Tushar Bky

Inspirational

3  

Tushar Bky

Inspirational

ଦୁର୍ଘଟଣା

ଦୁର୍ଘଟଣା

3 mins
233


ସମୟ ........

କିଏ ଜାଣି ଥିଲା ସମୟ ଏମିତି ବଦଳି ଯାଏ ବୋଲି!

ଦେଖୁ ଦେଖୁ ସମୟ ସବୁ କିଛି ଓଲଟ ପଲଟ କରି ଥୋଇ ଦେଲା। ଗାଁର ସେଇ ଝାଟି ମାଟିର ଘରେ ରହୁ ଥିଲେ ଗୋଟେ ସୁନ୍ଦର୍ ପରିବାର। ହଠାତ୍ ଫୋନ୍ ଆସିଲା ଆଉ କେହି ନାହାନ୍ତି ।


କଣ!


ସାନବୋଉ.. ଆଉ ମାନି ନାହିଁ...ବୋଉ ତୋର କଣ ହେଲା?

ଆଉ ତୋ ଭଉଣୀ ନାହିଁ।ନୀରବ ରହି ଗଲି କିଛି ସମୟ ,ମନ ଭିତରେ ଉଙ୍କି ମାରୁ ଥାଏ ଅନେକ ପ୍ରଶ୍ନ,କିଛି ଅଘଟଣ ଘଟିଲା କି?ପୁଣି ମନକୁ ସାନ୍ତ୍ଵନା ଦେଇ ବୁଝେଇ ଦଉ ଥାଏ,ନାଇଁ ସେମିତି କିଛି ହେଇ ନଥିବ।

ଘରେ କାନ୍ଦ ବୋବାଳିର ସ୍ୱର। ୨ ଟି ମୋବାଇଲର ବାରମ୍ବାର କଲ୍, କିଏ କାନ୍ଦ ବୋବାଳିର ସ୍ୱର!

ନିରବତା ଆଉ ନିଶଦ୍ଦ ଭିତରେ ମୁଁ ସମସ୍ତଙ୍କୁ ପଚାରିବାକୁ ଉଦ୍ୟତ ହେଉ ଥାଏ କଥାଟି ର ସତ୍ୟତା କଣ ବୋଲି! କେହି କିଛି ବୁଝିବା ଭଳି ଅବୁଝା ମନରେ ଗାଳି କରି ଦଉ ଥାନ୍ତି। ମୁଁ ଯେତେ ବୁଝିବାକୁ ଚେଷ୍ଟା କଲେ ବି ସତ୍ୟତା ବୁଝି ହୋଇ ନଥିଲା। ମୁଁ ବାରମ୍ବାର ମୋ ଘର ପରିବାରକୁ ସାନ୍ତ୍ଵନା ଦେବା ଭଳି ଉଦ୍ଦେଶ୍ୟରେ ଥାଏ।

ବଡ଼ ଭାଇ ଆସି କହିଲେ "ମାନି ଆଉ ଏ ଦୁନିଆରେ ନାହିଁ।" ଆଖିରେ ଆଖିଏ ଲୁହ ଆଉ ମନର କୋହକୁ ଲୁଚେଇ ଘରର ସମସ୍ତ ଲୋକଙ୍କୁ ବୁଝାଇବା ପାଇଁ ପ୍ରୟାସ ଜାରି ରଖି ଥାଏ ।କୋଠା ଘରର କାମ ସେମିତି କିଛି ସମୟ ପୁରା ବନ୍ଦ ହୋଇ ରହିଲା।

           

           ବଡ଼ ବାପା କାନ୍ଥରେ ମୁଣ୍ଡ ପିଟି ଦଉ ଥିଲେ । ବଡ଼ ବୋଉ ଆଉ ବୋଉ କାନ୍ଦି କାନ୍ଦି ବେହୋସ୍ ହୋଇ ଯାଇ ଥିଲେ । ଶୁଣିବାକୁ ପାଇଲି ପୁରୀ ଯିବା ରାସ୍ତାରେ ସାକ୍ଷୀଗୋପାଳ ପାଖରେ ଗୋଟେ truck ପଛ ପଟୁ ଯାଉ ଥିବା ବୋଲେରୋକୁ ଧକ୍କା କରିଛି। ଘଟଣା ସ୍ଥଳରେ ହିଁ ବୋଲେରୋ ଟି ନିଜର ଭାରସାମ୍ୟ ହରାଇ ବସି ରାସ୍ତାର ଅନ୍ୟ ପଟକୁ ଓଲଟି ପଡ଼ିଛି।ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ବି ସତ୍ୟତା ରୋମ ଟଙ୍କୁରି ପକାଏ।

ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ବୋଲେରୋକୁ ସିଧା କରି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଥିଲେ। ମାନିର ଡେଥ୍ ହେଇ ଯାଇଥିଲା ଘଟଣା ସ୍ଥଳରେ।କାହାର ମୁଣ୍ଡ ଫାଟିଛି ତ କାହାର ହାତ ଭାଙ୍ଗିଛି। ଆଉ ଦାଦାଙ୍କ ଝିଅର ମୁଣ୍ଡର କିଛି ଅଂଶ ମିଳୁନି। ଦାଦାଙ୍କ ସାନ ଝିଅର ଗୋଡ଼ ପୁରା ଭାଙ୍ଗି ଯାଇଛି।ଆଉ ସାନ ବୋଉଙ୍କ ହାତ ବି ଭାଙ୍ଗିଛି।

        କାହାକୁ କଣ କହିବ?ଭୂଲ୍ କାହାର ସମୟର,ନା ଗାଡ଼ି ଚାଳକର ନା ଭାଗ୍ୟର?କିଛି ବୁଝିବା ଆଗରୁ ଘରର ପ୍ରତିଟି ପ୍ରାନ୍ତର ଜନ ସମାଗମ।କାନ୍ଦ ବୋବାଳି।ଗୋଟିଏ ଦିନରେ ୨ ଟି ଭଉଣୀଙ୍କୁ ହରେଇବା କେଡେ ଯେ କଷ୍ଟ ତାହା ମୁଁ ହିଁ ଜାଣେ।ସମୟ ପୁରା ମୋ ପରିବାର ଟାକୁ ବର୍ବାଦ୍ କରି ଦେଲା। ଆମେ ଭାଇ ଭଉଣୀ ୨ ଜଣ। ମୁଁ ସିନା ନିଜକୁ ବୁଝେଇ ଦେଲି।ହେଲେ ମୋ ବୋଉ ଆଉ ସାନ ବୋଉ ନିଜ ନିଜ ଝିଅଙ୍କୁ ହରେଇ କେମିତି ନିଜକୁ ପଥର କରି ଦିଅନ୍ତି।ସେଇଟା କେବଳ ମୁଁ ଜଣେ।ମୁଁ ମୋ ଭଉଣୀ କୁ ତ ଆଉ ଏ ଦୁନିଆରେ ପାଇ ପରିବିନି।ହେଲେ ମୋ ବାପା ଆଉ ମା କେଡେ ଦୁଃଖ ଅନୁଭବ କରନ୍ତି ସେଇଟା କେବଳ ମୁଁ ଜାଣେ।

ଗୋଟେ ଛୋଟିଆ ଅନୁରୋଧ ସମସ୍ତଙ୍କୁ ହୁଏତ ଆପଣ ଏ ଦୁନିଆ ପାଇଁ ଗୋଟେ ନାୟକ ହେଇ ନ ପାରନ୍ତି।କିନ୍ତୁ ଆପଣ ଆପଣଙ୍କ ପରିବାର ପାଇଁ ଗୋଟେ ଅମୂଲ୍ୟ ରତ୍ନ ସଦୃଶ।ଦୟାକରି ଗାଡ଼ି ଧୀରେ ଚଳାନ୍ତୁ, ଟ୍ରାଫିକର ପ୍ରତିଟି ନିୟମ ମାନି ଗାଡ଼ି ଚଳାନ୍ତୁ।ଭବିଷ୍ୟତରେ କେହି କେବେ କାହାରିକୁ ହରେଇବାର ଭୟ ଯେମିତି ନ ଥାଉ। ମୃତ୍ୟୁ ତ ସୁନିଶ୍ଚିତ ସେଇଟା ପରେ ଦେଖା ଯିବ। ଆପଣଙ୍କ ଗୋଟେ ପଦକ୍ଷେପ ଆପଣଙ୍କୁ ହୁଏତ ମୃତ୍ୟୁ ମୁଖରୁ ବଞ୍ଚେଇ ଦେଇ ପାରିବ।

ଆଜି ମୁଁ ରାକ୍ଷୀପୂର୍ଣ୍ଣିମାରେ କେମିତି ନିଜକୁ ବୁଝାଏ ତାହା ମୁଁ ଜାଣେ। ଆଉ ଗୋଟେ କଥା ଗାଡ଼ି ଚଳେଇବା ବେଳେ କେବେ ବି ମଦ୍ୟ ପାନ କରନ୍ତୁ ନାହିଁ। ସମସ୍ତେ ନିଜ ନିଜର କର୍ମମୟ ଜୀବନରେ ଖୁସିରେ ରହି ଯିବେ।ହେଲେ ଜଣେ ମାଆ ନିଜକୁ କେବେବି ବୁଝେଇ ପାରେନି । ସମୟ ସବୁ ବେଳେ ଜିତେ । ସମୟ ସବୁଠୁ ବଳବାନ୍। ନିଜର ଯତ୍ନ ନିଜେ ନବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ପରିବାର ର ଖୁସି ଆପଣଙ୍କ ହାତରେ।


Rate this content
Log in

Similar oriya story from Inspirational