STORYMIRROR

Tushar kanta sahoo

Inspirational

3  

Tushar kanta sahoo

Inspirational

ଭଙ୍ଗା କୁଡିଆ

ଭଙ୍ଗା କୁଡିଆ

2 mins
235

ଏ ଛିଣ୍ଡା ଅଖା, ଚିରା ସାଲ୍,ଦଦରା ସାଇକେଲ ଆଉ ଏ ଅଧା ଗଢ଼ା ଝରକାକୁ ଦେଖି କଣ ଭାବୁଛନ୍ତି ଆପଣ?

ଗରିବ ,ହଁ ମୁଁ ସେଇ ଗରିବ ଶ୍ରେଣୀର ପିଲାଟିଏ ।

କରୋନା ମହାମାରୀ ମୋ ବାପାଙ୍କ କୁଳବେଉସ। ବୁଡ଼େଇ ଦେଇଛି, ସତ କିନ୍ତୁ ମୋ ବାପା ନିଜ ସ୍ଵାଭିମାନୀପଣିଆକୁ ହରେଇ ଦେଇ ନାହାନ୍ତି।ଆଜି ମୋ ବାପା ନିଜ ବାଡ଼ିରେ ପନିପରିବା ଚାଷ କରିଛନ୍ତି । ଭଲ ଦୁଇ ପଇସା ହେଇ ଯାଉଛି । ଆମ ଘରର ଗୁଜୁରାଣ ମଧ୍ୟ ହୋଇ ଯାଉଛି । ବର୍ଷା ଆଗମନରେ ମୋ ଘରେ ପାଣିର ଲହଡ଼ି ଖେଳେ, ସେ ଛିଣ୍ଡା ଅଖା ତାର ଖୋଲା ହୃଦୟରେ ବର୍ଷାର ସେଇ ପ୍ରତିଟି ଲହଡ଼ିକୁ ଘାତ ପ୍ରତିଘାତ କରି ମୋ ଘରକୁ ଶୁଷ୍କ ରଖେ ।

ଯେବେ ଶୀତର ପ୍ରକୋପ ମୋ ଘରର ଆଜବେଷ୍ଟସକୁ ଶୀତଳ କରି ଦିଏ । ସେହି ସମୟରେ ମୋ ଦେହର ତାପମାତ୍ରାକୁ ବଢେଇବା ପାଇଁ ସେଇ ଚିରା ସାଲ ନିଜର ସେଇ ଖୋଲା ଦେହରେ ମୋ ପରିବାରର ଉଷ୍ମତାକୁ ଦ୍ଵିଗୁଣିତ କରେ।

ବାପାଙ୍କ ବେପାର ବନ୍ଦ ଥିବାରୁ ପୁରୁଣା ଭଙ୍ଗା ସାଇକଲଟି ସେମିତି ନିସ୍ତେଜ୍ ହେଇ ପଡି ରହିଛି ଯେମିତି ଗୋଟେ ପକ୍ଷପାତ ରୋଗୀ ଭଳି । ବାପାଙ୍କ କାର୍ଯ୍ୟକୁ ଚାହିଁ ରହିଛି ।

ସର୍ବଶେଷରେ ଆମ ସେ ଅଧା ଗଢା ଝରକା, ଯୋଉଠି ଆମେ ବାପାଙ୍କ ଆସିବା ବାଟକୁ ଚାହିଁ ରହୁ ଥିଲୁ । ସେ ଆଜି ବାହାରକୁ ଚାହିଁ ରହିଛି ଆଉ ନିରବତାକୁ ଦେଖି ଚୁପ୍ ରହି ଯାଇଛି । ନିଜର ମରାମତି ପାଇଁ କାହାକୁ କହିବ ସେ ବି ଜାଣି ପାରୁନି ।

କାରଣ ଉପର ପଟରୁ ଆଁ ହେଇ ଜହ୍ନ, ତାରା, ସୂର୍ଯ୍ୟ ଦେଖା ଦେଲେଣି । ସମସ୍ତେ ଚୁପ୍ ଚାପ୍ ବସିଛନ୍ତି ନିଜ ସ୍ଥାନରେ । ସେ ବି ନିଜକୁ ବୁଝେଇ ଦେଇଛି । ମାଲିକ ସବୁ କିଛି ଠିକ୍ କରି ଦେବେ।

ମୁଁ ଏତିକି ଧନ୍ୟବାଦ୍ ଦେବି ମୋ ବାପାଙ୍କୁ, ନିଜର କୁଳ ବେଉସାକୁ ହରେଇ ମଧ୍ୟ ନିଜର ଭାବନାକୁ ଆହୁରି ସୁଦୃଢ କରି ଏକ ରୋଜଗାରର ପନ୍ଥା ଖୋଜି ପାଇଛନ୍ତି । ବହୁତ୍ କମ୍ ଦିନ ଭିତରେ ଏ ସମସ୍ତ କାର୍ଯ୍ୟ ମଧ୍ୟ ପୂର୍ବ ପରି ଆରମ୍ଭ ହୋଇ ଯିବ । ତାହା ମୋର ବିଶ୍ୱାସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational