STORYMIRROR

Tushar kanta sahoo

Tragedy Inspirational

3  

Tushar kanta sahoo

Tragedy Inspirational

ହୁଁ......

ହୁଁ......

2 mins
168


ଅମର:-ସାର୍,ନମସ୍କାର।

ସାର୍,କେମିତି ଅଛନ୍ତି?

ମୁଁ ଅମର ପ୍ରସାଦ ପ୍ରଧାନ।

୨୦୦୧ ବ୍ୟାଚର। 


   (ଦୀର୍ଘ ସମୟ ପରେ)


            ବାସୁ ସାର୍:- ହୁଁ.......


ଅମର:- ସାର୍,ମୁଁ ଶ୍ରେଣୀରେ ବହୁତ୍ ବଦମାସ୍ ଥିଲି।ଆପଣ ମତେ କେତେ ଥର ବେଞ୍ଚ ଉପରେ ଠିଆ କରେଇ ଦେଇଛନ୍ତି।କେତେ ଥର ମଝି ଧାଡିରୁ ଉଠେଇ ପଛ ବେଞ୍ଚ୍ ରେ ବସେଇ ଦେଇଛନ୍ତି।କେତେ ଛ।ଟିଆ ମାରିଛନ୍ତି । ସାର୍ ଆପଣ ମତେ ପ୍ରଧାନ ପୁଅ ବୋଲି ଡାକନ୍ତି।କେତେ ଥର ମତେ ଖରାରେ ଠିଆ କରେଇ ଦେଇଛନ୍ତି।ମୁଁ ସେଇ ଅମର ସାର୍।


           ବାସୁ ସାର୍:-ହୁଁ......... 


ଏହି ବାର୍ତ୍ତାଳାପ କୁ ଶୁଣୁ ଥିଲେ ବାସୁ ସାର୍ ମହୋଦୟଙ୍କ ସ୍ତ୍ରୀ ଶ୍ରୀମତୀ ଉଷା ପାଢ଼ୀ।ସଙ୍ଗେ ସଙ୍ଗେ ପବନରେ ଭାସି ଆସେ କିଛି ଏମିତି କଥା "ସାର୍ କିଛି କହିବେନି"।


       ନମସ୍କାର ମାମ।

             ହୋଉ ହେଲା।


ସାରଙ୍କୁ ପାରାଲିସିସ୍। ଶ୍ୱାସ ଲାଗି ଟିକେ ବି ଶାନ୍ତି ପାଉ ନାହାଁନ୍ତି। ରାତି ସାରା କାଶି କାଶି ରାତି ପାହି ଯାଉଛି।ଔଷଧ ଖିଆ ଚାଲିଛି।କାଶ ପାଇଁ ଗୋଟେ ମୁହୂର୍ତ୍ତ ଶାନ୍ତି ନାହିଁ।ବୟସ ୭୫ ଉର୍ଦ୍ଧ୍ୱ । ରୋଗ ସବୁ ଚିରସ୍ଥାୟୀ ହୋଇ ଆମ ଘରେ।ସାର୍ ବିଶେଷ କିଛି କଥା କହୁ ନାହାନ୍ତି କାହା ସହ।ଖାଲି ହୁଁ ରେ କଥା ଚାଲେ ତାଙ୍କର।


ବଡ଼ ପୁଅ ବୋହୁ ଆମେରିକାରେ।ସାନ ପୁଅ ବୋହୁ ଚେନ୍ନାଇରେ।ଆମେ ବୁଢ଼ା ବୁଢ଼ୀ ଦୁହେଁ ଏଇଠି। ଜଗନ୍ନାଥଙ୍କୁ ନେଇ ବଞ୍ଚିବା କଥା।ସେଇ ପେନସନ ପଇସାରୁ।


କଥୋପକଥନର ପ୍ରତିଟି କଥାକୁ ଶୁଣୁ ଥିବା ବାସୁ ସାରଙ୍କ ଆଖି ଲୁହରେ ଛଳ ଛଳ। ଅମର ବାସୁ ସାରଙ୍କ ମୁହଁକୁ ଚାହିଁ ଟିକେ ଦୁଃଖ ଭରା କଣ୍ଠରେ କହିଲା "ସାର୍ କାନ୍ଦୁଛନ୍ତି କାହିଁକି"?

ଛଳ ଛଳ ଲୁହ ଆଖିର ପରିଧି ଅତିକ୍ରମ କରି ଗାଲ କୁ ଛୁଇଁ ଭୂମି ସ୍ପର୍ଶ କରୁ ଥାଏ।କହିବାକୁ ହାହୁଁ ଥିବା ବାସୁ ସାର୍।

କାନ୍ଦ କାନ୍ଦ ସ୍ଵରରେ କାନ୍ଦି କହୁ ଥିଲେ।

      

         ହୁଁ........…


ଅମର ସାରଙ୍କୁ କହିଲା ମନର କଥା।ସାର୍ ଆପଣ ମତେ କେବେ ବି ଭଲ ପାଆନ୍ତି ନାହିଁ।ମତେ ପଛ ବେଞ୍ଚରେ ବସେଇ ଦିଅନ୍ତି।ପାଠ ହୁଏନି ବୋଲି ମୂର୍ଖ ବୋଲି କହନ୍ତି। ବହୁତ୍ ମାରନ୍ତି। ଡ୍ରିଲ୍ କ୍ଲାସରେ କେତେ କ୍ଲାସ୍ ନିଅନ୍ତି ମୋର।ହୁଏତ ସେଥିପାଇଁ ଆଜି ମୁଁ କିଛି ଗୋଟେ ହାସଲ କରି ପାରିଛି ମୋ ଜୀବନରେ।


       ବାସୁ ସାର୍:- ହୁଁ.........


ସ୍କୁଲ୍ ପରିସରରେ ଆପଣ ପାଠ ଠାରୁ ଜୀବନ ବଞ୍ଚିବାର ପ୍ରେରଣା ଦିଅନ୍ତି। ଯାହାର ସାବଧାନ ବିଶ୍ରାମରେ ଛାତ୍ରଟିଏ ନିଜକୁ ସଜାଡି ହୋଇ ସୃଷ୍ଟି କରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାଏ ରଖିବାକୁ।ନଚେତ୍ ଡ୍ରିଲ୍ କ୍ଲାସ୍ ରେ ଆପଣଙ୍କ ପ୍ରହାର ଦୁଇ ଦିନର ସମ୍ପୂର୍ଣ୍ଣ ଖୋରାଗୀ ଯୋଗାଏ।ଯାହାର ଶଦ୍ଦ ସମୂହ ବିଦ୍ୟାଳୟ ପରିସରକୁ ପ୍ରକମ୍ପିତ କରେ।ଆପଣ ପାଠ ଠାରୁ ଜୀବନ ବଞ୍ଚିବାର ନୂତନ ପ୍ରେରଣା ଯୋଗାଇ ଆସନ୍ତି।


ଯିଏ ଦିନେ ଶିକ୍ଷା ଦେଉ ଥିଲେ କେବେ "ହୁଁ "କହିବନି ।କାରଣ ହୁଁ ଏମିତି ଏକ ଛୋଟିଆ ଶଦ୍ଦ ଯାହାକି ତୁମର କଥାବାର୍ତ୍ତା ହେବାର ଶୈଳୀକୁ ସାମନା ଲୋକର ହୃଦୟ ଭିତରେ କିଛି ନକରାତ୍ମକ ପ୍ରଭାବ ପକାଏ।ହେଲେ ସେଇ ହୁଁ ର ପ୍ରୟୋଗ ଆପଣଙ୍କ ଠାରେ।


        ବାସୁ ସାର୍:- ହୁଁ..........


ଯେଉଁ ଶିକ୍ଷକ କେତେ କେତେ ଛାତ୍ରଙ୍କୁ ଡାକ୍ତର,ଯନ୍ତ୍ରୀ,ଶିକ୍ଷକ, ଉଚ୍ଚ ଶିକ୍ଷିତ କରି ଛନ୍ତି।ଏମିତି କି ନିଜ ପୁଅ ମାନଙ୍କୁ ନିଜେ ନ ଖାଇ ବଡ଼ ମଣିଷ କଲେ। ହେଲେ ଆଜି ସେ ନିଜ ପେନସନ ପଇସାରେ ଚଲୁଛନ୍ତି।କି ସ୍ବାର୍ଥ ମିଳେ ଏଠି କେଜାଣି????


ଯିଏ ଦିନେ ଶ୍ରେଣୀ ଗୃହରୁ ବିଦ୍ୟାଳୟର ପଡିଆ ଯାଏ ଚିଲେଇ ଚିଲେଇ ପିଲାଙ୍କୁ ସଂସ୍କାର,ଶିକ୍ଷା,ଦୀକ୍ଷା,ଚରିତ୍ର ଗଠନ,ଅନୁଶାସନ,ଆଚାର,ବ୍ୟବହାର ଶିଖାଇ ଥିଲେ।ସେ ଆଜି ବାର୍ଦ୍ଧକ୍ୟ ଆଗରେ ନିରବତା ରକ୍ଷା କରୁଛନ୍ତି। 


ହୁଁ ର ପ୍ରୟୋଗ କାହିଁକି କେଜାଣି ମୋ ମନକୁ ଆଜି ବି ଆନ୍ଦୋଳିତ କରେ।

ଆପଣ ଶିକ୍ଷା ଦେଇ ଥିଲେ କଥା ହେବାର ଇଚ୍ଛା ନାହିଁ ତ ମନା କରି ସାମ୍ନା ଲୋକ ପାଖରୁ ଓହରି ଆସି ପାର।ହେଲେ ବାଧ୍ୟରେ ହୁଁ 

ମାର ନି। 

     କି ବିଡମ୍ବନା ସମୟର!!!

 ଯିଏ ହୁଁ ପାଇଁ ଶିକ୍ଷା ଦେଉ ଥିଲେ ଆଜି ସେ ନିଜେ ହୁଁ ମାରୁଛନ୍ତି।ଏମିତି ଆହୁରି ପ୍ରଶ୍ନ ଉଙ୍କି ମାରୁ ଥାଏ ଅମର ଙ୍କ ମନ ଭିତରେ..........।

ସାରଙ୍କ ସହ କିଛି ସମୟ ବିତାଇବା ପରେ ଘର ମୁହଁ। ହୋଇ ଅମର ଚାଲି ଆସିଛି ନିଜ ଘରକୁ।


 

ଭଗବାନ୍ ସୁନ୍ଦର୍ ସୃଷ୍ଟି ତିଆରି କରିଛନ୍ତି ସତ।ହେଲେ ବୁଦ୍ଧିମାନ ମଣିଷ ମାନଙ୍କୁ ଅବିବେକି କରି ଦେଇଛନ୍ତି।ସ୍ୱାର୍ଥପର କରି ଦେଇଛନ୍ତି ସମୟର ପରିବର୍ତ୍ତନ କୁ ନେଇ।ନିଜର ପରିବାର କୁ ଭଲ ପାଅ।



Rate this content
Log in

Similar oriya story from Tragedy