ ନାଲି ଡ଼।ଏରୀ ଅଛି । ତୋର ସେଇ    ଡ଼।ଏରୀକୁ ଦେଖିଲା ପରେ ମତେ ଅନୁଭବ ହୁଏ । ତୁ ଆମ ସାଥୀରେ ସେମିତି ଅଛୁ ବୋଲି । ଭଗବାନ ତୋ ଆତ୍ମାକୁ ସଦଗତି ଦିଅନ୍ତୁ,ଏହା ମୋର ଭଗବାନଙ୍କ ନିକଟରେ ଅଳି ଆଉ ପ୍ରାର୍ଥନା 



Rate this content
Log in

Similar oriya story from Tragedy